ଯୁବତୀଙ୍କ ସହ ଘରେ ପଶିଥିଲେ ବିବାହିତ ପୁରୁଷ: ରାତି ସାରା ଜଗିଲା ପୋଲିସ

ଛତ୍ରପୁର,୧୯ା୯(ଡି.ଏନ୍‌.ଏ.): ଦ୍ୱିତୀୟ ବିବାହ କରି ଗଞ୍ଜାମ ଜିଲା ଛତ୍ରପୁର ବ୍ୟାଙ୍କ କଲୋନୀରେ ଭଡ଼ାଘରେ ରହୁଥିବା ଜଣେ ଯୁବକଙ୍କୁ ଗୁରୁବାର ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ପୋଲିସ ଗିରଫ କରିଛି। ସେ ହେଲେ ପିନା ସାମଲ । ପ୍ରଥମ ସ୍ତ୍ରୀଙ୍କ ଅଭିଯୋଗ ମୁତାବକ ପିନାଙ୍କୁ ଠାବ କରିବା ପାଇଁ ଶନିବାର ଛତ୍ରପୁର ଆସିଥିବା ଭଦ୍ରକ ପୋଲିସକୁ ନାକେଦମ ହେବାକୁ ପଡ଼ିଛି। ରାତିସାରା ଘର ବାହାରେ ଜଗି ରହିବା ପରେ ରବିବାର ବୁଝାଶୁଝା କରି ସ୍ଥାନୀୟ ପୋଲିସ ସହାୟତାରେ ତାଙ୍କୁ କାବୁ କରିଛି।

୨୦୧୫ରେ ଭଣ୍ଡାରିପୋଖରି ଥାନା ଅଧୀନ ସାରସଦ ଗ୍ରାମର ପିନା ଭଦ୍ରକରେ ଜ୍ୟୋତ୍ସ୍ନାରାଣୀ ସାମଲଙ୍କୁ ବିବାହ କରିଥିଲେ । ସେମାନଙ୍କର ଏକ ସନ୍ତାନ ଅଛି। ପିନା ୪ ବର୍ଷ ହେଲା ଛତ୍ରପୁର ଅଞ୍ଚଳରେ ରହି ଗାଡ଼ି ଚଲାଉଥିଲେ। ଗତ ପ୍ରାୟ ୬ ମାସ ତଳେ ସେ ଛତ୍ରପୁର ଅଞ୍ଚଳର ଜଣେ ଯୁବତୀଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ପ୍ରଥମ ସ୍ତ୍ରୀ ଜ୍ୟୋତ୍ସ୍ନା ଏହା ଜାଣିବା ପରେ ଭଣ୍ଡାରୀପୋଖରୀ ଥାନାରେ ଏତଲା ଦେଇଥିଲେ। ପୋଲିସ ଏକ ମାମଲା (ନଂ.୨୩୯/୨୧) ରୁଜୁ କରିଥିଲା। ଭଣ୍ଡାରିପୋଖରୀ ଥାନା ପୋଲିସ୍‌ ଶନିବାର ରାତି ପ୍ରାୟ ୧୨ଟାରେ ଜ୍ୟୋତ୍ସ୍ନା ଓ ତାଙ୍କ ପରିବାର ଲୋକଙ୍କ ସହ ମିଶି ଛତ୍ରପୁରରେ ପହଞ୍ଚିଥିଲା। ଦ୍ୱିତୀୟ ସ୍ତ୍ରୀଙ୍କ ସହ ପିନା ରହୁଥିବା ବ୍ୟାଙ୍କ କଲୋନୀସ୍ଥିତ ଭଡ଼ାଘର କବାଟ ପୋଲିସ ବାଡ଼େଇଥିଲେ ମଧ୍ୟ କେହି ଖୋଲି ନ ଥିଲେ ା ତେଣୁ ରାତିସାରା ସେଠାରେ ଜଗି ରହିବାକୁ ପଡ଼ିଥିଲା। ରବିବାର ସକାଳେ ବୁଝାଶୁଝା କରିବା ପରେ ପିନା କବାଟ ଖୋଲିଥିଲେ। ତାଙ୍କୁ କାକୁ କରି ଛତ୍ରପୁର ଥାନାକୁ ନିଆଯାଇଥିଲା। ସେଠାରେ କିଛି ସମୟ ଅଟକ ରଖି ଭଣ୍ଡାରିପୋଖରୀ ପୋଲିସ୍‌ ବିଭିନ୍ନ କାଗଜପତ୍ର ଦେଖାଇ ପିନାଙ୍କୁ ନେଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଘରୁ ମତଦାନ ପ୍ରକ୍ରିୟା ଆରମ୍ଭ

କୋରାପୁଟ,୫।୫(ଅମିତାଭ ବେହେରା): ମେ’ ୧୩ ତାରିଖରେ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏନେଇ ରବିବାର ଆରମ୍ଭ ହୋଇଯାଇଛି ହୋମ୍‌ ଭୋଟିଂ ପ୍ରକ୍ରିୟା। ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ...

ପାହାଡ଼ରୁ ଖସିଲା ପଥର: ମାଲ୍‌ବାହୀ ଟ୍ରେନ୍‌ ଲାଇନଚ୍ୟୁତ

କୋରାପୁଟ,୫ା୫(ଅମିତାଭ ବେହେରା ): ଆନ୍ଧ୍ରର ଶିବଲିଙ୍ଗପୁରମ ନିକଟସ୍ଥ ରେଳ ଧାରଣାରେ ପାହାଡ଼ରୁ ପଥର ଖସି ରବିବାର ଭୋର ସମୟରେ ଏକ ମାଲବାହୀ ଟ୍ରେନ୍‌ ଇଞ୍ଜିନ ଲାଇନଚ୍ୟୁତ...

କଂଗ୍ରେସ ପ୍ରାର୍ଥୀଙ୍କ ଉପରକୁ ଆକ୍ରମଣ: ମୁଣ୍ଡ ଫଟେଇଦେଲେ ଦୁର୍ବୃତ୍ତ

ପୁରୀ,୫।୫: ପୁରୀ କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କ ଉପରେ ରବିବାର ଅପରାହ୍ନରେ ଆକ୍ରମଣ ହୋଇଛି। ସେ ବସ୍‌ଷ୍ଟାଣ୍ଡରେ ବୁଲୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ...

ସଞ୍ଜୟଙ୍କୁ ସମ୍ବଲପୁର ବିଧାନସଭା ନିର୍ବାଚନ ଇନ୍‌ଚାର୍ଜ କଲା ବିଜେଡି

ସମ୍ବଲପୁର,୫ା୫(ପ୍ରମୋଦ ବହିଦାର): ଚଳିତ ନିର୍ବାଚନ ପାଇଁ ବିଜେଡିର ନିର୍ବାଚନ ସଂଯୋଜକ ଓ ନିର୍ବାଚନ ଇନ୍‌ଚାର୍ଜ ନିଯୁକ୍ତ କରାଯାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ...

କ୍ଷମତାକୁ ଆସିଲେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବ ଭାଜପା: ଜାଣନ୍ତୁ ଏଥିରେ ମହିଳାଙ୍କୁ କ’ଣ ମିଳିବ ଲାଭ

ଭୁବନେଶ୍ୱର,୫।୫: ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାର ରବିବାର ଉନ୍ମୋଚିତ ହୋଇଛି। ନିର୍ବାଚନୀ ଇସ୍ତାହାରରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା।...

ସ୍ତ୍ରୀଙ୍କ ପାଇଁ ପ୍ରଚାର କରୁଛନ୍ତି ସ୍ବାମୀ

କେସିଙ୍ଗା,୫।୫(ତୁମେଶ୍ୱର ସାହୁ): ନର୍ଲା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀନି ମନୋରମା ମହାନ୍ତିଙ୍କ ପାଇଁ ନର୍ଲା ବ୍ଳକ ଉପାଧ୍ୟକ୍ଷ ସ୍ବାମୀ ମୁନା ମହାନ୍ତି ପ୍ରଚାର ପାଇଁ...

ଗଞ୍ଜେଇ ଜବତ କରିବାକୁ ଯାଇ ହଟହଟା ହେଲା ପୋଲିସ

ବାଲିଗୁଡା,୫।୫: (ସଞ୍ଜୟ କୁମାର ପାଣିଗ୍ରାହୀ): ଆଗକୁ ସାଧାରଣ ନିର୍ବାଚନ ଥିବାରୁ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ନିଶା କାରବାର ରୋକିବାକୁ ବିଭିନ୍ନ ସ୍ଥାନରେ ଚଢାଉ...

ବେଆଇନ ମୋରମ ଚୋରାଚାଲାଣ: ଟ୍ରାକ୍ଟର, ଜେସିବି ଜବତ

ଛତ୍ରପୁର,୫।୫(ଦିଲ୍ଲୀପ ସାମଲ): ବେଆଇନ ମୋରମ ଚୋରାଚାଲାଣବେଳେ ଦୁଇ ଟ୍ରାକ୍ଟର ଓ ଗୋଟିଏ ଜେସିବି ଜବତ କରିଛି ମାଇନିଂ ବିଭାଗ। ଛତ୍ରପୁର ଥାନା ଅଧୀନ ସୁନ୍ଦରପୁର ପାହାଡ଼ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri