Posted inଜାତୀୟ

୪ ବର୍ଷରେ ଇଲେକ୍ଟ୍ରୋଲ ବଣ୍ଡ୍‌ରୁ ମିଳିଛି ୯ ହଜାର କୋଟିରୁ ଅଧିକ, ଚାନ୍ଦା କିଏ ଦେଇଛି-କେଉଁଠୁ ଆସିଛି କୌଣସି ତଥ୍ୟ ନାହିଁ…

ନୂଆଦିଲ୍ଲୀ, ୧୬।୨ : ଜାନୁଆରୀ ୨୦୨୨ ର ପ୍ରଥମ ୧୦ଦିନରେ, ରାଜନୈତିକ ଦଳମାନଙ୍କୁ ଚାନ୍ଦା ଦେବା ପାଇଁ ଏସବିଆଇରୁ ପ୍ରାୟ ୧,୨୧୩ କୋଟି ଟଙ୍କାର ଇଲେକ୍ଟ୍ରୋଲ ବଣ୍ଡ୍‌ ବିକ୍ରି ହୋଇଛି। ଏହି ପରି ଭାବରେ, ରାଜନୈତିକ ଦଳଗୁଡିକ ୨୦୧୮ଠାରୁ ଗତ ୪ ବର୍ଷ ମଧ୍ୟରେ ଇଲେକ୍ଟ୍ରୋଲ ବଣ୍ଡ୍‌ରୁ ୯ ହଜାର କୋଟିରୁ ଅଧିକ ଚାନ୍ଦା ଗ୍ରହଣ କରିଛନ୍ତି। ଏହାର ମୂଲ୍ୟ ୯,୨୦୭ କୋଟି ଟଙ୍କା ରହିଛି। ତେବେ ଏହି ଟଙ୍କା କେଉଁଠୁ ଆସିଲା ଏବଂ କିଏ ଦେଲା, ତାହା ଅଜଣା। ଏହାର କୌଣସି ତଥ୍ୟ ନାହିଁ।

ଗୋଟିଏ ପଟେ ଜନସାଧାରଣଙ୍କୁ ସେମାନଙ୍କର ଆୟ ଏବଂ ଖର୍ଚ୍ଚର ହିସାବ ଦେବାକୁ ପଡିବ ବୋଲି ସରକାର କହୁଛନ୍ତି। ଅପରପକ୍ଷରେ, ଉତ୍ତରଦାୟିତ୍ୱରୁ ନିଜକୁ ବଞ୍ଚାଇବା ପାଇଁ ରାଜନୈତିକ ଦଳଗୁଡ଼ିକ ଏକାଥରକେ ବହୁ ନିୟମରେ ପରିବର୍ତ୍ତନ କରିଛନ୍ତି।

ବିଶେଷଜ୍ଞମାନେ ମତ ପୋଷଣ କରିଛନ୍ତି ଯେ ରାଜନୈତିକ ଚାନ୍ଦା ବର୍ତ୍ତମାନ କଳା ଟଙ୍କା ରୋଜଗାରର ଏକ ମାଧ୍ୟମ ପାଲଟିଛି। ନଗଦ ଏବଂ ବଣ୍ଡ୍‌ ମାଧ୍ୟମରେ କଳା ଟଙ୍କାକୁ ଧଳା ରଙ୍ଗରେ ପରିଣତ କରିବାର ଖେଳ ରାଜନୈତିକ ଦଳଙ୍କ ଦ୍ୱାରା ଜାରି ରହିଥିବା ଅଭିଯୋଗ ହେଉଛି। ଭାରତରେ ରାଜନୈତିକ ଦଳଗୁଡ଼ିକର ପାଣ୍ଠି ସଂଗ୍ରହ କରିବାର ୪ ଟି ଉପାୟ ଅଛି। ସେଗୁଡ଼ିକ ହେଉଛି ସିଧାସଳଖ ଲୋକଙ୍କ ମାଧ୍ୟମରେ, କର୍ପୋରେଟ ହାଉସ କିମ୍ବା କମ୍ପାନୀ ମାଧ୍ୟମରେ, ବିଦେଶୀ କମ୍ପାନୀ ମାଧ୍ୟମରେ ଏବଂ ଜନସାଧାରଣ କିମ୍ବା ସରକାରୀ ପାଣ୍ଠି ମାଧ୍ୟମରେ।

ସାଧାରଣ ଲୋକମାନେ ୩ଟି ଉପାୟରେ ଯେକୌଣସି ପାର୍ଟିକୁ ଦାନ କରନ୍ତି। ସେସବୁ ହେଉଛି ନଗଦ,
ପାର୍ଟିର ଆକାଉଣ୍ଟକୁ ଟଙ୍କା ପଠାଇ,ଇଲେକ୍ଟ୍ରୋଲ ବଣ୍ଡ୍‌ ମାଧ୍ୟମରେ।

ସେହିପରି କର୍ପୋରେଟ କିମ୍ବା କମ୍ପାନୀ ୨ ଟି ଉପାୟରେ ପାର୍ଟିକୁ ଚାନ୍ଦା ଦେଇଥାନ୍ତି। ତାହା ହେଉଛି ଇଲେକ୍ଟ୍ରୋଲ ଟ୍ରଷ୍ଟ ଅବା ଇଲେକ୍ଟ୍ରୋଲ ବଣ୍ଡ୍‌ ଦ୍ୱାରା।

ଇଲେକ୍ଟ୍ରୋଲ ବଣ୍ଡ୍‌ ପାଇଁ ଦେଶରେ ୨୯ ଟି ଏସବିଆଇ ଶାଖା ସ୍ଥିର କରାଯାଇଛି। ଏସବିଆଇର ଏହି ଶାଖାଗୁଡ଼ିକ ମଧ୍ୟରୁ ଅଧିକାଂଶ ରାଜ୍ୟର ରାଜଧାନୀରେ ଅଛି।

୨୦୨୦ରେ ଭାଜପା ଖାତାକୁ ସର୍ବାଧିକ ୪୮୪୭.୭୮ କୋଟି ଟଙ୍କା ଯାଇଛି। ସେହିପରି ଏହା ପଛକୁ ଚାନ୍ଦା ତାଲିକାରେ ବିଏସ୍‌ପି ରହିଛି। ବିଏସ୍‌ପି ପାଖକୁ ୬୯୮.୩୩ କୋଟି, କଂଗ୍ରେସକୁ ୫୮୮.୧୬ କୋଟି, ସିପିଆଇଏମ୍‌ ଆକାଉଣ୍ଟ୍‌କୁ ୫୬୯.୫୨ କୋଟି, ଏଆଇଟିସିକୁ ୨୪୭.୭୮ କୋଟି, ସିପିଆଇ ଖାତାକୁ ୨୯.୭୮ କୋଟି ଏବଂ ଏନ୍‌ସିପି ପାଖକୁ ୮.୨ କୋଟି ଟଙ୍କାର ଚାନ୍ଦା ଯାଇଛି।

ତେବେ ଏସବୁ ଚାନ୍ଦା କିଏ ଦେଇଛି କେଉଁଠୁ ଆସିଛି ତାହାର କିଛି ହିସାବ କିତାବ ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ହାଇଦ୍ରାବାଦରେ ‘ଓଡ଼ିଶା ନିବେଶକ ସମ୍ମିଳନୀ’: ପ୍ରଥମ ଦିନରେ ମିଳିଲା ୧୯,୫୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ

ଭୁବନେଶ୍ୱର,୧୮ା୧୨: ହାଇଦ୍ରାବାଦରେ ଆୟୋଜିତ ଦୁଇ ଦିନିଆ ‘ଓଡ଼ିଶା ଇନଭେଷ୍ଟର ମିଟ୍’ର ପ୍ରଥମ ଦିନରେ ରାଜ୍ୟ ପାଇଁ ପୁଞ୍ଜିନିବେଶର ସୁଅ ଛୁଟିଛି। ଏହି ଅବସରରେ ଓଡ଼ିଶା ପ୍ରାୟ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ଓଡ଼ିଶାରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ: ମା’ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ବୋହୂ, ୮ ମାସ ତଳେ…

ଅନୁଗୋଳ,୧୮ା୧୨(ଜ୍ୟୋତିରଞ୍ଜନ ସାହୁ): ମାତ୍ର ୮ ମାସ ତଳେ ଘରକୁ ଆସିଥିବା ବୋହୂ ନେଇଛନ୍ତି ଶାଶୁଙ୍କ ଜୀବନ। ପାରିବାରିକ କଳହରୁ ମା’ ସହ ମିଶି ଶାଶୁ କୁନି...

ଈଶାନ କିସାନଙ୍କ ଧୂଆଁଧାର ଶତକ: ସୟଦ ମୁସ୍ତାକ ଅଲି ଟ୍ରଫି ଜିତିଲା ଝାଡ଼ଖଣ୍ଡ

ପୁନେ,୧୮ା୧୨: ଅଧିନାୟକ ଇଶାନ କିଶନଙ୍କ ଧୂଆଁଧାର ଶତକ ବଳରେ ଝାଡ଼ଖଣ୍ଡ କ୍ରିକେଟ ଦଳ ଏକ ନୂଆ ଇତିହାସ ରଚିଛି। ଗୁରୁବାର ପୁଣେର MCA ଷ୍ଟାଡିୟମଠାରେ ଅନୁଷ୍ଠିତ...

ଭୁବନେଶ୍ୱର ଏମ୍‌ସକୁ ଯିବ ସ୍ୱତନ୍ତ୍ର ‘ଆମ୍ବୁଲାନ୍ସ କରିଡର’: ଆଉ ଟ୍ରାଫିକ୍‌ରେ ଫସିବେନି ରୋଗୀ

ଭୁବନେଶ୍ୱର,୧୮ା୧୨: ଜରୁରୀକାଳୀନ ସ୍ଥିତିରେ ରୋଗୀଙ୍କୁ ସୁରକ୍ଷିତ ଓ ଶୀଘ୍ର ହସ୍ପିଟାଲରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ଏକ ବଡ଼ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିଛନ୍ତି। ଭୁବନେଶ୍ୱର ଖଣ୍ଡଗିରି...

୫୬,୦୦୦ ପାକିସ୍ତାନୀ ଭିକାରିଙ୍କୁ ତଢ଼ିଲା ସାଉଦି ଆରବ

ନୂଆଦିଲ୍ଲୀ,୧୮ା୧୨: ପାକିସ୍ତାନର ପେଶାଦାର ଭିକାରୀମାନେ ଏବେ ବିଶ୍ୱ ସ୍ତରରେ ଦେଶ ପାଇଁ ଏକ ବଡ଼ ଅପମାନର କାରଣ ସାଜିଛନ୍ତି। ନିକଟରେ ସାଉଦି ଆରବ ପ୍ରାୟ ୫୬,୦୦୦...

ଇରାନରେ ବର୍ତ୍ତମାନ ସୁଦ୍ଧା ଏତିକି ଜଣ ଜୀବିତ ଅଛନ୍ତି ପରମାଣୁ ବୈଜ୍ଞାନିକ, ରିପୋର୍ଟରେ ପ୍ରକାଶ ପାଇଲା…

ତେହରାନ,୧୮ା୧୨: ୨୦୨୫ ବର୍ଷ ଇରାନ ପାଇଁ ଏକ ଝଟ୍‌କା ଥିଲା। ଗୋଟିଏ ପଟେ ଏହାର ତିନୋଟି ପ୍ରକ୍ସି ସଂଗଠନ (ହମାସ୍‌, ହେଜ୍‌ବୋଲ୍ଲା ଏବଂ ହୁଟି) ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri