‘ପରିଶ୍ରମର ମୂଲ୍ୟ ମିଳୁନି’ , ୩୦ବର୍ଷ ହେଲା ଗାଁ ଗାଁ ବୁଲି କାମ କରୁଛନ୍ତି ଇସଲାମ

କେନ୍ଦୁଝର, ୭ା୧୦(ସ୍ବ.ପ୍ର.): ପେଟପାଟଣା ପାଇଁ ଅନେକ ଲୋକ ବିଭିନ୍ନ ପ୍ରକାରର କାମ କରୁଛନ୍ତି। ଏଭଳି ଝୁମ୍ପୁରା ବ୍ଲକର ଇସଲାମ ଭାରତୀ, ଅନଓ୍ବାର ଖାନ ଗାଁ ଗାଁ ବୁଲି ଲୋକଙ୍କ ପାଇଁ ତକିଆ, ଗଦି, ରେଜେଇ ଆଦି କାମ କରନ୍ତି। ଏଥିପାଇଁ କପା, ଶିମିଳି, ସ୍ପଞ୍ଜ ତୁଳା ବ୍ୟବହାର କରିଥାନ୍ତି। ସେମାନଙ୍କ ଘର ବିହାର ରାଜ୍ୟ ପାଟନା ଅଞ୍ଚଳରେ। କିନ୍ତୁ ଝୁମ୍ପୁରାରେ ଥଇଥାନ ହୋଇ ଦୀର୍ଘ ୩୦ ବର୍ଷ ହେଲା ତୁଳା କାମ କରିଆସୁଛନ୍ତି ବୋଲି ଇସଲାମ କୁହନ୍ତି।
ଏହି ତୁଳା କାମ ସେମାନଙ୍କ କୌଳିକ ବୃତ୍ତି। ଏଥିପାଇଁ କଠିନ ପରିଶ୍ରମ କରିବାକୁ ପଡୁଥିଲେ ହେଁ ଅନେକ ସମୟରେ ପରିଶ୍ରମ ଅନୁଯାୟୀ ଲାଭ ମିଳୁନାହିଁ ବୋଲି ସେମାନେ କହିଛନ୍ତି। ଆଜିକାଲି ବିଭିନ୍ନ କମ୍ପାନୀର ଗଦି ବଜାରରେ ମିଳୁଥିଲେ ହେଁ ଏହି ତୁଳା ଗଦି, ରେଜେଇ, ତକିଆ ଆଦିର ଚାହିଦା ରହିଛି ା ବିଶେଷ କରି ଗ୍ରାମାଞ୍ଚଳରେ ଅଧିକ ରହିଛି। ବିଭିନ୍ନ କାରଣରୁ କପା, ଶିମିଳି ତୁଳାର ଉତ୍ପାଦନ କମୁଥିବାରୁ ଏହାର ସ୍ଥାନ ଆଜିକାଲି ଶସ୍ତା ସ୍ପଞ୍ଜ ତୁଳା ବା ନାଇଲନ ତୁଳା ନେଇଛି ା କିନ୍ତୁ କପା, ଶିମିଳି ତୁଳା ଦେହ ପକ୍ଷେ ସ୍ବାସ୍ଥ୍ୟ କର। ଏଣୁ ଏହାକୁ ବଡ଼ବଡ଼ିଆ ମାନେ ଅଧିକ ବ୍ୟବହାର କରୁଛନ୍ତି । ସେମାନେ ବାଲେଶ୍ୱରରୁ ତୁଳା କିଣି ଆଣି ଗାଁ ଗାଁ ବୁଲି ଲୋକଙ୍କ ଆବଶ୍ୟକତା ଅନୁଯାୟୀ କାମ କରିଥାନ୍ତି। ମାସକୁ ପରିଶ୍ରମ କରି ୧୦/୧୨ ହଜାର ଟଙ୍କା ରୋଜଗାର କରିଥାନ୍ତି। ଆଗରୁ ତୁଳା, କନା ସବୁର ଦାମ୍‌ କମ ଥିଲା। ଏବେ ସବୁ ମହଙ୍ଗା ହୋଇଗଲାଣି। ଏଣୁ ଆଗଭଳି ଲାଭ ହେଉନାହିଁ ବୋଲି ସେମାନେ କୁହନ୍ତି ା ସକାଳ ୮ଟାରେ ଘରୁ ଲୁନା ଗାଡିରେ ତୁଳା ଓ ରେଜେଇ ପ୍ରସ୍ତୁତ ସାମଗ୍ରୀ ଧରି ବାହାରିଯାଆନ୍ତି ା କାମ ସାରି ୪ଟାରେ ଫେରନ୍ତି ା ଅନେକ ସମୟରେ କାମ ମିଳିଗଲେ ଡେରିରେ ଫେରିଥାନ୍ତି। ଅନେକ ଦିନ କାମ ନ ମିଳିଲେ ନିରାଶ ହୋଇ ଫେରନ୍ତି ା ରାସ୍ତା କଡରେ ବା ଗାଁ ମୁଣ୍ଡରେ ଛାଇରେ ବସି ଘରୁ ପ୍ରସ୍ତୁତ କରି ନେଇଥିବା ଖାଦ୍ୟକୁ ମଧ୍ୟାହ୍ନରେ ଖାଇଥାନ୍ତି ବୋଲି କୁହନ୍ତି। ଖରା ଓ ଶୀତ ଦିନରେ ବ୍ୟବସାୟ ଭଲ ହୋଇଥାଏ। ଇସଲାମଙ୍କ ଘରେ ସ୍ତ୍ରୀ, ୩ ଝିଅ ଓ ୨ ପୁଅ ଅଛନ୍ତି ା ସେହିପରି ଅନଓ୍ବାରଙ୍କ ତିନି ଝିଅ। ସମସ୍ତେ ମଦ୍ରାସାରେ ପଢୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜପଥର ବାଇକ୍‌ ଦୁର୍ଘଟଣା, ଚାଳକ ଗୁରୁତର

ହାଟଡିହୀ,୭l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଆନନ୍ଦପୁର-ଭଦ୍ରକ ୫୩ ନମ୍ବର ରାଜ୍ୟ ରାଜପଥର ହାଟଡିହୀ ପୋଷ୍ଟ ଅଫିସ ନିକଟରେ ଏକ ବାଇକ୍‌ ଦୁର୍ଘଟଣା ଘଟି...

ନାମାଙ୍କନପତ୍ର ଦାଖଲ କଲେ ସସ୍ମିତା

କେନ୍ଦୁଝର,୬ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ନିର୍ବାଚନ ମଣ୍ଡଳୀର ସ୍ବାଧୀନ ପ୍ରାର୍ଥିନୀ ସସ୍ମିତାରାଣୀ ସିଂହ ସୋମବାର ସ୍ଥାନୀୟ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏକ...

ନାମାଙ୍କନପତ୍ର ଦାଖଲ କଲେ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାଏକ

କେନ୍ଦୁଝର/ପାଟଣା,୬ା୫(ନରେଶ ଚନ୍ଦ୍ର ପଟ୍ଟନାୟକ/ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାଏକ ନାମାଙ୍କନପତ୍ର ଦାଖଲ କରିଛନ୍ତି।...

ଟ୍ରାନ୍ସପୋର୍ଟ କର୍ମଚାରୀଙ୍କ ଠାରୁ ଦୁର୍ବୃତ୍ତ ଲୁଟିନେଲେ ୧୪ ଲକ୍ଷ ଟଙ୍କା

କେନ୍ଦୁଝର,୬ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଜାମୁଡ଼ିହା ନିକଟରେ ସୋମବାର ପୂର୍ବାହ୍ନରେ ଏନ୍‌ଏଚ ୪୯ରେ ଆଜି ଏକ ଘରୋଇ ଟ୍ରାନ୍ସପୋର୍ଟ କମ୍ପାନୀର ଦୁଇ ଜଣ...

ମହିଳାଙ୍କ ୪୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ କରି ଦମ୍ପତି ଫେରାର, ପାଟଣା ଥାନାର ଦ୍ୱାରସ୍ଥ ହେଲେ…

ପାଟଣା,୫।୫(ବୀର କିଶୋର ଦାଶ) :କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ ପାଟଣା ପଞ୍ଚାୟତ ମୁଖ୍ୟାଳୟ ଟାଇଁଶିରା ଗ୍ରାମର ୨୩ ଜଣ ମହିଳା ଠକେଇର ଶିକାର ହୋଇଛନ୍ତି।...

ନାମାଙ୍କନ ପତ୍ର ଦାଖଲ କଲେ କଂଗ୍ରେସ ସାଂସଦ ପ୍ରାର୍ଥୀ ଇଂ ବିନୋଦ ନାୟକ

କେନ୍ଦୁଝର, ୪।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଲୋକ ସଭା ପ୍ରାର୍ଥି ଭାବେ କଂଗ୍ରେସ ଦଳରୁ ଇଂ ବିନୋଦ ନାୟକ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ଶନିବାର...

ଖାଇବା ଦେବାରେ ବିଳମ୍ବ ହେବାରୁ ମା’ଙ୍କୁ ପିଟି ପିଟି ହତ୍ୟା କଲା ପୁଅ

ପାଟଣା,୪।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଖୀରେଇଟାଙ୍ଗିରୀ ପଞ୍ଚାୟତ ଖିରେଇ ଟାଙ୍ଗିରି ଗାଁ ଭାଲୁପାହାଡ଼ି ସାହିରେ ଏକ ଦୁଃଖଦ ଘଟଣା ଘଟିଛି। ଖାଇବା...

ପାଣି ପାଇଁ ପ୍ରତିବାଦ: ଗରା, ବାଲଟି ରଖି ରାସ୍ତା ଅବରୋଧ କଲେ ମହିଳା

ପାଟଣା:୪।୫(ବୀର କିଶୋର ଦାଶ): ପାନୀୟ ଜଳ ଯୋଗାଣ ଦାବିରେ କେନ୍ଦୁଝର ଜିଲା ପାଟଣା କେନ୍ଦେଇପଶି ରାସ୍ତାର ଟାଙ୍ଗରପଡ଼ା ଛକରେ ଶନିବାର ଶତାଧିକ ମହିଳା ରାସ୍ତା ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri