Posted inଖେଳ

ଆଜି ଭାରତ-ପାକିସ୍ତାନ ମହାମୁକାବିଲା: ଜାଣନ୍ତୁ କେବେ, କେଉଁଠି ଦେଖିବେ ମ୍ୟାଚ୍‌

ଦୁବାଇ,୨୪।୧୦: ଭାରତ ଏବଂ ପାକିସ୍ତାନର ଦଳ ଟି -୨୦ ବିଶ୍ୱକପ ୨୦୨୧ରେ ପରସ୍ପର ବିରୋଧରେ ରବିବାର ଅଭିଯାନ ଆରମ୍ଭ କରିବେ। ସୁପର -୧୨ ପର୍ଯ୍ୟାୟରେ ଉଭୟଙ୍କ ଏହା ପ୍ରଥମ ମ୍ୟାଚ ହେବ। ଗ୍ରୁପ ୧ରେ ଭାରତ ଏବଂ ପାକିସ୍ତାନ ସ୍ଥାନ ପାଇଛନ୍ତି। ଏହି ଗ୍ରୁପ୍‌ରେ ନ୍ୟୁଜିଲାଣ୍ଡ ଏବଂ ଆଫଗାନିସ୍ତାନ ମଧ୍ୟ ଅଛନ୍ତି।
ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଏବଂ ବାବର ଆଜାମଙ୍କ ନେତୃତ୍ୱରେ ପାକିସ୍ତାନ ଦଳ ପ୍ରତ୍ୟେକ ଦୁଇଟି ଅଭ୍ୟାସ ମ୍ୟାଚ ଖେଳିଛନ୍ତି। ଅଭ୍ୟାସ ମ୍ୟାଚରେ ଭାରତ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିବାବେଳେ ପାକିସ୍ତାନ ଗୋଟିଏ ମ୍ୟାଚ୍‌ ଦକ୍ଷିଣ ଆଫ୍ରିକାଠାରୁ ହାରିଛି। ଅନ୍ୟ ଏକ ମ୍ୟାଚ୍‌ରେ ପାକିସ୍ତାନ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ଏଭଳି ପରିସ୍ଥିତିରେ ଭାରତୀୟ ଦଳ ପୂରା ଆତ୍ମବିଶ୍ୱାସରେ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ। ପାକିସ୍ତାନୀ ଦଳ ବିଶ୍ୱକପରେ ଭାରତ ବିପକ୍ଷରେ ବିଜୟ ହାସଲ କରିବାରେ ସକ୍ଷମ ହୋଇ ନାହିଁ।
-ଭାରତ ବନାମ ପାକିସ୍ତାନ ଟି -୨୦ ବିଶ୍ୱକପ ୨୦୨୧ ମ୍ୟାଚ କେବେ ଖେଳାଯିବ?
ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି -୨୦ ବିଶ୍ୱକପ ୨୦୨୧ ମ୍ୟାଚ ୨୪ ଅକ୍ଟୋବର ଅର୍ଥାତ୍‌ ଆଜି ଖେଳାଯିବ।
-କେଉଁଠାରେ ଖେଳାଯିବ?
ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ।
-କେଉଁ ସମୟରେ ଭାରତ ବନାମ ପାକିସ୍ତାନ ଟି -୨- ବିଶ୍ୱକପ ମ୍ୟାଚ ଆରମ୍ଭ ହେବ?
ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ଭାରତୀୟ ସମୟ ସା ୭.୩୦ରେ ଆରମ୍ଭ ହେବ। ଟସ୍‌ ୭ଟାରେ ହେବ।
-କେଉଁ ଚ୍ୟାନେଲରେ ହେବ ସିଧା ପ୍ରସାରଣ?
ଭାରତ ବନାମ ପାକିସ୍ତାନ ମ୍ୟାଚ ଷ୍ଟାର୍‌ ସ୍ପୋର୍ଟସ ୧/୧ ଏଚ୍‌ଡି, ଷ୍ଟାର୍‌ ସ୍ପୋର୍ଟସ ୧ ହିନ୍ଦୀ / ୧ ଏଚ୍‌ଡି ହିନ୍ଦୀ, ଷ୍ଟାର୍‌ ସ୍ପୋର୍ଟସ ୩, ଷ୍ଟାର୍‌ ସ୍ପୋର୍ଟସ ୧ ତାମିଲ, ୧ ତେଲୁଗୁ ଏବଂ ୧ କନ୍ନଡରେ ସିଧା ପ୍ରସାରଣ ହେବ।

ଅନଲାଇନରେ ଲାଇଭ ଷ୍ଟ୍ରିମିଂ?
ଭାରତ ବନାମ ପାକିସ୍ତାନ ମ୍ୟାଚ ଡିସ୍ନି ପ୍ଲସ ହଟଷ୍ଟାର୍‌ ଆପରେ ଲାଇଭ ଷ୍ଟ୍ରିମିଂ ହେବ।


Enter your email to get our daily news in your inbox.

All Right Reserved By Dharitri.Com

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରସ୍ତ ମିଳିବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

୧୫ ଘଣ୍ଟା କାମ ପରେ ମିଳିଲା ୭୬୩ ଟଙ୍କା, ଡେଲିଭରି ବୟଙ୍କୁ ଘରକୁ ଡାକି ଏମିତି କଲେ ରାଘବ ଚଢା, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୧୨: ନିକଟରେ, ଜଣେ ଡେଲିଭରି ବୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏକ ଛୋଟ ଭିଡିଓରେ, ଯୁବକ ଜଣକ ତାଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri