Posted inଖେଳ

ନଭେମ୍ବର ୨୪ରୁ କଳିଙ୍ଗରେ ବିଶ୍ୱକପ୍‌

ଭୁବନେଶ୍ୱର,୨୧।୧୦: ଆରମ୍ଭ ହେବ ଜୁନିୟର ପୁରୁଷ ହକି କପ୍‌। ୨୪ରୁ କଳିଙ୍ଗ ଷ୍ଟାଡିୟମ୍‌ରେ ଏହି ମ୍ୟାଚ୍‌ ଖେଳାଯିବା ନେଇ ଅନ୍ତର୍ଜାତୀୟ ହକି ମହାସଙ୍ଘ(ଏଫ୍‌ଆଇଏଚ୍‌) ବିଶ୍ୱକପ୍‌ର କ୍ରୀଡ଼ାସୂଚୀ ଘୋଷଣା କରାଯାଇଛି। ନଭେମ୍ବର ୨୪ରୁ ଡିସେମ୍ବର ୫ ତାରିଖ ମଧ୍ୟରେ ଜୁନିୟର ପୁରୁଷ ହକି ବିଶ୍ୱକପ୍‌ ଖେଳାଯିବ। ମେଗା ଇଭେଣ୍ଟର ଏହି ଦ୍ୱାଦଶ ସଂସ୍କରଣରେ ଗତଥରର ଚାମ୍ପିୟନ ଭାରତ ପ୍ରଥମ ଦିବସରେ ଫ୍ରାନ୍ସ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ। ଭାରତ ଅପେକ୍ଷାକୃତ ସହଜ ପୁଲ୍‌ରେ ସ୍ଥାନ ପାଇଛି। ଭାରତ ସମେତ କାନାଡା, ଫ୍ରାନ୍ସ ଓ ପୋଲାଣ୍ଡ ପୁଲ୍‌ ବି’ରେ ସ୍ଥାନିତ ହୋଇଛନ୍ତି। ସେହିପରି ପୁଲ୍‌ ଏ’ରେ ବେଲଜିୟମ, ଚିଲି, ମାଲେସିଆ ଓ ଦକ୍ଷିଣ ଆଫ୍ରିକା ସାମିଲ ରହିଛନ୍ତି। ପୁଲ୍‌ ସି’ରେ କୋରିଆ, ନେଦରଲାଣ୍ଡ୍ସ, ସ୍ପେନ ଓ ଆମେରିକା ସାମିଲ ରହିଛନ୍ତି। ଅନ୍ୟପଟେ ପୁଲ୍‌ ଡି’ରେ ଆର୍ଜେଣ୍ଟିନା, ଇଜିପ୍ଟ, ଜର୍ମାନୀ ଓ ପାକିସ୍ତାନ ସାମିଲ ରହିଛନ୍ତି।
ଉଦ୍‌ଘାଟନୀ ଦିବସରେ ଭାରତ- ଫ୍ରାନ୍ସ ମ୍ୟାଚ୍‌କୁ ବାଦ୍‌ ଦେଲେ ଅନ୍ୟ ମ୍ୟାଚ୍‌ଗୁଡିକରେ ବେଲଜିୟମ- ଦକ୍ଷିଣ ଆଫ୍ରିକା, ମାଲେସିଆ- ଚିଲି, ଜର୍ମାନୀ- ପାକିସ୍ତାନ ଓ କାନାଡା- ପୋଲାଣ୍ଡ ମଧ୍ୟ ପରସ୍ପରକୁ ଭେଟିବେ। ବୁଧବାର ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ପୁଲ୍‌ ନେଇ ଘୋଷଣା କରିଛି। ଫ୍ରାନ୍ସକୁ ଭେଟିବା ପରେ ଭାରତ ନଭେମ୍ବର ୨୫ରେ କାନାଡାକୁ ଓ ୨୭ରେ ପୋଲାଣ୍ଡକୁ ଭେଟିବ। ଡିସେମ୍ବର ୩ରେ ଦୁଇଟି ଯାକ ସେମିଫାଇନାଲ ଓ ୫ରେ ଫାଇନାଲ ମ୍ୟାଚ୍‌ ଖେଳାଯିବ। କୋଭିଡ୍‌-୧୯ ମହାମାରୀ କାରଣରୁ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ଓହରି ଯାଇଛନ୍ତି। ଫଳରେ କାନାଡ଼ା, ଆମେରିକା ଓ ପୋଲାଣ୍ଡକୁ ଓ୍ବାଇଲ୍ଡ କାର୍ଡ ଏଣ୍ଟ୍ରି ମିଳିଛି।
ସେହିପରି ଦକ୍ଷିଣ ଆଫ୍ରିକାର ପୋଚ୍‌ଫେଷ୍ଟ୍ରୁମ୍‌ରେ ଡିସେମ୍ବର ୫ରୁ ୧୬ ତାରିଖ ମଧ୍ୟରେ ମହିଳା ଜୁନିୟର ହକି ବିଶ୍ୱକପ୍‌ ଆୟୋଜନ ହେବ। ଏଫ୍‌ଆଇଏଚ୍‌ ଏହି ବିଶ୍ୱକପ୍‌ର ପୁଲ୍‌ ଓ କାର୍ଯ୍ୟସୂଚୀ ମଧ୍ୟ ଘୋଷଣା କରିଛି। ଭାରତ ସମେତ ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନା, ଜାପାନ ଓ ରୁଷିଆ ପୁଲ୍‌ ସି’ରେ ସ୍ଥାନ ପାଇଛନ୍ତି। ଡିସେମ୍ବର ୬ ତାରିଖରୁ ଭାରତ ରୁଷିଆ ବିପକ୍ଷରେ ଅଭିଯାନ ଆରମ୍ଭ କରିବ। ଏହାପରେ ଭାରତ ଡିସେମ୍ବର ୭ରେ ଆର୍ଜେଣ୍ଟିନା ଓ ୯ରେ ଜାପାନକୁ ଭେଟିବ।


Enter your email to get our daily news in your inbox.

All Right Reserved By Dharitri.Com

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ଚାଇନାକୁ ଜୋରଦାର ଝଟ୍‌କା ଦେଲା ଭାରତ: ୩ ବର୍ଷ ଯାଏ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ଚାଇନାରୁ ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨ ପ୍ରତିଶତ...

ବିରାଟ-ରୋହିତଙ୍କୁ ଟେଷ୍ଟରୁ ଅବସର ନେବାକୁ କରାଯାଇଥିଲା ବାଧ୍ୟ! ଏହି ଖେଳାଳିଙ୍କ ବୟାନ ପରେ କ୍ରିକେଟ ଜଗତରେ ଝଡ

ନୂଆଦିଲ୍ଲୀ,୩୧।୧୨: କ୍ରିକେଟର ଦୁଇ ବଡ ନାମ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସରକୁ ନେଇ ଚର୍ଚ୍ଚା ପୁଣି ଥରେ ତୀବ୍ର...

ଜୟ ଜଗନ୍ନାଥ ଶୁଣି ବିଗିଡ଼ି ଗଲେ କଂସ ମହାରାଜ: ଆଉ ତା’ପରେ ଘଟିଲା…

ମଥୁରାନଗରୀ,୩୧।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ସବୁଠାରୁ ଅନନ୍ୟ ଓ ନିଆରା। ଏଠାରେ ମଥୁରା ଅଛି, ଗୋପପୁର ମଧ୍ୟ ରହିଛି। ସେହିପରି ଯମୁନା...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri