ପୋଲିସ ଭ୍ୟାନରୁ ଡେଇଁ ଦୁର୍ଦ୍ଦାନ୍ତ ଚନ୍ଦନ ଫେରାର

ଭୁବନେଶ୍ୱର, ୧୦ା୭(ବ୍ୟୁରୋ): ଡେପୁଟି କମିଶନର ଅଫ ପୋଲିସ (ଡିସିପି)ଙ୍କ କୋର୍ଟରେ ହାଜର ହୋଇ ଝାରପଡ଼ା ଜେଲ୍‌କୁ ଫେରୁଥିବାବେଳେ ପୋଲିସ ଭ୍ୟାନ୍‌ରୁ ଡେଇଁ ଫେରାର ହୋଇଯାଇଛନ୍ତି ଏକାଧିକ ମାମଲାରେ ଅଭିଯୁକ୍ତ ଥିବା ଚନ୍ଦନ ନାୟକ। ମଙ୍ଗଳବାର ଅପରାହ୍ନ ସାଢ଼େ ୨ଟାରେ ଘଟିଛି ଏହି ଘଟଣା। ତାଙ୍କୁ ଧରିବା ପାଇଁ ଦୁଇଟି ଟିମ୍‌ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି।
ଚନ୍ଦନ ଗତ ମାସରେ କ୍ୟାପିଟାଲ ଥାନା ପୋଲିସ ଦ୍ୱାରା ଗିରଫ ହୋଇଥିଲେ। ତାଙ୍କ ନାମରେ ବାଇକ ଚୋରି, ଲୁଟ୍‌, ବୋମା ମାଡ଼ ଓ ବନ୍ଧୁକ କାରବାର ଭଳି ସଙ୍ଗିନ ମାମଲା ରହିଛି। ସେ ଜେଲରୁ ଆସି ବାରମ୍ବାର ଅପରାଧ ଘଟାଉଥିବାରୁ କ୍ୟାପିଟାଲ ଥାନା ପୋଲିସ ତାଙ୍କ ବିରୋଧରେ ୧୧୦ ଲଗାଇ କୋର୍ଟ ଚାଲାଣ କରିଥିଲା। ଅନ୍ୟ କେତେକ ମାମଲାରେ ଚନ୍ଦନଙ୍କୁ ଭୁବନେଶ୍ୱର ଏସ୍‌ଡିଜେଏମଙ୍କ କୋର୍ଟରୁ ଜାମିନ ମିଳିଥିଲେ ମଧ୍ୟ ୧୧୦ରେ ତାଙ୍କୁ ଝାରପଡ଼ା ଜେଲ୍‌କୁ ପଠାଇ ଦିଆଯାଇଥିଲା। ମଙ୍ଗଳବାର ତାଙ୍କର ଡିସିପି କୋର୍ଟରେ ହାଜର ହେବାର ଥିଲା। ସକାଳେ ଝାରପଡା ଜେଲରୁ କଡା ସୁରକ୍ଷାରେ ଚନ୍ଦନ ଓ ଅନ୍ୟ ଅଭିଯୁକ୍ତଙ୍କୁ ପୋଲିସ ଭ୍ୟାନ୍‌ରେ ବାଣୀବିହାରସ୍ଥିତ ଡିସିପିଙ୍କ କୋର୍ଟକୁ ଅଣାଯାଇଥିଲା। ସେଠାରେ ଚନ୍ଦନଙ୍କୁ ହାଜର କରାଯିବା ପରେ ପୁଣି ପୋଲିସ ଭ୍ୟାନ୍‌ରେ ତାଙ୍କୁ ଅପରାହ୍ନରେ ଝାରପଡା ଜେଲକୁ ନିଆଯାଉଥିଲା। ହେଲେ ମହର୍ଷି କଲେଜ ନିକଟରେ ଟ୍ରାଫିକ ଭିଡ଼ଥିବାରୁ ଗାଡ଼ିର ବେଗ ମନ୍ଥର ହୋଇଯାଇଥିଲା। ଏହି ସୁଯୋଗରେ ହାତକଡ଼ି ସହ ଚନ୍ଦନ ଗାଡ଼ିରୁ ଡେଇଁ ଚମ୍ପଟ ମାରିଥିଲେ। ଏ ସମ୍ପର୍କରେ ଦାୟିତ୍ୱରେ ଥିବା ଏସ୍‌କର୍ଟ ଅଫିସର ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ। ଏନେଇ ମଧ୍ୟ ଶହୀଦନଗର ଥାନାରେ ଏକ ଅଭିଯୋଗ ହୋଇଛି। ଦୁର୍ଦ୍ଦାନ୍ତ ଚନ୍ଦନ କିଛି ବଡ଼ ଅପରାଧ ଘଟାଇବା ଆଶଙ୍କା ରହିଥିବାରୁ ତୁରନ୍ତ ତାଙ୍କୁ ଗିରଫ କରିବା ପାଇଁ ଡିସିପି ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ପୋଲିସ କମିଶନର ସତ୍ୟଜିତ୍‌ ମହାନ୍ତି କହିଛନ୍ତି, ପୋଲିସ ଭ୍ୟାନ୍‌ରୁ କିଭଳି ଅଭିଯୁକ୍ତ ଖସି ଫେରାର ହେଲେ ତାହାର ତଦନ୍ତ କରାଯାଉଛି। ଦାୟିତ୍ୱରେ ଅବହେଳା କରିଥିବା ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଅନ୍ୟପକ୍ଷରେ ବିଗତ ୧ ବର୍ଷ ଭିତରେ ୧୦ଜଣ ଅଭିଯୁକ୍ତ ପୋଲିସ ହେପାଜତରୁ ଖସି ଗଲେଣି। ଭୁବନେଶ୍ୱର କୋର୍ଟ, କ୍ୟାପିଟାଲ ହସ୍ପିଟାଲ ଆଦି ବିଭିନ୍ନ ସ୍ଥାନରୁ ଅଭିଯୁ୍‌କ୍ତମାନେ ଖସି ଯାଇଥିବାବେଳେ ପୋଲିସର ବୁଦ୍ଧି ପଶୁନି। ଅଭିଯୁକ୍ତଙ୍କୁ କୋର୍ଟ ନେବା ସମୟରେ ଢିଲା ସୁରକ୍ଷା ଯୋଗୁ ଅଭିଯୁକ୍ତମାନେ ଖସିଯାଉଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ବିନ୍‌ ସିଟିକୁ ରେର୍ଡ ଆର୍ଲଟ୍‌ ଜାରି

ଭୁବନେଶ୍ୱର,୩୦।୪: ରାଜ୍ୟରେ ପ୍ରବଳ ଖରାତାତି ସହ ଗୁଳୁଗୁଳି ଜାରି ରହିଛି। ଏବେ ଆହୁରି ୪ଦିନ ଏପରିସ୍ଥିତି ଲାଗି ରହିବା ସମ୍ଭାବନା ଥିବାବେଳେ ଆସନ୍ତା ଦୁଇଦିନ ଭୀଷଣ...

ଭୁବନେଶ୍ୱର ବିମାନବନ୍ଦରରୁ ଜବତ ହେଲା ପୁଳାପୁଳା ଟଙ୍କା

ଭୁବନେଶ୍ୱର,୩୦।୪: ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ମଙ୍ଗଳବାର ପୁଳାପୁଳା ଟଙ୍କା ଜବତ ହୋଇଛି। ଏହା ୭୫ ଲକ୍ଷରୁ ଅଧିକ ହେବ ବୋଲି ଜଣାପଡିଛି। ଦୁଇ ଜଣ...

‘ସମସ୍ତ ଉଠାଦୋକାନୀ ଥଇଥାନ ହେବେ’

ଭୁବନେଶ୍ୱର, ୩୦।୪ (ବନ୍ଦନା ସେଠୀ):ଭୁବନେଶ୍ୱରରେ ଥିବା ୧୦୦ ଉଠାଦୋକାନୀ ସଂଘର ସଭାପତି ଓ ସମ୍ପାଦକଙ୍କୁ ନେଇ ସୋମବାର ବିଜୁ ଶ୍ରମିକ ସାମ୍ମୁଖ୍ୟ ସଭାଗୃହରେ ଏକ ଜରୁରିକାଳୀନ...

ଓଡ଼ିଶାରୁ ମାୟାନଗରୀ ଲମ୍ବିଛି ରାହୁଲଙ୍କ ନିଶା କାରବାର

ଭୁବନେଶ୍ୱର,୩୦।୪(ସୂର୍ଯ୍ୟକାନ୍ତ ବେହେରା):ଭୁବନେଶ୍ୱରସ୍ଥିତ ଝାରପଡା ଜେଲ ପରିସରରୁ ଧରାପଡିଥିବା ଗଞ୍ଜେଇ ର଼୍ୟାକେଟର ମୁଖ୍ୟ ବାରିପଦାର ରାହୁଲ ସେଠୀଙ୍କ ତିନିଦିନିଆ ରିମାଣ୍ଡ ଶେଷ ହୋଇଛି। ସୋମବାର ତାଙ୍କୁ ପୁଣି...

ନୂଆ-ଅଭିଜ୍ଞଙ୍କ ମଧ୍ୟରେ କଡ଼ା ମୁକାବିଲା

ଯାଜପୁର,୩୦ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଏଯାଏ କେହି ମହିଳା ବିଧାୟିକା ହୋଇନାହାନ୍ତି। ଏପରି କି ଏହି ଆସନରେ କେବେ କେହି ମହିଳା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା...

ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି, ତାହା କାମରେ କରି ଦେଖାନ୍ତି: ପାଣ୍ଡିଆନ୍‌

ମାଲକାନଗିରି/କାଲିମେଳା/କୋଟପାଡ଼, ୩୦ା୪ (ଦୁର୍ଯ୍ୟୋଧନ ପାତ୍ର/ଜୀବନକୃଷ୍ଣ ଦାସ/କେ.ରାଜଶେଖର ରାଓ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କୁହନ୍ତି, ତାହା କାମରେ କରି ଦେଖାନ୍ତି ବୋଲି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ୍‌...

ଅପରାଧୀଙ୍କୁ ଟିକେଟ ଦେବା ଭାଜପାର ସଂସ୍କୃତି: ବିଜେଡି

ଭୁବନେଶ୍ୱର,୩୦ା୪(ଅନିଲ ଦାସ):ଓଡ଼ିଆ ସଂସ୍କୃତି ବିଶ୍ୱର ଯେ କୌଣସି ରାଜନୈତିକ ଦଳଠାରୁ ଏତେ ବଡ଼ ଯେ କୌଣସି ଦଳ ନିଜକୁ ବଡ଼ ଭାବି ଓଡ଼ିଆ ସଂସ୍କୃତିର ସୁରକ୍ଷା...

ପ୍ରଚାର ପାଇଁ ଏସବୁ ନୂଆ ଟ୍ରେଣ୍ଡ୍‌ ଆପଣାଇଛନ୍ତି ନେତା

କଟକ,୩୦ା୪(ଶିଳ୍ପା ପ୍ରିୟଦର୍ଶିନୀ):ପ୍ରାର୍ଥୀମାନେ ରୋଡ୍‌ ଶୋ ଓ ସମାବେଶ ଜରିଆରେ ଭୋଟରଙ୍କ ନିକଟତର ହେବାକୁ ପ୍ରୟାସ ଚଳାଇଥିବା ଦେଖିବାକୁ ମିଳୁଛି । ହେଲେ ନିର୍ବାଚନ ପ୍ରଚାରକୁ ସହଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri