Posted inଫୁରସତ

ଆଖି ସାମ୍ନାରେ ଚାଲିଗଲା ବନ୍ଧୁଙ୍କ ଜୀବନ, ସଙ୍ଗେ ସଙ୍ଗେ ବନ୍ଧୁପତ୍ନୀଙ୍କୁ କରିନେଲେ ବିବାହ

କୁହାଯାଏ, ଜଣେ ବନ୍ଧୁ ହିଁ ସବୁକିଛି କରିପାରେ। ଯେତେବଡ଼ ଅସୁବିଧାରେ ପଡ଼ିଥିଲେ ମଧ୍ୟ ସଚ୍ଚା ବନ୍ଧୁଟି ଆଗେ ଦୌଡ଼ି ଆସେ ସାହାଯ୍ୟ ସହଯୋଗ କରିବା ପାଇଁ। ଠିକ୍‌ ସେମିତି ଏକ ଘଟଣା ଘଟିଛି ଜଣେ ବ୍ୟକ୍ତିଙ୍କ ଠାରେ। ଦୁଇ ବନ୍ଧୁଙ୍କର ବୁଲାବୁଲିରେ ବେଶ୍‌ ରୁଚି ଥିଲା। ଦୁଇଜଣ ମିଶି ପାହାଡ଼ ଚଢୁଥିଲେ। ଆଲେକ୍ସ ଲୋ ଏବଂ କୋନାର୍ଡ ଏଙ୍କର ନାମକ ଦୁଇ ବନ୍ଧୁ। ସବୁବେଳେ ଦୁହେଁ ଭାବିଥାନ୍ତି କେବେ ବି ଅଲଗା ହେବା ନାହିଁ। ମାତ୍ର ଭଗବାନଙ୍କ ନିୟମ ଆଉ କିଛି ଅଲଗା ଥିଲା।

୧୯୯୯ ମସିହାରେ ଆଲେକ୍ସ ୨୬୦୦୦ ଫୁଟ ଉଚ୍ଚ ପର୍ବତ ଶିଶାପାଙ୍ଗ୍‌ମାରୁ ପଡ଼ି ମୃତ୍ୟୁବରଣ କରିଥିଲେ। ଏହି ସମୟରେ କୋନାର୍ଡ ତାଙ୍କ ସହ ଥିଲେ। ଏହି ଘଟଣାରେ ୩୧ ପର୍ବତାରୋହୀଙ୍କ ମୃତ୍ୟୁ ଘଟିଥିଲା। ଏକୁଟିଆ କୋନାର୍ଡ ବଞ୍ଚି ଯାଇଥିଲେ। ଏ ବିଷୟରେ ସେ ଆଲେକ୍ସଙ୍କ ସ୍ତ୍ରୀଙ୍କୁ ଖବର ଦେଇଥିଲେ।

ଆଲେକ୍ସ ସ୍ତ୍ରୀ ଏବଂ ୩ ସନ୍ତାନଙ୍କୁ ଛାଡ଼ି ଚାଲିଗଲେ। କୋନାର୍ଡଙ୍କ ମନରେ ଥିଲା ସେ ତାଙ୍କ ବନ୍ଧୁଙ୍କ ପରିବାରକୁ ସାହାଯ୍ୟ ସହଯୋଗ କରିବେ। କୋନାର୍ଡ ସାହସ ଜୁଟାଇ ବନ୍ଧୁଙ୍କ ସ୍ତ୍ରୀଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ଏଥିରେ ବି ରାଜି ହୋଇଯାଇଥିଲେ ଆଲେକ୍ସଙ୍କ ସ୍ତ୍ରୀ। କୋନାର୍ଡ ୩ ସନ୍ତାନଙ୍କ ପିତା ହୋଇଗଲେ। ଆଲେକ୍ସଙ୍କ ବୟସ ୪୦ ଏବଂ କୋନାର୍ଡଙ୍କ ବୟସ ୩୬। ଏହି କାହାଣୀ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚା ହେଉଛି। କିଛି ଲୋକ ଏହା ଜାଣି ଭାବପ୍ରବଣ ହୋଇଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri