ବିଦ୍ୟୁତ୍‌ ବିଲ୍‌ ନାହିଁ: ଆବାସ ତାଲିକାରୁ ନାମ ବାଦ୍‌

ରଘୁନାଥପୁର,୧ା୧୦(ଡି.ଏନ୍‌.ଏ.): ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ ପୁରଣାବସନ୍ତ ପଞ୍ଚାୟତର ବହୁ ଯୋଗ୍ୟ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ପାଇନାହାନ୍ତି। ଏଥିସହ ତାଲିକାରେ ସାମିଲ ହୋଇଥିବା କେତେଜଣ ହିତାଧିକାରୀଙ୍କ  ନାଁ କାଟି ଦିଆଯାଇଛି। ଏହି ପଞ୍ଚାୟତର ଦେଉଳିସାହି ଗାଁରେ ୨ ଯୋଗ୍ୟ ହିତାଧିକାରୀ ବିଦ୍ୟୁତ୍‌ ବିଲ ଦେଖାଇ ନ ପାରିବାରୁ ସେମାନଙ୍କ ନାମ ତାଲିକାରୁ କାଟି ଦିଆଯାଇଥିବା ଅଭିଯୋଗ ହୋଇଛି। ସେମାନେ ହେଲେ ଦେଉଳିସାହି ଗାଁର ଦୁଇ ଭାଇ ନାରାୟଣ ବେହେରା ଓ ଧୁନ ବେହେରା। ଉଭୟ ଗୋଟିଏ ଖଞ୍ଜାରେ ଅଲଗା ଅଲଗା ବସବାସ କରନ୍ତି। ଉଭୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆବେଦନ କରି ଯୋଗ୍ୟ ତାଲିକାରେ ଥିଲେ।
କିଛିଦିନ ତଳେ ପକ୍କା ଘରର ତଦନ୍ତ ପାଇଁ କେନ୍ଦ୍ରୀୟ ଟିମ୍‌ ଗାଁକୁ ଆସିଥିଲେ। ଏହି ସମୟରେ ତଦନ୍ତକାରୀ ଟିମ୍‌ ଉଭୟ ଭାଇଙ୍କୁ ବିଦ୍ୟୁତ୍‌ ବିଲ୍‌ ମାଗିଥିଲେ। ମାତ୍ର ସେମାନେ ଦେଖାଇ ପାରି ନ ଥିଲେ। ଏବେ ଏହି ଯୋଜନାରୁ ସେମାନଙ୍କ ନାମ ବାଦ୍‌ ଦିଆଯାଇଛି ବୋଲି ସମିତିସଭ୍ୟା ନିଲୁବାଲା ମହାନ୍ତି ଅଭିଯୋଗ କରିଛନ୍ତି। ଉଭୟ ଭାଇ ମୂଲ ଲାଗି ପରିବାର ପ୍ରତିପୋଷଣ କରୁଥିବା ବେଳେ ସେମାନଙ୍କ ନାମରେ ପୃଥକ୍‌ ରାଶନକାର୍ଡ ମଧ୍ୟ ରହିଛି। ଆର୍ଥିକ ଜନଗଣନା ୨୦୧୧ ରିପୋର୍ଟରେ ୨ ଜଣଙ୍କ ନାମରେ ଚାଳଘର ଥିବା ଦର୍ଶାଯାଇଛି। ଏଭଳି ପରିସ୍ଥିତିରେ ଉଭୟ ଭାଇଙ୍କ ନାମ କିପରି ବାଦ୍‌ ପଡ଼ିଲା, ସେନେଇ ନିଲୁବାଲା ପ୍ରଶ୍ନ ଉଠାଇଛନ୍ତି। ଏ ସମ୍ପର୍କରେ ଉଭୟ ଭାଇ କହିଛନ୍ତି, ସେମାନେ ଗରିବ ପରିବାର ହୋଇଥିବା ବେଳେ କେନ୍ଦ୍ରୀୟ ଟିମ୍‌ଙ୍କୁ ସମସ୍ତ କାଗଜପତ୍ର ଓ ଘର ବୁଲାଇ ଦେଖାଇଥିଲେ। ଏହାସତ୍ତ୍ୱେ ଉଭୟଙ୍କ ନାମରେ ପୃଥକ୍‌ ବିଦ୍ୟୁତ୍‌ ବିଲ୍‌ ନ ଥିବାରୁ ସେମାନଙ୍କ ନାମ ତାଲିକାରୁ ବାଦ୍‌ ଦିଆଯାଇଛି ବୋଲି କହିଛନ୍ତି।
ସେହିପରି ଗ୍ରାମର ସନ୍ତୋଷ କୁମାର ମହାନ୍ତିଙ୍କ ପରିବାର ଆର୍ଥତ୍କ ଅଭାବ ଯୋଗୁ ବହୁ କଷ୍ଟରେ ଚଳୁଛନ୍ତି। ତାଙ୍କ ନାମ ମଧ୍ୟ ଆବାସ ଯୋଗ୍ୟ ତାଲିକାରୁ କାଟି ଦିଆଯାଇଛି। ଏ ନେଇ ସେ ସମିତିସଭ୍ୟା ମହାନ୍ତିଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ବାଲଂଶା ଗାଁର ସୌଭାଗିନୀ ବାରିକ, ପୁରୁଣା ବସନ୍ତର ମିନତି ସ୍ବାଇଁଙ୍କ ଘର ଫନି ବାତ୍ୟାରେ ଭାଙ୍ଗିଯାଇଛି। ସେମାନେ ଅନ୍ୟତ୍ର ଆଶ୍ରୟ ନେଇଛନ୍ତି। ମାତ୍ର ଏ ପର୍ଯ୍ୟନ୍ତ ସେମାନଙ୍କୁ ପକ୍କାଘର ଯୋଜନାରେ ସାମିଲ କରାଯାଇନାହିଁ ବୋଲି ନିଲୁବାଲା କ୍ଷୋଭର ସହ ପ୍ରକାଶ କରିଛନ୍ତି। ଏହାର ପୁନଃ ତଦନ୍ତ କରିବାକୁ ସେ ଦାବି କରିଛନ୍ତି। ଏହି ଦାବି ପୂରଣ ନ ହେଲେ ଉକ୍ତ ପରିବାର ସହ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ନିଲୁବାଲା ଚେତାବନୀ ଦେଇଛନ୍ତି। ଏ ସମସ୍ତ ଅଭିଯୋଗର ତଦନ୍ତ କରାଯିବ ବୋଲି ବିଡିଓ ଜିତେନ୍ଦ୍ର କୁମାର ନାୟକ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri