ପଞ୍ଚାୟତ ଓ ପୌରପାଳିକା ଭୋଟର ତାଲିକାରେ ରହିଛି ନାଁ, ପ୍ରାର୍ଥୀଙ୍କ ବିରୋଧରେ ଅଭିଯୋଗ

କେନ୍ଦୁଝର,୯ା୩(ସ୍ବ.ପ୍ର.): ପୌର ନିର୍ବାଚନ ପାଇଁ ବିଭିନ୍ନ ଦଳର ପ୍ରାର୍ଥୀଙ୍କ ମଧ୍ୟରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ବୁଧବାର ନାମାଙ୍କନପତ୍ର ଯାଞ୍ଚ ବେଳେ କେନ୍ଦୁଝରଗଡ଼ ପୌରପରିଷଦ ପାଇଁ ନିର୍ବାଚନ ଲଢୁଥିବା ବିଜେଡିର ୧୨ ନମ୍ବର ଓ୍ବାର୍ଡର କାଉନସିଲର ପ୍ରାର୍ଥୀ କରୁଣାକର ମାରାଣ୍ଡିଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ହୋଇଛି। ସେ ପଞ୍ଚାୟତ ନିର୍ବାଚନ ବେଳେ ସାହାରପଡ଼ା ବ୍ଲକ ଦିଗପଶି ଗ୍ରାମର ୭ ନମ୍ବର ଓ୍ବାର୍ଡରେ ଭୋଟ ଦେଇଥିଲେ। ତାଙ୍କର ନାମ କେନ୍ଦୁଝରଗଡ଼ ପୌରପାଳିକାର ଭୋଟର ତାଲିକାରେ ସିରିଏଲ ନମ୍ବର ୫୧୫ ରେ ରହିଥିବା ବେଳେ ସାହାରପଡ଼ା ବ୍ଲକ ଦିଗପଶି ଗ୍ରାମର ୭ ନମ୍ବର ଓାର୍ଡରେ ସିରିଏଲ ନମ୍ବର ୨୧ରେ ରହିଛି। ସେହିପରି ତାଙ୍କ ସ୍ତ୍ରୀ ପାନମଣି ମାରାଣ୍ଡି ଚଳିତ ପଞ୍ଚାୟତ ନିର୍ବାଚନରେ ଦିଗପଶି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରାର୍ଥୀ ହୋଇଥିଲେ। ଏଣୁ ତାଙ୍କର ନାମ କିପରି ଦୁଇଟି ସ୍ଥାନରେ ଭୋଟର ତାଲିକାରେ ରହିଲା ତାହାକୁ ନେଇ ଉପଜିଲାପାଳ ତଥା ନିର୍ବାଚନ ଅଧିକାରୀଙ୍କୁ ଭାଜପା ପ୍ରାର୍ଥୀ ଶିକର ମାଝି ଅଭିଯୋଗ କରିଛନ୍ତି। ଏନେଇ ଉପଜିଲାପାଳ ରାମଚନ୍ଦ୍ର କିସ୍କୁ କହିଛନ୍ତି, ନିର୍ବାଚନ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନ୍ୟପକ୍ଷରେ ବିଜେଡି ରାଜ୍ୟ ଯୁବ ଉପସଭାପତି ସୌମ୍ୟ ଶଙ୍କର ଚକ୍ର କହିଛନ୍ତି, ଅଭିଯୋଗର ତର୍ଜମା ପରେ କାର୍ଯ୍ୟାନୁଷ୍ଠାନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri