Odisha Elections 2024
Posted inଫୁରସତ

ସତ ହେଲା ବିଲେଇର ଭବିଷ୍ୟବାଣୀ, ଜାଣିଲେ…

ସାଧାରଣତଃ କୁହାଯାଏ, ପୃଥିବୀ ଉପରକୁ କିଛି ବିପତ୍ତି ଆସିଲେ ମଣିଷମାନଙ୍କ ପୂର୍ବରୁ ପଶୁପକ୍ଷୀଙ୍କୁ ଜଣାପଡ଼ିଥାଏ। ଏବେ ଏମିତି କିଛି ଘଟିଛି ଅଷ୍ଟ୍ରେଲିଆରେ। ଯେଉଁଠି ଏକ ବିଲେଇ ଭୂକମ୍ପ ଆସିବା ପୂର୍ବରୁ ଜାଣି ପାରି ଜଣେ ମହିଳାଙ୍କୁ ସତର୍କ କରିବା ସହ ସେହି ସ୍ଥାନ ଛାଡ଼ି ଚାଲି ଯାଇଥିଲା।

ଅଷ୍ଟ୍ରେଲିଆର ମେଲବର୍ନ ସହରରେ ଏକ ବିଲେଇ ଭୂକମ୍ପ ଆସିବା ପୂର୍ବରୁ ଭବିଷ୍ୟବାଣୀ କରିଛି। ଏହି ଭୂକମ୍ପ ପୂରା ଅଷ୍ଟ୍ରେଲିଆକୁ ଦୋହଲାଇ ଦେଇଛି।

 

ସେପ୍ଟେମ୍ବର ୨୨ରେ ଟୁଇଟର ପେଜ୍‌ରେ ଏକ ଭିଡିଓ ଶେୟାର କରାଯାଇଛି। କ୍ୟାରେଲ ନାମକ ଏକ ଧଳା ବିଲେଇ ଏକ ଖେଳନା ମାଛ ସହିତ ଖେଳୁଥିଲା। ଏହି ସମୟରେ ବିଲେଇଟି ଭୂକମ୍ପ ଅନୁଭବ କରିଥିଲା। ହଠାତ୍‌ ସେ ସତର୍କ ହୋଇଯାଇଥିଲା। ସଙ୍ଗେ ସଙ୍ଗେ ସେହି ସ୍ଥାନଟି ଛାଡ଼ି ବିଲେଇ ଚାଲିଯାଇଥିଲା। ବିଲେଇର ମାଲିକାଣୀ କୁହନ୍ତି, ବିଲେଇ ଶାନ୍ତ ହୋଇ କିଛି ସମୟ ଗେଟ୍‌ ଉପରେ ଯାଇ ବସି ଯାଇଥିଲା। ଏହାର କିଛି ସମୟ ପରେ ଭୂକମ୍ପର ଝଟ୍‌କା ଲାଗିଥିଲା।

ବିଲେଇର ମାଲିକାଣୀ ବ୍ରୋଡି ଲ୍ୟାନ୍‌କାଷ୍ଟର ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରି କହିଛନ୍ତି, ଏହା କୌଣସି ମଜା ନୁହେଁ, ଭୂକମ୍ପ ସେତେବେଳେ ଆରମ୍ଭ ହୋଇଥିଲା; ଯେତେବେଳେ କ୍ୟାରେଲ ଖେଳନା ମାଛଟିକୁ ଫିଙ୍ଗି ଦେଇ ଚୁପ୍‌ଚାପ୍‌ ଚାଲିଯାଇଥିଲା।

ଭିଡିଓଟିକୁ ବର୍ତ୍ତମାନ ସୁଦ୍ଧା ୧୮୦୦ରୁ ଅଧିକ ଲୋକ ଦେଖିସାରିଥିବା ବେଳେ ଅନେକ ୟୁଜର କମେଣ୍ଟ ମଧ୍ୟ ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଏହି ଭୂକମ୍ପରେ ମୋ’ ବିଛଣା ଥରି ଉଠିଥିଲା। ଗୋଟିଏ ଘଣ୍ଟା ଭିତରେ ଅଷ୍ଟ୍ରେଲିଆରେ ୩ଥର ଭୂକମ୍ପ ହୋଇଥିଲା। ବିଲେଇର ଭବିଷ୍ୟବାଣୀ ଯୋଗୁ ମାଲିକାଣୀ ବି ବେଶ୍‌ ସତର୍କ ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କର୍ମାନୁଯାୟୀ ଦଣ୍ଡ, ପୁଣି ଗୋଟିଏ ଜନ୍ମରେ

ଏ ସଂସାରରେ ଯିଏ ଯେମିତି କର୍ମ କରିବ, ସେ ସେମିତି ଫଳ ପାଇବ। ଭଲ କର୍ମ ର ଭଲ ଫଳ। ଖରାପ କର୍ମର ଖରାପ ଫଳ।...

କଳାଗ୍ରାମ ସାରଙ୍ଗଯୋଡ଼ି

ଏଠି ସଞ୍ଜ ନଇଁ ଆସିଲେ ପ୍ରତିଦିନ ଚାଲେ ଲୋକକଳାର ସାଧନା। ଗାଁ ଭାଗବତ ଘରେ କଳାକାରମାନେ ଏକାଠି ହୁଅନ୍ତି। ଭାଗବତ ପଢ଼ାଯାଏ, ଠାକୁରଙ୍କୁ ପ୍ରାର୍ଥନା କରାଯାଏ।...

ବୋଉ ନିର୍ଦ୍ଦେଶରେ ଶାଢ଼ି କିଣିଥିଲି

ଯୁକ୍ତ ତିନି ବିଜ୍ଞାନ ଶେଷବର୍ଷ ପରୀକ୍ଷାର ଶେଷ ପେପର ଥାଏ ଗଣିତ। ପରୀକ୍ଷା ଶେଷଦିନର ଅନୁଭବ ପ୍ରତି ପରୀକ୍ଷାର୍ଥୀଙ୍କ ପାଇଁ ଥାଏ ଯେମିତି ନିଆରା ସେମିତି...

ଯେତେଦିନ ବଞ୍ଚିବି କବିତାରେ ବଞ୍ଚିବି

”ଓଡ଼ିଆ ଭାଷା ସାହିତ୍ୟରେ ରହିଛି ଅମୂଲ୍ୟ ସମ୍ପଦ। ଆମେ ଯେତେ ଗଭୀରକୁ ଯିବା ସେତେ ମଣିମୁକ୍ତା ପାଇବା। ସାହିତ୍ୟ ସମାଜ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ।...

ଗଞ୍ଜାମର କିଆ ସମ୍ପଦ…

ଆମ ଦେଶର ଉପକୂଳବର୍ତ୍ତୀ ବିଭିନ୍ନ ଅଞ୍ଚଳରେ କିଆଗଛ ଦେଖିବାକୁ ମିଳିଥାଏ। ଓଡ଼ିଶାର ଗଞ୍ଜାମ ଜିଲାର ଉପକୂଳବର୍ତ୍ତୀ ଅଞ୍ଚଳରେ ସର୍ବାଧିକ କିଆ ଜଙ୍ଗଲ ରହିଥିବାବେଳେ ଏଠାରେ କିଆଚାଷ...

ଜଳ ପାଇଁ

ଖରାଦିନ ଆସିଲେ ବଢେ ଜଳ ସମସ୍ୟା। ପିଇବା ପାଣିଠୁ ଆରମ୍ଭ କରି ଚାଷବାସ ପାଇଁ ଲୋକେ ହୁଅନ୍ତି ହନ୍ତସନ୍ତ। ଧୁ ଧୁ ଖରାରେ ବାଲ୍ଟିଏ ପାଣି...

ଆଜି ବିଶ୍ୱ ହକର ଦିବସ

ପ୍ରତିବର୍ଷ ମେ’ ୨୬ ତାରିଖକୁ ବିଶ୍ୱ ହକର ଦିବସ ଭାବେ ପାଳନ କରାଯାଉଛି। ବିଶ୍ୱର କୋଣ ଅନୁକୋଣରେ ହକରମାନେ ନିରବଚ୍ଛିନ୍ନ ଭାବେ ଲୋକଙ୍କ ସେବାରେ ନିଜକୁ...

କାହିଁକି ଅଧା ରହିଗଲା ମୁଖ୍ୟମନ୍ତ୍ରୀଙ୍କ ପ୍ରେମ କାହାଣୀ

ବେଙ୍ଗାଲୁରୁ,୨୫।୫: କନାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ନିକଟରେ ତାଙ୍କ ପ୍ରେମ କାହାଣୀକୁ ମନେ ପକାଇ ଅନେକ ରହସ୍ୟ ପ୍ରକାଶ କରିଛନ୍ତି। ଯାହା ଅନେକ ଲୋକଙ୍କୁ ଚକିତ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri