Posted inଫୁରସତ

ପ୍ରଥମ ରୋଜଗାର ବାପାଙ୍କୁ ଦେଇଥିଲି: ନିର୍ମଳ ଚନ୍ଦ୍ର ଶୂରଦେଓ

ନୟାଗଡ଼ରେ ମୋର ଜନ୍ମ ଆଉ ପାଠପଢା। ସ୍ଥାନୀୟ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍‌ ପାସ୍‌ କରିବା ପରେ ନୟାଗଡ଼ କଲେଜରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ପଢିଲି। ତା’ପରେ ବାଣୀବିହାରରେ ଓଡ଼ିଆରେ ପି.ଜି କଲି। ପି.ଜି ଶେଷ ହେବାର କିଛିଦିନ ପରେ ଅର୍ଥାତ୍‌ ୧୯୮୮ରେ ନୟାଗଡ଼ ଚିନି କଳରେ ଜୁନିୟର୍‌ ଆସିଷ୍ଟାଣ୍ଟ ଭାବେ ମୋତେ ଚାକିରି ମିଳିଲା। ବେତନ ମାସକୁ ୯୦୦ ଟଙ୍କା। ପ୍ରଥମ ମାସ ଯେବେ ଦରମା ପାଇଲି ଖୁସିରେ ବାପାଙ୍କୁ ଆଣି ଦେଲି। ବାପାବୋଉ ବହୁତ ଖୁସି ହେଲେ। କିନ୍ତୁ ସେମାନେ ଟଙ୍କା ରଖିଲେନି। ମୋତେ ଫେରାଇ ଦେଇ କହିଲେ, ଆମର ଟଙ୍କା କ’ଣ ହେବ ତୁ ରଖ ଖର୍ଚ୍ଚ କରିବୁ। ବାପାବୋଉଙ୍କର ମୁଁ ଗୋଟିଏ ବୋଲି ପୁଅ ଥିଲି। ବାପା ବି ପେନ୍‌ସନ୍‌ ପାଉଥିଲେ। ମୋ ଉପରେ ଘରର ଦାୟିତ୍ୱ ସେମିତି କିଛି ନଥିଲା। ତେଣୁ ଦରମା ଟଙ୍କାକୁ ମୁଁ ମୋ ହିସାବରେ ଖର୍ଚ୍ଚ କଲି। ୨୦୦୦ ମସିହା ପର୍ଯ୍ୟନ୍ତ ଏମିତି ଚାଲିଲା। ତା’ପରେ ଉକ୍ତ ଚିନି କଳଟିକୁ ବନ୍ଦ କରିଦେବାକୁ ସରକାର ନିଷ୍ପତି ନେବାରୁ ଚାକିରିରୁ ଭିଆର୍‌ଏସ୍‌ ନେଇଗଲି। ଆଉ ୨୦୦୧ରେ ‘ସମ୍ବାଦ ପରମ୍ପରା’ ନାମରେ ଏକ ସାପ୍ତାହିକ ଖବରକାଗଜ ନୟାଗଡ଼ରୁ ପ୍ରକାଶ କଲି, ଯାହା ଏବେ ବି ଚାଲିଛି। ତା’ସହିତ ପରମ୍ପରା ପ୍ରକାଶନ ନାମରେ ଏକ ପ୍ରକାଶନ ସଂସ୍ଥା ମଧ୍ୟ ମୋର ଅଛି। ଏଥିସହିତ କବିତା, ନାଟକ, ପ୍ରବନ୍ଧ, ସମାଲୋଚନ ମୂଳକ ଲେଖା ଲେଖିବାରେ ବି ଖୁବ୍‌ ରୁଚି ରହିଛି। ୟା’ ଭିତରେ ତିନୋଟି କବିତା ସଂକଳନ ମୋର ପ୍ରକାଶ ପାଇସାରିଲାଣି; ଯଥା: ‘ରାଧିକା’, ‘ଓଢଣା ତଳର ଶୀତ’, ‘ବିବିଧ ବର୍ଣ୍ଣା’। ସେହିପରି ନୟାଗଡ଼ର କେତେଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ସମ୍ପର୍କରେ ଜାଣିବା ପାଇଁ ମୁଁ ‘ନୟାଗଡ଼ର ଗର୍ବ ଓ ଗୌରବ’ ନାମକ ଏକ ପୁସ୍ତକ ସଂକଳନ ମଧ୍ୟ କରିଛି। ‘ସ୍ମରଣିକା ନାଟ୍ୟରଥି ଗୋବିନ୍ଦ ଚନ୍ଦ୍ର ଶୂରଦେଓ’ ନାମରେ ମୋର ଆଉ ଏକ ସଂକଳନ ମଧ୍ୟ ରହିଛି। କେବଳ ଏତିକି ନୁହେଁ ‘ଭକ୍ତର ଭଗବାନ’ ଏବଂ ‘ଶ୍ରୀ ନୀଳମାଧବ’ ନାମରେ ଦୁଇଟି ନାଟକ ପୁସ୍ତକ ବି ମୋର ପ୍ରକାଶ ପାଇସାରିଛି। ଏଥିସହିତ ‘ପରମ୍ପରା’ ନାମକ ସାହିତ୍ୟ ଓ ସଂସ୍କୃତି ପରିଷଦର ମୁଁ ହେଉଛି ପ୍ରତିଷ୍ଠାତା। ତା’ଛଡ଼ା ଗତ ଛଅ ବର୍ଷ ହେବ ‘ନୟାଗଡ଼ ଲାଇଟ୍‌’ ନାମରେ ଏକ ଇଂରାଜୀ ପାକ୍ଷିକ ଏବଂ ଗତ ବର୍ଷେ ହେବ ‘କୁସୁମାଂଜଳି’ ନାମକ ଏକ ମାସିକ ସମ୍ବାଦ ଓ ସାହିତ୍ୟ ପତ୍ରିକା ମଧ୍ୟ ମୁଁ ପ୍ରକାଶିତ କରିଆସୁଛି। ଏସବୁବାଦ୍‌ ନୟାଗଡ଼ ବିକାଶ ପରିଷଦର ମୁଁ ହେଉଛି ଆଜୀବନ ସଦସ୍ୟ। ତା’ସହିତ ନୟାଗଡ଼ ସାର୍ବଜନୀନ ଦୁର୍ଗାପୂଜା ସମିତିର ଆଜକୁ ୧୧ ବର୍ଷ ହେବ ସଭାପତି ଦାୟିତ୍ୱ ମୁଁ ତୁଳାଇଆସୁଛି। ଏହାଛଡ଼ା ଅଧ୍ୟାପକ ହେବାର ଇଚ୍ଛା ଥିବାରୁ ମଝିରେ କିଛିଦିନ ଚୁକ୍ତି ଭିତ୍ତିକ ଅଧ୍ୟାପକ ଭାବେ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟ ଏବଂ ରଘୁନାଥ ସମବାୟ ମହାବିଦ୍ୟାଳୟରେ କାମ କରିଥିଲି। କିନ୍ତୁ ଆଖି ଦୃର୍ଶିଆ ଦରମା ନ ମିଳିବାରୁ ସେ ଚାକିରି ବି ଛାଡିଦେଇ ଲେଖାଲେଖିକୁ ଅଧିକ ଗୁରୁତ୍ୱ ଦେଲି। ତେଣୁ ମୁଁ ଆଜି ଯେଉଁ ସ୍ଥାନରେ ପହଁଞ୍ଚିତ୍ଛି ତା’ପଛରେ ଭଗବାନ ଏବଂ ମୋ ବାପା ଓ ଜେଜେବାପାଙ୍କ ଆର୍ଶୀବାଦକୁ ମୁଁ ଶ୍ରେୟ ଦେବି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

ସ୍ବାସ୍ଥ୍ୟସେବାରେ ପ୍ରାଣୀ ଚିକିତ୍ସକ

ମଣିଷର ଜୀବନଧାରଣରେ ପ୍ରାଣୀ ସମ୍ପଦର ଗୁରୁତ୍ୱକୁ ଉପଲବ୍ଧି କରି ୨୦୦୧ ମସିହାଠାରୁ ସମଗ୍ର ବିଶ୍ୱରେ ପାଳିତ ହୋଇଆସୁଅଛି ”ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ“। ପ୍ରତିବର୍ଷ ଏପ୍ରିଲ...

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri