Posted inଜାତୀୟ

ଅନୁପ୍ରବେଶ ଉଦ୍ୟମ ପଣ୍ଡ, ମୃତଦେହ ନେବାକୁ ପାକିସ୍ତାନକୁ ଖବର …

ଶ୍ରୀନଗର, ୩।୧ : ଜମ୍ମୁ-କଶ୍ମୀରର ଅର୍ନିଆ ସେକ୍ଟରରେ ପାକିସ୍ତାନ ପଟୁୁ ଭାରତରେ ଅନୁପ୍ରବେଶ ଊଦ୍ୟମକୁ ବିଏସ୍‌ଏଫ୍‌ ଯବାନ ପଣ୍ଡ କରିଛନ୍ତି। ଯବାନଙ୍କ ଗୁଳିରେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କ ମୃତ୍ୟୁ ଘଟିଛି। ଗତ ୩ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଏଲ୍‌ଓସିରେ ଏଭଳି ଅନୁପ୍ରବେଶ ଘଟଣା ଘଟିଛି। ସେ ଭାରତୀୟ ସୀମାରେ ପ୍ରବେଶ ପାଇଁ ଉଦ୍ୟମ କରୁଥିଲେ। ଏନେଇ ବିଏସ୍‌ଏଫ୍‌ ଯବାନଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିଲା। ମାତ୍ର ସେ ଏହାକୁ ଅଣଦେଖା କରିବାରୁ ଯବାନଙ୍କ ପକ୍ଷରୁ ଗୁଳି ଚାଳନା କରାଯାଇଥିଲା।

ଏହା ପୂର୍ବରୁ କୁପଓ୍ବାରା ଜିଲାର କେରନ୍‌ ସେକ୍ଟରରେ ଶନିବାର ପାକିସ୍ତାନୀ ସ୍ଥଳସୈନ୍ୟ ବାହିନୀର ବ୍ୟାଟ୍‌ ଟିମ୍‌ର ଅନୁପ୍ରବେଶ ଷଡ଼ଯନ୍ତ୍ରକୁ ପଣ୍ଡ କରାଯାଇଥିଲା। ଏଥିରେ ମୃତ୍ୟୁ ଘଟିଥିବା ପାକିସ୍ତାନୀଙ୍କୁ ମହମ୍ମଦ ଶବିର ଭାବେ କରାଯାଇଥିଲା। ଭାରତୀୟ ସେନା ପକ୍ଷରୁ ପାକିସ୍ଥାନ ସୈନ୍ୟଙ୍କ ସହିତ ହଟ୍‌ଲାଇନ୍‌ରେ ଯୋଗାଯୋଗ କରାଯାଇ ମୃତଦେହ ନେବାକୁ ଖବର ଦିଆଯାଇଛି। ମୃତ ଶବିରଙ୍କଠାରୁ ଗୋଟିଏ ଏକେ-୪୭, ୭ଟି ଗ୍ରେନେଡ୍‌ ଏବଂ ଅନ୍ୟ ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା।

ଏଲ୍‌ଓସି ଅଞ୍ଚଳରେ ଶୀତଦିନ ଯୋଗୁ ପ୍ରବଳ ଥଣ୍ଡାରେ ତୁଷାରପାତ ହେବା ସହିତ ଖରାପ ପାଗ ଲାଗି ରହିଛି। ଫଳରେ ସର୍ଚ୍ଚ ଅପରେଶନକୁ ଏବେ ବନ୍ଦ କରି ଦିଆଯାଇଛି। ରବିବାର ଭାରତୀୟ ସେନାର ବଜ୍ର ଫୋର୍ସର ମେଜର ଜେନେରାଲ ଅଭିଜିତ୍‌ ପେଣ୍ଡାରକର ଏକ ଗଣମାଧ୍ୟମ ସମ୍ମିଳନୀରେ କହିଛନ୍ତି ଯେ ଶନିବାର କିରାନ ସେକ୍ଟରରେ ପାକିସ୍ତାନୀ ବ୍ୟାଟ୍‌ ଟିମ୍‌ ପକ୍ଷରୁ ଦୁଇଦେଶ ମଧ୍ୟରେ ହୋଇଥିବା ଅସ୍ତ୍ରବିରତି ଚୁକ୍ତିନାମାକୁ ସମ୍ପୂର୍ଣ୍ଣ ଉଲ୍ଲଂଘନ କରାଯାଇଛି। ସେକ୍ଟର ବର୍ଡର ଆକ୍ସନ ଟିମ ପକ୍ଷରୁ ପ୍ରତିରୋଧ କରିବାକୁ ଏକ ପ୍ରୟାସ କରାଯାଇଥିଲା। ଅପରାହ୍ନ ୩ଟା ବେଳେ ପାକିସ୍ତାନ ପକ୍ଷରୁ ସନ୍ଦେହଜନକ ଗତିବିଧି ପରିଲକ୍ଷିତ ହୋଇଥିଲା।

ଏହା ପରେ ଭାରତୀୟ ଯବାନମାନଙ୍କ ଦ୍ରୁତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଅପରାହ୍ନ ୪ଟାରେ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରାଯିବା ସହିତ ସମ୍ପୃକ୍ତ ପାକିସ୍ତାନୀ ଆତଙ୍କବାଦୀଙ୍କୁ ଗୁଳି କରାଯାଇଥିଲା। ନିହତ ଆତଙ୍କବାଦୀଙ୍କଠାରୁ ପାକିସ୍ତାନୀ ମୁଦ୍ରା, ଟିକାକରଣର ପାକିସ୍ତାନୀ ପ୍ରମାଣପତ୍ର ମଧ୍ୟ ମିଳିଛି। ଆତଙ୍କବାଦୀଙ୍କୁ ଗୁଳି କରାଯାଇଥିବା ସ୍ଥାନ ପାକିସ୍ତାନ ପାର୍ଶ୍ୱରେ ଅବସ୍ଥିତ ବୋଲି ଭାରତୀୟ ସେନା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri