ହାତୀଙ୍କ ଚରାଭୂଇଁ ହଳଦିଆବାହାଳ

ଢେଙ୍କାନାଳ ଅଫିସ, ୩୦।୯:  ଢେଙ୍କାନାଳ ଜିଲା ସଦର ରେଞ୍ଜ୍‌ ଓଡ଼ାପଡ଼ା ବ୍ଲକର ହଳଦିଆବାହାଳ ପାଲଟିଛି ହାତୀଙ୍କ ଚରାଭୂଇଁ। ଅଞ୍ଚଳ ଦେଇ ଯାଇଥିବା ୫୫ନଂ. ଜାତୀୟ ରାଜପଥକୁ ଦୈନିକ ଦୁଇଥର ହାତୀ ପାର୍‌ ହେଉଛନ୍ତି। ହାତୀଙ୍କ ସମାଗମ ଦେଖିବାକୁ ପଥଚାରୀ ଭିଡ଼ ଲଗାଉଥିବାବେଳେ ସେମାନଙ୍କୁ ଘଉଡ଼ାଇବାକୁ ଯାଇ ନୟାନ୍ତ ହେଉଛନ୍ତି ବନ କର୍ମଚାରୀ। ଅନ୍ୟପଟେ ପାଖାପାଖି ୩୦ ହାତୀ ବର୍ଷତମାମ ଫସଲ ନଷ୍ଟ କରୁଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ବନ ବିଭାଗ ପକ୍ଷରୁ ହାତୀ ଉପଦ୍ରବର ସ୍ଥାୟୀ ପ୍ରତିକାର କରାଯାଉ ନ ଥିବାରୁ ଧନଜୀବନ ହାନି ହେଉଥିବା ବେଳେ ଅଞ୍ଚଳବାସୀ ଭୟ ଆତଙ୍କରେ ଦିନ କାଟୁଛନ୍ତି।
ହଳଦିଆବାହାଳ ନିକଟ ଜଙ୍ଗଲରେ ଦୀର୍ଘଦିନ ହେଲା ଡେରା ପକାଇଛନ୍ତି ୨୯ ହାତୀ। ଏହି ହାତୀପଲ ସକାଳେ ଏବଂ ସନ୍ଧ୍ୟାରେ ନିୟମିତ ୫୫ନଂ. ଜାତୀୟ ରାଜପଥ ପାର ହେଉଛନ୍ତି। ଜଙ୍ଗଲରୁ ହାତୀମାନେ ଧାଡ଼ିବାନ୍ଧି ରାସ୍ତା ପାର ହୋଇ ଖାଦ୍ୟ ଅନ୍ବେଷଣରେ ବ୍ରାହ୍ମଣୀ ନଦୀ କୂଳରେ ଘୂରି ବୁଲୁଛନ୍ତି। ଅନେକ ସମୟରେ ନଦୀ ପାର୍‌ ହୋଇ ପରଜଙ୍ଗ ବ୍ଲକ ମହାବିରୋଡ ରେଞ୍ଜ୍‌କୁ ଯାଇ ପୁଣି ଅପରାହ୍ନରେ ପ୍ରାକୃତିକ ଆବାସସ୍ଥଳୀକୁ ଫେରି ଆସୁଛନ୍ତି। ଜାତୀୟ ରାଜପଥରେ ଅଣ୍ଡରପାସ୍‌ ନ ଥିବାରୁ ହାତୀମାନେ ରାସ୍ତାକୁ ଚଲାପଥ ଭାବେ ବ୍ୟବହାର କରୁଥିବା ପରିବେଶବିତ୍‌ମାନେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ହାତୀଙ୍କ କୌତୁକିଆ ଗତିବିଧି ଦେଖିବାକୁ ପଥଚାରୀ, ଗାଡ଼ିଚାଳକ ଭିଡ଼ ଜମାଉଛନ୍ତି। କୌଣସି ସମୟରେ ଅଘଟଣ ଘଟିବା ଆଶଙ୍କା ଥିବାରୁ ବନ କର୍ମଚାରୀ ହାତୀ ଗତିବିଧି କରୁଥିବା ଅଞ୍ଚଳରେ ଜଗି ରହୁଛନ୍ତି।
ହଳଦିଆବାହାଳ ନିକଟସ୍ଥ ନିମିଧା ସମେତ ନିକଟବର୍ତ୍ତୀ ଜଙ୍ଗଲ ହାତୀପଲ ପାଇଁ ସୁରକ୍ଷିତ ଆବାସସ୍ଥଳୀ ପାଲଟିଛି। ସେଠାରୁ ହାତୀପଲ ବିଭିନ୍ନ ଭାଗରେ ବିଭକ୍ତ ହୋଇ ପରଜଙ୍ଗ, ହିନ୍ଦୋଳ ରେଞ୍ଜକୁ ଯାଉଛନ୍ତି। ହାତୀ ମୁହଁରୁ ଫସଲ ସୁରକ୍ଷା ଲାଗି ବନ ବିଭାଗ ପକ୍ଷରୁ ସ୍ଥାୟୀ ପ୍ରତିକାର କରାଯାଉନାହିଁ। ଫଳରେ ହାତୀ ଉପଦ୍ରବରେ ବ୍ୟାପକ ଫସଲ ହାନି ହେଉଛି। ସନ୍ଧ୍ୟାହେଲେ ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଉଛି। ହାତୀ-ମଣିଷ ସଂଘର୍ଷ ବଢୁଥିବାରୁ ଆଇନଶୃଙ୍ଖଳା ପରିସ୍ଥିତି ମଧ୍ୟ ସୃଷ୍ଟି ହେଉଛି।

ଘଞ୍ଚ ଜଙ୍ଗଲକୁ ସୁରକ୍ଷିତ ମଣୁଛନ୍ତି
ରୁଙ୍ଗ୍‌ଟା କମ୍ପାନୀ ନିକଟରେ ଥିବା ଘଞ୍ଚ ଜଙ୍ଗଲକୁ ହାତୀପଲ ସୁରକ୍ଷିତ ମଣୁଛନ୍ତି। ତେଣୁ ସେଠାରେ ବର୍ଷତମାମ ରହୁଛନ୍ତି। ବ୍ରାହ୍ମଣୀ ନଦୀ ପଠା ଏବଂ ମହାବିରୋଡ ରେଞ୍ଜ୍‌ରେ ପର୍ଯ୍ୟାପ୍ତ ଖାଦ୍ୟ ଉପଲବ୍ଧ ଥିବାରୁ ସେମାନେ ନିୟମିତ ଉକ୍ତ ଅଞ୍ଚଳକୁ ଯାଉଛନ୍ତି। ଖାଦ୍ୟ ଖାଇ ସାରିବା ପରେ ନଦୀରୁ ପାଣିପିଇ ରାଜପଥ ପାରହୋଇ ଜଙ୍ଗଲକୁ ଫେରୁଛନ୍ତି ା
-ଅରବିନ୍ଦ ମାଝି, ବନ୍ୟପ୍ରାଣୀ ସଙ୍ଗଠନ କର୍ମକର୍ତ୍ତା
ଅଣ୍ଡରପାସ୍‌ ନିର୍ମାଣ ଜରୁରୀ
୫୫ନଂ. ଜାତୀୟ ରାଜପଥରେ ଦୈନିକ ହାତୀପଲ ପାର ହେଉଛନ୍ତି। ଏହାଦ୍ୱାରା ଉଭୟ ହାତୀ ଏବଂ ମଣିଷ ଜୀବନକୁ ଭୟ ରହିଛି। ହାତୀ ଚଲାପଥ ଭାବେ ଚିହ୍ନଟ ହୋଇଥିବା ଉକ୍ତ ସ୍ଥାନରେ ଏକ ଅଣ୍ଡରପାସ୍‌ ନିର୍ମାଣ ଜରୁରୀ ହୋଇପଡ଼ିଛି। ଏ ଦିଗରେ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ଏବଂ ବନ ବିଭାଗ ସ୍ବତନ୍ତ୍ର ଦୃଷ୍ଟି ଦେବା ଉଚିତ।
-ପ୍ରଦ୍ୟୁମ୍ନ ରଥ, ପରିବେଶବିତ୍‌
ନଦୀକୂଳିଆ ଘାସ ହାତୀଙ୍କ ପସନ୍ଦ
ହାତୀପଲ ଗୋଟିଏ ସ୍ଥାନରେ ଅଧିକ ସମୟ ରୁହନ୍ତି ନାହିଁ। ହଳଦିଆବାହାଳ ଜଙ୍ଗଲରେ ରହୁଥିବା ହାତୀମାନେ ମଠରଗଡ଼ି, ନିମିଧା ଜଙ୍ଗଲକୁ ଆସୁଛନ୍ତି। ବ୍ରାହ୍ମଣୀ ନଦୀ ପଠାରେ ହୋଇଥିବା ମନପସନ୍ଦର ଘାସକୁ ଖାଦ୍ୟ ଭାବେ ଗ୍ରହଣ କରୁଛନ୍ତି। ବନ କର୍ମଚାରୀ, ହାତୀ ସ୍କ୍ବାଡ୍‌ କର୍ମଚାରୀ ହାତୀଙ୍କ ଗତିବିଧି ଉପରେ ନଜର ରଖୁଛନ୍ତି।

-ଡ. ପ୍ରକାଶଚାନ୍ଦ ଗୋଗିନେନି, ଡିଏଫ୍‌ଓ, ଢେଙ୍କାନାଳ


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା କର୍ମୀ ସମ୍ମିଳନୀ, ମିଶ୍ରଣ ପର୍ବ

କାମାକ୍ଷାନଗର,୩୦।୪(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ଦଶୀପୁର, କଣ୍ଟାପାଳ ଓ ବିରିବୋଲେଇ ପଞ୍ଚାୟତରେ ଭାଜପାର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।...

ବିଜେଡିରେ ମିଶିଲେ ଜିଲା ଯୁବ କଂଗ୍ରେସ ପୂର୍ବତନ ସଭାପତି

ଢେଙ୍କାନାଳ,୩୦ା୪(ରତନ ନାୟାର): ଢେଙ୍କାନାଳ ସହର ଗଣେଶ ମଣ୍ଡପଠାରେ ରବିବାର ବିଜେଡି ପକ୍ଷରୁ ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ଯୁବ କଂଗ୍ରେସର ପୂର୍ବତନ ସଭାପତି...

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ

ଢେଙ୍କାନାଳ,୨୮ା୪(ରତନ ନାୟାର)ଢେଙ୍କାନାଳ ଜିଲା ହିନ୍ଦୋଳ ବିଧାନସଭା କ୍ଷେତ୍ରରୁ ତୃତୀୟ ଥର ପାଇଁ ନିର୍ବାଚନ ଲଢ଼ିବେ ବିଧାୟିକା ସୀମାରାଣୀ ନାୟକ। ଶନିବାର ଭାଜପା ପକ୍ଷରୁ ତାଙ୍କୁ ପ୍ରାର୍ଥୀ...

୨୦ ଦିନ ହେଲା କଳାକୃତି ଗ୍ରାମରେ ବିଦ୍ୟୁତ୍‌ ଠପ୍‌

ଢେଙ୍କାନାଳ,୨୮ା୪(ରତନ ନାୟାର)ଢେଙ୍କାନାଳ ଜିଲା ସଦର ବ୍ଲକର ସବୁଜିମାମୟ ସପ୍ତଶଯ୍ୟା ରାଜ୍ୟ ଏବଂ ଜିଲାର ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ। ସପ୍ତଶଯ୍ୟା ପଞ୍ଚାୟତର ନବଜୀବନପୁର ସଦେଇବେରେଣୀ ଗ୍ରାମ...

କାଠଫାଳିଆରେ ମା’ଙ୍କୁ ପିଟିପିଟି ମାରିଦେଲେ ଝିଅ

ଭୁବନ,୨୭ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ମଝିପାଳ ଗ୍ରାମରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଝିଅର କାଠଫାଳିଆ ମାଡ଼ରେ ମାଆଙ୍କ ମୃତ୍ୟୁ ଘଟିଛି।...

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri