ଆଜି ପୁରୀ ଆସିବେ ରାଷ୍ଟ୍ରପତି

ପୁରୀ ଅଫିସ, ୧୯।୨: ଦୁଇଦିନିଆ ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଶନିବାର ରାଷ୍ଟ୍ରପତି ଦିଲ୍ଲୀରୁ ସ୍ବତନ୍ତ୍ର ବିମାନରେ ଆସି ଅପରହ୍ନ ୨ଟା ୪୫ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚତ୍ବେ। ଏହି ଅବସରରେ ବିମାନବନ୍ଦରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସ୍ବାଗତ କରିବେ। ଏହାପରେ ରାଷ୍ଟ୍ରପତି ସିଧାସଳଖ ପୁରୀ ଗସ୍ତରେ ଆସି ଅପରାହ୍ନ ୫ଟାରୁ ୫.୪୫ ମିନିଟ୍‌ରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବେ। ୨୦ ତାରିଖରେ ଗୌଡ଼ୀୟ ମଠ ଏବଂ ମିଶନର ସଂସ୍ଥାପକ ଭକ୍ତି ସିଦ୍ଧାନ୍ତ ସରସ୍ବତୀ ଗୌସ୍ବାମୀ ପ୍ରଭୁପାଦଙ୍କ ୧୫୦ତମ ବର୍ଷ ପୂର୍ତ୍ତି ଆବିର୍ଭାବ ଦିବସ ଉପଲକ୍ଷେ ତ୍ରିବର୍ଷ ବ୍ୟାପୀ ଉଦ୍‌ଘାଟନୀ ଉତ୍ସବରେ ଶରଧାବାଲିରେ ଯୋଗଦେବେ। ରାଷ୍ଟ୍ରପତିଙ୍କ ପୁରୀ ଗସ୍ତର କାର୍ଯ୍ୟକ୍ରମକୁ ନେଇ ଶୁକ୍ରବାର ସୁରକ୍ଷା ବ୍ୟବସ୍ଥାର ଚୂଡାନ୍ତ ସମୀକ୍ଷା କରାଯାଇଛି। କେନ୍ଦ୍ରାଞ୍ଚଳ ଆଇଜିଙ୍କ ସହ ଅତିରିକ୍ତ ଡିଜି ଓ ପୁରୀ ଏସ୍‌ପି ଏବଂ ବରିଷ୍ଠ ପୋଲିସ ଅଧିକାରୀମାନେ ହେଲିପ୍ୟାଡ୍‌ଠାରୁ ଆରମ୍ଭ କରି ରାଷ୍ଟ୍ରପତିଙ୍କ ରୁଟ୍‌ ଚାର୍ଟର ପ୍ରତ୍ୟେକଟି ଦିଗକୁ ନେଇ ଶୁକ୍ରବାର ମକଡ୍ରିଲ କରାଯାଇଛି। ଅପରପକ୍ଷେ ରାଷ୍ଟ୍ରପତିଙ୍କ କାର୍ଯ୍ୟସୂଚୀରେ ରାତ୍ରିଯାପନ ନେଇ ପୁନର୍ବାର ପରିବର୍ତ୍ତନ ହୋଇଛି। ହୋଟେଲ ପରିବର୍ତ୍ତେ ରାଷ୍ଟ୍ରପତି ପୁରୀ ରାଜଭବନରେ ରାତ୍ରିଯାପନ କରିବେ ବୋଲି ଜିଲାପାଳ ସୂଚନା ଦେଇଛନ୍ତି। ଏହାକୁ ମିଶାଇ ପ୍ରାୟ ୪ ଥର ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟସୂଚୀରେ ପରିବର୍ତ୍ତନ ହୋଇଛି।
ରାଷ୍ଟ୍ରପତି ରାମନାଥ କୋବିନ୍ଦ ତୃତୀୟଥର ପାଇଁ ଶ୍ରୀକ୍ଷେତ୍ର ଗସ୍ତରେ ଆସୁଛନ୍ତି। ଏ ନେଇ ରାଜ୍ୟ ସରକାରଙ୍କଠାରୁ ଜିଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସମସ୍ତ ପ୍ରକାର ବ୍ୟବସ୍ଥା ସରିଥିବାବେଳେ ଶୁକ୍ରବାର ଅପରାହ୍ନରେ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳଙ୍କ ସହ ଅତିରିକ୍ତ ଡିଜି ରାଧାକୃଷ୍ଣ ଶର୍ମା, ପୁରୀ ଏସ୍‌ପି କେ.ବିଶାଲ୍‌ ସିଂ, ଅତିରିକ୍ତ ଏସ୍‌ପି ମିହିର କୁମାର ପଣ୍ଡାଙ୍କ ସମେତ ପୋଲିସ ଅଧିକାରୀମାନେ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ ୪୦ ପ୍ଲାଟୁନ ପୋଲିସ ଫୋର୍ସ ଏବଂ ୨୦୦ରୁ ଅଧିକ ଅଫିସର ମୁତୟନ ରହିବେ। ସେହିପରି ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ଅନୁଯାୟୀ ଶନିବାର ଅପରାହ୍ନ ୩.୨୫ରେ ହେଲିପ୍ୟାଡରେ ରାଷ୍ଟ୍ରପତିଙ୍କ ସ୍ବତନ୍ତ୍ର ବିମାନ ଅବତରଣ କରିବା ପରେ ବ୍ଲୁ ବୁକ୍‌ ସିକ୍ୟୁରିଟି ଅନୁଯାୟୀ ରାଜଭବନ ଯିବେ। ସେଠାରେ କିଛି ସମୟ ରହି ଶ୍ରୀମନ୍ଦିର ବାହାରିବେ। ୫ଟାରୁ ୫.୪୫ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କ ଦର୍ଶନ ସାରି ପୁନର୍ବାର ରାଜଭବନ ଯିବେ। ସେହିପରି ୨୦ତାରିଖରେ ଗୌଡ଼ୀୟ ମିଶନ ପକ୍ଷରୁ ଆୟୋଜନ କରାଯାଇଥିବା ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ୨୦ତାରିଖ ପୂର୍ବାହ୍ନ ୧୦.୩୫ରେ ରାଷ୍ଟ୍ରପତି ପୁରୀ ବଡ଼ଦାଣ୍ଡରେ ଥିବା ଶ୍ରୀଚୈତନ୍ୟ ଗୌଡ଼ୀୟ ମଠ ଯାଇ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ। ସେଠାରୁ ୧୦.୫୦ରୁ ବାହାରି ବ୍ଲୁ ବୁକ୍‌ ସିକ୍ୟୁରିଟି ଅନୁଯାୟୀ ଶରଧାବାଲି ଯିବେ। ପୂର୍ବାହ୍ନ ୧୧ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଶରଧାବାଲିରେ ଶ୍ରୀଚୈତନ୍ୟ ଗୌଡ଼ୀୟ ମଠର ପ୍ରତିଷ୍ଠାତା ଶ୍ରୀମଦ୍‌ ଭକ୍ତି ସିଦ୍ଧାନ୍ତ ସରସ୍ବତୀ ଗୋସ୍ବାମୀ ପ୍ରଭୁପାଦଙ୍କ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେବେ। ସେଠାରୁ କାର୍ଯ୍ୟକ୍ରମ ସାରି ରାଷ୍ଟ୍ରପତି ମଧ୍ୟାହ୍ନ ୧୨ଟାରୁ ବାହାରି ପୁନର୍ବାର ୧୨.୧୫ରେ ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ। ତେଣୁ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ହେଲିପ୍ୟାଡଠାରୁ ଶ୍ରୀମନ୍ଦିର ଏବଂ ଗୌଡ଼ୀୟ ମଠରୁ ଶରଧାବାଲି କାର୍ଯ୍ୟକ୍ରମସ୍ଥଳ ପର୍ଯ୍ୟନ୍ତ କିଭଳି ସୁରକ୍ଷା ବ୍ୟବସ୍ଥା ରହିବ ସେନେଇ ପୋଲିସ ପକ୍ଷରୁ ମକଡ୍ରିଲ କରାଯାଇଥିଲା। ତେବେ ବ୍ଲୁ ବୁକ ସିକ୍ୟୁରିଟି ଅନୁଯାୟୀ ରାଷ୍ଟ୍ରପତିଙ୍କ ଗସ୍ତ କାରକେଡ୍‌ ରିହର୍ସଲ୍‌ କରାଯାଇଥିଲା। ସେହିପରି କାର୍ଯ୍ୟକ୍ରମ ସ୍ଥଳକୁ ବୋମା ଅନୁସନ୍ଧାନ ଯନ୍ତ୍ର ସାହାଯ୍ୟରେ କରି ଯାଞ୍ଚ ହୋଇଥିଲା। ଅନ୍ୟପଟେ ଗୌଡ଼ୀୟ ମଠର ପ୍ରତିଷ୍ଠାତା ଭକ୍ତି ସିଦ୍ଧାନ୍ତ ସରସ୍ବତୀ ଗୋସ୍ବାମୀ ପ୍ରଭୁପାଦଙ୍କ ଜୟନ୍ତୀ ମହୋତ୍ସବର ସମାରୋହ ପାଇଁ ମଠ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରଙ୍ଗବେରଙ୍ଗ ଫୁଲ ସହ ବଡ଼ବଡ଼ ହୋର୍ଡିଂରେ ମଠ ସୁସଜ୍ଜିତ ହୋଇଥିବା ବେଳେ ପୁରୀ ସହରକୁ ମଧ୍ୟ କଡ଼ା ସୁରକ୍ଷାବଳୟ ମଧ୍ୟରେ ରଖାଯାଇଛି। ବ୍ଲୁ ବୁକ୍‌ ସିକ୍ୟୁରିଟି ଅନୁସାରେ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା ରହିଥିବାରୁ କାର୍ଯ୍ୟକ୍ରମକୁ ନେଇ ଜିଲାପାଳ ମଠର କାଯର୍‌ୟକର୍ତ୍ତାଙ୍କ ସହ ଆଲୋଚନା କରିଥିବା ମଠ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri