ମକର ସଂକ୍ରାନ୍ତିରେ ଗଙ୍ଗା ସ୍ନାନ ବନ୍ଦ…

ନୂଆଦିଲ୍ଲୀ, ୧୧।୧ : ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି। ଫଳରେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। କରୋନା ସଙ୍କଟ ମଧ୍ୟରେ ମକର ସଂକ୍ରାନ୍ତି ୧୪ ଜାନୁୟାରୀରେ ପଡୁଛି। ଏହି ଦିନ ଗଙ୍ଗାରେ ବୁଡ଼ ପକାଇବାର ମହତ୍ତ୍ୱ ରହିଛି।

ଦେଶର ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁମାନେ ଗଙ୍ଗାରେ ବୁଡ଼ ପକାଇବାକୁ ଆସିଥାନ୍ତି। ତେବେ କରୋନାର ତୃତୀୟ ଲହର ସଂକ୍ରମଣକୁ ଦୃଷ୍ଟିରେ ରଖି ଗଙ୍ଗା ସ୍ନାନ ବନ୍ଦ ଲାଗି ନିର୍ଦ୍ଦେଶ ଜାରି ହୋଇଛି।

ହରିଦ୍ୱାରରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ବଢୁଥିବା ସଂକ୍ରମଣକ ଦୃଷ୍ଟିରେ ରଖି ଏଭଳି ପରିସ୍ଥିତିରେ ଜିଲା ନିିର୍ବାଚନ ଅଧିକାରୀ ଏବଂ ଜିଲାପାଳ ଏଭଳି ନିଷ୍ପତ୍ତି ନେଇଛନ୍ତି।

ସଂକ୍ରମଣକୁ ଦୃଷ୍ଟିରେ ରଖି ହରିଦ୍ୱାର ଜିଲାପାଳ ବିନୟ ଶଙ୍କର ପାଣ୍ଡେ ଗଙ୍ଗା ସ୍ନାନକୁ ବାରଣ କରିଛନ୍ତି। ଏହା ସହିତ ସ୍ଥାନୀୟ ବାସିନ୍ଦା ଏବଂ ବାହାରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ ନିଷେଧାଦେଶ ଜାରି କରାଯାଇଥିବା ସମ୍ପର୍କରେ ସୂଚନା ଦେଇଛନ୍ତି।

ଯେଉଁମାନେ ଆଦେଶ ପାଳନ କରୁ ନଥିବା ଲୋକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ସେହିପରି ଋଷିକେଶରେ ମଧ୍ୟ ଗଙ୍ଗା ସ୍ନାନ ଉପରେ ପ୍ରତିବନ୍ଧକ ଲଗାଯାଇଛି।

ଯଦି ଗଙ୍ଗା ସ୍ନାନକୁ ଅନୁମତି ଦିଆଯାଏ, ତେବେ ବହୁ ସଂଖ୍ୟାରେ ଶଦ୍ଧାଳୁ ଘାଟରେ ପହଞ୍ଚିବେ। ଯାହା ଦ୍ୱାରା କରୋନା ସଂକ୍ରମଣ ହେବାର ଆଶଙ୍କା ରହିବ ବୋଲି ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଏଭଳି ପରିସ୍ଥିତିରେ ସତର୍କତାମୂଳକ ପଦକ୍ଷେପ ଭାବରେ ଗଙ୍ଗା ସ୍ନାନକୁ ବାରଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚର୍ମ କର୍କଟ ଟିକାର ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ

ନୂଆଦିଲ୍ଲୀ,୨୯ା୪: ଚର୍ମ କର୍କଟ ରୋଗର ପ୍ରତିକାର ପାଇଁ ବିଶ୍ୱର ପ୍ରଥମ ଟିକା ଉପରେ ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ ହୋଇଛି। ବ୍ରିଟେନ୍‌ର ଜଣେ ରୋଗୀ ଏହି ପରୀକ୍ଷାରେ...

ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଅମିତ ଶାହଙ୍କ ହେଲିକପ୍ଟର

ନୂଆଦିଲ୍ଲୀ,୨୯।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ହେଲିକପ୍ଟର ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛି। ବିହାରର ବେଗୁସରାଇକୁ ଉଡ଼ାଣ ଭରୁଥିବାବେଳେ ହେଲିକପ୍ଟରଟି ଭାରସାମ୍ୟ ହରାଇଥିଲା। ତେବେ...

ସେମାନେ ମୋ ଗୃହମନ୍ତ୍ରୀଙ୍କୁ ଜେଲରେ ପୂରାଇଥିଲେ, ଏମିତି କାହିଁକି କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୯।୪: ୨୦୨୪ ଲୋକ ସଭା ନିର୍ବାଚନ ସମୟରେ ଦୁଇଟି ପର୍ଯ୍ୟାୟ ମତଦାନ ହୋଇସାରିଛି। ଏହି ସମୟରେ ଏକ ସ୍ବତନ୍ତ୍ର ବାର୍ତ୍ତାଳାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଭିଏମ,...

ୟୁଜିସି ନେଟ୍‌ ପରୀକ୍ଷା ତାରିଖ ପରିବର୍ତ୍ତନ, ଏବେ ଏହି ଦିନ ହେବ ପରୀକ୍ଷା

ନୂଆଦିଲ୍ଲୀ,୨୯।୪: ଚଳିତ ବର୍ଷ ହେବାକୁ ଥିବା ୟୁଜିସି ନେଟ୍‌ ପରୀକ୍ଷା ତାରିଖ ପରିବର୍ତ୍ତନ କରାଯାଇଛି । ଏହି ପରୀକ୍ଷା ବର୍ତ୍ତମାନ ଜୁନ ୧୮ରେ ହେବ। ଏନେଇ...

ହେଟ ସ୍ପିଚ ମାମଲାରେ ତାମିଲନାଡୁ ଭାଜପା ମୁଖ୍ୟଙ୍କୁ ସପ୍ରିମକୋର୍ଟରୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୪: ସୋମବାର (ଏପ୍ରିଲ ୨୯, ୨୦୨୪) ସୁପ୍ରିମକୋର୍ଟ ହେଟ ସ୍ପିଚ ମାମଲାରେ ତାମିଲନାଡୁ ଭାଜପା ମୁଖ୍ୟ କେ ଅନ୍ନାମଲାଇଙ୍କୁ ଆଶ୍ୱସ୍ତି ପ୍ରଦାନ କରଛନ୍ତି। କୋର୍ଟ କହିଛନ୍ତି...

ମୁଁ କଂଗ୍ରେସର ଉଦ୍ଦେଶ୍ୟ ପୂରଣ ହେବାକୁ ଦେବି ନାହିଁ: କର୍ନାଟକରେ ଗର୍ଜିଲେ ମୋଦି

ବେଙ୍ଗାଲୁରୁ,୨୯।୪: ସଂରକ୍ଷଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। କର୍ନାଟକରେ ଏକ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ...

ପୁଣିଥରେ ଠପ ହେଲା ଏକ୍ସ, ୫ ଦିନରେ ଦୁଇଥର

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୯।୪: ପୂର୍ବରୁ ଟୁଇଟର ଭାବରେ ଜଣାଶୁଣା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ପୁଣିଥରେ ବନ୍ଦ ହେବାର ଖବର ଆସିଛି। ବ୍ୟବହାରକାରୀମାନେ ଲଗାତାର ସୋସିଆଲ ମିଡିଆରେ ଅଭିଯୋଗ...

ଟ୍ରାଫିକ ବ୍ୟବସ୍ଥା ସମ୍ଭାଳିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଭିଡିଓ ଭାଇରାଲ

ଲକ୍ଷ୍ନୌ,୨୯।୪: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉତ୍ତରପ୍ରଦେଶର ଲକ୍ଷ୍ନୌ ଆସନରୁ ଭାଜପା ପ୍ରାର୍ଥୀ ଭାବରେ ପୁନଃ ମନୋନୀତ ହୋଇଛନ୍ତି। ସୋମବାର ସେ ଏଠାରୁ ପ୍ରାର୍ଥିପତ୍ର ଦାଖଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri