ଅଟୋ ପିଏଲ୍‌ଆଇ ସ୍କିମ୍‌ରେ ୨୦ ମନୋନୀତ

ନୂଆଦିଲ୍ଲୀ,୧୧।୨: ଚଳିତ ବଜେଟରେ କେନ୍ଦ୍ର ସରକାର ଦେଶର ଅର୍ଥ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହିତ ମେକ୍‌ ଇନ୍‌ ଇଣ୍ଡିଆ ଓ ଆତ୍ମନିର୍ଭର ଭାରତ ଯୋଜନାରେ ସ୍ବଦେଶୀ ଉତ୍ପାଦକୁ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି । ଏହାକୁ ସଶକ୍ତ କରିବା ପାଇଁ ଗତି ଶକ୍ତି ଓ ପିଏଲ୍‌ଆଇ ଭଳି ପ୍ରମୁଖ ଯୋଜନାର କାର୍ଯ୍ୟକାରିତାକୁ ଦ୍ରୁତଗତିରେ ପ୍ରସାର କରାଯାଉଛି। ଫଳ ସ୍ବରୂପ ନିକଟରେ ସଂସଦରେ ଘୋଷଣା ହୋଇଥିତ୍ବା ଉତ୍ପାଦନ ଲିଙ୍କ୍‌ ଇନ୍‌ସେଣ୍ଟିଭ୍‌(ପିଏଲ୍‌ଆଇ) ଯୋଜନାର ଚାମ୍ପିୟନ ଓଇଏମ୍‌ ଇନ୍‌ସେଣ୍ଟିଭ ସ୍କିମ୍‌ ଅଧୀନରେ ୨୦ ଆବେଦନକାରୀଙ୍କୁ ଅନୁମୋଦନ ପ୍ରଦାନ କରାଯାଇଛି।
ଅଟୋମୋବାଇଲ ଏବଂ ପ୍ରମୁଖ ଚାରିଚକିଆ ଯାନ ଉତ୍ପାଦନକାରୀ କମ୍ପାନୀ ହୁଣ୍ଡାଇ,ସୁଜୁକି, କିଆ, ମହିନ୍ଦ୍ରା, ଫୋର୍ଡ , ଟାଟା ମୋଟର୍ସ ସାଙ୍ଗକୁ ବଜାଜ୍‌, ହିରୋ, ଟିଭିଏସ୍‌ ଭଳି ଦୁଇଚକିଆ ଯାନ ନିର୍ମାତା ମଧ୍ୟ ସାମିଲ ରହିଛନ୍ତି। ସେହିଭଳି ହପ୍‌ ଇଲେକ୍ଟ୍ରିକ୍‌ ଉତ୍ପାଦନ ପ୍ରାଇଭେଟ ଲିମିଟେଡ୍‌, ଓଲା ଇଲେକ୍ଟ୍ରିକ୍‌ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ୍‌ ଭଳି ନୂଆ କରି ପ୍ରବେଶ କରିଥିବା କମ୍ପାନୀଗୁଡ଼ିକ ମଧ୍ୟ ଏହି ଯୋଜନା ଅଧୀନରେ ମନୋନୀତ ହୋଇଛନ୍ତି। ଏ ସମ୍ପର୍କରେ ଭାରିଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ଯେ ପିଏଲ୍‌ଆଇ ଯୋଜନା ଅଧୀନରେ ଅନୁମୋଦିତ ହୋଇଥିବା ଆବେଦନକାରୀଙ୍କଠାରୁ ମୋଟ ୪୫,୦୧୬ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ସହିତ ଅନ୍ୟାନ୍ୟ ସୁବିଧା ଦେଶବାସୀଙ୍କୁ ମିଳିବ ବୋଲି ଆଶା ରହିଛି। ଏ ନେଇ ମଧ୍ୟ ମନ୍ତ୍ରଣାଳୟର ବିଭାଗୀୟ ସଚିବ ଅରୁଣ ଗୋଏଲ କହିଛନ୍ତି, ଅଟୋ କମ୍ପୋନେଣ୍ଟ ଇଣ୍ଡଷ୍ଟ୍ରି ପାଇଁ କମ୍ପାନୀଗୁଡ଼ିକ ପୃଥକ୍‌ ଭାବେ ଘୋଷଣା କରାଯିବ, ଯେଉଁଠାରେ ପ୍ରାୟ ୯୨ ଜଣ ଆବେଦନକାରୀ ଅଛନ୍ତି। ସେହିଭଳି ୧୮% ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ଯାହା ଅଟୋମୋବାଇଲ୍‌ କ୍ଷେତ୍ର ପାଇଁ ପିଏଲ୍‌ଆଇ ଯୋଜନାର ଆଡଭାନ୍ସ ଅଟୋମୋବାଇଲ ଟେକ୍ନୋଲୋଜି (ଏଏଟି) ଉତ୍ପାଦର ସ୍ବଦେଶୀ ଯୋଗାଣ ଶୃଙ୍ଖଳରେ ଶିଳ୍ପକୁ ନୂତନ ପୁଞ୍ଜି ବିନିଯୋଗ କରିବାକୁ ଉତ୍ସାହିତ କରିବ। ପିଏଲ୍‌ଆଇ ସ୍କିମ୍‌ ଜରିଆରେ ଅଟୋମୋବାଇଲ ଏବଂ ଅଟୋ ଉପାଦାନଗୁଡ଼ିକ ପାଇଁ ୨୫,୯୩୮ କୋଟି ଏବଂ ଏସିସି ପାଇଁ ୧୮,୧୦୦ କୋଟି ଟଙ୍କା ଓ ଏହା ସହ ଫେମ୍‌ ସ୍କିମ୍‌ ପାଇଁ ୧୦,୦୦୦ କୋଟି ଟଙ୍କାର ବ୍ୟୟବରାଦ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ବଜାରରେ ଷ୍ଟାର୍ଟଅପ୍‌ର ଉଲ୍ଲେଖନୀୟ ଅଭିବୃଦ୍ଧି

ଭୁବନେଶ୍ୱର,୨୯।୪ (ଅଭୟ ଦାଶ):କ୍ରମାଗତ ଭାବେ ଘରୋଇ ବଜାରରେ ଷ୍ଟାର୍ଟଅପ ସଂଖ୍ୟାର ଉଲ୍ଲେଖନୀୟ ଅଭିବୃଦ୍ଧି ସହିତ ସଫଳତା ମଧ୍ୟ ହାସଲ କରିଛି। ଏପରିକି ୨୦୧୪ରେ ପ୍ରାୟ ୩୫୦...

SBI ଶେୟାରର କମାଲ, ୪୫ ହଜାର କୋଟି ରୋଜଗାର କଲେ ନିବେଶକ

ମୁମ୍ବାଇ, ୨୭।୪: ଗତ ସପ୍ତାହରେ ସେୟାର ବଜାର ପାଇଁ ବହୁତ ଭଲ ବୋଲି ପ୍ରମାଣିତ ହୋଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଶ୍ରେଷ୍ଠ ୧୦ ଟି କମ୍ପାନୀର...

ପିପିଏଲ୍‌କୁ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’

ଭୁବନେଶ୍ୱର ,୨୮।୪ (ଅଭୟ ଦାଶ): ପାରାଦୀପ ଫସ୍‌ଫେଟ ଲିମିଟେଡ୍‌ (ପିପିଏଲ୍‌)କୁ ନିକଟରେ ସମ୍ମାନଜନକ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’ ପ୍ରଦାନ କରାଯାଇଛି। ବିଶେଷକରି କର୍ପୋରେଟ ଗଭର୍ନାନ୍ସ...

ସଫେଇ ଦେଲା ଏମଡିଏଚ

ନୂଆଦିଲ୍ଲୀ,୨୮।୪: ମସଲାରେ କ୍ୟାନସର ଭଳି ମାରାତ୍ମକ ରୋଗ ସୃଷ୍ଟି କାରୀ କୀଟନାଶକ ଔଷଧ ମିଳିବା ଖବର ଜଣାପଡିବା ପରେ ବିବାଦ ଦେଖାଦେଇଛି। ଚାଲିଥିବା ବିବାଦ ମଧ୍ୟରେ...

ଅଙ୍କୁରା ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର, ନୂଆ ଜୀବନ ପାଇଲେ ବାଲୁଗାଁର ଯାଆଁଳା ଶିଶୁ

ଭୁବନେଶ୍ୱର ,୨୮।୪: ରାଜ୍ୟର ଅଗ୍ରଣୀ ଘରୋଇ ଚିକିତ୍ସାଳୟ ତଥା ମେଡିକାଲ ଚେନ୍‌ ଅଙ୍କୁରାର ଭୁବନେଶ୍ୱର ଶାଖା (ଅଙ୍କୁରା ହସ୍ପିଟାଲ)ରେ ଏକ ବିରଳ ଅସ୍ତ୍ରୋପଚାର ସଫଳତାର ସହ...

୬ ଦେଶକୁ ରପ୍ତାନି ହେବ ପିଆଜ

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା): ପିଆଜ ରପ୍ତାନି ଉପରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରପ୍ତାନି ଉପରେ ନିଷେଧାଦେଶ ସତ୍ତ୍ୱେ ୬ ଦେଶକୁ ୯୯,୧୫୦ ମେଟ୍ରିକ୍‌...

୧୦ ହଜାର ନବାଗତଙ୍କୁ ନିଯୁକ୍ତି ଦେବା ଏହି ଭାରତୀୟ ଆଇଟି କମ୍ପାନୀ

ନୂଆଦିଲ୍ଲୀ,୨୭।୪: ଭାରତର ତୃତୀୟ ବୃହତ୍ତମ ଆଇଟି କମ୍ପାନୀ ଏଚସିଏଲଟେକ୍ ୨୦୨୫ ଆର୍ଥିକ ବର୍ଷରେ ୧୦,୦୦୦ ରୁ ଅଧିକ ନବାଗତଙ୍କୁ ନିଯୁକ୍ତି ଦେବାକୁ ଯାଉଛି। ଯେଉଁ ସମୟରେ...

ଆମେରିକାରେ ସିଇଓ ହେବାକୁ ହେଲେ ଭାରତୀୟ ହେବା ଆବଶ୍ୟକ, ଜାଣନ୍ତୁ ଏପରି କାହିଁକି କହିଲେ ଆମେରିକାର ରାଷ୍ଟ୍ରଦୂତ ?

ନୂଆଦିଲ୍ଲୀ,୨୭।୪: ଗୁଗ୍‌ଲ, ୟୁଟ୍ୟୁବ୍, ମାଇକ୍ରୋସଫ୍ଟ, ଷ୍ଟାରବକ୍ସ, ଆଇବିଏମ୍ ଏବଂ ଆଡୋବ ଭଳି ଦୁନିଆର ଅନେକ ବଡ କମ୍ପାନୀର ସିଇଓ ଭାରତୀୟ ଅଟନ୍ତି। ବହୁ ଆମେରିକୀୟ କମ୍ପାନୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri