ଏଇ ଭାରତରେ

ଭାରତୀୟ ସେନାରେ ଯୋଗ ଦେବାକୁ ଲକ୍ଷ୍ୟ ରଖିଥିଲେ କିନ୍ତୁ ବ୍ୟକ୍ତିଗତ କାରଣ ଯୋଗୁ ସଫଳ ହୋଇପାରି ନ ଥିଲେ ହର୍ଷ ଗଲଓ୍ବାଲି। ଏଥିପାଇଁ ସେ ଭାଙ୍ଗି ନ ପଡ଼ି ପ୍ରାକୃତିକ ବିପର୍ଯ୍ୟୟରେ ଲୋକଙ୍କୁ ଉଦ୍ଧାର କରିବାରେ ଲାଗିଛନ୍ତି। ଏବେସୁଦ୍ଧା ସେ ୩୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଭୟଙ୍କର ବିପର୍ଯ୍ୟୟ ମୁହଁରୁ ଉଦ୍ଧାର କରିସାରିଲେଣି। ହର୍ଷଙ୍କ ବୟସ ୨୫। ସେ ଜଣେ ଆଇଟି ପ୍ରଫେସନାଲ। ଚାକିରି କରିବା ସହ ସେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ଏଥିପାଇଁ ହର୍ଷ ପ୍ରଶିକ୍ଷଣ ନେଇଛନ୍ତି ଓ ଏବେ ମହାରାଷ୍ଟ୍ର ସିଭିଲ ଫୋର୍ସର ଜଣେ କ୍ୟାଡେଟ୍‌ ଭାବେ ରହିଛନ୍ତି। ମହାରାଷ୍ଟ୍ରର ୨୦୧୯ ପ୍ରଳୟଙ୍କରୀ ବନ୍ୟା ସମୟରେ ସେ ତାଙ୍କ ପ୍ରଥମ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ଏନ୍‌ଡିଆର୍‌ଏଫ୍‌ ସହ। ତା’ପରଠାରୁ ଯେକୌଣସି ବିପର୍ଯ୍ୟୟ ଆସିଛି ସେ ଏନ୍‌ଡିଆର୍‌ଏଫ୍‌ ଡକରା ପାଇ ଉଦ୍ଧାର କାର୍ଯ୍ୟରେ ସାମିଲ ହେଉଛନ୍ତି। ଏପରିକି ଅଫିସ୍‌ ସମୟ ମଧ୍ୟରେ ଖବର ପାଇବା କ୍ଷଣି ଉଦ୍ଧାରକାରୀ ଦଳ ସହ ସାମିଲ ହୋଇ ବିପର୍ଯ୍ୟୟ କ୍ଷେତ୍ରକୁ ବାହାରିଯାଆନ୍ତି। ଅତ୍ୟନ୍ତ କଷ୍ଟକର ପରିସ୍ଥିତିରେ ଏପରିକି ବନ୍ୟା ସମୟରେ କୁମ୍ଭୀର ପାଖରେ ରହିଯାଇଥିବା ଲୋକଙ୍କୁ ଉଦ୍ଧାର କରି ସାହସିକତାର ପରିଚୟ ଦେଇଛନ୍ତି। ଉଦ୍ଧାର କାର୍ଯ୍ୟରେ ଥିବା ସମୟରେ ସେ ବହୁବାର ଆହତ ହୋଇଛନ୍ତି ସତ କିନ୍ତୁ ଆଇଟି ବୃତ୍ତିର ଶୀତତାପ ନିୟନ୍ତ୍ରିତ କୋଠରି ତାଙ୍କୁ ସେତିକି ଖୁସି ଦେଇପାରି ନାହିଁ ଯାହା ଲୋକଙ୍କୁ ଉଦ୍ଧାର କରିପାରିବାରେ ପାଇଛନ୍ତି ହର୍ଷ। ପୁଣେର କ୍ୟାଣ୍ଟନମେଣ୍ଟ ରୋଡ୍‌ରେ ତାଙ୍କ ପିଲାଦିନ କଟିଥିଲା। ସେଠାରେ ସେ ବୁଲା କୁକୁର, ଗୋରୁ ଓ ଅନ୍ୟ ପ୍ରାଣୀମାନଙ୍କୁ ବିପଦରୁ ଉଦ୍ଧାର କରିବା ଆରମ୍ଭ କରିଥିଲେ, ଯାହା ତାଙ୍କୁ ଏବେ ଉଦ୍ଧାର କାର୍ଯ୍ୟ କରିବାକୁ ପ୍ରେରଣା ଦେଇଥିଲା ବୋଲି କହନ୍ତି ହର୍ଷ। ୨୦୨୧ ମହାରାଷ୍ଟ୍ର ବନ୍ୟାରେ ତାଙ୍କ ଉଦ୍ଧାର କାର୍ଯ୍ୟ ମଧ୍ୟ ବେଶ୍‌ ପ୍ରଶଂସନୀୟ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri