ରବି ଫସଲ ଯୋଜନା ବାଧାପ୍ରାପ୍ତ

ରସୁଲପୁର,୨୨ା୧୧(ଡି.ଏନ.ଏ.): ରସୁଲପୁର ବ୍ଲକ କୃଷି କାର୍ଯ୍ୟାଳୟରେ ଥିବା ୨ଟି ଯାକ ସହକାରୀ କୃଷି ଅଧିକାରୀ ପଦବୀ ଖାଲିପଡ଼ିଛି। ତେଣୁ ରବି ଫସଲ ଯୋଜନା ପ୍ରସ୍ତୁତି ଓ ତା’ର କାର୍ଯ୍ୟକାରିତାରେ ବାଧାସୃଷ୍ଟି ହେଉଛି। କାର୍ଯ୍ୟାଳୟରେ ନୂଆକରି ବ୍ଲକ କୃଷି ଅଧିକାରୀ ବିଶ୍ୱଜୟୀ ମିଶ୍ର ଯୋଗ ଦେଇଛନ୍ତି। ହେଲେ ସହକାରୀ କୃଷି ଅଧିକାରୀ ପଦବୀ ପୂରଣରେ ବିଳମ୍ବ ହେଉଥିବାରୁ କୃଷି ଉନ୍ନୟନ କାର୍ଯ୍ୟ ଆଗେଇ ପାରୁନାହିଁ। ବିଶେଷକରି କ୍ଷେତ୍ରରେ କୃଷି ଓ କୃଷକଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟ ତ୍ୱରାନ୍ବିତ କରିବା। ବିଭିନ୍ନ ଯୋଜନା ପାଇଁ ତାଲିକା ପ୍ରସ୍ତୁତ, ଚକୱାରି ଚାଷ ପାଇଁ ଜମି ଚିହ୍ନଟ, କେଉଁ ପଞ୍ଚାୟତରୁ କେତେ ଚାଷୀ ରବି ଫସଲ କରୁଛନ୍ତି ତାହାକୁ ଚିହ୍ନଟ କରିବା, ଚିହ୍ନଟ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ଭଳି ଅନେକ କାର୍ଯ୍ୟ ଠପ୍‌ ହୋଇଛି। କାର୍ଯ୍ୟାଳୟରେ ୨ମାସରୁ ଊର୍ଦ୍ଧ୍ୱକାଳ ଏହି ସମସ୍ୟା ଲାଗି ରହିଛି। ତେଣୁ କୃଷି ଅଧିକାରୀ ପଦବୀ ୨ଟିକୁ ତୁରନ୍ତ ପୂରଣ କରିବା ପାଇଁ ବିଭିନ୍ନ ମହଲରେ ଦାବି ହେଉଛି।

ସୂଚନା ମୁତବାକ, ବ୍ଲକ କୃଷି କାର୍ଯ୍ୟାଳୟ ଅଧୀନରେ ୨୮ ପଞ୍ଚାୟତ ରହିଛି। ଏସବୁ ପଞ୍ଚାୟତରେ ୩୦ ହଜାରରୁ ଊର୍ଦ୍ଧ୍ୱ କୃଷକ ପରିବାର ରହିଛନ୍ତି। ମାତ୍ର ୨ ଅଧିକାରୀ ନ ଥିବାରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଣିତ ଯୋଜନା ଗୁଡ଼ିକ ସଫଳ ରୂପାୟନ ହୋଇପାରୁ ନାହିଁ। ଚାଷୀ ସରକାରୀ ଯୋଜନାର ଫାଇଦା ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ସେହିପରି ୨୮ ଗ୍ରାମ୍ୟ କୃଷି କର୍ମଚାରୀ ଆବଶ୍ୟକତା ରହିଥିବା ବେଳେ ଅଛନ୍ତି ମାତ୍ର ୫ଜଣ। କାର୍ଯ୍ୟଳୟରେ କିରାଣି ଓ ପିଅନ ନାହାନ୍ତି। ସହକାରୀ କୃଷି ଅଧିକାରୀ ଭାଗ୍ୟଧର ସାହୁ ବ୍ଲକ କୃଷି ଅଧିକାରୀ ଦାୟିତ୍ୱରେ ଥିଲେ। ତାଙ୍କର ଅନ୍ୟତ୍ର ବଦଳି ପରେ ଦୀର୍ଘବର୍ଷ ଖାଲିପଡ଼ିଥିବା ବ୍ଲକ କୃଷି ଅଧିକାରୀଙ୍କ ପଦବୀ ପୂରଣ ହୋଇଛି। ମାତ୍ର ସହକାରୀ କୃଷି ଅଧିକାରୀ ନ ଥିବାରୁ ବିଦାୟୀ ସହକାରୀ କୃଷି ଅଧିକାରୀ ଦାୟିତ୍ୱ ହସ୍ତାନ୍ତର କରିପାରୁ ନାହାନ୍ତି। ଏ ସମ୍ପର୍କରେ ବ୍ଲକ କୃଷି ଅଧିକାରୀ ମିଶ୍ର କହିଛନ୍ତି, ସହକାରୀ କୃଷି ଅଧିକାରୀ ପଦବୀ ପୂରଣ ନ ହେବା ପର୍ଯ୍ୟନ୍ତ ସମସ୍ୟା ଲାଗି ରହିବ। ବଦଳି ହୋଇଥିବା ସହକାରୀ କୃଷି ଅଧିକାରୀଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିପାରିବେ ନାହିଁ। ଦାୟିତ୍ୱ ହସ୍ତାନ୍ତର କାର୍ଯ୍ୟ ଯେ ପର୍ଯ୍ୟନ୍ତ ବିଳମ୍ବ ହେଉଥିବ, କୃଷି ଓ କୃଷକ ଉନ୍ନୟନ କାର୍ଯ୍ୟ ନିଷ୍ପତ୍ତି ନେବାରେ ଅସୁବିଧା ହେବ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri