ଭିତରକନିକା ଦେଇ କୋଇଲା ଚାଲାଣ

କେନ୍ଦ୍ରାପଡ଼ା ଅଫିସ, ୧୮ା୧୦: ବନ୍ୟ ଜନ୍ତୁ ଓ ଜୈବ ବିବିଧତାର ସୁରକ୍ଷା ପାଇଁ ଜାତୀୟ ଉଦ୍ୟାନ ଭିତରକନିକାକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ତେବେ ଏହି ଘୋଷଣା ଚୋରା କୋଇଲା ଚାଲାଣକାରୀଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି। ବନ ବିଭାଗ ଓ ଜିଲା ପୋଲିସର ତନଖି ବ୍ୟବସ୍ଥାକୁ ବେଖାତିର କରି ଧାମରାରୁ ଚୋରାରେ ଆସୁଥିବା କୋଇଲାକୁ ଜିଲା ବାହାରକୁ ପଠାଯାଉଛିି। ସ୍ଥାନୀୟ ଅଧିବାସୀ ଏହି କୋଇଲାର ଲୋଡିଂ ଅନ୍‌ଲୋଡିଂ କରୁଛନ୍ତି। ଏହି ବେଆଇନ କାମ ସ୍ଥାନୀୟ ଅଞ୍ଚଳରେ ଅପରାଧ ପ୍ରବଣତାକୁ ବୃଦ୍ଧି କରୁଛି ବୋଲି ମତ ପ୍ରକାଶ ପାଇଛି।
ଏ ସମ୍ପର୍କରେ ରାଜନଗରର ଶ୍ରୀକାନ୍ତ କୁମାର ମହାଳିକ କୁହନ୍ତି, ଭଦ୍ରକ ଜିଲା ଧାମରା ବନ୍ଦରରୁ କଟକ ପର୍ଯ୍ୟନ୍ତ ଏହି କୋଇଲା ଚାଲାଣ ଚାଲିଛି। ଏହି ର଼୍ୟାକେଟ୍‌ର ସଦସ୍ୟମାନେ ଦୀର୍ଘଦିନ ଧରି ଏମିତି କାରବାର ଚଳାଇଛନ୍ତି। ପ୍ରତିଦିନ ରାତିରେ ୨ରୁ ୫ଟି ଟ୍ରକରେ କୋଇଲା ଚାଲାଣ ହେଉଛି। ଖମାର ପଞ୍ଚାୟତ ପରମାନନ୍ଦପୁର ଗ୍ରାମ ସୀମାକୁ ଲାଗିଥିବା ବ୍ରାହ୍ମଣୀ ନଦୀକୂଳରେ ଏହି କାରବାର ଚାଲିଛି। ଧାମରା ବନ୍ଦରରୁ ଏହି କୋଇଲା ଆସୁଛି। ବନ୍ଦରକୁ ଆସୁଥିବା ଜାହାଜରୁ କୌଣସି ଉପାୟରେ କୋଇଲା ଆଣି ବୋଟ୍‌ରେ ଲଦି ଭିତରକନିକାର ନିଷିଦ୍ଧାଞ୍ଚଳରେ ଅନ୍‌ଲୋଡିଂ କରାଯାଉଛି। ସେଠାରେ ସିମେଣ୍ଟ ବସ୍ତାରେ ପ୍ୟାକିଂ କରାଯାଇ ଜିଲା ବାହାରକୁ ପଠାଯାଉଛି। ନଳିତାପାଟିଆ, ଖୋଳା ଆଦି ସ୍ଥାନରେ ଏହି କୋଇଲା ଅନ୍‌ଲୋଡିଂ ହେଉଛି। କୋଇଲା ଲୋଡିଂ ଓ ଅନ୍‌ଲୋଡିଂରେ ସ୍ଥାନୀୟ ଅଧିବାସୀ ସହଯୋଗ କରୁଛନ୍ତି। ଅର୍ଥାଭାବରୁ ସ୍ଥାନୀୟ ଅଞ୍ଚଳର ଶ୍ରମିକମାନେ ଏହି କାମ କରୁଛନ୍ତି। ପରବର୍ତ୍ତୀ ସମୟରେ ଏହି କାରବାର ଅପରାଧ ସୃଷ୍ଟି କରୁଥିବା ଲକ୍ଷ୍ୟ କରାଯାଉଛି। ନିଷିଦ୍ଧାଞ୍ଚଳରେ କୋଇଲାର ଚୋରା ଚାଲାଣ ବନ୍ଦ ନ ହେଲେ ଭିତରକନିକାର ପରିବେଶ ଅପରାଧୀଙ୍କ ପାଇଁ ଆଗାମୀ ଦିନରେ ଭୂସ୍ବର୍ଗ ପାଲଟିଯିବ ବୋଲି ସେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ନିଜ ନାମ ଗୋପନ ରଖି କହିଛନ୍ତି, କୋଇଲା ଚାଲାଣ ସମ୍ପର୍କରେ ସମସ୍ତେ ଜାଣନ୍ତି। ତାଳଚୁଆ ସାମୁଦ୍ରିକ ପୋଲିସ ଥାନାଠାରୁ ମାତ୍ର ଦେଢ଼ କିଲୋମିଟର ଦୂରରେ ଏହି କାରବାର ଚାଲିଥିବା ବେଳେ ଚାଲାଣ ପଥରେ ବନ ବିଭାଗର ଗେଟ୍‌, ଜିଲା ପୋଲିସର ରାତି ପାଟ୍ରୋଲିଂ, ବିଭିନ୍ନ ଟୋଲ ଗେଟ୍‌ ଅଛି। ଏହା ସତ୍ତ୍ୱେ କୋଇଲା ଚାଲାଣ ହେଉଛି କେମିତି ବୋଲି ସେ ପ୍ରଶ୍ନ କରିଛନ୍ତି। ଏଥିସହ ସେ ପ୍ରକାଶ କରିଛନ୍ତି, ନିଷିଦ୍ଧାଞ୍ଚଳରେ କୋଇଲା ଚାଲାଣ ବଡ଼ କଥା ହୋଇ ରହିନାହିଁ। ବରଂ ଏହି ଅଞ୍ଚଳରେ ଏବେ ନିଶା କାରବାର ବଢ଼ିଛି। ଅନୁପ୍ରବେଶ ବଢ଼ିବା ସହ ଚିଙ୍ଗୁଡି ଘେରି ନିର୍ମାଣଠାରୁ ଆରମ୍ଭ କରି ଜଙ୍ଗଲ ଜମିକୁ କେତେଜଣ ବ୍ୟକ୍ତି ଜବରଦଖଲ କରୁଛନ୍ତି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସେ ଦାବି କରିଛନ୍ତି।
ଏପରି ଅଭିଯୋଗ ସମ୍ପର୍କରେ ଡିଏଫ୍‌ଓ ଡ. ଯଜ୍ଞଦତ୍ତ ପତି କହିଛନ୍ତି, ଏପରି ଘଟଣା ନଜରକୁ ଆସିନାହିଁ। ରାଜନଗର ଥାନା ଅଧିକାରୀ ତପନ କୁମାର ନାୟକ କହିଛନ୍ତି, ପୂର୍ବରୁ ଏପରି ଏକ ଘଟଣା ନଜରକୁ ଆସିଥିଲା। ୨ଟି ଟ୍ରକରୁ ଲକ୍ଷାଧିକ ଟଙ୍କାର କୋଇଲା ଜବତ ହେବା ସହ ଦୁଇ ଗାଡ଼ି ଚାଳକଙ୍କୁ ଗିରଫ କରାଯାଇଥିଲା। ଉପରୋକ୍ତ ଟ୍ରକରେ କୋଇଲା ଧାମରା ବନ୍ଦରରୁ ଆସି ଖୋଳାରେ ଅନ୍‌ଲୋଡିଂ ହୋଇଥିଲା। ସେଠାରୁ କଟକ ଜଗତପୁର ଯାଉଥିବା ବେଳେ ରାଜନଗରର ତାରିଣୀ ମନ୍ଦିର ନିକଟରେ ରାତ୍ରି ପାଟ୍ରୋଲିଂ କରୁଥିବା ପୋଲିସ କର୍ମଚାରୀଙ୍କ ଦ୍ୱାରା ଧରା ପଡିଥିଲା। ବେଆଇନ କୋଇଲା ଚାଲାଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉଛି ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri