ଯବାନ ବଖାଣିଲେ ୧୯୭୧ ଭାରତ-ପାକ୍‌ ଯୁଦ୍ଧ ଅନୁଭୂତି

ବାଲେଶ୍ୱର ଅଫିସ, ୭।୧୧: ବାଲେଶ୍ୱରର ରାଣୀପାଟଣା ସ୍ଥିତ ବ୍ୟାଙ୍କକଲୋନୀରେ ଅବସ୍ଥାନ କରୁଛନ୍ତି ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଯବାନ ଗୋପାଳକୃଷ୍ଣ ଦାସ। ୧୯୭୧ ଭାରତ-ପାକିସ୍ତାନର ଯୁଦ୍ଧ ବିଜୟର ସ୍ବର୍ଣ୍ଣିମ ଜୟନ୍ତୀ ଉତ୍ସବ ଶନିବାର ପରିବାର ସହ ପାଳନ କରିଛନ୍ତି। ଆଉ ବଖାଣିଛନ୍ତି ସେହି ଯୁଦ୍ଧର ନିଜସ୍ବ ଅନୁଭୂତି। ‘ସେ ସମୟରେ ମୋର କର୍ମକ୍ଷେତ୍ର ଥିଲା ଗୁଜୁରାଟ ଆରବସାଗର ଉପକୂଳ ଜାମନଗର ଏୟାରବେସ୍‌। ସେ ଦିନ ଥିଲା ୧୯୭୧ ଡିସେମ୍ବର ୩, ରାତି ୨ଟା। କ୍ୱାର୍ଟରରେ ପନତ୍ୀ ପାର୍ବତୀ ଓ ୯ମାସର ଶିଶୁକନ୍ୟା ସହ ଶୋଇଥିବା ବେଳେ ପଡ଼ୋଶୀ ଡାକ ପକାଇଥିଲେ। ନିଦରୁ ଉଠି ଜାଣିଲି ଯେ, ଏୟାରବେସ୍‌ କ୍ରସ୍‌ ରନ୍‌ୱେର ପୂର୍ବ ପଟରେ ପାକିସ୍ତାନ ଯୁଦ୍ଧ ଜାହାଜ ବି-୫୭ ୩ଟି ବୋମା ବିସ୍ଫୋରଣ କରି ଆକାଶରେ ଘୁରି ବୁଲୁଥିଲା। କ୍ୱାର୍ଟର ସାମ୍ନାରେ ଖୋଳା ଯାଇଥିବା ଟ୍ରେଞ୍ଚକୁ ନ ଯାଇ ଭଗବାନଙ୍କ ଉପରେ ଭରସା କରି ସାରା ରାତି କ୍ୱାର୍ଟରରେ ରହିଥିଲୁ। ସେ ସମୟରେ ପୁଣେ ଏୟାରବେସ୍‌ରୁ ଦୁଇଟି ବୋମାବର୍ଷଣକାରୀ ଭାରତୀୟ ଯୁଦ୍ଧ ଜାହାଜ ବି-୫୮ ପ୍ରତ୍ୟେକ ୩ହଜାର ପାଉଣ୍ଡ ମାରଣାସ୍ତ୍ର ଆର୍‌ଡିଏକ୍ସ ଓ ଟିଏନ୍‌ଟି ବାରୁଦ ଧ୍ୱଂସକାରୀ ବୋମା ନେଇ ଜାମନଗର ଏୟାରବେସ୍‌ରେ ଅବତରଣ କଲେ। ସେଠାରୁ ଇଞ୍ଜିନ୍‌ରେ ଏଫ୍‌ଟିଏଫ୍‌ ଇନ୍ଧନ ଭର୍ତ୍ତି କରି ପୂର୍ବାହ୍ନରେ ଗ୍ରୁପ୍‌ କ୍ୟାପଟେନ୍‌ ଉଇଲସନ୍‌ କମାଣ୍ଡାଣ୍ଟ ସ୍କ୍ରାମ୍ବ୍ଲେ ଅର୍ଡ଼ର ପାଇ ପ୍ରତିଶୋଧ ନେବା ଲାଗି ପାକିସ୍ତାନର କରାଚି ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା। ସେହି ଦୁଇ ବି-୫୮ ଯୁଦ୍ଧ ଜାହାଜକୁ ଏସକର୍ଟ କରି ଜାମନଗର ଏୟାରବେସ୍‌ରୁ ୪ଟି ହଣ୍ଟରଜେଟ୍‌ ବିମାନ ଗୋଳାବାରୁଦ ନେଇ ସକାଳ ପ୍ରାୟ ୬ଟା ସମୟରେ ଯାଇଥିଲେ। ଅଧଘଣ୍ଟାଏ ପରେ ସମସ୍ତ ୬ଟି ଯାକ ଯୁଦ୍ଧ ଜାହାଜ ସୁରକ୍ଷିତ ଅବସ୍ଥାରେ ଫେରି ଆସି ଜାମନଗର ଏୟାରବେସ୍‌ ଉପରେ ଘୂରି ବୁଲିଥିଲେ। ଏହା ଦେଖି ସମସ୍ତେ ଆନନ୍ଦରେ ଜୟହିନ୍ଦ୍‌ ଧ୍ୱନି ଦେଇଥିଲେ। ସେହିଦିନ ଠାରୁ ୨୪ଘଣ୍ଟିଆ ସିଫ୍ଟ ଡ୍ୟୁଟିରେ କାମରେ ଲାଗି ପଡ଼ିଥିଲୁ। ତେବେ ଡିସେମ୍ବର ୮ ଦିନ ପ୍ରାୟ ୧ଟା ବେଳେ ଗଛ ଛାଇରେ ବସି ଖାଉଥିବା ସମୟରେ ହଠାତ୍‌ ୨ଟି ପାକିସ୍ତାନୀ ଷ୍ଟାର ଜେଟ୍‌ ଫାଇଟର ଜାମନଗର ଏୟାରବେସ୍‌ରେ ଆକ୍ରମଣ ଆରମ୍ଭ କରିଦେଲେ। କ୍ରସ ରନ୍‌ୱେ ଉପରେ ଥିବା ଫମ୍ପା ଯୁଦ୍ଧ ଜାହାଜକୁ ଗୁଳି ବର୍ଷଣ କରି ନିଆଁ ଲଗାଇ ଦେଇ ଆକାଶରେ ଘୂରି ବୁଲିଥିଲା। ଏହି ଏୟାରଷ୍ଟ୍ରାଇକ୍‌ର ଅଧଘଣ୍ଟାଏ ପୂର୍ବରୁ ଆରବ ଉପକୂଳରେ ଥିବା ଦ୍ୱାରିକା ଅବଜରଭେସନ୍‌ ପୋଷ୍ଟରୁ ଉକ୍ତ ୨ପାକିସ୍ତାନୀ ଯୁଦ୍ଧ ଜାହାଜ ଜାମନଗର ବେସ୍‌ ଅଭିମୁଖେ ଆସୁଥିବା ସୂଚନା ଗ୍ରୁପ୍‌ କ୍ୟାପଟେନ୍‌ ଉଇଲସନ୍‌ କମାଣ୍ଡାଣ୍ଟ ପାଇଯାଇଥିଲେ। ପ୍ରତିରୋଧ ଲାଗି ୨ଟି ଭାରତୀୟ ଜେଟ୍‌ ମିଗ୍‌-୧୯ ଗ୍ରୀନ୍‌ ପାଇଲଟ୍‌କୁ ପଠାଇ ସାରିଥିଲେ। ଫଳରେ ଜାମନଗର ଏୟାରବେସ୍‌ ଉପରେ ୪ଟି ଯୁଦ୍ଧ ଜାଜାଜର ଡଗ୍‌ ଫାଇଟ୍‌ ଦେଖିବାକୁ ମିଳିଥିଲା। ପାକିସ୍ତାନର ଗୋଟିଏ ଯୁଦ୍ଧ ଜାହାଜକୁ ଧ୍ୱଂସ କରାଯାଇଥିବା ବେଳେ ଅନ୍ୟଟି କରାଚି ଅଭିମୁଖେ ଖସି ପଳାଇ ଯାଇଥିଲା। ପାକିସ୍ତାନର ଜେନେରାଲ ନିଆଜି ଭାରତ ସାମ୍ନାରେ ଆମତ୍ସମର୍ପଣ କରିଥିଲେ। ଏହି ଯୁଦ୍ଧ ପରେ ପୂର୍ବ ପାକିସ୍ତାନ(ଏବର ବାଂଲାଦେଶ) ପୃଥିବୀ ମାନଚିତ୍ରରୁ ସବୁଦିନ ପାଇଁ ଲିଭିଗଲା। ଏହା ମୋ ଜୀବନର ଅଲିଭା ସ୍ମୃତି ହୋଇ ରହିଛି ବୋଲି କୁହନ୍ତି ଗୋପାଳକୃଷ୍ଣ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକକୁ ପଛପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌: ଅଳ୍ପକେ ବର୍ତ୍ତିଲେ ୬୦ରୁ ଉଦ୍ଧର୍‌ବ ଯାତ୍ରୀ

ଜଳେଶ୍ୱର,୨।୫: ବାଲେଶ୍ବର ଜିଲା ବସ୍ତା ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥର କୁଣ୍ଡାପୁର ଛକ ନିକଟରେ ହୋଇଛି ଏକ ବଡ଼ ଦୁର୍ଘଟଣା ହୋଇଛି। ଭାରସାମ୍ୟ ହରାଇ...

ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ, ଅନେକେ ଆହତ

ଜଳେଶ୍ୱର,୨।୫: ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବସ୍ତା ଥାନା ଅନ୍ତର୍ଗତ ବରୁଣଗଡିଆ ନିକଟରେ ଗୁରୁବାର ଏକ ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି।...

ଛାନୁଆରେ ଜଘନ୍ୟ ହତ୍ୟାକାଣ୍ଡ: ଟାଓ୍ବାରରେ କାମ କରୁଥିବା ଯୁବକଙ୍କୁ ମାରି ଫିଙ୍ଗି ଦେଲେ

ରୂପସା,୧।୫(ବାଞ୍ଛାନିଧି ଦେ): ବାଲେଶ୍ବର ଜିଲl ସଦର ବ୍ଲକ ଅନ୍ତର୍ଗତ ଛାନୁଆ ଗ୍ରାମରେ ବୁଧବାର ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଛାନୁଆ ପ୍ରାଥମିକ ବିଦ୍ୟାଳୟ ନିକଟ ରାସ୍ତା ପାର୍ଶ୍ୱରୁୁ...

ରାସ୍ତାକଡ଼ରୁ ଯୁବକଙ୍କ ରକ୍ତଜୁଡୁବୁଡୁ ମୃତଦେହ ଉଦ୍ଧାର

ବାଲେଶ୍ବର ଅଫିସ,୧।୫(ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ବସ୍ତା ଥାନା ଅନ୍ତର୍ଗତ ଛାନୁଆ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁଯାୟୀ ଛାନୁଆ ପ୍ରାଥମିକ ବିଦ୍ୟାଳୟ ନିକଟସ୍ଥ...

ସ୍ମାର୍ଟ-୩ ଆଣ୍ଟି ସବମେରାଇନ ମିଶାଇଲ୍‌ର ସଫଳ ପରୀକ୍ଷଣ

ବାଲେଶ୍ବର ଅଫିସ,୧।୩ (ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ଚାନ୍ଦିପୁର ଡିଆରଡିଓ ଅଧିନସ୍ଥ ଧାମରା ସ୍ଥିତ ଅବଦୁଲ କଲାମ ଦ୍ବୀପରୁ ସ୍ମାର୍ଟ-୩ ଆଣ୍ଟି ସବମେରାଇନ ମିଶାଇଲର ବୁଧବାର...

ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲେ

ରେମୁଣା,୩୦।୪(ରବୀନ୍ଦ୍ର ମହାକୁଡ଼): ବାଲେଶ୍ୱର ଜିଲା ରେମୁଣା ନିର୍ବାଚନମଣ୍ଡଳୀ ଅଧୀନ କୁରୁଡ଼ା ଯାତ୍ରାପଡ଼ିଆଠାରେ କଂଗ୍ରେସର ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି। ଏମ୍‌ପି ପ୍ରାର୍ଥୀ ଶ୍ରୀକାନ୍ତ ଜେନା...

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri