ଭଙ୍ଗା ଘରେ ବିତୁଛି ଜୁଆଙ୍ଗ ଜନଜାତିଙ୍କ ଜୀବନ

କେନ୍ଦୁଝର, ୨୨।୯(ସ୍ବ.ପ୍ର.): କେନ୍ଦୁଝର ଜିଲାର ପୁରାତନ ଜନଜାତି ହେଉଛନ୍ତି ଜୁଆଙ୍ଗ। ଜୁଆଙ୍ଗଙ୍କ ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରିଛନ୍ତି। ସେମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ୧୯୭୮ ମସିହାରେ ଗଠନ ହୋଇଛି ଜୁଆଙ୍ଗ ଉନ୍ନୟନ ସଂସ୍ଥା (ଜେଡିଏ)। ଏହା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଆସୁଛି। ବାଂଶପାଳ, ତେଲକୋଇ, ଘଟଗାଁ, ହରିଚନ୍ଦନପୁର ଆଦି ବ୍ଲକର ବଣପାହାଡ ଅଞ୍ଚଳରେ ରହୁଛନ୍ତି ଏହି ଜୁଆଙ୍ଗ ଜନଜାତି । କିନ୍ତୁ ଏହି ଜୁଆଙ୍ଗ ଉନ୍ନୟନ ସଂସ୍ଥା ପୂର୍ବରୁ ବାଂଶପାଳ ବ୍ଲକର ୩୫ଟି ଜୁଆଙ୍ଗ ଅଧ୍ୟୁଷିତ ଗ୍ରାମରେ କାମ କରିଆସୁଥିବା ବେଳେ ଏବେ ତେଲକୋଇ, ହରିଚନ୍ଦନପୁର, ଘଟଗାଁ ବ୍ଲକର ଜୁଆଙ୍ଗ ଗ୍ରାମକୁ ସାମିଲ କରାଯାଇଛି।
୨୦୧୮ ଜନଗଣନା ଅନୁଯାୟୀ ଏହି ସଂସ୍ଥା ଅଧୀନରେ ଉକ୍ତ ବ୍ଲକର ୫୪ଟି ଗ୍ରାମର ୫୦୭୮ ଜୁଆଙ୍ଗ ପରିବାର ବସବାସ କରୁଛନ୍ତି । ନିକଟରେ କୋଭିଡ ସହାୟତା ବାବଦକୁ ଏହି ପରିବାରର ଲୋକ ମାନେ ସହାୟତା ରାଶି ପାଇଥିଲେ ହେଁ ଆହୁରି ବହୁ ଗ୍ରାମର ଜୁଆଙ୍ଗ ମାନଙ୍କୁ ତାଲିକାଭୁକ୍ତ କରାଯାଇ ନ ଥିବାରୁ ସହାୟତା ରାଶି ପାଇବାରୁ ବଞ୍ଚିତ ରହିଥିବାରୁ ସେମାନେ ଜିଲାପାଳଙ୍କ ଠାରେ ଦାବିପତ୍ର ଦେଇଥିଲେ। ଦୀର୍ଘ ବର୍ଷ ଧରି ଜୁଆଙ୍ଗ ଉନ୍ନୟନ ସଂସ୍ଥା କାର୍ଯ୍ୟ କରୁଥିବା ଅଞ୍ଚଳର ଅବସ୍ଥା ଦେଖିଲେ ସେଭଳି ବିକାଶ ହୋଇଥିବା ଦେଖିବାକୁ ମିଳୁନାହିଁ। ଅନେକ ଜୁଆଙ୍ଗ ପରିବାର ଘର ପାଉନଥିବାରୁ ଭଙ୍ଗାଦଦରା ଘରେ ପଲା ମାରି ବହୁ କଷ୍ଟରେ ବର୍ଷା ଓ ଶୀତକାକରରେ ରହୁଛନ୍ତି।
ସେହିପରି ଜୁଆଙ୍ଗ ଅଞ୍ଚଳର ରାସ୍ତାଘାଟ, ଲୋକଙ୍କ ପାନୀୟ ସମସ୍ୟା, ଶିକ୍ଷା ବ୍ୟବସ୍ଥା ଅଦ୍ୟାବଧି ସମାଧାନ ହୋଇ ପାରୁନାହିଁ। ଏହା ଛଡା ସଚେତନତାର ଅଭାବ ଯୋଗୁ ଏବଂ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଜନାରେ କାମ ମିଳୁ ନ ଥିବାରୁ ପାରମ୍ପାରିକ ପୋଡୁ ଚାଷ ଉପରେ ଏବେ ମଧ୍ୟ ନିର୍ଭର କରୁଛନ୍ତି ା ଫଳରେ ଜଙ୍ଗଲ ଓ ପରିବେଶ ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହେଉଛି। ଜୀବିକା ପ୍ରକଳ୍ପରେ ସେମାନଙ୍କୁ ସହାୟତା ମିଳୁଛି। କିନ୍ତୁ ଉପଯୁକ୍ତ ତଦାରଖର ଅଭାବ ଯୋଗୁ ଅନେକ ଏହାର ସୁଫଳ ପାଇପାରୁନାହାନ୍ତି। କେବଳ ଜେଡିଏ ନୁହେଁ ଉକ୍ତ ଅଞ୍ଚଳରେ ଆଇଟିଡିଏ, ବ୍ଲକ ଭଳି ସଂସ୍ଥା ମାନେ ମଧ୍ୟ ଉନ୍ନୟନମୂଳକ କାମ କରୁଥିଲେ ହେଁ ସେସବୁ ଅଞ୍ଚଳର ଚିତ୍ର ବଦଳୁ ନ ଥିବାରୁ ସାମାଜିକ କର୍ମୀ, ଜୁଆଙ୍ଗ ସର୍ଦ୍ଦାର ମାନେ ଉଦ୍‌ବେଗ ପ୍ରକାଶ କରୁଛନ୍ତି। ଏସମ୍ପର୍କରେ ଜେଡିଏର ପ୍ରକଳ୍ପ ପରିଚାଳକ ବନଜ ନାୟକ କହିଛନ୍ତି, ଜେଡିଏ ଆବାସ ଯୋଜନାରେ ଘର କରୁନାହିଁ। ବ୍ଲକ ମାଧ୍ୟମରେ ଆବାସ ଯୋଜନା କାର୍ଯ୍ୟକାରୀ ହେଉଛି। ସେହିପରି ରାସ୍ତାକାମ ମଧ୍ୟ ବ୍ଲକ କରିବ। ଜେଡିଏ ଜୀବିକା ପ୍ରକଳ୍ପ, କୃଷି, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟ, ପାନୀୟଜଳ ବ୍ୟବସ୍ଥା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମସମର୍ପଣ କଲେ ୨୩ ମାଓବାଦୀ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡାରେ ସୋମବାର ୨୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଲୋନ୍‌ ଭାରାଟୁ ଅଭିଯାନରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିବା...

ଯବାନଙ୍କ ସହ ଗୁଳି ବିନିମୟ, ଜଣେ ମାଓବାଦୀ ମୃତ, ଅନେକ ଆହତ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନପାତ୍ର): ମାଲକାନଗିରି ଜିଲା ସୀମାନ୍ତ ସୁକ୍‌ମା ଜିଲାରେ ସୋମବାର ଡିଆର୍‌ଜି ଯବାନଙ୍କ ସହ ଗୁଳି ବିନିମୟରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନେକେ ଆହତ...

ବିଜେଡିରେ ଯୋଗ ଦେଲେ ପୂର୍ବତନ କଂଗ୍ରେସ ଜିଲା କାର୍ଯ୍ୟକାରୀ ସଭାପତି

କେନ୍ଦୁଝର,୨୯।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କଂଗ୍ରେସ ପୂର୍ବତନ ଜିଲା କାର୍ଯ୍ୟକାରୀ ସଭାପତି ରତିକାନ୍ତ ବାରାଲ ବିଧିବଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ସେ ପୂର୍ବରୁ...

ଅତାବିରାରେ ଶକ୍ତି ବଢ଼ାଉଛି ଭାଜପା

ଭେଡେନ,୨୯।୪(ସୁଦନ ମହାକୁର): ବରଗଡ଼ ଜିଲା ଭେଡେନ ରଞ୍ଜିତା ମିନି ଷ୍ଟାଡିୟମରେ ଭେଡେନ ବ୍ଲକ ଭାଜପା କର୍ମୀ ସମ୍ବିଳନୀ ଏବଂ ମିଶ୍ରଣ ପର୍ବ ସୋମବାର ଅନୁଷ୍ଠିତ ହୋଇଯାଇଛି।...

ବାଲିଗୁଡ଼ା ଆସନ ପାଇଁ ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ଦାଖଲ କଲେ ପ୍ରାର୍ଥିପତ୍ର

ବାଲିଗୁଡା,୨୯।୪:(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରବଳ ଖରା ସତ୍ତ୍ୱେ ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଆସି କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ...

ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା କନିଷ୍ଠ ଶିକ୍ଷକଙ୍କ ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର

ପଟ୍ଟାଙ୍ଗି,୨୯।୪(ଶରତ ଧଳ): ଜଣେ କନିଷ୍ଠ ଶିକ୍ଷକ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ରହି ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ପଟ୍ଟାଙ୍ଗି ଥାନାରେ ଏକ ଅଭିଯୋଗ...

ନାମାଙ୍କନପତ୍ର ଦାଖଲ କଲେ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏନେଇ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri