କେନ୍ଦୁଝର, ୧।୧(ସ୍ବ.ପ୍ର.) କେନ୍ଦୁପତ୍ର ଉପରୁ ଜିଏସ୍ଟି ଉଚ୍ଛେଦ ଓ ଅନ୍ୟାନ୍ୟ ଦାବି ନେଇ କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଶତାଧିକ କେନ୍ଦୁପତ୍ର ତୋଳାଳି, କର୍ମଚାରୀ ଓ ବନ୍ଧାଳି କାଳୀପଡ଼ିଆରୁ ଶୋଭାଯାତ୍ରାରେ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। କେନ୍ଦୁଝର ଡିଭିଜନ ସମ୍ପାଦକ ସଞ୍ଜୟ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିକ୍ଷୋଭ ସମାବେଶରେ ସଂଘର ରାଜ୍ୟ ସମ୍ପାଦକ ମହମ୍ମଦ ମୁରତାଜା, କାର୍ଯ୍ୟକାରୀ ସଭାପତି ସଞ୍ଜିତ୍ ମହାନ୍ତି, ଉପସଭାପତି ଗୋକୁଳ ମେହେର, କେନ୍ଦୁଝର ଡିଭିଜନ ସମ୍ପାଦକ ସଞ୍ଜୟ ଚୌଧୁରୀ, ଯୁଗ୍ମ ସମ୍ପାଦକ ଦିବ୍ୟସିଂ ଦେହୁରୀ, ଶଙ୍କର୍ଷଣ ସାହୁ, ସେକ୍ସନ ସମ୍ପାଦକ ରବି ନାରାୟଣ ମହାନ୍ତ ପ୍ରମୁଖ ସାମିଲ ବକ୍ତବ୍ୟ ରଖିଥିଲେ। ଲକ୍ଷ ଲକ୍ଷ କେନ୍ଦୁପତ୍ର ତୋଳାଳିଙ୍କ ଜୀବନ ଜୀବିକା ସୁରକ୍ଷା ପାଇଁ କେନ୍ଦ୍ର ସରକାର ଜିଏସ୍ଟି ଉଚ୍ଛେଦ ପାଇଁ ଜିଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି।
କେନ୍ଦୁପତ୍ର ତୋଳାଳିମାନଙ୍କ ହିତାଧିକାରୀ ହେବା ପାଇଁ ୨୦୦୦ ଟଙ୍କା କେରି ମାପଦଣ୍ଡକୁ ଉଠାଯାଇ ୧୦୦୦ କରାଯିବା, ବନ୍ଧେଇ ଶ୍ରମିକମାନଙ୍କ ଲାଗି ଉଦ୍ଦିଷ୍ଟ ପ୍ରତି ଦଶ ବଣ୍ଡଲର ମାନଦଣ୍ଡ କରି ପୂର୍ବପରି ମାନଦଣ୍ଡ, ପୂର୍ବରୁ ୨୦୧୮ ପର୍ଯ୍ୟନ୍ତ ଚାଲି ଆସିଥିବା ଓ ଏହା ପରଠାରୁ ସ୍ଥଗିତ ଥିବା ସାମାଜିକ ସୁରକ୍ଷା ସହାୟତା କାର୍ଯ୍ୟକ୍ରମ ପୁନଃ ପ୍ରଚଳନ, ବୋନସ ଓ ପ୍ରୋତ୍ସାହନ ରାଶି ପରିମାଣ ବୃଦ୍ଧି, କେନ୍ଦୁପତ୍ର ଦର ବୃଦ୍ଧି, କେନ୍ଦୁପତ୍ର ସଂସ୍ଥାକୁ ଉନ୍ନତ ଓ କଲ୍ୟାଣ ଅଭିମୁଖୀ କରିବାକୁ ୨୦୦ କୋଟି ଟଙ୍କାର ଏକ ରିଭୋଲଭିଙ୍ଗ ଫଣ୍ଡ ଆଦି ଦାବି ହୋଇଛି। ଗ୍ରାମସଭା ନାମରେ କେନ୍ଦୁପତ୍ର ପରିଚାଳନାକୁ ଘରୋଇକରଣ କରା ନ ଯାଉ। ଗତ ୩ ବର୍ଷ ମଧ୍ୟରେ ଅତ୍ୟଧିକ ପରିମାଣର ଦର ଦାମ୍ ବୃଦ୍ଧି ହୋଇଥିବାରୁ ୨୦୨୨ରେ ସର୍ବନିମ୍ନ ମଜୁରୀ ସଂଶୋଧନ ପାଇଁ ପଦକ୍ଷେପ ନିଆଯିବାକୁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି।
ପ୍ରତିଦିନ ଓଡ଼ିଶାରୁ ଖଣି ଲୁଟୁଛନ୍ତି
ଭୁବନେଶ୍ୱର, ୨୦।୧୨(ସୁନିତ୍ ମିଶ୍ର): ରାଜ୍ୟ ସରକାର ଓଡ଼ିଶାର ବିକାଶ ଲାଗି ପ୍ରସ୍ତୁତ କରୁଥିବା ଯୋଜନା ମଧ୍ୟରୁ ମୁଖ୍ୟତଃ ଖଣି ରାଜସ୍ବ ଉପରେ ସର୍ବାଧିକ ନିର୍ଭର କରିଥାଆନ୍ତି।...
ବିଜେଡି ନେତାଙ୍କ ଭୋଜି: ନେତୃତ୍ୱକୁ ବିରୋଧ ଚର୍ଚ୍ଚା…..
ଭୁବନେଶ୍ୱର,୨୦।୧୨(ସୁନିତ୍ ମିଶ୍ର):ବିଜେଡିର କେତେଜଣ ପୂର୍ବତନ ବିଧାୟକ ଏବଂ ଗତ ନିର୍ବାଚନରେ ପରାଜିତ ନେତା ଭୁବନେଶ୍ୱର ଉପକଣ୍ଠରେ ଏକାଠି ହୋଇ ଏକ ଭୋଜିର ଆୟୋଜନ କରିଥିଲେ। ଏହି...
ସରକାରଙ୍କ ବଡ଼ ଘୋଷଣା: ପ୍ରତି ବ୍ଲକରେ ଖୋଲିବ…
ଭୁବନେଶ୍ୱର,୨୦ା୧୨ (ସୁଚିସ୍ମିତା ସାହୁ):ଓଡ଼ିଶାରେ ଉଚ୍ଚଶିକ୍ଷାର ବିକାଶକୁ ନେଇ ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ ୨୦୩୬ ଓ ୨୦୪୭ରେ ୪ଟି ପ୍ରମୁଖ ମାନଦଣ୍ଡକୁ ସ୍ଥାନିତ କରାଯାଇଛି। ଉଚ୍ଚଶିକ୍ଷା କ୍ଷେତ୍ରରେ...
ବିବାହିତ ମହିଳାଙ୍କ ପ୍ରେମରେ ପଡିଥିଲେ ନାବାଳକ, ଦେଖାକରିବାକୁ ଯାଇ…
ବିଞ୍ଝାରପୁର, ୨୦ା୧୨(ରାମକୃଷ୍ଣ ଦାସ): ପ୍ରେମ ପାଇଁ ଆସିଥିବା ଜଣେ ନାବାଳକ ପ୍ରେମିକଙ୍କ ଝୁଲନ୍ତା ମୃତଦେହକୁ ବିଞ୍ଝାରପୁର ଥାନା ଅଞ୍ଚଳର ପ୍ରେମିକାଙ୍କ ଘର ନିକଟରୁ ଶୁକ୍ରବାର ପୂର୍ବାହ୍ନରେ...
୧୦ମ ଶ୍ରେଣୀ ଛାତ୍ରୀ ହେଲେ ଗର୍ଭବତୀ , ବଳାତ୍କାର କରିବା ସହ…
କୁଆଁରମୁଣ୍ଡା,୨୦ା୧୨ (ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅଞ୍ଚଳର ଜଣେ ନାବାଳିକା ୫ ମାସର ଗର୍ଭବତୀ ହେବା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ବୀରମିତ୍ରପୁର...
ଖୁସିଖବର ଦେଲେ ମୁଖ୍ୟମନ୍ତ୍ରୀ: ୫୬ହଜାର ଯୁବବର୍ଗଙ୍କୁ ମିଳିବ ନିଯୁକ୍ତି
ଭୁବନେଶ୍ୱର,୨୦।୧୨(ରବିନାରାୟଣ ଜେନା):ଓଡ଼ିଶା ଦେଶର ବିକାଶର ଇଞ୍ଜିନ୍ ହେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ହାଇଦ୍ରାବାଦ୍ସ୍ଥିତ ଇନଭେଷ୍ଟର୍ସ ମିଟ୍ସର ଉଦ୍ଯାପନୀ ଅବସରରେ...
ବଦଳିଗଲେ ନବୀନ, ପ୍ରଥମରୁ ଏମିତି ନ ଥିଲେ…
ଭୁବନେଶ୍ୱର, ୨୦।୧୨(ସୁନିତ୍ ମିଶ୍ର):ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବୃଦ୍ଧି ସମ୍ପର୍କିତ ବିଲ୍ ଯାହା ବିଧାନସଭାରେ ପାରିତ ହୋଇଛି ସେଥିରେ ସଂଶୋଧନ ହେବା...
ଆହୁରି ୭ଦିନ ପ୍ରବଳ ଶୀତ
ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ): ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଗତ ୨୪ ଘଣ୍ଟାରେ ୧୦ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବାବାବେଳେ...
Archives


