IPL ବେଟିଂ, ୮ ଗିରଫ: ଏକାଧିକ ସ୍ଥାନରେ ଏକକାଳୀନ ଚଢ଼ାଉବେଳେ ମିଳିଲା…

ଝାରସୁଗୁଡା/ବ୍ରଜରାଜନଗର, ୨୫।୫(ଆଶିଷ ରଞ୍ଜନ ଦାଶ/ବିଜୟ ବରା ): ଝାରସୁଗୁଡ଼ା ଜିଲା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଚଳିତ ଆଇପିଏଲ ୨୦୨୬ ମ୍ୟାଚଗୁଡ଼ିକରେ ବେଆଇନ ଅନଲାଇନ କ୍ରିକେଟ ଜୁଆ ଖେଳାଉଥିବା ଏକ ବଡ଼ ସଂଗଠିତ ବେଟିଂ ର଼୍ୟାକେଟ୍‌ର ପର୍ଦ୍ଦାଫାଶ କରିଛି ପୋଲିସ। ବ୍ରଜରାଜନଗର ଥାନା ଅଞ୍ଚଳରେ ଚାଲିଥିବା ଏହି ହାଇଟେକ ନେଟୱର୍କ ଉପରେ ଚଢ଼ାଉ କରି ପୋଲିସ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ବିପୁଳ ପରିମାଣର ସାମଗ୍ରୀ ଜବତ କରିଛି। ଏ ନେଇ ବ୍ରଜରାଜନଗର ଥାନାରେ କେସ ନମ୍ବର ୧୧୯/୨୬ ରେ ମାମଲା ରୁଜୁ କରାଯାଇଛି।ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ଝାରସୁଗୁଡା ବ୍ରଜରାଜନଗରର ଗୋବିନ୍ଦ ଦାସ ମହାନ୍ତ, ଆକାଶ ଶ୍ରୀ ବାସ୍ତବ(୨୫), ବିଶାଳ କୁମାର ରବି(୨୭),ମନୁ ସିଂ (୨୫), ଶଙ୍କର ପ୍ରସାଦ ରାମ (୩୫), ରାଜୀବ କୁମାର(୧୯),ଝାରସୁଗୁଡା ବମ୍ବେ ଛକର ଭୀମ କୁମାର ରାମ(୩୫),ସୁନ୍ଦରଗଡ଼ ରାଜଗାଙ୍ଗପୁର ରାହୁଲ ସାହୁ ।

ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଝାରସୁଗୁଡ଼ା ପୋଲିସର ଏକ ସ୍ବତନ୍ତ୍ର ଟିମ ବ୍ରଜରାଜନଗର ଅଞ୍ଚଳର ଏକାଧିକ ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା। ଅଭିଯୁକ୍ତମାନେ ବ୍ରଜରାଜନଗରରେ ଭଡ଼ା ଘର ନେଇ ଡିଜିଟାଲ ପ୍ଲାଟଫର୍ମ ଏବଂ ମୋବାଇଲ ଆପ୍ଲିକେଶନ ଜରିଆରେ ଏହି ସିଣ୍ଡିକେଟ ଚଲାଉଥିଲେ। ସେମାନେ ଲାପଟପ, ସ୍ମାର୍ଟଫୋନ ଏବଂ ଅନଲାଇନ ଆପ ବ୍ୟବହାର କରି ସିଧାସଳଖ ଲାଇଭ ମ୍ୟାଚ ଟ୍ରେଣ୍ଡ ଏବଂ ଜନସାଧାରଣଙ୍କ ବେଟିଂ ସେଣ୍ଟିମେଣ୍ଟ ଉପରେ ନଜର ରଖୁଥିଲେ ଏବଂ କମିଶନ ଭିତ୍ତିରେ ଏହି ବେଆଇନ କାରବାର କରୁଥିଲେ।ଚଢ଼ାଉ ସମୟରେ ପୋଲିସ ଘଟଣାସ୍ଥଳରୁ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ସହ
୫ ଲକ୍ଷ ୯ ହଜାର ୧ଶହ ଟଙ୍କା, ୪୧ଟି ସ୍ମାର୍ଟଫୋନ, ୨ଟି ଲ୍ୟାପଟପ, ବହୁ ସଂଖ୍ୟାରେ ସିମ କାର୍ଡ, ଡିଜିଟାଲ ବେଟିଂ ଖାତା,
ଗୋଟିଏ ଇନୋଭା କ୍ରିଷ୍ଟା କାର ଏବଂ ଗୋଟିଏ ମାରୁତି ବାଲେନୋ କାର ଜବତ କରାଯାଇଛି । ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଏହି ର଼୍ୟାକେଟର ଚେର ଓଡ଼ିଶା ବାହାରକୁ ମଧ୍ୟ ଲମ୍ବିଛି। ଏହାର ଆନ୍ତଃରାଜ୍ୟ ଆର୍ଥିକ କାରବାର ଏବଂ ଉପରସ୍ତରର ମାଷ୍ଟରମାଇଣ୍ଡମାନଙ୍କ ସହ ସମ୍ପର୍କ ରହିଛି। ସାଧାରଣ ଲୋକଙ୍କୁ ସହଜରେ ଏବଂ କମ ସମୟରେ ଅଧିକ ଟଙ୍କା ରୋଜଗାର କରିବାର ପ୍ରଲୋଭନ ଦେଖାଇ ଏମାନେ ଜୁଆ ଖେଳରେ ବୁଡ଼ାଇ ରଖୁଥିଲେ, ଯାହାଦ୍ୱାରା ଅନେକ ପରିବାର ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିଲେ। ଝାରସୁଗୁଡ଼ା ପୋଲିସ ତୁରନ୍ତ ଏହାର ଆର୍ଥିକ କାରବାରର ଅନୁସନ୍ଧାନ କରି ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ରେ ଥିବା ୩.୭ ଲକ୍ଷ ଟଙ୍କାକୁ ଫ୍ରିଜ କରିଦିଆଯାଇଛି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼

ଭୋପାଳ,୧୨।୧୦: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲାରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମଇଁଷି ଆଠଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ଏହି ଖବର…

ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର

ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ…

ଦକ୍ଷିଣ ଓଡ଼ିଶା ଜୋନ-ଏ କ୍ରିକେଟ ଟୁର୍ନାମେଣ୍ଟ: ପୋଡ଼ାମାରିକୁ ହରାଇ ପାଟପୁର ଚାମ୍ପିୟନ

ଦିଗପହଣ୍ଡି,୧୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁରସ୍ଥିତ ବିଶ୍ୱାସରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଚାଲିଥିବା ଦକ୍ଷିଣ ଓଡ଼ିଶା ଜୋନ-ଏ ଆନ୍ତଃ…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

୩୬ ଦିନ ଜେଲରୁ ରହିବା ପରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କଲେ ଏହି ଖେଳାଳି, ପ୍ରଥମ ମ୍ୟାଚରେ ଶତକ ମାରି କାନ୍ଦି ପକାଇଲେ…

ନୂଆଦିଲ୍ଲୀ,୧୨।୧୦: ରଣଜୀ ଟ୍ରଫିର ନୂଆ ସିଜନ ଅକ୍ଟୋବର ୧୧ରୁ ଆରମ୍ଭ ହୋଇଛି। ବଙ୍ଗଳା ଓ ଦିଲ୍ଲୀ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ବଙ୍ଗଳା ଦଳ ଦିଲ୍ଲୀ ଉପରେ ଚାପ…

୧୩ରୁ ୨୨ ଯାଏ ୧୦ ଟ୍ରେନ୍‌ ବାତିଲ, କେଉଁ କେଉଁ ଟ୍ରେନ୍‌ ହେଲା ବାତିଲ୍‌ ଜାଣନ୍ତୁ…

ଜୟପୁର,୧୨ା୧୦(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ମାଳିଗୁଡ଼ା ଓ ଛତ୍ରୀପୁଟ ରେଳ ଷ୍ଟେଶନ ମଧ୍ୟରେ ଭୂସ୍ଖଳନ ଯୋଗୁ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ ପାଇଁ ପୂର୍ବତଟ ରେଲଓ୍ବେ ରାୟଗଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?