Posted inଫୁରସତ

ସୁନା ଚେନ୍‌ରେ କେଶ

ମେକ୍ସିକୋର ର଼୍ୟାପର୍‌ ଦାନ୍‌ ସୁର୍‌ଙ୍କ ଚର୍ଚ୍ଚା ଏବେ ଜୋର୍‌ ଧରିଛି। ଏହି ଚର୍ଚ୍ଚା ତାଙ୍କର କୌଣସି ଗୀତକୁ ନେଇ ନୁହେଁ ବରଂ ତାଙ୍କର ନୂଆ ଲୁକ୍‌କୁ ନେଇ। କଥା କ’ଣ କି ସେ ନିଜ ମୁଣ୍ଡର ପ୍ରାକୃତିକ କେଶ ସ୍ଥାନରେ ସୁନାର ଚେନ୍‌୍‌ ଟ୍ରାନ୍ସପ୍ଲାଣ୍ଟ କରାଇଛନ୍ତି। ସାଧାରଣତଃ ର଼୍ୟାପର୍‌ମାନଙ୍କର ଭିନ୍ନ ଷ୍ଟାଇଲ୍‌ ସମସ୍ତଙ୍କୁ ଆକର୍ଷିତ କରିଥାଏ। ତେବେ ଏହି ଭିନ୍ନତା ଭିତରେ କିଛି ବିଶେଷଧରଣର ଭିନ୍ନତା ନିଜ ଭିତରେ ଆଣିବା ପାଇଁ ଦାନ୍‌ ଏଭଳି ପନ୍ଥା ଆପଣେଇଲେ। ଆଉ ନିଜର ସୁନ୍ଦର କେଶ ସ୍ଥାନରେ ସୁନା ଚେନ୍‌କୁ କେଶ ଭାବେ ପ୍ରତିରୋପଣ କରି ସାରା ପୃଥିବୀରେ ଚର୍ଚ୍ଚିତ ହେଲେ। ଖପୁରି ଉପର ଚର୍ମରେ ହୁକ୍‌ ଓ ଚର୍ମ ଭିତରେ ହୁକ୍‌ ଲଗାଇ ଏହି ଚେନ୍‌ ସବୁ ପ୍ରତିରୋପଣ କରାଯାଇଛି। ଏଭଳି ପ୍ରତିରୋପଣରେ ସଂକ୍ରମଣ, ଖପୁରିରେ ଜ୍ୱଳନର ଆଶଙ୍କା ରହିଛି। ଏହା ଆଦୌ ନିରାପଦ ନୁହେଁ ବୋଲି ମଧ୍ୟ ପ୍ଲାଷ୍ଟିକ୍‌ ସର୍ଜନ କହୁଛନ୍ତି। ଏହାଦ୍ୱାରା ବାହାରର ବ୍ୟାକ୍ଟେରିଆ ସହଜରେ ଶରୀରକୁ ପ୍ରବେଶ କରିପାରିବେ ବୋଲି ସେ କହନ୍ତି। ତା’ସହ ଖପୁରି ଚର୍ମ ତଳେ ଥିବା ହୁକ୍‌ ଓଜନିଆ ଚେନ୍‌କୁ ଧରି ରଖିଥିବାରୁ ଖପୁରିରେ ଫ୍ରାକ୍ଚର ହୋଇପାରେ। ଅବା ପର୍‌ମାନେଣ୍ଟ ହେୟାର୍‌ ଲସ୍‌ ବି ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

ସ୍ବାମୀଙ୍କ ୫୦୦ରୁ ଅଧିକ ମହିଳାଙ୍କ ସହ ଥିଲା ସମ୍ପର୍କ: ସ୍ତ୍ରୀ ଜାଣିବା ପରେ ଘଟିଲା…

ନୂଆଦିଲ୍ଲୀ,୨୩।୧୨: ବିଶ୍ୱରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କର ବିବାହ ସାଥୀଙ୍କୁ ପ୍ରତାରଣା ଯୋଗୁ ଭାଙ୍ଗିଯାଏ। ବିବାହିତ ହେବା ସତ୍ତ୍ୱେ, ସେମାନଙ୍କର ଅନ୍ୟ ପୁରୁଷ କିମ୍ବା...

ଏମିତି ଗାଁ, ଯେଉଁଠି ୧୨ ବର୍ଷ ପରେ ଝିଅ ହୋଇଯାନ୍ତି ପୁଅ, ବୈଜ୍ଞାନିକ ବି ଖୋଜି ପାଉନାହାନ୍ତି କାରଣ

ଝିଅ କିମ୍ବା ପୁଅ ଭାବରେ ଜନ୍ମ ହେବା ପ୍ରକୃତିର ଏକ ଉପହାର। ଜନ୍ମ ପୂର୍ବରୁ ମା’ ପେଟରେ ଲିଙ୍ଗ ନିର୍ଣ୍ଣୟ ହୋଇସାରିଥାଏ। ତଥାପି ମଣିଷ ଏତେ...

ଏମିତି ସହର, ଯେଉଁଠି ସବୁକିଛି ଧଳା, କୋଠାରୁ ଆରମ୍ଭ କରି…

ସମସ୍ତେ ରଙ୍ଗକୁ ଭଲ ପାଆନ୍ତି। ରଙ୍ଗୀନ ଘର, ରଙ୍ଗଜୀନ କୋଠା ସମସ୍ତଙ୍କୁ ଆକର୍ଷିତ କରେ। ଆପଣ ଜାଣନ୍ତି କି, ବିଶ୍ୱରେ ଏପରି ଏକ ସହର ଅଛି...

ଆଜି ଜାତୀୟ ଗଣିତ ଦିବସ: ଅଧିକ ଗବେଷଣା ପ୍ରତି ଆଗ୍ରହ ଆବଶ୍ୟକ

ଗଣିତର ବିକାଶ ବିନା କୌଣସି ସଭ୍ୟତାର ବିକାଶ ସମ୍ଭବ ନୁହେଁ। ଆଜକୁ ୪୦୦୦ ବର୍ଷ ପୂର୍ବେ ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ଗଢ଼ିଉଠିଥିବା ସିନ୍ଧୁ ସଭ୍ୟତାର ଭଗ୍ନାବଶେଷରୁ ସେମାନଙ୍କର...

ଭାରତରେ କାହା ପାଖରେ ଅଛି ପରମାଣୁ ବୋମାର ରିମୋଟ କଣ୍ଟ୍ରୋଲ, ଆକ୍ରମଣ ପାଇଁ କିଏ ନିର୍ଦ୍ଦେଶ ଦେଇପାରିବ ଜାଣନ୍ତୁ

ନୂଆଦିଲ୍ଲୀ,୨୨।୧୨: ସାଧାରଣ ଜନତା ପ୍ରାୟତଃ ପରମାଣୁ ଅସ୍ତ୍ର ବିଷୟରେ ଅନେକ ପ୍ରଶ୍ନ କରନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଭାରତରେ ଏହି ଅସ୍ତ୍ରଗୁଡ଼ିକ ଉପରେ ପ୍ରକୃତ...

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ, ବୁଲିବା ପାଇଁ ବେଷ୍ଟ ଯାଗା

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri