Posted inଜାତୀୟ

ଜବରଦଖଲ ଉଚ୍ଛେଦ ବେଳେ ଗଲା ୨ ଜୀବନ

ଗୁଆହାଟୀ, ୨୩।୯: ଆସାମର ଢୋଲପୁର ଗୋରୁଖୁଟି ଅଞ୍ଚଳରେ ଗୁରୁବାର ବେଆଇନ ଜବରଦଖଲ ଉଚ୍ଛେଦ ଉଦ୍ୟମ ବେଳେ ସଂଘର୍ଷ ଘଟଛି। ପୋଲିସ ଗୁଳିରେ ୨ ଜଣ ସ୍ଥାନୀୟ ବାସିନ୍ଦାଙ୍କ ମୃତ୍ୟୁ ହୋଇଥିବା ବେଳେ ଟେକାମାଡ଼ରେ ୯ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି।

ଖବର ଅନୁଯାୟୀ ରାଜ୍ୟ ଫାର୍ମିଂ ପ୍ରୋଜେକ୍ଟର ଏକ ଜମିରୁ ବେଆଇନ ଜବରଦଖଲ ହଟାଇବା ପାଇଁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଥିଲା। ତଦନୁଯାୟୀ ଗୁରୁବାର ମଧ୍ୟାହ୍ନରେ ପୋଲିସ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ ପ୍ରଶାସନିକ ଅଧିକାରୀ। ହଜାର ହଜାର ସ୍ଥାନୀୟ ଲୋକ ସେଠାରେ ରୁଣ୍ଡ ହୋଇ ଉଚ୍ଛେଦ ବିରୋଧରେ ସ୍ଲୋଗାନ ଦେଇଥିଲେ। କେତେକ ପ୍ରତିବାଦକାରୀ ପୋଲିସ ଉପରକୁ ଟେକାମାଡ଼ କରିବା ସହ ଆକ୍ରମଣ କରିଥିଲେ। ଫଳରେ ପୋଲିସ ଫାଙ୍କା ଗୁଳି ଚଳାଇବା ସହ ଲୁହବୁହା ଗ୍ୟାସ୍‌ ଛାଡ଼ିଥିଲା। ପୋଲିସ ଗୁଳିରେ ଆହତ ୨ ଜଣଙ୍କୁ ହସ୍ପିଟାଲ ନିଆଯାଇଥିଲା।

ଢୋଲପୁର ବାସିନ୍ଦାଙ୍କ ଉପରେ ପୋଲିସର ଗୁଳିମାଡ଼ ଘଟଣାକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିନ୍ଦା କରିଛନ୍ତି। ଏହା ଆସାମ ପ୍ରାୟୋଜିତ ଗୁଳିକାଣ୍ଡ ବୋଲି ସେ କହିଛନ୍ତି। କୋଭିଡ୍‌ ମହାମାରୀ ସମୟରେ ଜବରଦଖଲ ଉଚ୍ଛେଦ ଅମାନବୀୟ କାର୍ଯ୍ୟ ବୋଲି ଆସାମ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭୁପେନ କୁମାର ବୋରା ମତ ଦେଇଛନ୍ତି। ମହାମାରୀ ସମୟରେ ଉଚ୍ଛେଦ ନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ୧୯୭୦ରୁ ଉକ୍ତ ଜମିରେ ରହିଆସୁଥିବା ଲୋକଙ୍କୁ ଉଚ୍ଛେଦ କରିବା ପୂର୍ବରୁ ସେମାନଙ୍କ ଥଇଥାନ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରେନରେ ପଡ଼ି ସାଇକେଲ ଆରୋହୀ ମୃତ, ମୁକୁଳା ଥିବାରୁ ଅଘଟଣ ଅଭିଯୋଗ

ବଲାଙ୍ଗୀର, ୨୪/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ସହର ଜଗନ୍ନାଥପଡା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା...

ନୂଆ ବର୍ଷର ଉପହାର! 3ଟି ନୂଆ ଏୟାରଲାଇନ୍ସକୁ ସରକାରଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୨୪।୧୨: ନୂଆ ବର୍ଷରେ ଦେଶବାସୀ ତିନୋଟି ନୂତନ ବିମାନ ସେବାର ଉପହାର ପାଇବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଦେଶରେ ତିନୋଟି ନୂତନ ବିମାନ ସେବାକୁ...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

ନକଲି ଜିନିଷ ପାଇଁ ଅସଲି ଗ୍ରାହକ ହେଉଛନ୍ତି ଠକେଇ, ଭଞ୍ଜନଗରରେ ଖାଉଟି ଅଦାଲତ ସ୍ଥାପନ ଦାବି

ଭଞ୍ଜନଗର,୨୪/୧୨(ବାବୁଲା ପ୍ରଧାନ)-ଜାତୀୟ ଖାଉଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବୋର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ବୁଧବାର ଭଞ୍ଜନଗର...

ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପଦକ୍ଷେପ, ଏହିଦିନ ବନ୍ଦ ରହିବ ଟି- ସେତୁ

କଟକ,୨୪।୧୨: ବଡମ୍ବା ସିଂହନାଥ ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଜାନୁଆରୀ ୧୪ରୁ ୧୭ ଯାଏଁ...

ପାସ୍ତା, ପିଜା-ବର୍ଗର ନେଲା କି ଯୁବତୀଙ୍କ ଜୀବନ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

ନୂଆଦିଲ୍ଲୀ,୨୪।୧୨: ନିକଟରେ, ଉତ୍ତର ପ୍ରଦେଶର ଆମରୋହାରୁ ଜଣେ ୧୧ଶ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଖବର ପ୍ରକାଶିତ ହୋଇଥିଲା। ପରିବାର ଦାବି କରିଥିଲେ ଯେ ଝିଅଟିର ଖାଦ୍ୟରେ...

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ସଚେତନତା, ବଟେଶ୍ୱର ପୀଠ ହେବ ପ୍ଲାଷ୍ଟିକ ମୁକ୍ତ

ଗଞ୍ଜାମ,୨୪।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବ ପୀଠ ସ୍ଥିତ କଲ୍ୟାଣ ମଣ୍ଡପରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ସୁରକ୍ଷା ସମ୍ପର୍କକିତ...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri