Posted inଜାତୀୟ

ସୀମାରେ ଚାଇନା ନିର୍ମାଣ କଲାଣି ୬୮୦ ଗ୍ରାମ

ଗାନ୍ଧୀନଗର, ୨୬।୯: ଭାରତ ସୀମାରେ ଚାଇନା ୬୮୦ଟି ସମୃଦ୍ଧ ଓ ଅତ୍ୟାଧୁନିକ ଗ୍ରାମ ନିର୍ମାଣ କରିଛି, ଯାହାକୁ ନେଇ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। ବେଜିଂର ଗ୍ରାମ ନିର୍ମାଣ ସମ୍ପର୍କରେ ବିଶ୍ୱ ଆତଙ୍କବାଦ ନିରୋଧୀ ପରିଷଦର ଉପଦେଷ୍ଟା ବୋର୍ଡ ସୂଚନା ଦେଇଛି। ଭାରତର ସୀମାନ୍ତ ଅଞ୍ଚଳର ଲୋକମାନଙ୍କୁ ଉନ୍ନତ ଚାଇନା ଜୀବନଶୈଳୀ ପ୍ରତି ପ୍ରଲୋଭିତ କରିବା ଏବଂ ଚାଇନା ତରଫରୁ ଭାରତୀୟ ଅଞ୍ଚଳ ଉପରେ ନଜର ରଖିବା ଲାଗି ଏଭଳି ଗ୍ରାମ ନିର୍ମାଣ କରାଯାଇଥିବା ବିଶ୍ୱାସ କରାଯାଉଛି। ଉକ୍ତ ଗ୍ରାମଗୁଡ଼ିକରେ ଚାଇନାର ଲୋକେ ରହି ସ୍ଥାନୀୟ ଭାରତୀୟଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ ଚଳାଇଛନ୍ତି। ଚାଇନା ସରକାରରେ ସେମାନେ ବହୁତ ଭଲରେ ଥିବା ଭାରତୀୟମାନଙ୍କୁ ଜଣାଇବାକୁ ଚାହୁଁଛନ୍ତି। ସୀମାନ୍ତ ଲୋକମାନଙ୍କୁ ଭାରତ ବିରୋଧୀ କରାଇବା ପାଇଁ ଏହା ବେଜିଂ ଗୋଇନ୍ଦା ଓ ସୁରକ୍ଷା ବଳର ଯୋଜନା। ଚାଇନାର ଏଭଳି ଉଦ୍ୟମକୁ ପ୍ରତିହତ କରିବା ଲାଗି ଆମର ପୋଲିସ କର୍ମଚାରୀମାନଙ୍କୁ ଉପଯୁକ୍ତ ତାଲିମ ଦିଆଯାଉଥିବା ଉପଦେଷ୍ଟା ବୋର୍ଡ ସଦସ୍ୟ କ୍ରିଷନ ବର୍ମା କହିଛନ୍ତି। ଭାରତ ସରକାରଙ୍କ ପୂର୍ବତନ ସ୍ବତନ୍ତ୍ର ସଚିବ ବର୍ମା ଶୁକ୍ରବାର ଗାନ୍ଧୀନଗରସ୍ଥିତ ରାଷ୍ଟ୍ରୀୟ ରକ୍ଷା ୟୁନିର୍ଭସିଟି (ଆର୍‌ଆର୍‌ୟୁ)ରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଉପରୋକ୍ତ ସୂଚନା ଦେଇଛନ୍ତି। ଚାଇନାର ଅନୁପ୍ରବେଶ ଉଦ୍ୟମକୁ ବିଫଳ କରିବା ଲାଗି ଅରୁଣାଚଳପ୍ରଦେଶ ପୋଲିସକୁ ଆର୍‌ଆର୍‌ୟୁରେ ସ୍ବତନ୍ତ୍ର ତାଲିମ ପ୍ରଦାନ କରାଯାଉଛି। ଅରୁଣାଚଳପ୍ରଦେଶ ପୋଲିସ ଡିଜି ଆର୍‌.ପି. ଉପାଧ୍ୟାୟଙ୍କ ପରାମର୍ଶକ୍ରମେ ଉତ୍ତରପୂର୍ବାଞ୍ଚଳ ରାଜ୍ୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆର୍‌ଆର୍‌ୟୁ ଏଭଳି ସ୍ବତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିବା ବର୍ମା କହିଛନ୍ତି।
ଇଣ୍ଟରନେଟ, ସୋସିଆଲ ମିଡିଆ ଆଦି ପ୍ରଯୁକ୍ତି କ୍ଷେତ୍ରରେ ଚୀନାମାନେ ବେଶ୍‌ ଆଗରେ। ସେମାନେ ସୋସିଆଲ ନେଟ୍‌ଓ୍ବର୍କିଂ ସାଇଟ୍‌ଗୁଡ଼ିକର ଉପଯୋଗ କରି ଭାରତୀୟକୁ ବିଭ୍ରାନ୍ତ କରୁଛନ୍ତି ଓ ଭୁଲ୍‌ ତଥ୍ୟ ଦେଉଛନ୍ତି। ସୀମାନ୍ତ ଲୋକମାନେ ଖୁବ୍‌ ସମ୍ବେଦନଶୀଳ ହୋଇଥିବାରୁ ସେମାନଙ୍କୁ ଚାଇନାର ମନ୍ଦ ଉଦ୍ଦେଶ୍ୟ ସମ୍ପର୍କରେ ସଚେତନ କରାଇବା ଲାଗି ପୋଲିସକୁ ପ୍ରଶିକ୍ଷଣ ଦିଆଯାଉଛି। ଅନୁପ୍ରବେଶ କରୁଥିବା ଚୀନାମାନେ ମାଣ୍ଡାରିନ୍‌ ଶିକ୍ଷାରେ କଥା ହେଉଥିବାରୁ ସୀମାନ୍ତ ପୋଲିସଙ୍କୁ ଉକ୍ତ ଭାଷା ଶିକ୍ଷା ଦିଆଯାଉଛି। ଆଗାମୀ ଦିନରେ ଆର୍‌ଆର୍‌ୟୁରେ ୫ ବର୍ଷୀୟା ପାଠ୍ୟକ୍ରମ ଆରମ୍ଭ କରିବାକୁ ଯୋଜନା ରହିଥିବା ବର୍ମା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖ୍ରୀଷ୍ଟମାସ, ନୂଆବର୍ଷ ସେଲିବ୍ରେଶନ ପାଳନରେ ସାବଧାନ! ଏଥର ସାଦା ପୋଷାକରେ…

ଭୁବନେଶ୍ୱର,୨୩ା୧୨: ଖ୍ରୀଷ୍ଟମାସ ଓ ନୂଆବର୍ଷ ପାଇଁ ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ। ଖ୍ରୀଷ୍ଟମାସ ଓ ନୂଆ ବର୍ଷ ପାଇଁ ଅଧିକ ୧୫ ପ୍ଲାଟୁନ ଫୋର୍ସ...

ନାବାଳିକା ବଳାତ୍କାର-ହତ୍ୟା ମାମଲାରେ ଟିଏମସି ନେତାଙ୍କୁ ୫ ବର୍ଷ ଜେଲ, ପୁଅଙ୍କୁ ଆଜୀବନ କାରାଦଣ୍ଡ

କୋଲକାତା,୨୩।୧୨: ସୋମବାର, ଡିସେମ୍ବର ୨୨, ୨୦୨୫ ରେ, କୋଲକାତାର ନାଦିଆରେ ହଂସଖାଲି ଗଣବଳାତ୍କାର ଏବଂ ହତ୍ୟା ମାମଲାରେ ରାଣାଘାଟ କୋର୍ଟ ୯ ଜଣଙ୍କୁ ଦୋଷୀ ସାବ୍ୟସ୍ତ...

‘ମୋଦିଙ୍କୁ ଗାଳି ଦେଇ ଦେଇ…’, ରାହୁଲ ଗାନ୍ଧୀଙ୍କୁ କାହିଁକି ପ୍ରେସିଡେଣ୍ଟ କହିଲେ ଗିରିରାଜ? ଜାଣନ୍ତୁ ଏହାର ବଡ଼ କାରଣ

ନୂଆଦିଲ୍ଲୀ,୨୩।୧୨: ଭାଜପା କାର୍ଯ୍ୟକାରୀ ସଭାପତି ନୀତୀନ ନବୀନ ଆଜି (ଡିସେମ୍ବର ୨୩) ପ୍ରଥମ ଥର ପାଇଁ ପାଟନାରେ ପହଞ୍ଚୁଛନ୍ତି। ରାଜଧାନୀ ପାଟନା ସହିତ ନବୀନଙ୍କର ଗଭୀର...

ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ: ହାଇକୋର୍ଟ ଦେଲେ ବଡ଼ ରାୟ

କଟକ,୨୩।୧୨: ବିଧାୟକଙ୍କ ଦରମା ବୃଦ୍ଧି ମାମଲା ହାଇକୋର୍ଟରେ ଗ୍ରହଣ ହୋଇନାହିଁ। AG ପୀତାମ୍ବର ଆଚାର୍ଯ୍ୟଙ୍କ ଦୃଢ଼ ଯୁକ୍ତି ପରେ ମଧ୍ୟ ଏହାକୁ ଗ୍ରହଣ କରିନାହାନ୍ତି ହାଇକୋର୍ଟ।...

ପୋଲିସ ସାମ୍ନାରେ ଉଗ୍ରରୂପ ନେଲା ୨ କିନ୍ନର ଗୋଷ୍ଠୀ ବିବାଦ: ୪ ଜଣଙ୍କ ପ୍ରତି ଏପରି ଅଭିଯୋଗ ଆଣି…

ଭଦ୍ରକ,୨୩ା୧୨(ସନାତନ ରାଉତ): ଭଦ୍ରକ ଜିଲାରେ ଦୁଇ କିନ୍ନର ଗୋଷ୍ଠୀ ବିବାଦ ଉଗ୍ରରୂପ ନେଇଛି। ଗୋଟିଏ ଗୋଷ୍ଠୀର କିନ୍ନରଙ୍କ ଉପରେ ଆକ୍ରମଣ ଅଭିଯୋଗ ପରେ ଅନ୍ୟ କିନ୍ନର...

ସୁଜାତା କାର୍ତ୍ତିକେୟନଙ୍କୁ ନେଇ ବିସ୍ଫୋରକ ମନ୍ତବ୍ୟ ଦେଲେ ଶ୍ରୀମୟୀ: ରାଜନୀତିରେ ହଲଚଲ…

ଭୁବନେଶ୍ୱର,୨୩।୧୨: ବିଜେଡିରୁ ବହିଷ୍କାର ହୋଇଥିବା ଶ୍ରୀମୟୀ ମିଶ୍ର ବାରମ୍ବାର ଦଳକୁ ଟାର୍ଗେଟ କରୁଛନ୍ତି। ସେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନୁହେଁ, ବିଜେଡିର ପୂର୍ବତନ ନେତା...

ଶୁଭମନ ଗିଲ ଏବଂ ଚୟନକର୍ତ୍ତାଙ୍କ ମଧ୍ୟରେ ହୋଇଥିଲାବଡ଼ ଚୁକ୍ତି, ଅଧିନାୟକ ଭାବରେ ଫେରିବେ ଓପନର, ହେଲେ କିଏ ଥିଲେ ଏହାର ମଧ୍ୟସ୍ଥି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୧୨: ଭାରତୀୟ କ୍ରିକେଟର ପାୱାର କରିଡରରେ ପୁଣି ଥରେ ଏକ ବଡ଼ ହଇଚଇ ସୃଷ୍ଟି ହୋଇଛି। ଶୁବମନ ଗିଲଙ୍କ ନାମ ଅଧିନାୟକତ୍ୱ, ରାଜନୀତି ଏବଂ ବିଶ୍ୱସନୀୟତାର...

8th Pay Commissionକୁ ନେଇ ଆସିଲା ବଡ଼ ଅପ୍‌ଡେଟ: ଜାନୁଆରୀରେ ବଢିଯିବ…

ନୂଆଦିଲ୍ଲୀ,୨୩।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ୨୦୨୬ ବର୍ଷ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବାକୁ ଯାଉଛି। ୭ମ ବେତନ କମିଶନର ଅବଧି ୩୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri