Posted inଖେଳ

ଗାଙ୍ଗୁଲିଙ୍କୁ ଫୋନ କଲେ ଦ୍ରାଭିଡଙ୍କ ପୁଅ, ବାପାଙ୍କ ନାଁରେ କଲେ ଅଭିଯୋଗ

ନୂଆଦିଲ୍ଲୀ,୧୫।୧୧: ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ୍‌ ଇଣ୍ଡିଆ (ବିସିସିଆଇ) ଚଳିତ ମାସ ଆରମ୍ଭରେ ରାହୁଲ ଦ୍ରାଭିଡଙ୍କୁ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଭାବରେ ନିଯୁକ୍ତି ଦିଆଯାଇଛି। ଆସନ୍ତା ୨ ବର୍ଷ ପାଇଁ ଶୀର୍ଷ ପଦବୀରେ ରହିବ। ନିକଟରେ ରାହୁଲ ଦ୍ରାବିଡଙ୍କ ନିଯୁକ୍ତିକୁ ନେଇ ୪୦ ତମ ଶାରଜା ଅନ୍ତର୍ଜାତୀୟ ପୁସ୍ତକ ମେଳାରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏକ କାହାଣୀ ଶୁଣାଇଛନ୍ତି। ସେ ଥଟ୍ଟା କରି କହିଛନ୍ତି, ମୁଁ ରାହୁଲ ଦ୍ରାବିଡଙ୍କ ପୁଅଙ୍କଠାରୁ ଏକ ଫୋନ କଲ ପାଇଲି। ସେ ମୋତେ କହିଥିଲେ ଯେ ତାଙ୍କ ବାପା ରାହୁଲ ତାଙ୍କ ଘରେ ସହ ଅତ୍ୟନ୍ତ କଠୋର ହେଉଛନ୍ତି ଏବଂ ତାଙ୍କୁ ଏଠୁ ନିଆଯିବା ଆବଶ୍ୟକ। ପରେ ଦ୍ରାଭିଡଙ୍କୁ ଜାତୀୟ ଦଳରେ ଯୋଡା ଯାଇଥିଲା। ଦ୍ରାଭିଡଙ୍କୁ ଏନେଇ ରାଜି କରାଇବା ସହଜ ଥିଲା, କାରଣ ଯେହେତୁ ଆମେ ପୂର୍ବରୁ ଏକାଠି ଖେଳିଥିଲୁ, ପରସ୍ପରକୁ ଜାଣିଥିଲୁ।
ରାହୁଲ ଦ୍ରାବିଡ ଟିମ ଇଣ୍ଡିଆର ଦାୟିତ୍ୱ ଗ୍ରହଣ କରିଛନ୍ତି ଏବଂ ଜୟପୁରରେ ଭାରତୀୟ ଦଳରେ ଯୋଗ ଦେଇଛନ୍ତି। ଏଠାରେ ‘ମେନ ଇନ ବ୍ଲୁ’ ନଭେମ୍ବର ୧୭ ରେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟି -୨୦ ମ୍ୟାଚ ଖେଳିବ। ଭାରତକୁ ନ୍ୟୁଜିଲାଣ୍ଡ ବିପକ୍ଷରେ ୩ଟି ଟି-୨୦ ଅନ୍ତର୍ଜାତୀୟ ଏବଂ ୨ ଟେଷ୍ଟ ମ୍ୟାଚ ଖେଳିବାକୁ ପଡିବ। ଏହା ଟିମ ପରେ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଦଳ ଯାତ୍ରା କରିବ।
ରାହୁଲ ଦ୍ରାଭିଡ ୨୦୧୯ ରୁ ୨୦୨୧ ପର୍ଯ୍ୟନ୍ତ ଜାତୀୟ କ୍ରିକେଟ ଏକାଡେମୀରେ କାର୍ଯ୍ୟ କରିଥିଲେ ଏବଂ ବେଙ୍ଗାଲୁରୁରେ ରହୁଥିଲେ। କିନ୍ତୁ ଟିମ ଇଣ୍ଡିଆର ବ୍ୟସ୍ତବହୁଳ କ୍ୟାଲେଣ୍ଡର ଥିବାରୁ ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରୁ ଦୂରରେ ରହୁଛନ୍ତି। ରାହୁଲ ଦ୍ରାବିଡଙ୍କ ସ୍ଥାନରେ ଭିଭିଏସ ଲକ୍ଷ୍ମଣଙ୍କୁ ଏନସିଏ ମୁଖ୍ୟ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଯିଏ ଆଉଟ୍‌ କରିଥିଲେ, ତାଙ୍କୁ ବଡ଼ ଗିଫ୍ଟ ଦେଲେ କୋହଲି

ନୂଆଦିଲ୍ଲୀ,୫।୫: ଜଣେ ମହାନ ବ୍ୟାଟ୍ସମ୍ୟାନ ହେବା ବ୍ୟତୀତ ବିରାଟ କୋହଲି ମଧ୍ୟ ଜଣେ ବଡ଼ ହୃଦୟର ବ୍ୟକ୍ତି ଅଟନ୍ତି। କୋହଲି ତାଙ୍କ ଜର୍ସି ନୁର ଅହମ୍ମଦଙ୍କୁ...

ଟି -୨୦ ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଜାରି: ଏହି ଦିନ ଖେଳାଯିବ ଭାରତ-ପାକିସ୍ତାନ ମ୍ୟାଚ୍‌

ନୂଆଦିଲ୍ଲୀ,୫।୫: ଆଇସିସି ମହିଳା ଟି -୨୦ ବିଶ୍ୱକପ ୨୦୨୪ର କାର୍ଯ୍ୟସୂଚୀ ପ୍ରକାଶ କରିଛି। ଏହି ଟୁର୍ନାମେଣ୍ଟ ବାଂଲାଦେଶରେ ଆୟୋଜିତ ହେବ। ଭାରତୀୟ ମହିଳା ଦଳକୁ ଗ୍ରୁପ...

ରେସଲର୍‌ ବଜରଙ୍ଗ ପୁନିଆଙ୍କୁ ବଡ଼ ଝଟ୍‌କା; ନିଲମ୍ବନ କଲା NADA

ନୂଆଦିଲ୍ଲୀ,୫।୫: ଭାରତୀୟ ରେସଲର୍‌ ବଜରଙ୍ଗ ପୁନିଆଙ୍କୁ ବଡ଼ ଝଟ୍‌କା ଲାଗିଛି। ନ୍ୟାଶନାଲ ଆଣ୍ଟିଂ ଡୋପିଂ ଏଜେନ୍ସି(ଏନ୍‌ଏଡିଏ) ଅସ୍ଥାୟୀ ଭାବେ ତାଙ୍କୁ ନିଲମ୍ବିତ କରିଛି। ସେ ମାର୍ଚ୍ଚରେ...

‘ଦଳ ଚୟନରେ ଏଆଇ ବ୍ୟବହାର କରୁଛି ଇଂଲଣ୍ଡ’

ଲଣ୍ଡନ,୫୫: ମହିଳା କ୍ରିକେଟ ଦଳ ଚୟନରେ ଇଂଲଣ୍ଡ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବ୍ୟବହାର କରୁଛି ବୋଲି କହିଛନ୍ତି କୋଚ୍‌ ଜନ୍‌ ଲୁଇସ୍‌। ଚୂଡାନ୍ତ ଏକାଦଶ ଚୟନ...

ଆଇପିଏଲ୍‌ର ଅବଶିଷ୍ଟ ମ୍ୟାଚ ଖେଳିବେନି ମୟଙ୍କ ଯାଦବ,ଜାଣନ୍ତୁ କାରଣ…

ଲକ୍ଷ୍ନୌ, ୫ା୫: ପେସ୍‌ ସେନ୍‌ସେଶନ ମୟଙ୍କ ଯାଦବ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଅବଶିଷ୍ଟାଂଶରୁ ବାଦ୍‌ ପଡ଼ିଛନ୍ତି। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସର କୋଚ୍‌ ଜଷ୍ଟିନ ଲାଙ୍ଗର...

ଧୋନୀ ମୋ ବାପାଙ୍କ ଭଳି…କିଛି ଏଭଳି କହିଲେ…

ନୂଆଦିଲ୍ଲୀ,୪।୫: ୨୦୨୨ରେ ପ୍ରଥମ ଥର ଆଇପିଏଲ୍‌ ଖେଳିଥିବା ମଥିଶା ପଥିରାନା ନିଜର ବୋଲିଂକୁ ନେଇ ‘ବେବି ମଲିଙ୍ଗା’ ନାମରେ ଖ୍ୟାତ। ଶ୍ରୀଲଙ୍କା ଅଣ୍ଡର ୧୯ ଟିମ୍‌ରେ...

‘ଓ୍ବାର୍ନର ୭୦% ଭାରତୀୟ, ୩୦% ଅଷ୍ଟ୍ରେଲିୟ’

ନୂଆଦିଲ୍ଲୀ,୪।୫: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ତଥା ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଆଇପିଏଲ୍‌ ଖେଳୁଥିବା ଡେଭିଡ୍‌ ଓ୍ବାର୍ନରଙ୍କୁ ଭାରତ କେତେ ପସନ୍ଦ, ସମସ୍ତେ ତାହା ଜାଣନ୍ତି।...

‘ହତାଶ ହୋଇପଡ଼ିଛନ୍ତି ପାଣ୍ଡ୍ୟା,ଅଛନ୍ତି ଚାପରେ’

ନୂଆଦିଲ୍ଲୀ,୪।୫: ହାର୍ଦ୍ଦିକ ପାଣ୍ଡ୍ୟା ଥକି ଯାଇଥିବା, ହତାଶ ଏବଂ ଚାପରେ ଥିବା ଭଳି ଦୃଶ୍ୟମାନ ହେଉଛନ୍ତି। କିଛି ଏଭଳି କହିଛନ୍ତି ପୂର୍ବତନ ଅଷ୍ଟ୍ରେଲିୟ କ୍ରିକେଟର ଆରୋନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri