କ୍ରାଇମବ୍ରାଞ୍ଚ ତଦନ୍ତ ଦାବିକଲେ ପରିବାର

ପୁରୀ ଅଫିସ,୧୫।୧୨: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତରଞ୍ଜନ ପଲାଇଙ୍କ ମୃତ୍ୟୁ ଘଟଣାକୁ ୩ଦିନ ବିତିଯାଇଥିବାବେଳେ ପୋଲିସ ହାତ ବର୍ତ୍ତମାନ ସୁଦ୍ଧା ଖାଲି ରହିଛି। ଫଳରେ ଚିତ୍ତରଞ୍ଜନଙ୍କ ମୃତ୍ୟୁ ଦୁର୍ଘଟଣା ନା ହତ୍ୟା ତାହା ଏଯାବତ୍‌ ସ୍ପଷ୍ଟ ହୋଇପାରୁ ନାହିଁ। ଅପରପକ୍ଷେ ମଙ୍ଗଳବାର ଚିତ୍ତରଞ୍ଜନଙ୍କ ପରିବାର ଲୋକେ ଏସ୍‌ପି କେ.ବିଶାଲ ସିଂଙ୍କୁ ଭେଟି ପୁଅକୁ ନ୍ୟାୟ ସହ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି। ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ମଧ୍ୟ ଏସ୍‌ପି ସିଂଙ୍କୁ ସାକ୍ଷାତ କରି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି।
ସୂଚନାଯୋଗ୍ୟ, ଚିତ୍ତରଞ୍ଜନ ସାଙ୍ଗମାନଙ୍କ ସହ ଶନିବାର ଭୋଜିଭାତ ପାଇଁ ଆସି ଆଉ ଘରକୁ ଫେରି ନ ଥିଲେ। ସେ ନିଖୋଜ ଥିବା ନେଇ ରବିବାର ପରିବାର ପକ୍ଷରୁ ପ୍ରଥମେ ଅଭିଯୋଗ ହୋଇଥିଲା। ସେହିଦିନ ଅପରାହ୍ନରେ ତାଙ୍କର ବାଇକ୍‌, ପର୍ସ ଓ ମୋବାଇଲ ଗଡ଼ମୃଗଶୀରାସ୍ଥିତ ଭାର୍ଗବୀ ନଦୀ ନିକଟରୁ ମିଳିଥିଲା। ପରେ ସୋମବାର ସକାଳେ ନଦୀ ମଧ୍ୟରୁ ଚିତ୍ତରଞ୍ଜନଙ୍କ ମୃତଶରୀରକୁ ପୋଲିସ ଉଦ୍ଧାର କରିଥିଲା। ଚିତ୍ତରଞ୍ଜନଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ ହେବା ସହ ଏଥିରେ ସଞ୍ଜୟଙ୍କ ହାତଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। କିନ୍ତୁ ମଙ୍ଗଳବାର ଚିତ୍ତରଞ୍ଜନଙ୍କ ବାପା, ବଡ଼ବାପା, ଭାଇ ଓ ଭଉଣୀ ଯୋଜନାବୋର୍ଡ ଉପାଧ୍ୟକ୍ଷ ସଞ୍ଜୟଙ୍କ ସହ ମିଶି ଏସ୍‌ପିଙ୍କୁ ସାକ୍ଷାତ କରି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି। ଏଥିସହ ହତ୍ୟାକାଣ୍ଡରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ କଠୋର ଦଣ୍ଡ ଦାବି କରିଛନ୍ତି। ସେହିପରି ଘଟଣାକୁ ୩ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଏପର୍ଯ୍ୟନ୍ତ ମୃତ୍ୟୁର କାରଣ ଜାଣି ପାରିନାହିଁ। ତେଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହ ଯଥାଶୀଘ୍ର ଘଟଣାରେ ସମ୍ପୃକ୍ତ ଅପରାଧୀଙ୍କୁ ଗିରଫ କରିବାକୁ ରାଜ୍ୟ ଉପାଧ୍ୟକ୍ଷ ସଞ୍ଜୟ ଏସ୍‌ପିଙ୍କୁ କହିଛନ୍ତି। ବର୍ତ୍ତମାନ ତଦନ୍ତ ଚାଲିଥିବାରୁ ଘଟଣା ସମ୍ପର୍କରେ ଅଧିକ ମତ ଦେବା ଠିକ୍‌ ହେବ ନାହଁି ବୋଲି ସଞ୍ଜୟ କହିଛନ୍ତି। ସେହିପରି ମୃତ ଚିତ୍ତରଞ୍ଜନଙ୍କ ବଡ଼ବାପା ପୂର୍ଣ୍ଣଚନ୍ଦ୍ର ପଲେଇ ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ପୋଲିସ ପ୍ରଶାସନ ପକ୍ଷରୁ ତଦନ୍ତ ଚାଲିଛି। ଚିତ୍ତରଞ୍ଜନଙ୍କ ହତ୍ୟା ପଛରେ ସାଙ୍ଗ ଜଗନ୍ନାଥ ଷଡ଼ଙ୍ଗୀଙ୍କ ହାତ ରହିଥିବା ନେଇ ସେ ସନ୍ଦେହ କରୁଛନ୍ତି। ମୁଖ୍ୟତଃ ଟଙ୍କା ଧାର ନେବାକୁ ନେଇ ହତ୍ୟାକାଣ୍ଡ ଘଟିଥିବା ସେ ଅଭିଯୋଗ କରିଛନ୍ତି। ସେହିପରି ଚିତ୍ତରଞ୍ଜନଙ୍କ ଭଉଣୀ ମିଲିଙ୍କ କହିବା ଅନୁଯାୟୀ, ଏସ୍‌ପିଙ୍କୁ ଭେଟିଛୁ। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପି ଆଶ୍ୱାସନା ଦେଇଥିବା ମିଲି କହିଛନ୍ତି। ଏପରି କି ଏହି ଘଟଣାରେ ସଞ୍ଜୟଙ୍କ ସମ୍ପୃକ୍ତି ନେଇ ଚିତ୍ତରଞ୍ଜନଙ୍କ ପରିବାର ପକ୍ଷରୁ ପ୍ରଥମରୁ କରାଯାଇଥିବା ଅଭିଯୋଗକୁ ମିଲି ଖଣ୍ଡନ କରିଛନ୍ତି। ଅପରପକ୍ଷରେ ଘଟଣାର ସବୁଦିଗକୁ ନେଇ ତଦନ୍ତ ଚାଲିଛି। ପରିବାର ଲୋକ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ପାଇଁ ଅନୁରୋଧ କରିଛନ୍ତି। ପରିବାର ଲୋକଙ୍କ ଅଭିଯୋଗ ଉପରେ ମଧ୍ୟ ତର୍ଜମା କରାଯାଉଛି ବୋଲି ସିଂ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri