Posted inଜାତୀୟ

ମାଲ୍ୟା, ନୀରବ, ଚୋକ୍‌ସିଙ୍କଠାରୁ ୧୮,୦୦୦ କୋଟି ବ୍ୟାଙ୍କକୁ ଫେରିଛି

ନୂଆଦିଲ୍ଲୀ,୨୪।୨: ବ୍ୟବସାୟୀ ବିଜୟ ମାଲ୍ୟା, ନୀରବ ମୋଦି ଏବଂ ମେହୁଲ ଚୋକ୍‌ସିଙ୍କଠାରୁ ବ୍ୟାଙ୍କକୁ ୧୮,୦୦୦ କୋଟି ଟଙ୍କା ଫେରିଥିବା କେନ୍ଦ୍ର ସରକାର ବୁଧବାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। ପଳାତକ ଅର୍ଥନୈତିକ ଅପରାଧ ଆଇନରେ ଏହି ୩ ବ୍ୟବସାୟୀଙ୍କୁ ପଳାତକ ଅପରାଧୀ ଘୋଷଣା କରାଯାଇଥିଲା। ମନି ଲଣ୍ଡରିଂ ପ୍ରତିକାର ଆଇନ (ପିଏମ୍‌ଏଲ୍‌ଏ)ରେ ଇଡିକୁ ମିଳିଥିବା କ୍ଷମତାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକାଧିକ ପିଟିଶନ ଦାଏର ହୋଇଥିଲା। ଜଷ୍ଟିସ୍‌ ଏ.ଏମ୍‌.ଖାନ୍‌ଓ୍ବିଲକରଙ୍କ ଅଧ୍ୟକ୍ଷତାରେ ଦିନେଶ ମାହେଶ୍ୱରୀ ଏବଂ ସି.ଟି. ରବିକୁମାରଙ୍କ ଖଣ୍ଡପୀଠ ସେଗୁଡ଼ିକର ଅନୁଧ୍ୟାନ କରିଥିଲେ। ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ, ମନିଲଣ୍ଡରିଂ ମାମଲାରେ ଉପରୋକ୍ତ ୩ ଅପରାଧୀଙ୍କଠାରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୧୮,୦୦୦ କୋଟି ଟଙ୍କା ଆଦାୟ କରିଛି।
ମେହଟ୍ଟା କହିଥିଲେ, ବର୍ତ୍ତମାନ ସୁଦ୍ଧା ଇଡି ୪,୭୦୦ ମାମଲାର ତଦନ୍ତ କରୁଛି ଓ ମନିଲଣ୍ଡରିଂରେ ସମ୍ପୃକ୍ତ ୩୧୩ ଜଣଙ୍କୁ ଗିରଫ କରିଛି। ଗତ ୫ ବର୍ଷ ମଧ୍ୟରେ ଇଡି ୨,୦୮୬ ମାମଲା ତଦନ୍ତ ପାଇଁ ଗ୍ରହଣ କରିଛି। ୩୩ ଲକ୍ଷ ସମ୍ଭାବ୍ୟ ଅପରାଧ ପଞ୍ଜୀକୃତ ହୋଇଛି। ଅପରାଧ ଓ ମନି ଲଣ୍ଡରିଂର ମୁଖ୍ୟ ଉତ୍ସ ଦୁର୍ନୀତି। ଭାରତ ବିଶ୍ୱ ମନିଲଣ୍ଡରିଂ ନିରୋଧୀ ନେଟଓ୍ବର୍କର ଅଂଶବିଶେଷ ବୋଲି ସଲିସିଟର ଜେନେରାଲ କହିଥିଲେ। ପ୍ରଥମ ବ୍ୟବସାୟୀ ଭାବେ ବିଜୟ ମାଲ୍ୟାଙ୍କୁ ପଳାତକ ଅପରାଧୀ ଘୋଷଣା କରାଯାଇଥିଲା। କିଙ୍ଗ୍‌ଫିସର ଏୟାରଲାଇନ୍‌ ଅକାମୀ ହୋଇଯିବା ପରେ ୯,୦୦୦ କୋଟି ଟଙ୍କା ବ୍ୟାଙ୍କ ଋଣ ନେଇଥିବା ମାଲ୍ୟା ଏହାକୁ ପରିଶୋଧ ନ କରି ଦେଶ ଛାଡ଼ି ପଳାଇଥିଲେ। ଏବେ ସେ ଲଣ୍ଡନରେ ରହୁଛନ୍ତି। ସେହିପରି ପଳାତକ ହୀରା ବ୍ୟବସାୟୀ ନିରବ ମୋଦି ୨୦୧୯ ମାର୍ଚ୍ଚରେ ଗିରଫ ହୋଇ ଲଣ୍ଡନର ଓ୍ବାଣ୍ଡସ୍‌ଓ୍ବର୍ଥ ଜେଲ୍‌ରେ ରହିଛନ୍ତି। ସେ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ ୧୩,୫୦୦ କୋଟି ଟଙ୍କା ଋଣ ନେଇ ଠକିଛନ୍ତି। ତାଙ୍କର ପ୍ରତ୍ୟର୍ପଣ ଲାଗି ଭାରତ ପକ୍ଷରୁ ଆବେଦନ କରାଯାଇଛି। ନିରବଙ୍କ ମାମୁ ମେହୁଲ ଚୋକ୍‌ସି ମଧ୍ୟ ଋଣ ଠକେଇ କରି ୨୦୧୮ରେ ଦେଶଛାଡ଼ି ପଳାଇଥିଲେ। ସେବେଠାରୁ ସେ ଆଣ୍ଟିଗୁଆ ଓ ବାର୍ବାଡୋସ୍‌ରେ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର ଗଣବଳାତ୍କାର ପରେ ମହିଳା କମିଶନ ସଦସ୍ୟଙ୍କ ଅଜବ ଯୁକ୍ତି, ଝିଅମାନେ ରାତି ୮ଟା ପରେ…

ଭୂବନେଶ୍ୱର,୧୬।୧୨: ଧଉଳୀ ସ୍ଥିତ ଦୟାନଦୀ ପଠାରେ ଜଣେ ନାବାଳିକା ଗଣବଳାତ୍କାରର ଶିକାର ହେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି। ଏହି ଘଟଣାର...

ଦିଲ୍ଲୀ ସରକାରଙ୍କ ପ୍ରାଣମୁର୍ଚ୍ଛା ଉଦ୍ୟମ, ପ୍ରଦୂଷଣ ରୋକିବାକୁ ‘ତନ୍ଦୁର’ ଉପରେ ଲାଗିଲା ବ୍ୟାନ

ନୂଆଦିଲ୍ଲୀ,୧୬।୧୨: ଦିଲ୍ଲୀରେ ବାୟୁ ପ୍ରଦୂଷଣ ସଙ୍କଟଜନକ ସ୍ତରରେ ପହଞ୍ଚିବା ପରେ ରାଜ୍ୟ ସରକାର ଅଧିକ କଡ଼ା କଟକଣା ଲାଗୁ କରିଛନ୍ତି। ରୁଟି ଏବଂ ଅନ୍ୟାନ୍ୟ ଖାଦ୍ୟ...

ଧୋନୀଙ୍କ ଟିମକୁ ଯିବା କଥା ଶୁଣି ବହିଲା ଲୁହର ଧାର, ୧୪.୨ କୋଟି ଟଙ୍କାରେ ନିଲାମ ଖବର…

ନୂଆଦିଲ୍ଲୀ,୧୬।୧୨: ଆଇପିଏଲ୍ ୨୦୨୬ ନିଲାମିରେ ମହେନ୍ଦ୍ର ସିଂ ଧୋନିଙ୍କର ଜଣେ ବଡ଼ ଫ୍ୟାନ୍ ତଥା ୱିକେଟକିପର-ବ୍ୟାଟର୍ କାର୍ତ୍ତିକ ଶର୍ମାଙ୍କ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK)...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

IPL ନିଲାମ: ଫିଟିଲା ଭାଗ୍ୟ, ତୃତୀୟ ରାଉଣ୍ଡରେ ପୃଥ୍ୱୀ ଶ’ଙ୍କୁ କିଣିଲା ଏହି ଟିମ୍

ଆବୁଧାବି,୧୬।୧୨: କ୍ୟାରିଅରରେ ବଡ଼ ଧରଣର ଅବନତି ଦେଇ ଗତି କରୁଥିବା ୨୬ ବର୍ଷୀୟ ମହାରାଷ୍ଟ୍ରର ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ଙ୍କୁ ଆଇପିଏଲ୍ ୨୦୨୬ ମିନି-ନିଲାମରେ ପୁଣି...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

୧ ଲକ୍ଷ ଟଙ୍କାର ଋଣ ୭୪ ଲକ୍ଷରେ ପହଞ୍ଚିଲା: ପରିଶୋଧ କରିବାକୁ କିଡନୀ ବିକ୍ରି କଲେ ଚାଷୀ

ଭୁବନେଶ୍ୱର,୧୬।୧୨: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାର ଜଣେ ଚାଷୀଙ୍କୁ ବେଆଇନ ମହାଜନମାନଙ୍କଠାରୁ ନେଇଥିବା ୧ ଲକ୍ଷ ଟଙ୍କାର ଋଣ ଶେଷରେ ଦିନକୁ ୧୦,୦୦୦ ଟଙ୍କା ସୁଧ ସହିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri