Odisha Elections 2024
Posted inଜାତୀୟ

ନୋଟିସ ମିଳିବା ସତ୍ତ୍ୱେ କ୍ରାଇମ୍‌ବ୍ରାଞ୍ଚ ନିକଟରେ ହାଜର ହେଲେ ନାହିଁ ଆଶିଷ

ନୂଆଦିଲ୍ଲୀ,୮।୧୦: ଲଖିମ୍‌ପୁର ଖେରି ଘଟଣାକୁ ନେଇ ରାଜନୀତି ଥମିବାର ନାଁ ନେଉ ନାହିଁ। କ୍ରାଇମ ବ୍ରାଞ୍ଚ ଦଳ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରା ଛଦ୍ମନାମ ମୋନୁଙ୍କୁ ଶୁକ୍ରବାର ସକାଳ ୧୦ ଟାରେ ପଚରାଉଚରା ପାଇଁ ଡାକିଥିଲେ। କ୍ରାଇମବ୍ରାଞ୍ଚ୍‌ ଆଶିଷଙ୍କ ଘରେ ନୋଟିସ ଦେଇ ଆଜି ସକାଳ ୧୦ଟାରେ ହାଜିର ହେବାକୁ କହିଥିଲେ। କିନ୍ତୁ ସେ ଏପର୍ଯ୍ୟନ୍ତ ହାଜର ହୋଇନାହାଁନ୍ତି। ଲଖିମପୁର ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଆଶିଷ। ସେ କେନ୍ଦ୍ର ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ।
ସୂଚନାଯୋଗ୍ୟ, ଲଖିମ୍‌ପୁର ଖେରିରେ ରବିବାର ଚାଷୀମାନେ ବିକ୍ଷୋଭ କରୁଥିବାବେଳେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରାଙ୍କ ଗାଡି ସମେତ ୩ଟି ଏସୟୁଭି ଚାଷୀଙ୍କ ଉପରେ ମାଡିଯିବା ଏବଂ ତତ୍‌ପରବର୍ତ୍ତୀ ହିଂସାକାଣ୍ଡରେ ୪ ଚାଷୀଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ଆଶିଷଙ୍କ ସମେତ ଅନେକ ଲୋକଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଭାରେ ଆଦାନୀଙ୍କ ନାଁ ନେଉ ନେଉ ମୁଣ୍ଡରେ ବୋତଲେ ପାଣି ଢାଳିଦେଲେ ରାହୁଲ, ଆଉ ତା’ ପରେ…

ନୂଆଦିଲ୍ଲୀ,୨୮।୫: ଶେଷ ପର୍ଯ୍ୟାୟରେ ନିର୍ବାଚନ। ନିର୍ବାଚନ ସରି ସରି ଆସୁଥିବାବେଳେ ସେତିକି ରୋଚକ ହେଉଛି। ଦେଶରେ ଗ୍ରୀଷ୍ମ ଲହରୀ ପାରା ଛୁଇଁଥିବାବେଳେ ଏହି ଲୋକ ସଭା...

ସମୁଦ୍ର ଭିତରେ ୪୮ ଘଣ୍ଟା ପାଇଁ ଧ୍ୟାନରେ ବସିବେ ମୋଦି

ନୂଆଦିଲ୍ଲୀ,୨୮।୫,ଧ୍ୟାନରେ ବସିବେ ପ୍ରଧାନମନ୍ତ୍ରୀ ମୋଦି। ଦେଶରେ ଚାଲିଥିବା ସାଧାରଣ ନିର୍ବାଚନ ଏବେ ଶେଷ ପର୍ଯ୍ୟାୟରେ। ମେ ୩୦ରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ...

ଜୁନ୍‌ ୪ ପରେ ଏନ୍‌ଡିଏ ଛାଡ଼ି ‘ଇଣ୍ଡିଆ’ ମେଣ୍ଟରେ ମିଶିବେ କି ନୀତୀଶ? ତେଜସ୍ବୀଙ୍କ ବୟାନ ପରେ ରାଜନୈତିକ ହଲଚଲ ବଢ଼ିଲା…

ପାଟନା,୨୮।୫: ବିହାର ରାଜନୀତିରେ ପୁଣି ରାଜନୈତିକ ହଲଚଲ ଆଶଙ୍କା ବୃଦ୍ଧି ପାଇଛି। ଗତ କିଛି ବର୍ଷ ମଧ୍ୟରେ ଏଠାରେ ଅନ୍ୟ ରାଜ୍ୟ ତୁଳନାରେ ଅଧିକ ଥର...

ଥରୁର ଜଣେ ‘ଇଂରେଜ’, ସେ କେବଳ ନିର୍ବାଚନ ସମୟରେ ଭାରତ ଆସନ୍ତି: ରବି କିଶନ

ଲକ୍ଷ୍ନୌ,୨୮।୫: ଉତ୍ତରପ୍ରଦେଶର ଗୋରଖପୁରରେ ଭାଜପା ପ୍ରାର୍ଥୀ ରବି କିଶନ ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସ ନେତା ଶଶି ଥରୁରଙ୍କୁ ଟାର୍ଗେଟ କରିଛନ୍ତି। ଥରୁର ଭାଜପା ୩୦୦...

ବଢିଲା ଆତିଶୀଙ୍କ ଅଡୁଆ, ସମନ କଲେ କୋର୍ଟ

ନୂଆଦିଲ୍ଲୀ,୨୮।୫: ବଢିଲା ଆମ ଆଦମୀ ପାର୍ଟି ନେତ୍ରୀ ଆତିଶୀଙ୍କ ଅଡୁଆ। ତାଙ୍କୁ ଦିଲ୍ଲୀର ଗୋଟିଏ କୋର୍ଟ ହାଜର ହେବାକୁ ସମନ କରିଛନ୍ତି। ଦିଲ୍ଲୀ ଭାଜପାର ମିଡିଆ...

ମୋଦି କହିଲେ ମନର କଥା: ୟୁପି ନୁହେଁ ଏହି ରାଜ୍ୟରେ ଭାଜପାକୁ ମିଳିବ ସବୁଠାରୁ ଅଧିକ ଆସନ

ନୂଆଦିଲ୍ଲୀ,୨୮।୫: ଲୋକ ସଭା ନିର୍ବାଚନ ୨୦୨୪ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଜୁନ ୧ରେ ସପ୍ତମ ପର୍ଯ୍ୟାୟ ଭୋଟ ସହିତ ଭୋଟ ପ୍ରକ୍ରିୟା ଶେଷ...

୪ ଜୁନ ପରେ ଇଣ୍ଡିଆ ମେଣ୍ଟ ଉପରେ ହେବ ଆକ୍ରମଣ, ଏମିତି କାହିଁକି କହିଲେ ମନୋଜ

ପାଟନା,୨୮।୫: ସପ୍ତମ ପର୍ଯ୍ୟାୟ ଅର୍ଥାତ୍‌ ୨୦୨୪ ଲୋକ ସଭା ନିର୍ବାଚନର ଶେଷ ପର୍ଯ୍ୟାୟରେ ଜୁନ ୧ ରେ ୮ଟି ରାଜ୍ୟର ୫୭ ଟି ଲୋକ ସଭା...

ବ୍ୟାଟେଲ ଅଫ ବାରାଣସୀ: କେନ୍ଦ୍ରୀୟ ମନ୍ତ୍ରୀଙ୍କ ଫୌଜ, ମୁଖ୍ୟମନ୍ତ୍ରୀଙ୍କଠାରୁ ଷ୍ଟାର ପ୍ରଚାରକଙ୍କ ପର୍ଯ୍ୟନ୍ତ ଅସମ୍ଭବ ଭିଡ

ବାରାଣସୀ,୨୮।୫: ଏବେ ମହାଦେବଙ୍କ ସହର କାଶୀ (ବାରାଣାସୀ) ରେ ଅସମ୍ଭବ ଭିଡ଼ ଦେଖିବାକୁ ମିଳୁଛି। ଆପଣ ଭାରତୀୟ ଜନତା ପାର୍ଟି (ଭାଜପା) ର ନେତାମାନଙ୍କୁ ଏଠାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri