ଘରେ ବର୍ଷାଦିନିଆ ପେଡିକିଓର୍‌

ବର୍ଷାଦିନେ ମାଟି କାଦୁଅ,
ଅପରିଷ୍କାର ପାଣିରେ ପାଦ ଭିଜିବା ଯୋଗୁ ଜୀବାଣୁ ସଂକ୍ରମଣର ଆଶଙ୍କା ବେଶି। ତା’ ଛଡ଼ା ଓଦା ଚପଲ, ଜୋତା ଆଦି ଅଧିକ ସମୟ ରହିବା କାରଣରୁ ପାଦ ଗନ୍ଧ ହେବା ସହ ପାଣିଖାଇବା, ଫଙ୍ଗାଲ ଇନ୍‌ଫେକ୍ସନ ବି କେତେକଙ୍କଠାରେ ଦେଖା ଦେଇଥାଏ। ତେଣୁ ଏଦିନେ ପାଦର ଯତ୍ନ ନେବା ସହ ଏହାର ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ପେଡିକିଓର କରାଇବା ବେଶ୍‌ ଲାଭଦାୟକ…

ପ୍ରଥମେ ପାଦର ନେଲ୍‌ପଲିସ୍‌କୁ ଏସିଟୋନ୍‌ ମୁକ୍ତ ନେଲ୍‌ପଲିସ୍‌ ରିମୁଭର୍‌ରେ ଭଲଭାବରେ ପୋଛନ୍ତୁ। ନଖ ଭିଜିଗଲେ ନରମ ହୋଇ ଭାଙ୍ଗିଯାଏ ତେଣୁ ପାଣିରେ ଓଦା କରିବା ପୂର୍ବରୁ ନେଲ୍‌କଟରରେ କାଟି ଫାଇଲର୍‌ ସାହାଯ୍ୟରେ ଫାଇଲ୍‌ କରି ଶେପ୍‌ ଦିଅନ୍ତୁ।
ନଖ କୋଣରୁ ଏବଂ ତଳୁ ମଇଳା ବାହାର କରିବା ପାଇଁ ପେଡିକିଓର୍‌ ଟୁଲ୍ସ ବ୍ୟବହାର କରନ୍ତୁ।
ବର୍ତ୍ତମାନ ଏକ ଟବ୍‌ରେ ଉଷୁମ ପାଣି ରଖନ୍ତୁ ଏବଂ ସେଥିରେ ଏକ ଟି ସ୍ପୁନ୍‌ ଲେଖାଏଁ ଶ୍ୟାମ୍ପୁ, ଲେମ୍ବୁ ରସ ପକାଇ ଗୋଳାନ୍ତୁ। ଏହି ପାଣିରେ ପାଦକୁ ୧୦ ମିନିଟ୍‌ ପଯର୍‌ୟନ୍ତ ଭିଜାଇ ରଖନ୍ତୁ। ପାଦ ନରମ ହୋଇଗଲେ ଏକ ପ୍ୟୁମିକ୍‌ ଷ୍ଟୋନ ସାହାଯ୍ୟରେ ଗୋଇଠି ଓ ଆଙ୍ଗୁଠି ଆଦିକୁ ଧୀରେ ଧୀରେ ଘଷନ୍ତୁ।
ପାଦରୁ ଡେଡ୍‌ ସେଲ୍ସ ବାହାର କରିବା ନରମ ଏବଂ ମୁଲାୟମ କରିବା ଲାଗି ସ୍କ୍ରବିଂ କରିବାକୁ ଭୁଲନ୍ତୁ ନାହିଁ। ଏଥିପାଇଁ ୨ ଚାମଚ ଲେଖାଏଁ କଫି ପାଉଡ଼ର, ଅଟା ଏବଂ ଲୁଣ ନିଅନ୍ତୁ। ସେଥିରେ ନଡିଆ ତେଲ ମିଶାଇ ସ୍କ୍ରବ୍‌ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ଏହି ପ୍ୟାକ୍‌କୁ ନିଜ ପାଦ, ଗୋଇଠି ଏବଂ ଆଙ୍ଗୁଠିରେ ଧୀରେ ଧୀରେ ମସାଜ କରନ୍ତୁ। ଏହା ଦ୍ୱାରା ଆପଣଙ୍କ ପାଦ ନରମ ଲାଗିବା ସହ ଆପଣ ରିଲାକ୍ସ ଅନୁଭବ କରିବେ। କିିଛି ସମୟ ପରେ ପାଦକୁ ଉଷୁମ ପାଣିରେ ଧୋଇ ଦିଅନ୍ତୁ।
ସପ୍ତାହକୁ ଦୁଇରୁ ତିନି ଥର ଏହି ଭଳି କରନ୍ତୁ। ଏହା ପରେ ନର୍ମାଲ୍‌ ପାଣିରେ ପାଦକୁ ଧୋଇ ଏକ ସଫା ଟାଓ୍ବେଲରେ ଭଲ ଭାବେ ପୋଛି ମଶ୍ଚରାଇଜର ଲୋଶନ ଲଗାଇ ଦିଅନ୍ତୁ।
ବର୍ଷାଦିନେ ନଖକୁ ଅପରିସ୍କାର ପାଣି କାଦୁଅରୁ ସୁରକ୍ଷା ଦେଖାଯିବା ସହ ସୁନ୍ଦର ଦେଖାଯିବା ପାଇଁ ଟ୍ରାନ୍ସପରେଣ୍ଟ କିମ୍ବା ନିଜ ମନପସନ୍ଦର ଯେକୌଣସି ରଙ୍ଗର ନେଲପେଣ୍ଟ ବ୍ୟବହାର କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri