Posted inରାଜ୍ୟ

ନିବେଶକଙ୍କ ପାଇଁ ସିଙ୍ଗଲ ଓ୍ବିଣ୍ଡୋ ସିଷ୍ଟମ

ନୂଆଦିଲ୍ଲୀ,୨୩।୯: ନିବେଶକ ଏବଂ ବିଜ୍‌ନେସ୍‌ ଲାଗି ବହୁ ପ୍ରତୀକ୍ଷିତ ସିଙ୍ଗଲ ଓ୍ବିଣ୍ଡୋ ସିଷ୍ଟମ ଉନ୍ମୋଚିତ ହୋଇଛି। କେନ୍ଦ୍ର ଏବଂ ରାଜ୍ୟ ସ୍ତରର ସମସ୍ତ ମଞ୍ଜୁରୀ ବ୍ୟବସ୍ଥାକୁ ଏଠାରେ ସମନ୍ବିତ କରାଯିବ ବୋଲି ଜଣାପଡ଼ିଛି। ନିବେଶ ପ୍ରସ୍ତାବର ମଞ୍ଜୁରୀ ଲାଗି ଏହା ଏକକ ସମାଧାନ ହେବ ବୋଲି ନୂଆ ବ୍ୟବସ୍ଥାକୁ ଶୁଭାରମ୍ଭକରି କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି। ୯ ରାଜ୍ୟ ଏବଂ ୧୮କେନ୍ଦ୍ରୀୟ ବିଭାଗର ବିଭିନ୍ନ ମଞ୍ଜୁରୀ ସୁବିଧା ଏଠାରେ ପ୍ରଦାନ କରାଯିବ। ଚଳିତ ବର୍ଷ ଶେଷ ସୁଦ୍ଧା ଆଉ ୫ ରାଜ୍ୟ ଏବଂ ୧୪ କେନ୍ଦ୍ରୀୟ ବିଭାଗକୁ ଏଥିରେ ଯୋଡ଼ାଯିବାକୁ ଲକ୍ଷ୍ୟ ରଖାଯାଇଛି। ନୂଆ ବ୍ୟବସ୍ଥା ଦ୍ୱାରା ଅମଲାତନ୍ତ୍ର ଉପରେ ନିର୍ଭରଶୀଳତା ହ୍ରାସ ହେବ। ଏହାବାଦ ଇଜ୍‌ ଅଫ୍‌ ଡୁଇଁ ବିଜ୍‌ନେସ୍‌ ମଧ୍ୟ ଏହାଦ୍ୱାରା ଉତ୍ସାହିତ ହୋଇପାରିବ। ବିଜ୍‌ନେସ୍‌ ଏବଂ ସରକାରଙ୍କ ମଧ୍ୟରେ ସିଙ୍ଗଲ ଓ୍ବିଣ୍ଡୋ ସମ୍ପର୍କ ରକ୍ଷା କରିବ।
ଶିଳ୍ପ ପ୍ରୋତ୍ସାହନ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ବିଭାଗ (ଡିପିଆଇଆଇଟି) ପକ୍ଷରୁ ଏଭଳି ଏକ ପୋର୍ଟାଲ ଏପ୍ରିଲରେ ଆଣିବା ଲାଗି ଯୋଜନା ରଖାଯାଇଥିଲା। ମାତ୍ର ଦ୍ୱିତୀୟ ଲହର ଯୋଗୁ ଏଥିରେ ବିଳମ୍ବ ହୋଇଛି। ୧୫ ଅଗଷ୍ଟରେ ଏହାର ଶୁଭାରମ୍ଭ ପାଇଁ ଯୋଜନା ରଖାଯାଇଥିଲେ ମଧ୍ୟ ପରୀକ୍ଷଣ ଏବଂ ବିଭିନ୍ନ ଅଂଶୀଦାରଙ୍କୁ ଗୋଟିଏ ପ୍ଲାଟ୍‌ଫର୍ମକୁ ଆଣିବାରେ ସମସ୍ୟା ରହିଥିଲା। ଏହା ଏକ ସ୍ବେଚ୍ଛାକୃତ ପ୍ରକ୍ରିୟା ହୋଇଥିବା ବେଳେ କାହାକୁ ଏଥିଲାଗି ବାଧ୍ୟ କରାଯାଉନାହିଁ। ଡିସେମ୍ବର ଯାଏ ଅପେକ୍ଷା ନ କରି ବର୍ତ୍ତମାନ ଏହାର ସଫ୍ଟ ଲଞ୍ଚ କରାଯାଇଛି। କୌଣସି ନିବେଶ ପ୍ରସ୍ତାବ ଲାଗି ବିଭିନ୍ନ ବିଭାଗର ମଞ୍ଜୁରୀ ଲୋଡ଼ା ପଡ଼ିଥାଏ। ମାତ୍ର ବର୍ତ୍ତମାନ ଗୋଟିଏ କ୍ଲିକ୍‌ରେ ଏହା ହୋଇଯିବ ବୋଲି ଗୋୟଲ କହିଛନ୍ତି। ଏକ ସିଙ୍ଗଲ ଡ୍ୟାସ୍‌ ବୋର୍ଡରେ ସ୍ବଚ୍ଛତା ଏବଂ ଉତ୍ତରଦାୟିତ୍ୱ ରକ୍ଷା ଦିଗରେ ଏହା ସହାୟକ ହେବ। ବାଣିଜ୍ୟ ଲାଗି ଅନୁପାଳନ ବୋଝକୁ କମାଇବା ଦିଗରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଉଦ୍ୟମ କରୁଥିବା ଗୋୟଲ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri