ବିଧାନସଭାରେ ପାରିତ ହେଲା ପାଇକ ବିଦ୍ରୋହ ସଂକଳ୍ପ

ଭୁବନେଶ୍ୱର,୮।୧୨(ବ୍ୟୁରୋ): ପାଇକ ବିଦ୍ରୋହକୁ ପ୍ରଥମ ଜାତୀୟ ସ୍ବାଧୀନତା ସଂଗ୍ରାମ ଦାବି ପୁଣି ଜୋର ଧରିଛି। ଓଡ଼ିଆ ସ୍ବାଭିମାନ ଓ ଅସ୍ମିତା ପାଇଁ ମଙ୍ଗଳବାର ବିଧାନସଭାରେ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ଆନ୍ଦୋଳନ ମାନ୍ୟତା ଦେବା ନେଇ ସଂକଳ୍ପ ପାରିତ ହୋଇଛି। ଅପରାହ୍ନରେ ବିରୋଧୀ ଦଳଙ୍କ ହଟ୍ଟଗୋଳ ମଧ୍ୟରେ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏହି ସଂକଳ୍ପକୁ ବିଧାନସଭାର ଅନୁମୋଦନ ପାଇଁ ଆଗତ କରିଥିଲେ। ଏହାକୁ ଗୃହ ପାରିତ କରିଛି ।
ସଂକଳ୍ପରେ ଦର୍ଶାଯାଇଛି, ଭାରତୀୟ ସ୍ବାଧୀନତା ସଂଗ୍ରାମ ଇତିହାସରେ ୧୮୧୭ ମସିହାର ପାଇକ ବିଦ୍ରୋହ ଏକ ଗୌରବମୟ ଅଧ୍ୟାୟ। ଭାରତୀୟ ମୁକ୍ତି ସଂଗ୍ରାମ ଇତିହାସରେ ପାଇକ ବିଦ୍ରୋହର ସ୍ଥାନ ସ୍ବତନ୍ତ୍ର। ଇଂରେଜମାନଙ୍କ ବିରୋଧରେ ସୁସଂଗଠିତ ଏବଂ ସୁଦୂରପ୍ରସାରୀ ଏହି ବିଦ୍ରୋହ ପରବର୍ତ୍ତୀ ସମୟରେ ମୁକ୍ତି ସଂଗ୍ରାମକୁ ତ୍ୱରାନ୍ବିତ କରିବାରେ ସହାୟକ ହୋଇଛି। ୧୮୧୭ରୁ ଖୋର୍ଦ୍ଧା ପାଇକଙ୍କ ଏ ସଂଗ୍ରାମ ଆରମ୍ଭ ହୋଇ ୧୮୨୫ ଯାଏ ଚାଲିଥିଲା। ଏହି ଲଢ଼େଇରେ ବହୁ ଜମିଦାର, ଦଳେଇ, ଦଳବେହେରା ଓ ବିଭିନ୍ନ ବର୍ଗର ଲୋକ ସାମିଲ ହୋଇଥିଲେ। ଇଂରେଜ ସରକାରଙ୍କ ସ୍ଥିତିକୁ ଏ ସଂଗ୍ରାମ ଦୋହଲାଇ ଦେଇଥିଲା ।
ଓଡ଼ିଶାର ଜନସାଧାରଣଙ୍କ ଭାବାବେଗକୁ ସମ୍ମାନ ଜଣାଇ ୨୦୧୭ରେ ରାଜ୍ୟ କ୍ୟାବିନେଟର ଏକ ସ୍ବତନ୍ତ୍ର ବୈଠକରେ ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ଭାବେ ଘୋଷଣା କରିବାକୁ ପ୍ରସ୍ତାବ ପାରିତ କରାଯାଇଥିଲା। ଏ ସମ୍ପର୍କିତ ପ୍ରସ୍ତାବ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୭ ଜୁଲାଇ ୧୯ରେ ଏନେଇ କେନ୍ଦ୍ରକୁ ଏକ ଚିଠି ଲେଖିଥିଲେ। ହେଲେ ରାଜ୍ୟ ସଭାରେ ବିଜେଡି ଏମ୍‌ପି ପ୍ରଶାନ୍ତ ନନ୍ଦଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଶନ ରେଡ୍ଡୀ ଗୁରୁବାର କହିଥିଲେ ଯେ, ଭାରତୀୟ ଐତିହାସିକ ଅନୁସନ୍ଧାନ ପରିଷଦ (ଆଇସିଏଚ୍‌ଆର) ରିପୋର୍ଟ ଅନୁଯାୟୀ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ଭାବେ ଘୋଷଣା କରାଯାଇପାରିବ ନାହିଁ। ବରଂ ଏହା ଇଂରେଜମାନଙ୍କ ବିରୋଧରେ ହୋଇଥିବା ଜନ ଆନ୍ଦୋଳନର ଏକ ପ୍ରମୁଖ ବିଦ୍ରୋହ ଭାବେ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ କେସ୍‌ ଷ୍ଟଡି ଭାବେ ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ମନ୍ତ୍ରୀ ରେଡ୍ଡୀ କହିଥିଲେ। ଓଡ଼ିଶା ସରକାରଙ୍କ ପ୍ରସ୍ତାବକୁ କେନ୍ଦ୍ର ସରକାର ଏଭଳି ଅଗ୍ରାହ୍ୟ କରିଦେବା ପରେ ମଙ୍ଗଳବାର ବିଧାନସଭାରେ ପୁଣି ଥରେ ସଂକଳ୍ପ ପାରିତ ହୋଇଛି।
ରାଜ୍ୟ ସରକାର ପାଇକ ବିଦ୍ରୋହ ଉପରେ ରାଜ୍ୟ ସଂଗ୍ରହାଳୟରେ ଏକ ଗ୍ୟାଲେରି ପ୍ରତିଷ୍ଠା କରିବା ସହ ବରୁଣେଇ ପାହାଡ଼ ପାଦଦେଶରେ ୯ ଏକର ୬୮୫ ଡେସିମିଲ ଜମିରେ ପାଇକ ସ୍ମାରକୀ ନିର୍ମାଣ ପାଇଁ ସ୍ଥାନ ଚିହ୍ନଟ କରିଛନ୍ତି। ଜାତୀୟସ୍ତରରେ ଏହାର ଅଧିକ ପ୍ରଚାର ଓ ପ୍ରସାର ପାଇଁ ପାଇକ ବିଦ୍ରୋହ ଉପରେ ଆଲୋଚନାଚକ୍ର, କର୍ମଶାଳା ଓ କବିତା ପାଠୋତ୍ସବ ଆୟୋଜନ କରାଯାଇଛି।
ଇଂରେଜ ସରକାରଙ୍କ କବଳରୁ ମାତୃଭୂମିକୁ ମୁକ୍ତ କରିବାକୁ ଯେଉଁ ପାଇକମାନେ ବଳିଦାନ ଦେଇଛନ୍ତି ସେମାନଙ୍କୁ ସମ୍ମାନ ଜଣାଇ କେନ୍ଦ୍ର ସରକାର ତୁରନ୍ତ ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ଦିଅନ୍ତୁ। ଏ ସଂକଳ୍ପ ବିଧାନସଭାର ସଭ୍ୟମାନଙ୍କ ସମର୍ଥନରେ ପାରିତ ହୋଇଛି। କେନ୍ଦ୍ର ସରକାର ଓଡ଼ିଆଙ୍କ ବୀରତ୍ୱ ଓ ବଳିଦାନକୁ ସମ୍ମାନ ଜଣାଇ ତୁରନ୍ତ ଏହି ଘୋଷଣା କରିବାକୁ ରାଜ୍ୟର ବିଭିନ୍ନ ମହଲରୁ ମଧ୍ୟ ଦାବି ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri