ଜେଜେମା’ଙ୍କ ଭରସାରେ ୪ ଅନାଥ ଭଉଣୀ

ଠାକୁରମୁଣ୍ଡା,୪ା୧୦(ଡି.ଏନ.ଏ.)- ମା’ ବାପା ଆରପାରିରେ। ଜେଜେମା’ଙ୍କ ଭରସାରେ ଅସହାୟ ଜୀବନ ବିତାଉଛନ୍ତି ୪ ଅନାଥ ଭଉଣୀ। ମାସକୁ ୩୫ କିଲୋ ଚାଉଳ ଓ ୫୦୦ ଟଙ୍କା ଭତ୍ତାରେ ଚଳୁଛନ୍ତି ୫ ପ୍ରାଣୀ। ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ମହୁଲଡ଼ିହା ପଞ୍ଚାୟତର ଗୌଡ଼ିଆବାହାଳି ବେହେରା ସାହିରେ ଏହି ଘଟଣା ଦେଖିବାକୁ ମିଳିଛି।
ଏହି ଗଁାରେ ବାସ କରନ୍ତି ବୃଦ୍ଧା ପୁନ୍ତା ମାଝି(୫୯)। ଅନେକ ବର୍ଷ ପୂର୍ବରୁ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ଘଟିଛି। ୪ ନାତୁଣୀ ପୁନ୍ତା(୧୧), ସଲମା (୯), ସୁକାନ୍ତୀ (୭) ଓ ବେଲ(୫)ଙ୍କୁ ନେଇ ତାଙ୍କ ସଂସାର। ୫ ବର୍ଷ ପୂର୍ବେ ବୋହୂ ସୁନା ମାଝି ଆରପାରିକୁ ଚାଲିଯାଇଥିବା ବେଳେ ପୁଅ ରାଜୁ ମଧ୍ୟ ୫ ମାସ ତଳେ ଆଖି ବୁଜି ଦେଇଥିଲେ। ଏବେ ପାଞ୍ଚପ୍ରାଣୀ କୁଟୁମ୍ବ ମାସକୁ ୩୫ କିଲୋ ଚାଉଳ ଓ ୫୦୦ ଭତ୍ତା ଟଙ୍କାରେ ଚଳୁଛନ୍ତି। ୧୫ରୁ ୧୮ ଦିନ ମଧ୍ୟରେ ଚାଉଳ ସରିଗଲେ ମାସର ଅବଶିଷ୍ଟ ଦିନ ସେମାନଙ୍କୁ ଅର୍ଦ୍ଧାହାର ଓ ଅନାହାରରେ ରହିବାକୁ ପଡ଼ିଥାଏ। ୨୦୧୬-୧୭ ଆର୍ଥିକ ବର୍ଷରେ ତାଙ୍କ ବୋହୂଙ୍କ ନାମରେ ମିଳିଥିବା ପ୍ରଧାନମନ୍ତ୍ରୀ ଆବାସ କାମ ଠିକାଦାର ଅଧା କରି ଚାଲିଯାଇଥିଲା ବେଳେ ବୃଦ୍ଧା ପୁନ୍ତା ବହୁ କଷ୍ଟରେ ଘର କାମ ଶେଷ କରିଥିଲେ। ଏବେ ମଧ୍ୟ ଏହି ଘରର ଝରକା ଲାଗି ପାରିନାହିଁ। ବଡ଼ ନାତୁଣୀ ସଲମା ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ବେଳେ ଅନ୍ୟ ଦୁଇ ନାତୁଣୀ ଯଥାକ୍ରମେ ତୃତୀୟ ଓ ପ୍ରଥମ ଶ୍ରେଣୀ ଶ୍ରେଣୀରେ ପଢୁଛନ୍ତି। ସାନ ଅଙ୍ଗନୱାଡ଼ି ଯାଉଛି। ଏ ସଂକ୍ରାନ୍ତରେ ସ୍ଥାନୀୟ ସରପଞ୍ଚଙ୍କୁ ପଚାରିବାରୁ ମୁଁ ସେମାନଙ୍କୁ ଜାଣିଛି ଓ ତାଙ୍କ ପାଖକୁ ଯାଇଛି। ସରକାରଙ୍କ ଆଶୀର୍ବାଦ ଯୋଜନାରେ ସେମାନଙ୍କ ନାମ ସାମିଲ ପାଇଁ ସୁପାରିଶ କରାଯାଇଛି। ଉକ୍ତ ପରିବାରକୁ ରାଶନକାର୍ଡ ଯୋଗାଇ ଦେବାକୁ ବ୍ଲକ ପ୍ରଶାସନକୁ ଅବଗତ କରାଯାଇଛି। ସେହିପରି ଆଦିବାସୀ ହୋଇଥିବାରୁ ଆଶ୍ରମ ସ୍କୁଲରେ ସେମାନଙ୍କ ପିଲା ପାଠ ପଢ଼ିବାର ବନ୍ଦୋବସ୍ତ କରାଯାଉଥିବା କହିଛନ୍ତି। ତେବେ ଏହି ଅନାଥ ୪ ଭଉଣୀଙ୍କୁ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାପାଇଁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କୁ ମାରିବାକୁ ସ୍ବାମୀ ରଚିଥିଲେ ଷଡଯନ୍ତ୍ର: ଘରେ ଲଗାଇଦେଲେ ନିଆଁ, ପରେ…

ଉଦଳା,୨୨।୧୨: ସ୍ତ୍ରୀଙ୍କୁ ମାରିବାକୁ ସ୍ବାମୀ ରଚିଥିଲେ ଷଡଯନ୍ତ୍ର । ପୋଡ଼ି ମାରିବାକୁ ସ୍ବାମୀ ଘରେ ନିଆଁ ଲଗାଇ ଦେଇଥିଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ...

ଘରେଥିଲେ ବୃଦ୍ଧ ହଠାତ୍‌ ଲାଗିଗଲା ନିଆଁ: ଶେଷରେ…

ବାରିପଦା, ୨୧।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ମୁଣ୍ଢାକଟା ପଞ୍ଚାୟତ ଜୁନା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘରେ...

ବସ୍‌ଷ୍ଟାଣ୍ଡ ପାଇଁ ଗଛକଟା: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ…

ବାରିପଦା, ୨୧।୧୧ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ପାଲବଣୀଠାରେ ଆନ୍ତଃରାଜ୍ୟ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଚାଲିଥିବା ଗଛକଟାକୁ ତୀବ୍ର ବିରୋଧ କରାଯାଇଛି। ପରିବେଶବିତ୍‌...

ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଚାଲିଛି ଗଛକଟା: ଉଦ୍‌ବେଗ ପ୍ରକାଶ କଲେ ପରିବେଶବିତ୍‌

ବାରିପଦା,୨୦ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ମୁଖ୍ୟାଳୟ ବାରିପଦାସ୍ଥିତ ପାଲବଣୀଠାରେ ଆନ୍ତଃରାଜ୍ୟ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଅନେକ ହଜାର ଗଛ କଟାଯାଉଛି। ଏହାକୁ...

ଧାନ ଚୋରି ରୋକିବାକୁ ସୀମା ସିଲ୍‌, ଏସ୍‌ପିଙ୍କୁ ଚିଠି ଲେଖି ଜିଲାପାଳ କହିଲେ…

ବାରିପଦା,୧୯ା୧୨: ଧାନ ଚୋରି ରୋକିବାକୁ ମୟୂରଭଞ୍ଜ ସୀମାରେ ଚେକ ପୋଷ୍ଟ କରାଯିବ। ଏଠାରେ ଚେକ୍‌ ପୋଷ୍ଟ ଲଗାଇବାକୁ ଏସ୍‌ପିଙ୍କୁ ଚିଠି ଲେଖିଛନ୍ତି ଜିଲାପାଳ। ଉକ୍ତ ଚିଠିରେ...

ବାହାଘରରେ ଯୋଗ ଦେବାକୁ ଯାଉଥିବାବେଳେ ଅଘଟଣ: ୪୦ ଫୁଟ୍‌ ତଳକୁ ଖସିଲା ବୋଲେରୋ

ମୋରଡା,୧୮।୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରେ ଏକ ପୋଲରୁ ୪୦ ଫୁଟ୍‌ ତଳକୁ ବୋଲେରୋ ଖସି ପଡିଛି। ଫଳରେ ୩ ଜଣ ଗୁରୁତର...

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ହାତୀକୁ ଖାଦ୍ୟରେ ବିସ୍ଫୋରକ

ବାରିପଦା,୧୫ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ୮ ଦିନ ତଳେ ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଦେଇ ଏକ ୨୭ଟିକିଆ ହାତୀପଲ ବୁଢ଼ାବଳଙ୍ଗ ନଦୀ ପାର ହୋଇ ବାଲେଶ୍ୱର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri