Posted inରାଜ୍ୟ

ପାର୍ବଣ ଭିଡ଼ ଉପରେ ନଜର ରଖିବ ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ୱର,୩ା୧୦(ବ୍ୟୁରୋ): ପାର୍ବଣକୁ ନେଇ ଏବେ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। କୋଭିଡ୍‌ ସଂକ୍ରମଣ ଆଶଙ୍କା ଥିବାରୁ ସେମାନେ ପୁଣି ଚେତାବନୀ ଦେଇଛନ୍ତି। ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର ଶନିବାର କହିଛନ୍ତି, ସ୍ବାସ୍ଥ୍ୟ ବିଭାଗ ପାର୍ବଣ ଭିଡ଼ ଉପରେ ସ୍ବତନ୍ତ୍ର ନଜର ରଖିବ। ଭିଡ଼ ବଢ଼ିଲେ ସଂକ୍ରମଣ ବଢ଼ିପାରେ। ତେଣୁ ପୂର୍ବ ଗାଇଡ୍‌ଲାଇନକୁ କଡ଼ାକଡ଼ି ପାଳନ ପାଇଁ ଗୃହ ବିଭାଗ ଗୁରୁତ୍ୱ ଦେଇଛି। ଏଥିପାଇଁ ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ ହେବ। ବିଶେଷକରି ମାର୍କେଟରେ କିଣାକିଣିବେଳେ ଭିଡ଼କୁ ଏଡ଼ାଇବା ପାଇଁ ଏହି ସ୍କ୍ବାଡ୍‌ କାର୍ଯ୍ୟ କରିବ। ଯେଉଁ ଅଞ୍ଚଳରେ ସଂକ୍ରମଣ ବଢ଼ିବ, ସେଠାରେ ପୁଣି କଣ୍ଟେନମେଣ୍ଟ ଓ ମାଇକ୍ରୋ କଣ୍ଟେନମେଣ୍ଟ କରାଯିବ। ଏବେ ଦୈନିକ ଟେଷ୍ଟିଂ ୬୦ରୁ ୭୦ ହଜାର ମଧ୍ୟରେ ରହୁଛି। ଏହା ଜାରି ରହିବ। ତେବେ କଟକ ଓ ଭୁବନେଶ୍ୱରରେ ସଂକ୍ରମଣ କମିଥିଲେ ମଧ୍ୟ ଭୟ ରହୁଛି। ତେଣୁ ଦ୍ୱୈତନଗରୀବାସୀଙ୍କୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଆଇସିଏମ୍‌ଆର ଓ ନୀତି ଆୟୋଗ ଏ ନେଇ ପୂର୍ବରୁ ସତର୍କ କରାଇଛନ୍ତି। ଆମେ ତାହାକୁ ଗୁରୁତ୍ୱ ଦେଉଛୁ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ଏଥିସହ ପାର୍ବଣରେ ଆମେ ଅଧିକା ଭିଡ଼ କରିବା ନାହିଁ। ଅଧିକ ସମୟ ବାହାରେ ଏକାଠି ରହିଲେ ସଂକ୍ରମଣ ବଢ଼ିବା ସମ୍ଭାବନା ଥିବାରୁ ଏହି ସମୟରେ ଘରୁ ନ ବାହାରିବାକୁ ସେ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ, ପାର୍ବଣକୁ ଦୃଷ୍ଟିରେ ରଖି କଟକ ଓ ଭୁବନେଶ୍ୱରରେ ନାଇଟ୍‌ କର୍ଫ୍ୟୁ ଅବଧି ବଢ଼ା ଯାଇଛି। ଏହି ଦୁଇ ସହରରେ ଆସନ୍ତା ୧୧ରୁ ୨୦ ତାରିଖ ପର୍ଯ୍ୟନ୍ତ ରାତି ୮ଟାରୁ ସକାଳ ୫ ଯାଏ ନାଇଟ୍‌ କର୍ଫ୍ୟୁ ବଳବତ୍ତର ରହିବ। ରାଜ୍ୟର ଅନ୍ୟ ସମସ୍ତ ପୌରାଞ୍ଚଳରେ ନାଇଟ୍‌ କର୍ଫ୍ୟୁ ପୂର୍ବଭଳି ରାତି ୧୦ଟାରୁ ସକାଳ ୫ଟା ଯାଏ ଜାରି ରହିବ ବୋଲି ଏସ୍‌ଆର୍‌ସି ଗାଇଡ୍‌ଲାଇନ କରିଛନ୍ତି।

ସେପଟେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୯,୨୫୧ ନମୁନା ପରୀକ୍ଷା କରାଯାଇଥିବାବେଳେ ୨୧ ଜିଲାରୁ ୪୭୮ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଦୈନିକ ସଂକ୍ରମଣ ହାର ୦.୬୯% ରହିଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବର୍ଗର ୫୭ ଜଣ ରହିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ କହିଛି। ସେହିପରି ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୧୧ଜଣ ଚିହ୍ନଟ ହୋଇଥିବାବେଳେ କଟକରୁ ୫୭ ଓ ବାକିସବୁ ଜିଲାରେ ଏହି ସଂଖ୍ୟା ୫୦ ତଳକୁ ରହିଛି। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୦,୨୭,୪୩୧ରେ ପହଞ୍ଚତ୍ଛି। ଅପରପକ୍ଷେ ରାଜ୍ୟରେ ଆଉ ୭ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଓ ସୁନ୍ଦରଗଡ଼ରୁ ୨ଜଣ ଲେଖାଏ ଥିବାବେଳେ ଜଗତ୍‌ସିଂହପୁର, ଯାଜପୁର ଓ କେନ୍ଦ୍ରାପଡ଼ାରେ ଜଣେ ଲେଖାଏ ରହିଛନ୍ତି। କରୋନାଜନିତ ମୃତ୍ୟୁ ସଂଖ୍ୟା ୮,୨୦୯କୁ ବୃଦ୍ଧି ପାଇଛି।

ରାଜ୍ୟରେ ୪,୭୫୭ ସକ୍ରିୟ ରୋଗୀ ରହିଛନ୍ତି। ଖୋର୍ଦ୍ଧା ଜିଲାରେ ସର୍ବାଧିକ ୨,୦୫୯ ସକ୍ରିୟ ରୋଗୀ ଥିବାରୁ ଏହା ଏବେ ୟେଲୋ ଜୋନ୍‌ରେ ରହିଛି। ୨୮ ଜିଲା ଗ୍ରୀନ ଜୋନ୍‌ରେ ଥିବାବେଳେ କୌଣସି ସକ୍ରିୟ ରୋଗୀ ନ ଥିବାରୁ ବୌଦ୍ଧ ଜିଲା ଏବେ କରୋନାମୁକ୍ତ ହୋଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ଏହି ୩ ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର, ୨୮।୪: କଂଗ୍ରେସ ପକ୍ଷରୁ ରହିବାର ୨ଟି ଲୋକ ସଭା ଏବଂ ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୮ ବିଧାନସଭା...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

୮ ବିଧାନସଭା, ୨ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକେଟ୍‌

ଭୁବନେଶ୍ୱର,୨୮।୪: କଂଗ୍ରେସ ପକ୍ଷରୁ ରବିବାର ୨ ଲୋକ ସଭା ଏବଂ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ୨ଟି ବିଧାସଭା ଆସନରେ ପ୍ରାର୍ଥୀ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଘର ବାହାରକୁ ବାହାରିବା ତ’ ଦୂର, ଘର ଭିତରେ ବି ଆଉ ରହିବା ମୁସ୍କିଲ ହୋଇଗଲାଣି।...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri