ଫାଇଦା ଉଠାଇପାରୁନାହାନ୍ତି ଭାଜପା, କଂଗ୍ରେସ

ନୟାଗଡ଼ ଅଫିସ/ରଣପୁର,୧୨।୨(ସ୍ବ./ପ୍ର.): ନୟାଗଡ଼ ଜିଲା ରଣପୁର ବ୍ଲକ ୨୪ନଂ. ଜୋନ୍‌ରେ ଶାସକ ଦଳରେ ଚାଲିଛି ବଳ କଷାକଷି। ଏହି ଜୋନ୍‌ରେ ବିଜେଡି ପ୍ରାର୍ଥୀ ପ୍ରଚାରରେ ଆଗୁଆ ଥିବାବେଳେ ଦଳୀୟ କନ୍ଦଳ ଚିନ୍ତା ବଢ଼ାଉଛି। ଏହି ଜୋନ୍‌ ଅଧୀନ ପଞ୍ଚାୟତଗୁଡ଼ିକରେ ବିଜେଡି ସମର୍ଥନରେ ଟିକେଟ ପାଇ ନ ଥିବା ଅସନ୍ତୁଷ୍ଟମାନେ ପ୍ରାର୍ଥୀ ହୋଇ ଜିଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ବିଭାଜନ କରୁଛନ୍ତି। ସେହିଭଳି ସରପଞ୍ଚ ଓ ସମିତିସଭ୍ୟ ଟିକେଟ ନ ପାଇ ଅସନ୍ତୁଷ୍ଟ ରହିଥିବା କେତେଜଣ ବ୍ୟକ୍ତି ଜିଲା ପରିଷଦ ପ୍ରାର୍ଥୀଙ୍କୁ ପରାସ୍ତ କରି ରାଗ ପରିଶୋଧ କରିବାକୁ ଗୋଟି ଚଳାଉଛନ୍ତି। ହେଲେ ଭାଜପା ହେଉ କି କଂଗ୍ରେସ ଏହି ଅସନ୍ତୁଷ୍ଟମାନଙ୍କୁ ନିଜ ସପକ୍ଷକୁ ନେବାରେ ସକ୍ଷମ ହୋଇପାରୁନାହାନ୍ତି। ଭାଜପା ଓ ବିଜେଡି ପ୍ରାର୍ଥୀ ବିଜୟୀ ପାଇଁ ଦିନରାତି ଏକ୍‌ କରିଥିଲେ ମଧ୍ୟ କଂଗ୍ରେସ ତା’ର କସରତ ଜାରି ରଖିଛି। ଅନ୍ୟପକ୍ଷେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ବନ୍ଧମୁଣ୍ଡା ପଞ୍ଚାୟତର ରୂପରେଖ ବଦଳୁ ନ ଥିବାରୁ ଅସନ୍ତୋଷ ଓ ଆନ୍ଦୋଳନ ଦାନା ବାନ୍ଧୁଛି, ଯାହାଫଳରେ ସ୍ଥାନୀୟ ଅଞ୍ଚଳର ଆଦିବାସୀ ଶାସକ ଦଳ ଉପରେ ଖପ୍ପା ହୋଇ ରହିଛନ୍ତି। ଏହି ପଞ୍ଚାୟତର ଜରିପଡା, ଡିମରିବାରି, ରାଅଁାଳା, ବଡ଼ଚାକୁଣ୍ଡାଝର, ସାନତୁଲୁବି, ତୁଲୁବି, ବେତୁଲି, ନୂଆଗଁା ଓ ଉକୁଟିକୁମି ପରି ଗଁାକୁ ଦେଶ ସ୍ବାଧୀନତାର ୭୫ ବର୍ଷ ପରେ ବି ରାସ୍ତାଟିଏ ନାହିଁ। ବିଭିନ୍ନ ସମୟରେ ଶାସକ ଦଳର ନେତା ପ୍ରତିଶ୍ରୁତି ଦେଇ ଭୁଲିଯିବା ଭୋଟ ବିଭାଜନର କାରଣ ହୋଇପାରେ। ସେହିପରି ଏଠାକାର ୩ରୁ ୪ଟି ଗଁାକୁ ଛାଡିଦେଲେ ଅବଶିଷ୍ଟ ୨୪ଟି ଗଁାର ଆଦିବାସୀ ଓଡ଼ିଆ କନ୍ଧ ହୋଇଯିବାରୁ ବନବାସୀ ହୋଇ ବି ସରକାରୀ ସୁବିଧା ସୁଯୋଗରୁ ବଞ୍ଚତ୍ତ ହୋଇ ଆସୁଛନ୍ତି। ଆଦିବାସୀ ମାନ୍ୟତା ଦାବିରେ ୨୦୦୦ ମସିହାରୁ ଲଢ଼େଇ କରି ଆସୁଥିଲେ ମଧ୍ୟ ଏଯାବତ୍‌ ସେମାନଙ୍କୁ ଅଣଦେଖା କରାଯାଉଛି। ଜାତିଗତ ପ୍ରମାଣପତ୍ର ପାଉ ନ ଥିବାରୁ ଜଙ୍ଗଲରେ ୧୦୦ରୁ ଊର୍ଦ୍ଧ୍ୱ ବର୍ଷ ହେଲା ରହି ମଧ୍ୟ ସେମାନଙ୍କ ନଁାରେ ଜମି ରେକର୍ଡଭୁକ୍ତ ହୋଇପାରୁନାହିଁ। ପଟିଆ ପଞ୍ଚାୟତ ଦଳିତ ସମ୍ପ୍ରଦାୟର କେତେଗୋଟି ପରିବାର ଖଇରାପାଇକ ହୋଇଯାଇଥିବାରୁ ଆଦିବାସୀଙ୍କ ପରି ଅଭିଶପ୍ତ ଜୀବନଯାପନ କରୁଛନ୍ତି। ଅନ୍ୟପକ୍ଷେ ୨୪ନଂ. ଜୋନ୍‌ର ଅନେକ ଗଁାରେ ସରକାରୀ ଯୋଜନା ଫେଲ ମାରୁଥିଲେ ହେଁ ଏହାର ପ୍ରତିକାର ନାହିଁ।
ବନ୍ଧମୁଣ୍ଡା, ଚମ୍ପାଗଡ଼, ଚାନ୍ଦପୁର, ଜଙ୍କିଆ, ପଟିଆ, ମୟୂରଝାଲିଆ, ରାଇପଡ଼ା, କନ୍ଧନୟାଗଡ଼, କେରେଣ୍ଡାଟାଙ୍ଗୀ ଓ ଝାଡ଼ପଡ଼ା ପଞ୍ଚାୟତକୁ ନେଇ ଗଠିତ ୨୪ ନଂ. ଜିଲା ପରିଷଦ ଜୋନ୍‌। ଏଠାରେ ଭାଜପାରୁ ବୁଦ୍ଧିମତି ପ୍ରଧାନ, କଂଗ୍ରେସରୁ ଆରତି ଜେନା, ବିଜେଡିରୁ ଜ୍ୟୋତ୍ସ୍ନାମୟୀ ଦଳବେହେରା, ଭାରତର କମ୍ୟୁନିଷ୍ଟ ପାର୍ଟି(ମାକର୍‌ସବାଦୀ)ରୁ ଜ୍ୟୋତ୍ସ୍ନାରାଣୀ ନାୟକ ନିର୍ବାଚନ ଲଢ଼ୁଛନ୍ତି। ଭାଜପା ରଣପୁର ବ୍ଲକର ପୂର୍ବତନ ଚେୟାରମ୍ୟାନ ବୁଦ୍ଧିମତିଙ୍କୁ ପ୍ରାର୍ଥୀ କରି ଗଡ଼ ଦଖଲ କରିବାକୁ ଉଦ୍ୟମ କରିଛି। ବିଜେଡି ଓ କଂଗ୍ରେସ ନୂଆ ପ୍ରାର୍ଥୀ ଦେଇଥିଲେ ମଧ୍ୟ ଟକରାଟକରି ଚାଲିଛି। ଏ ନେଇ ବନ୍ଧମୁଣ୍ଡା ଅଞ୍ଚଳର ତିଳୋତ୍ତମା ନାମ୍ନୀ ଜଣେ ମହିଳା କୁହନ୍ତି, ଆମ ପାଇଁ କୌଣସି ସରକାରଙ୍କ ଆନ୍ତରିକତା ନାହିଁ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟିଏ ମିଳୁନାହିଁ। ହାତଗଣତି କିଛି ଲୋକ ଏ ଯୋଜନାରେ ସାମିଲ ହେଉଛନ୍ତି। ଗଁାକୁ ରାସ୍ତା ହୋଇପାରୁନାହିଁ। ପ୍ରାର୍ଥୀମାନେ ଆସି ଭୋଟ ପ୍ରଚାର କରି ଫେରୁଛନ୍ତି। ହେଲେ ଭୋଟରଙ୍କ ଉତ୍ତର ଦେଇ ନ ପାରି ହଟହଟା ହେଉଛନ୍ତି। ରାମଚନ୍ଦ୍ର ସାହୁ ନାମକ ଜଣେ ଭୋଟର କୁହନ୍ତି, ପ୍ରାର୍ଥୀମାନେ ବିଜୟୀ ହେବାକୁ ଭୋଟରଙ୍କ ପାଖକୁ ବାରମ୍ବାର ଧାଉଁଛନ୍ତି। ଭୋଟର ରାଗୁନାହାନ୍ତି। ନିର୍ବାଚନ ପରେ ଭୋଟର ନେତାଙ୍କ ପାଖକୁ ଗଲେ ନେତା କାମ ତ କରୁନାହାନ୍ତି ବରଂ ରାଗିଯାଇ ଏପଟସେପଟ କହୁଛନ୍ତି। ଭୋଟ ପରେ ଭୋଟ ହେଉଛି ହେଲେ ବଦଳି ପାରୁନି ଗରିବ, ଖଟିଖିଆ ଲୋକର ରୋଜଗାର, ଗଁାର ଚିତ୍ର କହି କ୍ଷୋଭ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ଅଧିନାୟକ ପଦରୁ ଗିଲ୍‌ ହେବେ ବିଦା! ତାଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିବ ଅଧିନାୟକତ୍ୱ, ବଡ଼ ଖୁଲାସା

ନୂଆଦିଲ୍ଲୀ,୨୨।୧୨: କ୍ରିକେଟର ଶୁବମନ ଗିଲ୍‌ଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ତାଙ୍କୁ ପ୍ରଥମେ ଟେଷ୍ଟ ଦଳର ଅଧିନାୟକ ଏବଂ ପରେ ଚଳିତ ବର୍ଷ...

ଭୟଙ୍କର ଦୁର୍ଘଟଣା: ଏକାବେଳକେ ୨ ବାଇକ୍‌କୁ ଧକ୍କା ଦେଲା କାର୍‌,ପରେ…

ଗଞ୍ଜାମ,୨୨।୧୨(ଅନାଥ ତରାଇ): ଗଞ୍ଜାମ ବ୍ଲକ ପୋଇରାସୀ ପଞ୍ଚାୟତର କାଇଁଚପୁର ନିକଟରେ ସୋମବାର ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର (ନଂ ଓଡ଼ି୦୭ଏପି୪୪୩୩) ଦୃତ ଗତିରେ ଆସି...

୩ ଲକ୍ଷ ପାର୍‌ କରିବ ସୁନା ଦାମ୍‌! ଆମେରିକୀୟ ଅର୍ଥନୀତିଜ୍ଞଙ୍କ ବଡ଼ ଆକଳନ

ନୂଆଦିଲ୍ଲୀ,୨୨।୧୨: ଆମେରିକୀୟ ଅର୍ଥନୀତିଜ୍ଞ ଏବଂ ପ୍ରସିଦ୍ଧ ବଜାର ରଣନୀତିଜ୍ଞ ଏଡ ୟାରଡେନି ବିଶ୍ୱାସ କରନ୍ତି ଯେ ଏହି ଦଶନ୍ଧିର ଶେଷ ସୁଦ୍ଧା ସୁନାରେ ଏକ ଗୁରୁତ୍ୱପୂର୍ଣ୍ଣ...

ସଫେଇ କରିବାକୁ କହି ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟିନେଲେ ଯୁବକ, ଆଉ ତା’ପରେ…

ବଲାଙ୍ଗୀର, ୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡାଠାରେ ସଫେଇ ନାଁରେ ଦୁଇ ଜଣ ଯୁବକ ଜଣେ ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟି ଫେରାର୍‌ ହୋଇଯାଇଛନ୍ତି।...

ଏକାଠି ଜିଇଁବା ଏକାଠି ମରିବା….ସ୍ବାମୀ ମୃତ୍ୟୁର ୬ ଘଣ୍ଟା ପରେ ଦୁନିଆରୁ ବିଦାୟ ନେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: କୁହାଯାଏ ଯେ ପ୍ରକୃତ ପ୍ରେମ ଜୀବନସାରା ରହିଥାଏ । ସମସ୍ତିପୁର ଜିଲ୍ଲାର ରୋସେରାର ଏହି ହୃଦୟ ବିଦାରକ ଘଟଣା ଏହାର ପ୍ରମାଣ ଦେଉଛି ।...

ହୋଟେଲ ଭମର୍ସ ସିଲ୍‌ କଲା ପୌର ପ୍ରଶାସନ

ବଲାଙ୍ଗୀର,୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୌର ପ୍ରଶାସନ ପକ୍ଷରୁ ସୋମବାର ସ୍ଥାନୀୟ ହୋଟେଲ ଭମର୍ସକୁ ସିଲ୍‌ କରାଯାଇଛି। ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କ...

ଆଉ ୨ ଦିନ ପରେ କ୍ରିସ୍‌ମାସ

ଭୁବନେଶ୍ୱର,୧୯ା୧୨- ଆସନ୍ତା ୨୫ ତାରିଖ ଗୁରୁବାର ବଡ଼ଦିନ ବା କ୍ରିସ୍‌ମସ। ଭୁବନେଶ୍ୱରରେ ଥିବା କ୍ୟାଥୋଲିକ୍‌ ଓ ବାପଟିଷ୍ଟ ଚର୍ଚ୍ଚରେ ଖ୍ରୀଷ୍ଟ ଧର୍ମାବଲମ୍ୱୀମାନେ ଏକାଠି ହୋଇ ପ୍ରଭୁ...

ସମ୍ବିତଙ୍କୁ ସମର୍ଥନ କଲେ ପ୍ରମିଳା ମଲ୍ଲିକ, କହିଲେ ପାଣ୍ଡିଆନ୍‌ ଆମ….

ଭୁବନେଶ୍ୱର,୨୨।୧୨:  ପାଣ୍ଡିଆନଙ୍କୁ ନେଇ ବିଜେଡି ନେତା ସମ୍ବିତ ରାଉତରାୟ ଦେଇଥିବା ବୟାନକୁ ସମର୍ଥନ କଲେ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସମ୍ବିତ ଯାହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri