Posted inଫୁରସତ

ଦୃଷ୍ଟି ଆଢୁଆଳରେ ଜଳପ୍ରପାତ

କେନ୍ଦୁଝର ଜିଲାରେ ରହିଛି ବହୁ ପ୍ରାକୃତିକ ଜଳପ୍ରପାତ। ତନ୍ମଧ୍ୟରୁ କେତେକ ପର୍ଯ୍ୟଟନର ମାନ୍ୟତା ପାଇଥିବା ବେଳେ ଏବେବି ଅନେକ ଅପେକ୍ଷାରେ ରହିଛି। ସେହିପରି ଦୃଷ୍ଟି ଆଢୁଆଳରେ ରହିଥିବା ଏକ ଜଳପ୍ରପାତ ବାଂଶପାଳ ବ୍ଲକ ଉପର ବାଲି ଗ୍ରାମ ନିକଟରେ ରହିଛି।
ବଣପାହାଡ଼ ଘେରା ଏହି ଗ୍ରାମ ନିକଟରେ ବୋହି ଯାଉଥିବା ଏକ ଝରଣା ଉକ୍ତ ସ୍ଥାନରେ ପ୍ରାୟ ୩୦ ଫୁଟରୁ ଅଧିକ ଉଚ୍ଚରୁ ଖସି ଏକ ମନୋରମ ଜଳପ୍ରପାତ ସୃଷ୍ଟି କରିଛି। ଏହା ସମ୍ପୂର୍ଣ୍ଣ ଭାବରେ ନଜର ଆଢୁଆଳରେ ରହିଯାଇଥିଲାବେଳେ ସ୍ଥାନୀୟ ଜୁଆଙ୍ଗ ପିଲାମାନେ ଏଠାରେ ଜଳକ୍ରୀଡ଼ାର ମଜା ଉଠାଉଛନ୍ତି। ଏହାକୁ ସେମାନେ ଖଣ୍ଡାଧାର ବୋଲି କହୁଛନ୍ତି। କାରଣ ଖଣ୍ଡାଧାର ଜଳପ୍ରପାତ ଭଳି ଏହା ଦୃଶ୍ୟମାନ ହେଉଛି। ବିଶେଷକରି ପୁରାତନ ଜନଜାତି ଜୁଆଙ୍ଗ ପିଢ଼ ଅଞ୍ଚଳରେ ଏହି ସ୍ଥାନଟି ରହିଥିବାରୁ ଏହା ଅନେକ ଆନନ୍ଦ ଦେବା ସହ ଗବେଷଣାର ସୁଯୋଗ ସୃଷ୍ଟି କରିବ। ସେହିପରି ଏଠାରୁ ୧୫/୨୦ କିମି ଦୂରରେ ଗୋନାସିକା (ବୈତରଣୀ ନଦୀର ଉପତ୍ତ୍ତି ସ୍ଥଳ) ତଥା ଗୁପ୍ତଗଙ୍ଗା (ଜୁଆଙ୍ଗ ଜନଜାତିଙ୍କ ଉପତ୍ତ୍ତି ସ୍ଥଳ) ରହିଥିବାରୁ ଏହା ଏକ ବଡ଼ ପର୍ଯ୍ୟଟନର ସୁଯୋଗ ସୃଷ୍ଟି କରିବ। ଏହାର ବିକାଶ ହେଲେ ଜୁଆଙ୍ଗ ଅଞ୍ଚଳର ଅର୍ଥନୈତିକ ଓ ସାମାଜିକ ବିକାଶ ସହ ପ୍ରକୃତିପ୍ରେମୀ ଏହି ସ୍ଥାନର ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ। ଏଠାରୁ ପ୍ରାୟ ୩/୪ କିମି ଦୂରରେ ରହିଛି କାଇଁଝରୀ (ଘାଗରା) ଜଳପ୍ରପାତ। କାଇଁଝରୀ ନଦୀରେ ଏହି ଜଳପ୍ରପାତ ରହିଛି। ଏହା ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ପାଇ ନ ଥିଲେ ହେଁ ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ଏହାର ଉନ୍ନୟନ କାର୍ଯ୍ୟ କରାଯାଉଛି। ଏଠାକୁ ବହୁ ପର୍ଯ୍ୟଟକ ବୁଲିବା ଓ ଭୋଜି କରିବାକୁ ଆସିଥାନ୍ତି।
ଏହି ଦୁଇ କେନ୍ଦ୍ରର ଉନ୍ନତି ହେଲେ ପର୍ଯ୍ୟଟକଙ୍କୁ ଏକ ସଙ୍ଗରେ ବହୁ ସ୍ଥାନ ବୁଲିବାର ସୁଯୋଗ ମିଳିବ। ଏହି ରାସ୍ତାରେ ବାରାଗଡ଼ ଗ୍ରାମକୁ ଗଲେ ରାସ୍ତାର ଉଭୟ ପାର୍ଶ୍ୱରେ ବିସ୍ତୀର୍ଣ୍ଣ ପାହାଡ଼, ବର୍ଷା/ଶୀତ ଋତୁରେ ଭାସମାନ ମେଘମାଳାର ସୌନ୍ଦର୍ଯ୍ୟ, ଦେଶର ବିଭିନ୍ନ ହିଲ୍‌ ଷ୍ଟେଶନରେ ଦେଖିବାକୁ ମିଳୁଥିବା ଦୃଶ୍ୟ ସହିତ ସମାନ ହେବ। ଏହି ସ୍ଥାନ ଅତ୍ୟନ୍ତ ମନୋରମ ହୋଇଥିବାରୁ ଏହାର ବିକାଶ ପାଇଁ ପଦକ୍ଷେପ ନିଆଯିବ ବୋଲି ପର୍ଯ୍ୟଟନ ଅଧିକାରୀ ରମେଶ ଚନ୍ଦ୍ର ନାୟକ କହିଛନ୍ତି।

– ନରେଶ ଚନ୍ଦ୍ର ପଟ୍ଟନାୟକ, କେନ୍ଦୁଝର


Enter your email to get our daily news in your inbox.

All Right Reserved By Dharitri.Com

୭୦ ବର୍ଷୀୟଙ୍କ ‘ଜୀବନସାଥୀ’ ବିଜ୍ଞାପନ

ୱାଶିଂଟନ୍‌: ମଣିଷର ବୟସ ବଢିବା ସହ ଏକାନ୍ତପଣ ମଧ୍ୟ ବଢ଼ିଥାଏ। ଏହି ସମୟରେ ଯଦି ନିଜ ପରିବାର ପାଖରେ ନଥାଏ, ତେବେ ଏକାନ୍ତପଣକୁ ସାମ୍‌ନା କରିବା...

୨୫୧ ଥର ଜେଲ ଯାଇଥିବା ପ୍ରାର୍ଥୀ

ଲକ୍ଷ୍ନୌ: ଲକ୍ଷ୍ନୌ ଲୋକ ସଭା ଆସନରୁ ସମାଜବାଦୀ ପାର୍ଟି(ଏସ୍‌ପି) ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରିଛି। ଚଳିତ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବହୁ ପୁରାତନ...

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri