କାମରେ ଲାଗୁନି ପାନୀୟ ଜଳ ଯୋଗାଣ ପ୍ରକଳ୍ପ

ଚଣ୍ଡିଖୋଲ,୧୫ା୧୨(ଡି.ଏନ.ଏ.): ବଡ଼ଚଣା ବ୍ଲକ ଅଧୀନ ବାଲିପଡ଼ିଆ ପଞ୍ଚାୟତରେ ନିର୍ମିତ ପାନୀୟ ଜଳ ଯୋଗାଣ ପ୍ରକଳ୍ପଟି କାମରେ ଲାଗୁନି। ୨୦୧୮-୧୯ରେ ୧ କୋଟି ୩୦ ଲକ୍ଷ ଟଙ୍କା ବ୍ୟୟ କରାଯାଇ ଉକ୍ତ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ହେଲେ ପ୍ରକଳ୍ପଟି ତା’ର ମୂଳଲକ୍ଷ୍ୟରୁ ଦୂରେଇ ଯାଇଛି। ଏଠାରୁ ନିର୍ଗତ ପାଣି କ୍ଷାର ଯୁକ୍ତ ଓ କିଛି ସମୟ ରହିଲେ ପାଣିରେ ହଳଦୀ ରଙ୍ଗର ଆସ୍ତରଣ ଜମିଯାଉଛି। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ବିଭାଗୀୟ ନିୟମ ଅନୁସାରେ ପାଣିର ମାନ ଠିକ୍‌ ନ ରହିଲେ ପ୍ରକଳ୍ପ ନିର୍ମାଣ ହେବା କଥା ନୁହେଁ। ମାତ୍ର ଏଠାରେ ପାଣିର ମାନ ଖରାପ ଥିଲେ ମଧ୍ୟ କାହା ସ୍ବାର୍ଥରେ ପ୍ରକଳ୍ପ ନିର୍ମାଣ କରାଗଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏହି ପଞ୍ଚାୟତରେ ଜଳଜୀବନ ମିଶନ ଯୋଜନାରେ ଜନସାଧାରଣଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଉକ୍ତ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ଏଥିରେ ଏକ ପାଣି ଟାଙ୍କି ନିର୍ମାଣ ସହ ଗ୍ରାମର ପ୍ରତ୍ୟେକ ଘରକୁ ପାଣି ଯୋଗାଇବା ନିମନ୍ତେ ଟ୍ୟାପ ବସାଯାଇଥିଲା। ଏଥିନିମନ୍ତେ ଦୁଇଟି ସ୍ଥାନରେ ବୋରୱେଲ ଖନନ କରାଯାଇଥିଲା। ତେବେ ଠିକା ସଂସ୍ଥା ପକ୍ଷରୁ ପାଇପ୍‌ ବିଛା ସମୟରେ ଗ୍ରାମର ରାସ୍ତା ବିଭିନ୍ନ ସ୍ଥାନରେ ଖୋଳାଯାଇଥିଲେ ମଧ୍ୟ ଆଜି ଯାଏ ତାହା ମରାମତି କରାଯାଇନାହଁି। ବିଭିନ୍ନ ଗୃହ ନିକଟରେ ବସାଯାଇଥିବା ଟ୍ୟାପ୍‌ଗୁଡ଼ିକ ଅତ୍ୟନ୍ତ ନିମ୍ନମାନର ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ନିୟମ ଅନୁଯାୟୀ ଯେପରି ଭାବେ ପାଇପ୍‌ ବିଛା ଯିବା କଥା ତାହା କରାଯାଇନାହିଁ। ଅନ୍ୟପକ୍ଷରେ ବିଛା ଯାଇଥିବା ପାଇପ୍‌ ସବୁ ସ୍ବୀକୃତିପ୍ରାପ୍ତ କମ୍ପାନୀର ନୁହେଁ ବୋଲି ମଧ୍ୟ ଅଭିଯୋଗ ହୋଇଛି। ତେବେ ସବୁଠାରୁ ବଡ଼କଥା ହେଲେ ପ୍ରକଳ୍ପ ନିକଟରେ ଖୋଳାଯାଇଥିବା ବୋରୱେଲରୁ ବ୍ୟବହାର ଅନୁପଯୋଗୀ ପାଣି ବାହାରୁ ଥିଲେ ମଧ୍ୟ ଏବିଷୟରେ ଆଜି ଯାଏ ପଦକ୍ଷେପ ନିଆଯାଇନାହଁି। ଏନେଇ ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ କୁଳମଣି ବେହେରା କହିଛନ୍ତି, ପ୍ରକଳ୍ପ ନିକଟରେ ଥିବା ଦ୍ୱିତୀୟ ବୋରୱେଲରୁ ଜଳ ଯୋଗାଣ ପାଇଁ ପଦକ୍ଷେପ ନିଆଯିବ। ଯଦି କୌଣସି ବ୍ୟତିକ୍ରମ ଦେଖାଦିଏ ତା’ହେଲେ ମେଗା ପାନୀୟ ଜଳ ଯୋଗାଣ ଅଧୀନରେ ଏହି ପ୍ରକଳ୍ପ ଚାଲୁ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

ଆଶେସ ଟାଇଟଲ ବଜାୟ ରଖିଲା ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୧ା୧୨: ସ୍ଥାନୀୟ ଆଡିଲେଡ୍‌ ଓଭାଲଠାରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟରେ ଇଂଲଣ୍ଡକୁ ୮୨ ରନରେ ହରାଇ ଦେଇଛି ଅଷ୍ଟ୍ରେଲିଆ। ଆଉ ଦୁଇଟି ମ୍ୟାଚ ଖେଳାଯିବାକୁ ବାକି...

୨ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଡାଲା ଅଟୋ, ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଜଣକର ଜୀବନ

ଦିଗପହଣ୍ଡି, ୨୧|୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା  ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତା ରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ...

କ୍ରୀଡ଼ା ମହୋତ୍ସବକୁ ଉଦ୍‌ଘାଟିତ କଲେ ଆସିକା ଏମ୍‌ପି: ଯୋଗଦେଲେ ୭ ବିଧାନସଭା କ୍ଷେତ୍ରର କ୍ରୀଡ଼ାବିତ୍‌

ହିଞ୍ଜିଳିକାଟୁ,୨୧।୧୨(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ବୃନ୍ଦାବନ ମିନି ଷ୍ଟାଡିୟମ ପରିସରରେ ଜିଲାସ୍ତରୀୟ ସାଂସଦ କ୍ରୀଡା ମହୋତ୍ସବ ରବିବାର ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଆସିକା...

ପୋଷ୍ଟରରେ ନିଜ ଫଟୋ ନଥିବାରୁ ଗର୍ଜିଲେ ପ୍ରଦୀପ ପୁରୋହିତ, ମନଦୁଃଖ କରନ୍ତୁ ନାହିଁ କହିଲେ ଉପମୁଖ୍ୟମନ୍ତ୍ରୀ

ଝାରସୁଗୁଡା, ୨୧/୧୨(ଆଶିଷ ରଞ୍ଜନ ଦାଶ ): ଝାରସୁଗୁଡା ଜିଲା କୋଲାବିରା ବ୍ଳକ ଠାରେ ରବିବାର ଚାଲିଥିବା କୃଷକ ସମାବେଶରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ବ୍ୟାନରରେ...

IND vs PAK Final: ହାରିଲା ଭାରତ, ଅଣ୍ଡର ୧୯ ଏସିଆ କପ୍ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ,୨୧।୧୨: ଅଣ୍ଡର ୧୯ ଏସିଆ କପରେ ଚାମ୍ପିଅନ୍ ହୋଇଛି ପାକିସ୍ତାନ । ୨୦୨୫ ଅଣ୍ଡର ୧୯ ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତକୁ ୧୯୧ ରନରେ...

ଦୂର ହେବ ଶିକ୍ଷକଙ୍କ ସମସ୍ୟା, ଶିଶୁ ଉତ୍ସବରେ ଯୋଗଦେଇ ପ୍ରତିଶୃତି ଦେଲେ ଭଞ୍ଜନଗର ବିଧାୟକ

ଭଞ୍ଜନଗର, ୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଦୁଇଦିନ ଧରି ଓଷ୍ଠା ପକ୍ଷରୁ ଚାଲିଥିବା ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ରବିବାର...

ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ: ଭକ୍ତ କହିଲେ..

ଭୁବନେଶ୍ୱର,୨୧।୧୨: ପିସିସି ସଭାପତି ଭକ୍ତ ଚରଣ ଦାସ ରବିବାର ଏକ ବଡ଼ ଆହ୍ବାନ ଦେଇଛନ୍ତି। ଆସନ୍ତା ୨୬ ତାରିଖରେ କଂଗ୍ରେସ ପକ୍ଷରୁ ଜନ ଜାଗରଣ ଆନ୍ଦୋଳନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri