ପାଣି ପାଇଁ ୧ କି.ମି.

ବାରିପଦା ଅଫିସ,୧୮।୧ ମୟୂରଭଞ୍ଜ ଜିଲା କୁଳିଅଣା ପଞ୍ଚାୟତ ପାଣିଜିଆ ଗ୍ରାମବାସୀ ଜଳକଷ୍ଟ ଭୋଗୁଛନ୍ତି। ୧ କି.ମି ଦୂର ବିଲ ମଧ୍ୟରେ ଥିବା ପରିତ୍ୟକ୍ତ କୂଅରୁ ମହିଳାମାନେ ପିଇବା ପାଣି ସଂଗ୍ରହ କରୁଛନ୍ତି। ପ୍ରତି ଘରକୁ ପାନୀୟ ଜଳ ଯୋଗାଣ ଲାଗି ସରକାର ଘୋଷଣା କରିଥିଲେ ହେଁ ଉକ୍ତ ଗ୍ରାମରେ ତାହା ଅପହଞ୍ଚ ହୋଇପଡ଼ିଛି। ମୌଳିକ ସୁବିଧା ନ ପାଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରୁଛନ୍ତି।
ଗଁାରେ ୪୦ରୁ ଊର୍ଦ୍ଧ୍ୱ ପରିବାରର ୨ଶହରୁ ଅଧିକ ଲୋକ ବସବାସ କରନ୍ତି। ଗ୍ରାମରେ ଥିବା ଗୋଟିଏ ନଳକୂପରୁ ସମସ୍ତେ ପାନୀୟ ଜଳ ସଂଗ୍ରହ କରିବା ସହିତ ଆନୁସଙ୍ଗିକ ବ୍ୟବହାର କରିଥାନ୍ତି। ମାତ୍ର ଦୀର୍ଘ ଦିନ ହେଲା ଉକ୍ତ ନଳକୂଅରୁ ଅପରିଷ୍କାର ପାଣି ବାହାରୁଥିବାରୁ ତାହା ବ୍ୟବହାର ଅନୁପଯୋଗୀ ହୋଇପଡ଼ିଛି। ଗ୍ରାମର ମହିଳାମାନେ ବଣଜଙ୍ଗଲ ପାର ହୋଇ ଖାଲ ଢ଼ିପ ରାସ୍ତାରେ ୧ କି,ମି ଦୂରକୁ ଯାଇ ପରିତ୍ୟକ୍ତ କୂଅରୁ ପାନୀୟ ଜଳ ସଂଗ୍ରହ କରୁଛନ୍ତି। ଗ୍ରାମରେ ଥିବା ନଳକୂଅକୁ ସଜାଡ଼ିବା ପାଇଁ ବାରମ୍ବାର ବିଡିଓଙ୍କ ନିକଟରେ ଅଭିଯୋଗ କରାଯାଇଛି। ମାତ୍ର ବ୍ଲକ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବା ଗ୍ରାମର ସୁକାନ୍ତୀ ନାଏକ, ସୁଭଦ୍ରା ନାୟକ ପ୍ରକାଶ କରିଛନ୍ତି। ସେହିପରି ହାଡିବନ୍ଧୁ ନାୟକ, ବାସନ୍ତୀ ନାଏକ ଓ ଗୋପବନ୍ଧୁ ସିଂ କୁହନ୍ତି ଗ୍ରାମରେ ଏକ ନୂତନ ନଳକୂପ ଖୋଳିବା ପାଇଁ ସରପଞ୍ଚ ଓ ୱାର୍ଡସଭ୍ୟଙ୍କୁ କହିବା ପରେ ମଧ୍ୟ ସେଥି ପ୍ରତି ଗୁରୁତ୍ୱ ଦିଆଯାଇ ନାହିଁ। ବାଧ୍ୟ ହୋଇ ଗଁାଲୋକେ ଚୁଆ ପାଣିକୁ ଭରସା କରି ଜୀବନ ବଞ୍ଚାଉଛନ୍ତି। ଏହି ଗଁାରେ ୨୦ ବର୍ଷ ହେଲା ପାନୀୟ ଜଳ ସଙ୍କଟ ଲାଗି ରହିଥିଲେ ହେଁ ବିଭାଗୀୟ ଅଧିକାରୀ କିମ୍ବା ଲୋକ ପ୍ରତିନିଧିମାନେ ସମସ୍ୟା ପ୍ରତି ଧ୍ୟାନ ଦେଉନାହାନ୍ତି। ଫଳରେ ପିଇବା ଅନୁପଯୋଗୀ ପାଣିକୁ ବ୍ୟବହାର କରି ଶିଶୁ ଓ ବୃଦ୍ଧାବୃଦ୍ଧ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏ ସଂକ୍ରାନ୍ତରେ କୁଳିଅଣା ବିଡିଓ ଦେବାଶିଷ ମହାପାତ୍ରଙ୍କୁ ପଚାରିବାରୁ ଗ୍ରାମବାସୀଙ୍କ ନିମନ୍ତେ ପାନୀୟ ଜଳର ବ୍ୟବସ୍ଥା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଖୁବ୍‌ଶୀଘ୍ର ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଯନ୍ତ୍ରୀ ଶମ୍ଭୁନାଥ ପାଣିଗ୍ରାହୀ କୁହନ୍ତିି, ପୂର୍ବରୁ ନଳକୂଅ ମରାମତି କରାଯାଇଥିଲା। ନିର୍ବାଚନ ପରେ ପୁଣି ମରାମତି କରାଯିବ ବୋଲି କହିଛନ୍ତି। ତେବେ ନିର୍ବାଚନ ସରିବା ପର୍ଯ୍ୟନ୍ତ ଜଳ କଷ୍ଟ ଭୋଗିବାକୁ ପଡ଼ିବ ବୋଲି ଗଁା ଲୋକେ କ୍ଷୋଭର ସହ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri