ଘରଢିଙ୍କି କୁମ୍ଭୀର

ଅଭିମନ୍ୟୁ ଧଳ

ଢିଙ୍କିର ପ୍ରଚଳନ ଯଦିଓ ହ୍ରାସ ପାଇଛି ପରନ୍ତୁ ଏହା ଆମ ସଂସ୍କୃତି, ପରମ୍ପରା ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ପରିବାର ସଦସ୍ୟଙ୍କ ଭଳି ଏହା ପାଇଁ ସ୍ବତନ୍ତ୍ର ଘର ଯାହାକୁ ଆମେ ଢିଙ୍କିଶାଳ ବୋଲି କହିଥାଉ। ଏଥିରେ ବିଭିନ୍ନ ଶସ୍ୟ ଗୁଣ୍ଡ କରିବା, ଧାନରୁ ଚାଉଳ ବାହାର କରିବା, ଯାହାକୁ ଆମେ ଢିଙ୍କିକୁଟା ଚାଉଳ ବୋଲି କହିଥାଉ ତାହା ଆଜି ଦୁର୍ଲଭ। ବିବାହ ବ୍ରତ ଓ ବିଭିନ୍ନ ପୂଜା ପାର୍ବଣରେ ଏହାକୁ ପୂଜା କରାଯାଏ। ଝିଅ ମାନଙ୍କର କାନ୍ଦଣା ଶିଖିବା ଏହାଥିଲା ଏକମାତ୍ର ନିରୋଳା ସ୍ଥାନ। ଖରାବେଳେ ମା’ ମାନେ ଏହି ଢିଙ୍କିଶାଳରେ ବସି ତାସ୍‌ ଓ ଲୁଡୁ ଖେଳିଥାନ୍ତି। ଧାନକୁଟିବା ବେଳେ ଶାଶୁ, ବୋହୂ, ନଣନ୍ଦଙ୍କ ମନରେ ଯାହା ଅଶାନ୍ତି ଥାଏ ସେହିଠାରେ ହିଁ ଆଲୋଚନା କରାଯାଇ ସମାଧାନର ବାଟ ବାହାରେ ଓ ଫାଟିଯାଇଥିବା ମନ ପୁଣି ଯୋଡ଼ି ହୋଇଯାଏ। ଏହି ଚାରିଫୁଟିଆ କାଠ ଯିଏକି ଏକ କୁମ୍ଭୀର ପରି ଦେଖାଯାଇଥାଏ ନିର୍ଜୀବ କାଠଗଡ଼ଟିଏ ହେଲେ ମଧ୍ୟ ସେ ଘରର ଭଲ ମନ୍ଦ ସବୁ ଜାଣିଥାଏ। ଏହି କୁମ୍ଭୀର ଆକୃତି ଢିଙ୍କି ଯଦି କୁମ୍ଭୀର ହୋଇଗଲା ତାହା ପରିବାର ପାଇଁ ମହା ବିପଦ ସୃଷ୍ଟି କରେ। ଅର୍ଥାତ୍‌ ଘରର କୌଣସି ସଦସ୍ୟ ଯଦି ଘରର ଗୁମର ପଦାରେ ପ୍ରକାଶ କରନ୍ତି, ତେବେ କେତେକ ଖଳ ପ୍ରକୃତିର ଲୋକ ଏହାର ଫାଇଦା ନେଇ ଘର ଭାଙ୍ଗିବା ନାମରେ ଲାଗିପଡ଼ନ୍ତି। ସେହିଭଳି ସର୍ବବୃହତ୍‌ ଗଣତନ୍ତ୍ର ରାଷ୍ଟ୍ର ଭାରତରେ ଘରଢିଙ୍କି କୁମ୍ଭୀର ସାଜିବା ଅନ୍ତର୍ଘାତୀ ତଥା ଦେଶଦ୍ରୋହ। ଏହିଭଳି କୁମ୍ଭୀରମାନଙ୍କ ଚକ୍ରାନ୍ତରେ ଆମ ଦେଶ ଶହଶହ ବର୍ଷ ବିଦେଶୀ ଶାସକମାନଙ୍କ ଦ୍ୱାରା ଶାସିତ ହେଲା। ସ୍ବର୍ଣ୍ଣପ୍ରସୂ ଭାରତରୁ ଧନରନତ୍ ଲୁଟ୍‌ କରିବା ସହିତ କେତେ ଯେ ଜୀବନ ନେଇଛନ୍ତି ଇତିହାସ ତା’ର ମୂକସାକ୍ଷୀ।
ଦେଶ ସ୍ବାଧୀନ ହେବାର ଦୀର୍ଘବର୍ଷ ପରେ ମଧ୍ୟ ଏଇ ବେଇମାନମାନେ ଅର୍ଥ ସୁନ୍ଦରୀ ଲଳନାଙ୍କ ଆକର୍ଷଣୀୟ କଣ୍ଠସ୍ବର, ପ୍ରେମରେ ବାଉଳା ହୋଇ ଭାରତର ଆଣବିକ ଗୁପ୍ତତଥ୍ୟ ପାକିସ୍ତାନକୁ ବିକି ଦେଉଛନ୍ତି। ଆମ ଓଡ଼ିଶାର ଏହି ପାଷାଣ୍ଡମାନେ ଏଭଳି ଅବିଶ୍ୱାସ ତଥା ଦେଶଦ୍ରୋହ ମାମଲାରେ ଧରାପଡ଼ିବା ସଂସ୍କୃତି ସମ୍ପନ୍ନ ରାଜ୍ୟ ଉତ୍କଳର ଗୋଟିଏ ଲେଖାଏଁ କଳଙ୍କିତ ଇତିହାସ। ଦେଶର ୧୩୫ କୋଟିରୁ ଊର୍ଦ୍ଧ୍ୱ ନାଗରିକ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ତ୍ରିରଙ୍ଗା ପତାକା ତଳେ ବିଶ୍ୱାସକୁ ଆଧାର କରି ଶାନ୍ତି ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ଜୀବନ ଯାପନ ପାଇଁ ବଦ୍ଧପରିକର ଥିଲା ବେଳେ ଓ ଆମକୁ ସୁରକ୍ଷା ଦେବା ପାଇଁ ଲକ୍ଷ ଲକ୍ଷ ବୀର ସୈନିକ ଜୀବନକୁ ଉତ୍ସର୍ଗକରି ଶୀତ, କାକର, ବରଫ, ଗ୍ରୀଷ୍ମ, ବର୍ଷାକୁ ଖାତିର ନ କରି ଶତ୍ରୁର ଉଚିତ୍‌ ମୁକାବିଲା ପାଇଁ ଦିବସ ରଜନୀ ଜାଗ୍ରତ ଥିବା ବେଳେ ଆମ ଭିତରୁ କେତେକ ବିଶ୍ୱାସଘାତକ ମିର୍ଜାଫର୍‌ ଦେଶର ଗୁପ୍ତତଥ୍ୟ ଶତ୍ରୁ ରାଷ୍ଟ୍ରକୁ ବିକ୍ରି କରୁଛନ୍ତି।
ଛଅବର୍ଷ ତଳେ ଈଶ୍ୱର ବେହେରା ନାମକ ଜଣେ ଫଟୋଗ୍ରାଫର ଯିଏ କି ଚାନ୍ଦିପୁର କ୍ଷେପଣାସ୍ତ୍ରରେ କାର୍ଯ୍ୟରତ ଥିଲେ, ମୋଟା ଟଙ୍କା ଲୋଭରେ ଆବୁଧାବି, ମୁମ୍ବାଇ, ଆନ୍ଧ୍ରପ୍ରଦେଶ, ବିହାର, ମିରଟରୁ ତାଙ୍କ ନିକଟକୁ ଇଣ୍ଟରନେଟ୍‌ ବ୍ୟାଙ୍କିଗ୍‌ ଯୋଗେ ଟଙ୍କା ଆସିଥିବା ପ୍ରମାଣ ଲାଗିଥିଲା। ଆଇ.ଟି.ଆର. କ୍ଷେପଣାସ୍ତ୍ର ସହିତ ଘାଟିର ଫଟୋ ଓ ଭିଡିଓ କଲିକତାରେ ଥିବା ହ୍ୟାଣ୍ଡଲର୍‌କୁ ଦେଇଥିବା ପୋଲିସ୍‌ ନିକଟରେ ପ୍ରମାଣ ଥିଲା। ଏତେ ସବୁ ପ୍ରମାଣ ପରେ କେବଳ ଦେଶ ଓ ବିଶ୍ୱରେ ସୃଷ୍ଟି କରିଥିବା ପାଞ୍ଚଜଣ ଅଭିଯୁକ୍ତ ଆଇଟିଆର୍‌ ତଥ୍ୟ ଲିକ୍‌ ମାମଲାରେ ସଂପୃକ୍ତ ଜଣାପଡ଼ିବା ପରେ ଗିରଫ ହୋଇଛନ୍ତି। ତଳସ୍ତରର କର୍ମଚାରୀ ସେମାନେ ପୁଣି ଅସ୍ଥାୟୀ,ସେମାନଙ୍କ ହାତରେ ପୁଣି କ୍ଷେପଣାସ୍ତ୍ର ବ୍ରହ୍ମାସ୍ତ୍ରର ତଥ୍ୟ ପଡିଲା କେମିତି? ଆମ କ୍ଷେପଣାସ୍ତ୍ର ଘାଟିର ନିରାପତ୍ତା ଏହିଭଳି ଗୁପ୍ତତଥ୍ୟ ଏମାନେ ପାଇଲେ କେମିତି? ଏଠାରେ ପ୍ରଶ୍ନ ଉଠେ ଆମ ଦେଶରେ କେବଳ ଛୋଟ ମାଛକୁ ଧରି କାହା ଦ୍ୱାରା ନିଆଯାଏ। ଯେଉଁମାନେ ବଡମାଛ ବା ମୁଖ୍ୟ କାର୍ପଟଦାର ସେମାନେ ଅନାୟସରେ ଖସିଯାଆନ୍ତି। ବିଗତଦିନରେ ଜଣେ ଆର୍ମି ଅଫିସର ଜଣେ ସୁନ୍ଦରୀ ତରୁଣୀ ପ୍ରେମରେ ପାଗଳ ହୋଇ ଦେଶର ସାମରିକ ତଥ୍ୟ ଯୋଗାଉଥିଲେ। ଭାରତର ଦୁର୍ବଳ ଗୋଇନ୍ଦା ସଂସ୍ଥାର ନିଷ୍କ୍ରିୟତା ଯୋଗୁ ଏହା ବିଶ୍ୱାସଘାତକମାନଙ୍କୁ ସୁହାଉଛି।
ଆମର ଦୁଇ ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନ ଓ ଚାଇନା ଏକାଧିକବାର ବନ୍ଧୁତ୍ୱର ହାତ ବଢ଼ାଇ ଆମ ସହିତ ଅବିଶ୍ୱାସ କରିଛନ୍ତି। ଏମାନେ ଦୁଇଟି ବିଷଧର ସର୍ପ। ଚାଇନା ନାଗସାପ ହେଲେ ପାକିସ୍ତାନ ତମ୍ପସାପ। ‘ସର୍ପରେ ଜନ୍ମଦେଲୁ ମୋତେ, ସ୍ବାଭାବ ଛାଡ଼ିବି କେମନ୍ତେ’ ଭାଗବତର ଏହି ବାଣୀ ସେହି ଦୁଇ ଦେଶ ପାଇଁ ପ୍ରଯୁଜ୍ୟ। ଆମ ଦେଶ ଭିତରେ ଘରଢିଙ୍କି କୁମ୍ଭୀରଙ୍କ ଦ୍ୱାରା ଅନେକ ଧନଜୀବନ ଯାଉଛି। ଛତିଶଗଡ଼ର ଦାନ୍ତେୱାଡ଼ାଠାରେ ମାଓବାଦୀଙ୍କ ଆକ୍ରମଣରେ ଯବାନ ଓ ପୋଲିସ୍‌ ନିହତ ହେବା ଏହାଙ୍କ କୁକାର୍ଯ୍ୟ। ଯେତେଥର ଆମ ଯବାନ ଓ ପୋଲିସ ଶହୀଦ୍‌ ହୁଅନ୍ତି ଏମାନଙ୍କ ଭିତରୁ ଗୁପ୍ତ ତଥ୍ୟ ସେମାନଙ୍କୁ ଯୋଗାଇ ଦିଆଯାଏ । ଏହା ନିଶ୍ଚୟ ଆମର ଦୁର୍ବଳତା, ସେମାନଙ୍କ ଗୁପ୍ତ ଖବର ଥାନାରେ ପହଞ୍ଚତ୍ଲେ ଏହି ଖବରଦାତାମାନେ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ପାଆନ୍ତି। ଏହାତ ଘରଢିଙ୍କି କୁମ୍ଭୀରଙ୍କ କାର୍‌ସାଦି ଦେଶଦ୍ରୋହ କାର୍ଯ୍ୟ।
ହଜାର ହଜାର ବର୍ଷ ହେବ ଆମ ଇତିହାସରୁ ଜଣାପଡ଼େ ଭାରତର ସ୍ବାଧୀନ ରାଜ୍ୟର ରାଜା ବା ଶାସକଙ୍କ ମଧ୍ୟରେ ଏକତାର ଅଭାବ ଯୋଗୁ ପରସ୍ପର ପ୍ରତି ପ୍ରତିଶୋଧ ପରାୟଣ ହୋଇ ଘରଢିଙ୍କି କୁମ୍ଭୀର ସାଜି ବହିଃଶତ୍ରୁକୁ ଆମନ୍ତ୍ରଣ କରିଥିଲେ। ସ୍ବାଧୀନତା ପରେ ଏହି ଜଘନ୍ୟ କାମ ଜାରି ରହିଛି। ଯେଉଁ ଜନ୍ମଭୂମିର ପାଣି, ପବନ, ଆଲୋକ ସର୍ବୋପରି ବଞ୍ଚତ୍ବାର ସମସ୍ତ ସ୍ବାଧୀନ ଲାଭ କରି ବଞ୍ଚତ୍ରହିଛନ୍ତି। ନାରୀ ଓ ଅର୍ଥ ମୋହରେ ଦେଶ ବିରୋଧୀ କାମ କରିବା ଅକ୍ଷମଣୀୟ ଅପରାଧ। ଆମର ଗୋଇନ୍ଦା ସଂସ୍ଥା ସକ୍ରିୟ ହେବା ଉଚିତ୍‌। ଭାରତୀୟ ମହାନ୍‌ ସଂସ୍କୃତି ‘ଭାରତବାସୀ ଭାରି ସାହସୀ’ ‘ଆମେ ସରବେ ଭାଇ ଭାଇ’ ମନ୍ତ୍ରରେ ଉଦ୍‌ବୁଦ୍ଧ ହେଲେ‘ଘରଢିଙ୍କି କୁମ୍ଭୀର’ ପରି ଶବ୍ଦର ବିଲୋପ ଘଟିବ।
ମୋ:୯୮୬୧୦୪୮୦୫୨


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri