ନବୀନଙ୍କ ମ୍ୟାଜିକ୍‌

ଭୁବନେଶ୍ୱର,୨୭।୨(ବ୍ୟୁରୋ): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପ୍ରତିଦ୍ୱନ୍ଦ୍ୱୀ ଜନନେତା। ଶନିବାରଠାରୁ ଆରମ୍ଭ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଗଣତିରୁ ଏହା ପୁଣିଥରେ ପ୍ରମାଣିତ ହୋଇଛି। ନବୀନଙ୍କ ସ୍ବଚ୍ଛ ଭାବମୂର୍ତ୍ତି ଓ ଦୁର୍ନୀତି ବିରୋଧୀ ପଦକ୍ଷେପ ଜନମାନସରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଗତ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ରାଜ୍ୟ ଶାସନ ସମ୍ଭାଳୁଥିବା ନବୀନଙ୍କ ଭାବମୂର୍ତ୍ତି ଏବେ ବି ଅମଳିନ ରହିଛି। ସହରଠୁ ଗଁା ସବୁଠି ସେ ଅତ୍ୟନ୍ତ ଜନପ୍ରିୟ ନେତା ଭାବେ ନିଜକୁ ପ୍ରତିପାଦନ କରିପାରିଛନ୍ତି। ନବୀନଙ୍କ ଯାଦୁକରି ବ୍ୟକ୍ତିତ୍ୱ ଆଗରେ ବିରୋଧୀଙ୍କ କୌଣସି ରଣନୀତି କାମ ଦେଉନି। ଦୀର୍ଘ ବର୍ଷ ପରେ ମଧ୍ୟ ସେ ଜନମାନସରେ ଜଣେ ସର୍ବୋଚ୍ଚ ନେତା ହୋଇ ରହିଛନ୍ତି। ଦୁର୍ନୀତି ବିରୋଧୀ ଶାସନ, ସରଳ ଓ ନିରାଡ଼ମ୍ବର ଜୀବନ ତାଙ୍କୁ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚାଇ ପାରିଛି। ତାଙ୍କ ମ୍ୟାଜିକ ଆଗରେ ପ୍ରମୁଖ ବିରୋଧୀ ଦଳ ନିଜର ସତ୍ତା ବଜାୟ ରଖିବାକୁ ସଂଘର୍ଷ କରୁଛନ୍ତି। ଯେତେ ଯାହା ରଣନୀତି ଆପଣାଇଲେ ମଧ୍ୟ ନବୀନଙ୍କ ଭାବମୂର୍ତ୍ତି ନିକଟରେ ବିରୋଧୀଙ୍କ ସମସ୍ତ ଉଦ୍ୟମ ଫେଲ୍‌ ମାରୁଛି।
ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ନବୀନ ୧୯୯୭ ଡିସେମ୍ବର ୨୬ ତାରିଖରେ ବିଜୁ ଜନତା ଦଳ ସ୍ଥାପନ କରିଥିଲେ। ନିଜର ଲୋକପ୍ରିୟତା ପାଇଁ କଂଗ୍ରେସକୁ ହଟାଇ ସେ ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ସେବେଠାରୁ ଏ ପର୍ଯ୍ୟନ୍ତ ନବୀନଙ୍କ ବିଜୟଯାତ୍ରା ଜାରି ରହିଛି। ଏହି ଦୀର୍ଘ ସମୟ ଭିତରେ ଅନେକ ଝଡ଼ଝଞ୍ଜା ଆସିଥିଲେ ମଧ୍ୟ ନବୀନଙ୍କ ପ୍ରତିଭା ନିକଟରେ ସେସବୁ ଫିକା ପଡ଼ିଯାଇଛି। ନିଜର ଶାସନଶୈଳୀ ଯୋଗୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାକୁ ଏକ ସ୍ବତନ୍ତ୍ର ସ୍ଥାନ ଦେବାରେ ସଫଳ ହୋଇଛନ୍ତି। ଏଥିପାଇଁ ଗଁାଗହଳିରେ ମତଦାତା ସ୍ଥାନୀୟ ପ୍ରତିନିଧିଙ୍କୁ ବାଛିବା ବେଳେ ନବୀନଙ୍କ ମୁହଁକୁ ଦେଖି ଭୋଟ ଦେଉଛନ୍ତି।

 

ଜିଲା ମୋଟ ଗଣତି ବିଜେଡି ଭାଜପା କଂଗ୍ରେସ ଅନ୍ୟାନ୍ୟ
ଜୋନ ଜୋନ ବିଜୟୀ/ଆଗୁଆ ବିଜୟୀ/ଆଗୁଆ ବିଜୟୀ/ଆଗୁଆ ବିଜୟୀ/ଆଗୁଆ
ଅନୁଗୋଳ ୨୮ ୦୮ ୦/୮ ୦/୦ ୦/୦ ୦/୦
ବାଲେଶ୍ୱର ୪୫ ୧୩ ୦/୧୨ ୦/୧ ୦/୦ ୦/୦
ବରଗଡ଼ ୩୪ ୧୨ ୨/୮ ୦/୨ ୦/୦ ୦/୦
ଭଦ୍ରକ ୨୮ ୦୭ ୦/୭ ୦/୦ ୦/୦ ୦/୦
ବଲାଙ୍ଗୀର ୩୪ ୧୪ ୧/୧୧ ୦/୨ ୦/୦ ୦/୦
ବୌଦ୍ଧ ୦୯ ୦୩ ୦/୨ ୦/୧ ୦/୦ ୦/୦
କଟକ ୪୬ ୧୪ ୦/୧୩ ୦/୧ ୦/୦ ୦/୦
ଦେବଗଡ଼ ୦୭ ୦୩ ୦/୩ ୦/୦ ୦/୦ ୦/୦
ଢେଙ୍କାନାଳ ୨୭ ୦୮ ୦/୪ ୦/୪ ୦/୦ ୦/୦
ଗଜପତି ୧୪ ୦୭ ୦/୫ ୦/୦ ୦/୨ ୦/୦
ଗଞ୍ଜାମ ୬୯ ୨୨ ୧/୨୧ ୦/୦ ୦/୦ ୦/୦
ଜଗତ୍‌ସିଂହପୁର ୨୬ ୦୮ ୦/୮ ୦/୦ ୦/୦ ୦/୦
ଯାଜପୁର ୩୯ ୧୦ ୦/୧୦ ୦/୦ ୦/୦ ୦/୦
ଝାରସୁଗୁଡ଼ା ୦୯ ୦୫ ୦/୫ ୦/୦ ୦/୦ ୦/୦
କଳାହାଣ୍ଡି ୩୬ ୧୩ ୦/୯ ୦/୪ ୦/୦ ୦/୦
କନ୍ଧମାଳ ୧୮ ୧୨ ୦/୧୦ ୦/୦ ୦/୨ ୦/୦
କେନ୍ଦ୍ରାପଡ଼ା ୩୨ ୦୯ ୧/୮ ୦/୦ ୦/୦ ୦/୦
କେନ୍ଦୁଝର ୩୭ ୧୩ ୦/୧୨ ୦/୧ ୦/୦ ୦/୦
ଖୋର୍ଦ୍ଧା ୩୦ ୧୦ ୦/୯ ୦/୧ ୦/୦ ୦/୦
କୋରାପୁଟ ୨୯ ୧୪ ୦/୮ ୦/୦ ୦/୫ ୧/୦
ମାଲକାନଗିରି ୧୫ ୦୭ ୦/୬ ୦/୦ ୧/୦ ୦/୦
ମୟୂରଭଞ୍ଜ ୫୬ ୨୬ ୦/୨୪ ୦/୦ ୦/୦ ୦/୨
ନବରଙ୍ଗପୁର ୨୬ ୧୦ ୦/୯ ୦/୦ ୦/୦ ୦/୧
ନୟାଗଡ଼ ୨୪ ୦୮ ୦/୮ ୦/୦ ୦/୦ ୦/୦
ନୂଆପଡ଼ା ୧୪ ୦୫ ୧/୩ ୦/୧ ୦/୦ ୦/୦
ପୁରୀ ୩୩ ୧୧ ୦/୧୧ ୦/୦ ୦/୦ ୦/୦
ରାୟଗଡ଼ା ୨୨ ୧୧ ୦/୭ ୦/୦ ୦/୪ ୦/୦
ସମ୍ବଲପୁର ୧୮ ୦୯ ୧/୮ ୦/୦ ୦/୦ ୦/୦
ସୁବର୍ଣ୍ଣପୁର ୧୩ ୦୬ ୦/୫ ୦/୦ ୦/୧ ୦/୦
ସୁନ୍ଦରଗଡ଼ ୩୫ ୧୭ ୦/୧୫ ୦/୧ ୦/୦ ୦/୧
ମୋଟ ୮୫୩ ୩୧୫ ୬/୨୭୦ ୦/୧୯ ୧/୧୪ ୧/୪


Enter your email to get our daily news in your inbox.

All Right Reserved By Dharitri.Com

୪୬ଡିଗ୍ରୀ ଉପରେ ୨ସହର, ରେକର୍ଡ ଭାଙ୍ଗିଲା ବାରିପଦା

ଭୁବନେଶ୍ୱର,୩୦।୪: ପ୍ରବଳ ଖରାରେ ଜଳୁଛି ସାରା ଓଡିଶା। ଘରୁ ବାହାରିଲେ ମୁହଁ ପୋଡି ଯାଉଛି। ମଙ୍ଗଳବାର ରାଜ୍ୟର ୨ଟି ସହର ୪୬ ଡିଗ୍ରୀ ଉପରେ ରହିଥିବାବେଳେ...

ବିଜେଡି ଛାଡ଼ିଲେ ସୁର ସେଠୀ

କାକଟପୁର,୩୦।୪: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ। ଦଳ ଟିକେଟ ଦେଇ ନ ଥିବାରୁ ଅସନ୍ତୁଷ୍ଟ ଥିବା ବେଳେ ମଙ୍ଗଳବାର ସେ...

ଟିକେଟ ଫେରାଇଲେ କଂଗ୍ରେସ ପ୍ରାର୍ଥୀ

କଟକ,୩୦।୪: ଟିକେଟ ଫେରାଇଲେ ଆଠଗଡ଼ ବିଧାନସଭା କଂଗ୍ରେସ ପ୍ରାର୍ଥୀ। କଂଗ୍ରେସ ପ୍ରାର୍ଥୀ ମେହବୁବ ଅହମ୍ମଦ ଖାଁ ମଙ୍ଗଳବାର ଟିକେଟ ଫେରାଇଛନ୍ତି। କଟକ ଲୋକ ସଭା ପ୍ରାର୍ଥୀ...

ଘସିପୁରାରୁ ଲଢିବେ ସୌମ୍ୟ! କହିଲେ ଏହି ଦଳ ଦେଇଛି ଅଫର…

ଭୁବନେଶ୍ୱର,୩୦।୪: ନିର୍ବାଚନ ଲଢିବା ନେଇ ବଡ଼ ସଙ୍କେତ ଦେଲେ ସୌମ୍ୟରଞ୍ଜନ ପଟ୍ଟନାୟକ। ୨ଦିନ ପୂର୍ବରୁ ନିର୍ବାଚନ ଲଢିବେନି ବୋଲି କହିଥିଲେ ସୌମ୍ୟ। ସେ କହିଥିଲେ, ‘ମୋର...

ପୋଲିସ-ମାଓବାଦୀ ଗୁଳି ବିନିମୟ: ଦୁଇ ମହିଳାଙ୍କ ସମେତ ୭ ମାଓବାଦୀ ମୃତ

ମାଲକାନଗିରି,୩୦।୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୨ ମହିଳାଙ୍କ ସହ ୭ ମାଓବାଦୀଙ୍କ ମୃତ୍ୟୁ...

Featured Video Play Icon

ଭାଜପା ଛାଡ଼ିଲେ ଅମୀୟ ଦାଶ

ଭୁବନେଶ୍ୱର,୩୦।୪: ଭୁବନେଶ୍ୱର ଏକାମ୍ରର ଭାଜପା ନେତା ଅମୀୟ ଦାଶ ଦଳରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫାପତ୍ର ରାଜ୍ୟ ସଭାପତିଙ୍କ ପାଖକୁ ପଠାଇଛନ୍ତି। ଅମୀୟ ଭାଜପା...

ଆଜି ପରି କାଲି ବି ଜାଳିବ, ରେଡ ଓ୍ବାର୍ଣ୍ଣିଂ ଦେଲା ପାଣିପାଗ ବିଭାଗ

ଭୁବନେଶ୍ୱର,୩୦।୪: ଆକାଶରୁ ନିଆଁ ବର୍ଷୁଛି। ଏମିତି ଲାଗୁଛି ଯେମିତି ବାହାରକୁ ବାହାରିଲେ ମୁହଁପୋଡି ହୋଇଯିବ। ତେବେ ପ୍ରଥମ ଥର ରାଜ୍ୟ ତାପମାତ୍ରା ୪୬ ଡିଗ୍ରୀ ଛୁଇଁଥିବାବେଳେ...

ବାଲେଶ୍ୱରରେ ଅଗ୍ନିବର୍ଷା, ୪୬ ଛୁଇଁଲା ପାରଦ

ଭୁବନେଶ୍ୱର,୩୦।୪: ବାଲେଶ୍ୱରରେ ଅଗ୍ନିବର୍ଷା। ୪୬ ଡିଗ୍ରୀ ଛୁଇଁଲା ତାତି। ଆଜି ଦିନ ୨.୩୦ ସୁଦ୍ଧା ବାଲେଶ୍ୱର ତାପମାତ୍ରା ୪୬ ଡିଗ୍ରୀ, ଭୁବନେଶ୍ୱରରେ ୪୫.୪ ଡିଗ୍ରୀ ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri