ବିସ୍ଫୋରକ ବ୍ୟବସାୟ ପ୍ରତି ଅନୁକମ୍ପା

ଯାଜପୁର ଅଫିସ,୮।୧୦: ଦୁଇ ଦଶନ୍ଧି ହେଲା ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳ ବାରୁଦ ଗଦାରେ ପରିଣତ ହୋଇଛି। ଦିନରାତି ବିସ୍ଫୋରକ ଡିଟୋନେଟର ବ୍ଲାଷ୍ଟିଂ ଚାଲି ଆସୁଛି। ଏହି ବେଆଇନ କାର୍ଯ୍ୟକଳାପରେ ସ୍ଥାନୀୟ ପଥର ମାଫିଆ, କେତେଜଣ ରାଜନେତା, ତହସିଲ ଓ ପୋଲିସ ପ୍ରଶାସନର ସହଯୋଗ ରହି ଆସୁଥିଲା। ତେବେ ୩ ତାରିଖରୁ ଯାଜପୁର ଏସ୍‌ପି ରାହୁଲ ପିଆରଙ୍କ ନିର୍ଦ୍ଦେଶରେ ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀ ଜବତ ହୋଇଛି। ହେଲେ ବିଡମ୍ବନା ଯେ, ଜିଲା ପୋଲିସ ଏଥିରେ ସଂପୃକ୍ତ କାହାରିକୁ ଏଯାଏ ଗିରଫ କରି ପାରିନାହିଁ। ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗାଡ଼ିରେ ନେଇ ପୁଣି ତାଙ୍କୁ ଛାଡି ଦେଇଛି। ଏହାସହ ଏଥିରେ ସଂପୃକ୍ତ ଥିବା କେତେଜଣ ଫେରାର ହୋଇଥିବା କୁହାଯାଉଛି। ଇତିମଧ୍ୟରେ ସଂପୃକ୍ତ ବିସ୍ଫୋରକ ସାମଗ୍ରୀ କାରବାର କରୁଥିବା ଅଭିଯୁକ୍ତ ଏବଂ ପୋଲିସ ମଧ୍ୟରେ ଏକ ବଡଧରଣର ଚୁକ୍ତି ହେଉଥିବା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ଯାଜପୁର ଜିଲାର ଧର୍ମଶାଳା ତହସିଲ ଅଞ୍ଚଳରେ ସର୍ବାଧିକ ପଥରକ୍ବାରୀ ରହିଛି। ଜିଲାରେ ଚାଲିଥିବା କ୍ରସର ୟୁନିଟଗୁଡ଼ିକ ପାଇଁ ଆବଶ୍ୟକ ପଥରଖଣ୍ଡ ଏହି ସବୁ କ୍ବାରୀରୁ ସଂଗ୍ରହ କରାଯାଉଛି। ଏହି କ୍ରସର ମାଲିକମାନଙ୍କ ମଧ୍ୟରୁ ଅନେକଙ୍କ ପଥରକ୍ବାରୀ ରହିଛି। ଏହାଛଡ଼ା ଆହୁରି କେତେଜଣ ବ୍ୟକ୍ତିଙ୍କ କେବଳ ପଥର କ୍ବାରୀ ରହିଛି। ଏହିସବୁ କ୍ବାରୀରୁ ପଥର ସଂଗ୍ରହ କରାଯାଇ ବିଭିନ୍ନ କ୍ରସରକୁ ଯାଉଛି। ଖାଦାନରେ ପଥରଖଣ୍ଡକୁ ବେଆଇନ ଭାବେ ଡ଼ିଟୋନେଟର ଦ୍ୱାରା ଫଟାଯାଉଛି। ଏଠାରେ ମୂଖ୍ୟତଃ ଇଲେକ୍ଟ୍ରୋନିକ ଡ଼ିଟୋନେଟର ଓ ଅର୍ଡ଼ିନାରୀ ଡ଼ିଟୋନେଟର ଦ୍ୱାରା ବ୍ଲାଷ୍ଟିଂ କରାଯାଉଛି। ଏହି ଡ଼ିଟୋନେଟର ବ୍ୟବହାର ପାଇଁ ସରକାର ଲାଇସେନ୍ସ ପ୍ରଦାନର ବିଧି ରହିଛି। ଲାଇସେନ୍ସପ୍ରାପ୍ତ କ୍ବାରୀ ମାଲିକମାନେ ସରକାରଙ୍କଠାରୁ ଲାଇସେନ୍ସ ପାଇଥିବା ସଂସ୍ଥାଙ୍କଠାରୁ ଡ଼ିଟୋନେଟର କିଣି ପାରିବେ। ପୁନଶ୍ଚ ଏହାକୁ ତାଲିମପ୍ରାପ୍ତ ବ୍ଲାଷ୍ଟରଙ୍କ ଦ୍ୱାରା ହିଁ ଫଟାଇବେ। ତେବେ ଏଠାରେ ସବୁକିଛି ବେଆଇନ ଭାବେ ଚାଲୁଥିବାରୁ ପଥର ବ୍ୟବସାୟୀମାନେ କୌଣସି ନିୟମ ମାନୁ ନ ଥିବା ସୂଚନା ମିଳିଛି।
ଲୁଣିବର, ଚଢେଇଧରା, ଆରୁହା, ମୁକୁନ୍ଦପୁର, ବାଲିସାହି, ଜାବରା, ମୁରାରୀପୁର, ଡଙ୍କାରୀ, ବିଛାଖଣ୍ଡି, କବାଟବନ୍ଧ, ବରଡ଼ା ଆଦି ଗ୍ରାମରେ ବେଆଇନ ଡିଟୋନେଟର ବିକ୍ରୀ ହେଉଛି। ବ୍ୟବସାୟୀମାନେ ମୁଖ୍ୟତଃ ରୟାଲଟି ଫାଙ୍କିବା ଓ ଡ଼ିଟୋନେଟର କିଣାରେ ଅଧିକ ଖର୍ଚ୍ଚରୁ ବଞ୍ଚିବା ପାଇଁ ଏହି ଲାଇସେନ୍ସ ନେବାକୁ ପଛାଉଛନ୍ତି। ଲାଇସେନ୍ସ ନେଇଥିବା ବ୍ୟବସାୟୀ ଦୈନିକ କେତେ ପଥର ଫଟାଉଛନ୍ତି ଓ କେତୋଟି ଡ଼ିଟୋନେଟର ଫୁଟାଇଛନ୍ତି ତାହାର ସବିଶେଷ ବିବରଣୀ ସରକାରଙ୍କ ନିକଟରେ ଦାଖଲ କରିବାର ନିୟମ ରହିଛି। ଏଣୁ କେତେ ପଥର ଫାଟୁଛି ତାର ବିବରଣୀ ସରକାରଙ୍କୁ ଦେବାପରେ ସେତିକି ପଥର ଉପରେ ରୟାଲଟି ମଧ୍ୟ ଦେବାକୁ ପଡ଼ିବ। ସେହିପରି ୧୦ଫୁଟ୍‌ରେ ୧୦ଫୁଟ୍‌ ଅର୍ଥାତ୍‌ ୧୦୦ ବର୍ଗଫୁଟ୍‌ର ଗୋଟିଏ ପଥର ଖଣ୍ଡ ଫଟାଇଲେ ଅତିକମ୍‌ରେ ୫ଟା ଡ଼ିଟୋନେଟରର ଆବଶ୍ୟକ ପଡ଼ିଥାଏ। ଡ଼ିଟୋନେଟର ଅଧାରୁ କମ୍‌ ଦାମରେ ଚୋରାରେ ମିଳୁଥିବାରୁ ବିସ୍ଫୋରକ ସାମଗ୍ରୀର ବ୍ୟାପକ ଚୋରା କାରବାର ଚାଲିଛି। ଅତୀତରେ ଜିଲା ପ୍ରଶାସନ କିମ୍ବା ପୋଲିସ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିବାରୁ ଏହି ବେଆଇନ କାର୍ଯ୍ୟ ସୀମା ଲଂଘିଛି। ତେବେ ବିଳମ୍ବରେ ହେଲେ ବି ଜିଲା ପୋଲିସର ଚେତା ପଶିଛି। ଗତ ୪ ତାରିଖରେ ଜେନାପୁର ଥାନା ଅଧୀନ ପୁରୁଣା ବଉଳମାଳ ପଞ୍ଚାୟତ ଅନ୍ତର୍ଗତ ସାତମାଣ ଠାରେ ରହିଥିବା ବେଆଇନ ବିସ୍ଫୋରକ ଗୋଦାମ ଉପରେ ପୋଲିସ ପ୍ରଶାସନର ଚଢାଉ ହୋଇଥିଲା। ଏଥିରେ ୫ କୁଇଣ୍ଟାଲ ୫ କିଲୋ ଆମୋନିଆ ନାଇଟ୍ରେଟ ସହ ୨୫ କେଜି ଓଜନ ବିଶିଷ୍ଟ ୩୦୦ ପେଟି ଜିଲୋଟିନ ଜବତ ହୋଇଥିଲା। ତେବେ ଚଢାଉ ଖବର ପାଇ ଗୋଦାମର ମାଲିକ ରଘୁନାଥ ସାହୁ ଓ ତାଙ୍କ ପୁଅ ଅକ୍ଷୟ ସାହୁ ଫେରାର ହୋଇଯାଇଥିଲେ। ସେହିପରି ଲୁଣିବର ମୌଜାରେ ଥିବା ରଙ୍ଗାଧର ସାହୁଙ୍କ ଏକ ଗୋଦାମରେ ୪୫ ବ୍ୟାଗ ଆମୋନିଆ ନାଇଟ୍ରେଟ ଓ ୧୮୦ ପେଟି ଜିଲୋଟିନ ଜବତ କରାଯାଇଥିଲା। ଏହାପରେ ଗତ ୬ ତାରିଖରୁ ଗଙ୍ଗେଇଡୁବୁରୀ ପଥର ଖାଦାନ ନିକଟସ୍ଥ ମାଟିତଳେ ପୋତା ଯାଇଥିବା ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀ ଜବତ ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ମଧ୍ୟ ଏହି ପ୍ରକ୍ରିୟା ଜାରି ରହିଛି। ଏହି ବିପଦପୂର୍ଣ୍ଣ କାରବାରରେ ପ୍ରାୟ ୧୫ ଜଣଙ୍କ ସଂପୃକ୍ତି ରହିଥିବା କୁହାଯାଉଛି। କିନ୍ତୁ କେଉଁ କାରଣରୁ ଏଥିରେ ସଂପୃକ୍ତ ଜଣେ ମାତ୍ର ଅଭିଯୁକଙ୍କୁ ଗିରଫ କରାଯାଇ ନାହିଁ ସେ ନେଇ ପୋଲିସ କାର୍ଯ୍ୟଦକ୍ଷତା ଉପରେ ସନ୍ଦେହ ପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ଜେନାପୁର ଥାନା ଆଇଆଇସି ଶ୍ରବଣ କୁମାର ମହାରଣା କୁହନ୍ତି, ତଦନ୍ତ ଚାଲିଛି, ଠିକ ସମୟରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

ନୂଆବର୍ଷରେ ମିଥୁନ ରାଶିରେ ଧନ ବର୍ଷା, ଶତ୍ରୁ ବନେଇବେ ସିଂହ ରାଶି; ୨୦୨୬ରେ ଧନୀ ହୋଇଯିବେ ଏହି ୫ରାଶି!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ନୂଆବର୍ଷ ୨୦୨୬ ଆରମ୍ଭରେ ଅନେକ ବଡ ଗ୍ରହ ଗୋଚର କରିବାକୁ ଯାଉଛନ୍ତି । ଏହାସହ, ଗୋଚର କରୁଥିବା ଏହି ଗ୍ରହମାନଙ୍କ ମଧ୍ୟରେ...

ବେଆଇନ ବେଟିଂ ଆପ ମାମଲାରେ ଇଡିର ବଡ଼ ଆକ୍ସନ: ପୂର୍ବତନ କ୍ରିକେଟର, ବଲିଉଡ ସେଲିବିଟ୍ରିଙ୍କ ସମ୍ପତ୍ତି ଜବତ, ଜାଣନ୍ତୁ କାହାଠୁ କେତେ…

ନୂଆଦିଲ୍ଲୀ,୧୯।୧୨: ବେଆଇନ ବେଟିଂ ଆପ ମାମଲାରେ ଇଡି ବଡ଼ ଆକ୍ସନ ନେଇଛି। ପୂର୍ବତନ କ୍ରିକେଟର ଓ ବଲିଉଡ ସେଲିବେଟ୍ରିଙ୍କ ସମ୍ପତ୍ତି ଜବତ କରାଯାଇଛି। ଯୁବରାଜ ସିଂଙ୍କ...

ଭୋଜି ସାରି ଫେରୁଥିଲେ, ମୁହାଁମୁହିଁ ହେଲା ୨ ବାଇକ୍‌, ଆଉ ତା’ ପରେ…

ଭଞ୍ଜନଗର,୧୯ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳଭଣ୍ଡାର ସେତୁ ନିକଟରେ ଶୁକ୍ରବାର ଅପରାହ୍ନରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାସୁ ଦାସ...

ଡିସେମ୍ୱର ୩୧ ସୁଦ୍ଧା ସାରି ନିଅନ୍ତୁ ଏସବୁ କାମ, ନ ହେଲେ ସହିବେ ବଡ଼ କ୍ଷତି!

ନୂଆଦିଲ୍ଲୀ,୧୯।୧୨: ୨୦୨୫ ମସିହାର ଶେଷ ମାସ ଡିସେମ୍ୱର ମାସ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଡିସେମ୍ୱର ୧୯ ତାରିଖ, ଅର୍ଥାତ ବର୍ଷ ଶେଷ ହେବାକୁ...

୬ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର, ଦେଖିବାକୁ ଲୋକଙ୍କ ଭିଡ଼

ଧର୍ମଶାଳା,୧୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଗଡମଧୁପୁର ନିକଟରୁ ଏକ ୬ଫୁଟ ଲମ୍ବର ଅଜଗର ଶୁକ୍ରବାର ଦିନ ଉଦ୍ଧାର କରାଯାଇଛି। ଗ୍ରାମରେ ଥିବା ଏକ...

ପୁରୁଷୋତ୍ତମପୁର ସବ୍‌-ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟଣା: କାର୍ଯ୍ୟାନୁଷ୍ଠାନ ଲାଗି ଅତିରିକ୍ତ ଜିଲାପାଳଙ୍କୁ ସ୍ମାରକପତ୍ର

ପୁରୁଷୋତ୍ତମପୁର,୧୯ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସବ୍‌ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟି ଜମିର ପ୍ରକୃତ ମାଲିକଙ୍କ ମୃତ୍ୟୁ ଘଟିଥିବା ସତ୍ତ୍ବେ ଅନ୍ୟ ଜଣେ ବ୍ୟକ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri