Posted inଫୁରସତ

ପ୍ରଥମ ଦରମା ଟଙ୍କାରେ ଗରିବ ପିଲାଙ୍କ ପାଇଁ ପାଠ୍ୟ ଉପକରଣ କିଣିଥିଲି: ଭବାନୀ ଭୂୟାଁ

ପିଲାଦିନେ ବେଳେ ବେଳେ ଭାବେ ଚାକିରୀ କରିବି । ବାପା, ମାଆଙ୍କୁ ଆଣି ପାଖରେ ରଖିବି କିନ୍ତୁ ବୟସ ବଢ଼ିବା ସଙ୍ଗେ ସଙ୍ଗେ ସେ ଚିନ୍ତାଧାରା ବି ପରିବର୍ତ୍ତିତ ହେବାକୁ ଲାଗିଲା । ମୁଁ ମୋର ପ୍ରଥମ ରାଜନୈତିକ କର୍ମକ୍ଷେତ୍ରରୁ (ବାଲିଆପାଳରୁ )
ଫେରିବା ପରେ ସାଇବସ୍ତିରେ କିଛି ଛୋଟ ଛୋଟ ପିଲାଙ୍କୁ ପାଠ ପଢ଼ାଉଥିଲି । ଯେହେତୁ ପାଠପଢ଼ାରେ ସେମାନେ ଦୁର୍ବଳ ଥିଲେ ଏବଂ ପାଠପଢ଼ାରେ ଆଦୌ ମାନଯୋଗ ଦେଉନଥିଲେ । ସେହି ପିଲାମାନଙ୍କୁ ପେଶାଦାର କୋଚିଂ ଶ୍ରେଣୀ ପାଇଁ ତାଙ୍କ ବାପାମାଆଙ୍କ ପାଖରେ ସେମିତି ବିଶେଷ ସମ୍ବଳ ବି ନଥିଲା । ମୁଁ ବି.ଇଡି. ପଢ଼ା ସାରିଦେଇଥିଲି ସେତେବେଳେ । ମୋର ସେହି ବିଶେଷ ଡିଗ୍ରୀ ଏବଂ ଆଗ୍ରହ ଯୋଗୁଁ ମୁଁ ସେମାନଙ୍କ ପାଠପଢ଼ାର ଦାୟିତ୍ୱ ନେଲି । ମାସେ ଦେଢ଼ ମାସ ପଢେଇଲା ପରେ ସେମାନେ ଯେତେବେଳେ ମାସିକ ଦରମା ଭାବରେ କିଛି ଟଙ୍କା ଆଣି ମୋତେ ଦେଲେ ସଂକୋଚ ଯୋଗୁଁ ମୁଁ ପ୍ରଥମେ ନେଇ ପାରିଲି ନାହିଁ ।

ପରେ ପରେ ସେମାନଙ୍କ ବାପା ମାଆ ଶ୍ରଦ୍ଧାରେ ବଳେଇ ଦେବାରୁ ମୁଁ ଆଣିଲି । ନିଜ ପାଇଁ କିଛି ଖର୍ଚ୍ଚ କରି ହୁଏ ବୋଲି ଭାବି ହେଲାନି ସେହି ସମୟରେ। ପର୍ସରେ ନିଜ ଅର୍ଜିତ ରୋଜଗାରର ପୁଲକକୁ ବାନ୍ଧି ମୁଁ ବଜାରକୁ ଆସିଲି। ସେଇ ପଇସାରେ ସେହି ପିଲାମାନଙ୍କ ପାଇଁ ଖାତା, ବହି, ସ୍କେଲ, ସ୍ଲେଟ, ପେନସିଲ, ରବର ଇତ୍ୟାଦି କିଣିଲି । ପାଠପଢ଼ା ପାଇଁ ଆବଶ୍ୟକୀୟ ଉପକରଣ ନଥିବା ପିଲାଙ୍କଠାରୁ ପାଠ ପଢା ପାଇଁ ପଇସା ନେବାକୁ ମନ କହୁ ନ ଥିଲେ ହେଁ ସେମାନଙ୍କ ସ୍ବାଭିମାନରେ ବାଧା ଦେବାକୁ ଇଚ୍ଛା ନ ଥିଲା । ତେଣୁ ସେହି ସମୟରେ ସେମାନଙ୍କ ପାଇଁ ପାଠ୍ୟ ଉପକରଣ କିଣିବାକୁ ମନ କହିଲା । ତା ପରଦିନ ମୋ ଉପହାରକୁ କେମିତି ଗ୍ରହଣ କରିବେ ଭାବି ଟିକେ ଚିନ୍ତାରେ ଥିଲି। ସେମାନେ ସେସବୁ ଖୁବ୍‌ ଖୁସିରେ ଗ୍ରହଣ କରି ମୋତେ ଅଧିକ ଖୁସି ଦେଲେ । ପହିଲି ରୋଜଗାରର ପୁଲକ ମୁଁ ସେମାନଙ୍କ ଖୁସିରେ ପାଇଥିଲି ।

ପରେ ପରେ ମାସକୁ ଥରେ ସେମାନଙ୍କ ଲାଗି ଏକ ପ୍ରତିଯୋଗିତା ଆୟୋଜନ କରେ । ମହାପୁରୁଷମାନଙ୍କ ଜୀବନୀ, ଗୀତ, ନାଚ, ଚିତ୍ର, ନିଜ ଅନୁଭୂତି, କବିତା ଲେଖିବା, ଗପ ଲେଖିବା ଇତ୍ୟାଦି ଉପରେ ସେହି ପ୍ରତିଯୋଗିତା ହୁଏ। ସେମାନଙ୍କ ଟ୍ୟୁସନ୍‌ ପଇସା ଓ ବାପାମାଙ୍କଠାରୁ ମୋ ପାଇଁ ମୁଁ ଆଣୁଥିବା ପଇସାକୁ ମିଶାଇ ସେମାନଙ୍କ ପାଇଁ ଉପହାର ଆଣେ ଏବଂ ସେମାନଙ୍କୁ ପୁରସ୍କୃତ କରେ। ସେମାନେ ସେମାନଙ୍କ ଅର୍ଜନରେ ସେସବୁ ପାଉଛନ୍ତି ବୋଲି ତାଙ୍କ ଭିତରେ ଆତ୍ମବିଶ୍ୱାସ ତିଆରି କରି ସଫଳ ହୁଏ। ସେମାନଙ୍କ ଖୁସିରେ ମୋତେ ବି ବହୁତ ଖୁସି ଲାଗେ। ହଁ ମନେ ଅଛି , ସେମାନେ ଗୀତ ଶୁଣି ନାଚିବେ ବୋଲି ଗୋଟେ ଟେପରେକର୍ଡର୍‌ କମ ରେଡ଼ିଓଟେ କିଣିଥିଲି । ବହୁତ ଦିନ ସେହି ସବୁ କାର୍ଯ୍ୟକ୍ରମ ଚାଲିଥିଲା । ପିଲାମାନେ ବିଭିନ୍ନ ଜାଗାରେ ମଧ୍ୟ ଗୀତ ନାଚ କାର୍ଯ୍ୟକ୍ରମ କରି ପ୍ରଶଂସା ଓ ପୁରସ୍କାର ପାଇଥିଲେ । ଏହି ଖୁସି ଠାରୁ ଆଉ ଅଧିକା ଖୁସି ବୋଲି କଣ କିଛି ଅଛି ?


Enter your email to get our daily news in your inbox.

All Right Reserved By Dharitri.Com

ଶାଶୁଘରେ ନିର୍ଯାତିତା ଝିଅଙ୍କୁ ଛାଡ଼ପତ୍ର ହେବା ପରେ ବାଜା ବଜାଇ ଘରକୁ ପାଛୋଟି ନେଲେ ବାପା, ଲୋକେ କହୁଛନ୍ତି ‘ବାପା ହେବ ତ ଏମିତି’

କାନପୁର: ଆଜିର ସମାଜରେ ନାରୀଟିଏ ଯେତେ ଆତ୍ମନିର୍ଭରଶୀଳ ହେଲେ ବି ଯୌତୁକ ପ୍ରଥାରୁ ନିଜକୁ ମୁକାଳି ପାରୁନାହିଁ। ଅନେକ କ୍ଷେତ୍ରରେ ଝିଅଟିଏ ମରିମରି ବଞ୍ଚିବା ଲାଗି...

୭୦ ବର୍ଷୀୟଙ୍କ ‘ଜୀବନସାଥୀ’ ବିଜ୍ଞାପନ

ୱାଶିଂଟନ୍‌: ମଣିଷର ବୟସ ବଢିବା ସହ ଏକାନ୍ତପଣ ମଧ୍ୟ ବଢ଼ିଥାଏ। ଏହି ସମୟରେ ଯଦି ନିଜ ପରିବାର ପାଖରେ ନଥାଏ, ତେବେ ଏକାନ୍ତପଣକୁ ସାମ୍‌ନା କରିବା...

୨୫୧ ଥର ଜେଲ ଯାଇଥିବା ପ୍ରାର୍ଥୀ

ଲକ୍ଷ୍ନୌ: ଲକ୍ଷ୍ନୌ ଲୋକ ସଭା ଆସନରୁ ସମାଜବାଦୀ ପାର୍ଟି(ଏସ୍‌ପି) ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରିଛି। ଚଳିତ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବହୁ ପୁରାତନ...

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri