ଗାଁରେ ବନ୍ୟାଜଳ, ଦୁର୍ଦ୍ଦଶାରେ ଲୋକେ

ଖୋର୍ଦ୍ଧା ଅଫିସ,୧୯।୯:  ହୀରାକୁଦ ଗେଟ୍‌ ଖୋଲିବା ପରେ ରାଜୁଆ, ମଲାଗୁଣୀ ଓ ଦୟା ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଏହାର ପ୍ରଭାବରେ ଖୋର୍ଦ୍ଧ ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଓରବରସିଂ, ନରଣଗଡ଼ ଏବଂ ବ୍ରଜମୋହନପୁର ପଞ୍ଚାୟତର ୧୫ ଗ୍ରାମବାସୀ ୫ଦିନ ହେବ ଜଳବନ୍ଦୀରେ ରହିଛନ୍ତିି। ପ୍ରାୟ ୭ହଜାର ଲୋକ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ଜଳସ୍ତର ବଢ଼ିିବା ସହିତ ଗ୍ରାମବାସୀଙ୍କ ଦୁର୍ଦ୍ଦଶା ମଧ୍ୟ ବଢୁଛି। ଗ୍ରାମରେ ଆଣ୍ଠୁଏ ଆଣ୍ଠୁଏ ଉଚ୍ଚର ବନ୍ୟା ଜଳ ଜମି ରହିଛି। ଶନିବାର ରାତି ସୁଦ୍ଧା ଜଳସ୍ତର ଆହୁରି ବଢିବା ଆଶଙ୍କା ରହିଛି। ଗଁା ରାସ୍ତାରେ ୫ରୁ ୬ଫୁଟ ପାଣି ପ୍ରବାହିତ ହେଉଛି। ଯାତାୟାତ ଏକପ୍ରକାର ଠପ୍‌ ହୋଇଯାଇଛି।
ମିଳିଥିବା ସୂଚନା ମୁତାବକ, ବନ୍ୟାଜଳ ପ୍ରଭାବରେ ଓରବରସିଂ ପଞ୍ଚାୟତର ୯ଗଁା, ନରଣଗଡ଼ର ୪ଗଁା ଓ ବ୍ରଜମୋହନପୁରର ୨ଗଁା ଜଳବନ୍ଦୀରେ ରହିଛି। ଯାତାୟାତ ପାଇଁ କୌଣସି ବ୍ୟବସ୍ଥା ନ ଥିବା ବେଳେ ଲୋକଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ଅନ୍ୟପଟେ ସାପ ଭୟରେ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ରିଲିଫ ବ୍ୟବସ୍ଥା କରାଯାଇନାହିଁ। ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଗ୍ରାମବାସୀ ଉପାସରେ ରହିଥିବା ବେଳେ ଗୋରୁଗାଈଙ୍କ ଅବସ୍ଥା ବିଗିଡ଼ଲାଣି। ତୁରନ୍ତ ଗୋଖାଦ୍ୟ ନ ପହଞ୍ଚିିଲେ, ସେମାନଙ୍କ ମୃତ୍ୟୁ ହେବ ବୋଲି ଗ୍ରାମବାସୀ ଆଶଙ୍କା କରିଛନ୍ତି। ଅନ୍ୟପଟେ ବିଦ୍ୟୁତ୍‌ କାଟ ଯୋଗୁ ଲୋକେ ନାହିଁ ନ ଥିବା ହଇରାଣ ହେଉଛନ୍ତି। ବନ୍ୟାଜଳରେ ଚାଲିବାରୁ ଦେହ କୁଣ୍ଡେଇ ହେବା ସହ ଅନେକଙ୍କ ପାଦ ଖାଇଲାଣି। ବ୍ଲିଚିଂ ପାଉଡର ମଧ୍ୟ ଯୋଗାଇ ଦିଆଯାଉନାହିଁ। ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି ବୋଲି ଗ୍ରାମବାସୀ କହିଛନ୍ତି। ବନ୍ୟାଜଳରେ ଏକର ଏକର ଚାଷଜମି ବୁଡ଼ି ରହିଛି। ଗତବର୍ଷ ଫସଲ କ୍ଷତି ହୋଇଥିଲା, ଏଯାଏ କୌଣସି କ୍ଷତିପୂରଣ ମିଳିନାହିଁ ବୋଲି କେତେଜଣ ଚାଷୀ କହିଛନ୍ତି। ହିରିମୂଳ, ଓରମି ଏବଂ ମାନପୁର ଗ୍ରାମର କେତେଜଣ ବାତ୍ୟାଶ୍ରୟସ୍ଥଳୀରେ ରହିଛନ୍ତି। ହିରିମୂଳ ଗ୍ରାମବାସୀଙ୍କ କହିବାନୁଯାୟୀ, ହିରିମୂଳରୁ ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ଦେଢ଼ କିମି ରାସ୍ତା ନିର୍ମାଣ ହେଲେ, ବନ୍ୟା ସ୍ଥିତି ଉପୁଜିବ ନାହିଁ। ଏନେଇ ସ୍ଥାନୀୟ ପ୍ରଶାସନ ଠାରୁ ଜିଲା ପ୍ରଶାସନ ପର୍ଯ୍ୟନ୍ତ ଗୁହାରି କରାଯାଇଥିଲେ ମଧ୍ୟ କେବଳ ପ୍ରତିଶ୍ରୁତି ମିଳିଛି, କାର୍ଯ୍ୟ ହୋଇନାହିଁ। ୨୨ବର୍ଷ ପୂର୍ବେ କେତେଜଣ ଲୋକଙ୍କୁ ଇନ୍ଦିରାବାସ ମିଳିଥିଲା। ଏହା ପରଠାରୁ ଆଉ ଆବାସ ଯୋଜନାରେ କାହାକୁ ଅନ୍ତର୍ଭୁକ୍ତ କରାଯାଇନାହିଁ। ସେହିପରି ଓରମି, ମାନପୁର, ଧବଳପୁର, ରାୟପୁରର କେଜେତଣ ଗ୍ରାମବାସୀ କହିଛନ୍ତି, ୨୦ବର୍ଷରୁ ଊର୍ଦ୍ଧ୍ୱ ହେବ ଏହି ୩ ପଞ୍ଚାୟତର ୧୫ଗଁା ଏଭଳି ସ୍ଥିତି ଦେଇ ଗତି କରୁଛନ୍ତି। ନିର୍ବାଚନ ଆସିଲେ ସମସ୍ତ ଦଳ ପକ୍ଷରୁ ସ୍ଥାୟୀ ପ୍ରତିକାର ପାଇଁ ପ୍ରତିଶ୍ରୁତି ମିଳୁଛି। ମାତ୍ର ନିର୍ବାଚନ ପରେ ପଦକ୍ଷେପ ନିଆଯାଉନାହିଁ ବୋଲି ଗ୍ରାମବାସୀ କହିଛନ୍ତି। ଅନ୍ୟପକ୍ଷେ ଏ ସମ୍ପର୍କରେ ତହସିଲଦାର ପଦ୍ମଚରଣ ସାହୁ କହିଛନ୍ତି, ହିରିମୂଳ ଗ୍ରାମରେ ରନ୍ଧାଖାଦ୍ୟର ବ୍ୟବସ୍ଥା କରାଯାଇଛି। ପର୍ଯ୍ୟାୟକ୍ରମେ ସବୁଠି ରନ୍ଧ୍ୟା ଓ ଶୁଖିଲା ଖାଦ୍ୟର ବ୍ୟବସ୍ଥା କରାଯିବ। ବନ୍ୟାଘେରରେ ରହିଥିବା ଅଞ୍ଚଳରେ ସ୍ବାସ୍ଥ୍ୟ ଟିମ୍‌ ବୁଲି ଔଷଧ ଦେବା ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ସ୍ବାଧୀନ ପ୍ରାର୍ଥୀ ଘାସିରାମ ମାଝି

ନୂଆପଡ଼ା,୩୦ା୪ (ମକାରୁ ବେମାଲ): ନୂଆପଡ଼ା ନିର୍ବାଚନମଣ୍ଡଳୀରେ ସ୍ବାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିବା ଘାସିରାମ ମାଝି ମଙ୍ଗଳବାର ଆରାଧ୍ୟ ଦେବତା କଣାଭୈରା ମନ୍ଦିରରେ ପୂଜାପାଠ...

ବିଜେଡି ଛାଡ଼ିଲେ ସୁର ସେଠୀ

କାକଟପୁର,୩୦।୪: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ। ଦଳ ଟିକେଟ ଦେଇ ନ ଥିବାରୁ ଅସନ୍ତୁଷ୍ଟ ଥିବା ବେଳେ ମଙ୍ଗଳବାର ସେ...

ଲୋକଙ୍କ ସ୍ନେହ ଶ୍ରଦ୍ଧା ମୋ ପାଇଁଁ ଆଶୀର୍ବାଦ: ସଞ୍ଜୀବ

ଭଣ୍ଡାରିପୋଖରୀ,୩୦।୪(ରବିନାରାୟଣ ଖିଲାର): ଲୋକଙ୍କ ସ୍ନେହ, ଶ୍ରଦ୍ଧା ତାଙ୍କ ପାଇଁଁ ଆଶୀର୍ବାଦ ବୋଲି ଭଣ୍ଡାରିପୋଖରୀ ବିଧାୟକ ପ୍ରାର୍ଥୀ ସଞ୍ଜୀବ କୁମାର ମଲ୍ଲିକ ରାମଚନ୍ଦ୍ରପୁର ପଞ୍ଚାୟତରେ ଅନୁଷ୍ଠିତ  ବିଜେଡି...

ପୋଲିସ-ମାଓବାଦୀ ଗୁଳି ବିନିମୟ: ଦୁଇ ମହିଳାଙ୍କ ସମେତ ୭ ମାଓବାଦୀ ମୃତ

ମାଲକାନଗିରି,୩୦।୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୨ ମହିଳାଙ୍କ ସହ ୭ ମାଓବାଦୀଙ୍କ ମୃତ୍ୟୁ...

ସାନଖେମୁଣ୍ଡି ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ରମେଶ ଜେନା

ଛତ୍ରପୁର,୩୦।୪(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କୁ କଂଗ୍ରେସ ପୁଣି ପ୍ରାର୍ଥୀ କରି ରିପିଟ୍‌ କରିଛି। ସାନଖେମୁଣ୍ଡି ବିଧାନସଭା ଆସନ ପାଇଁ...

ଖରାକୁ ଖାତିର ନ କରି ବାଇକ୍‌ରେ ବୁଲି ପ୍ରଚାର କଲେ ପ୍ରାର୍ଥୀ

କେସିଙ୍ଗା,୩୦।୪(ତୁମେଶ୍ୱର ସାହୁ):କେସିଙ୍ଗା,୩୦।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକ ଅଧୀନ ବୋରିଆ, ପର୍ଥଲା, କିକିଆ ପଞ୍ଚାୟତର ବିଭିନ୍ନ ଗ୍ରାମରେ ପ୍ରଚାର କରିଛନ୍ତି ବିଜେଡିର ଉଭୟ ପ୍ରାର୍ଥୀ।...

ପ୍ରାର୍ଥତ୍ପତ୍ର ଦାଖଲକୁ ଆଉ ୩ ଦିନ ବାକି: ଖଲ୍ଲିକୋଟ ବିଧାନସଭା ଲାଗି ଛିଣ୍ଡୁନି ବିଜେଡିର ଅଙ୍କ

ପୁରୁଷୋତ୍ତମପୁର,୩୦।୪(ସୀମାଞ୍ଚଳ ମିଶ୍ର): ମେ ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ। ଏହି ପରିପ୍ରେକ୍ଷୀରେ ନିର୍ବାଚନ ଲାଗି ନାମାଙ୍କନ ପ୍ରକ୍ରିୟା ଶେଷହେବାକୁ ଆଉ ମାତ୍ର ୩ ଦିନ ବାକି...

ଅପରାଜିତାଙ୍କୁ ବିହାର ପଠାଇଦେବି: ଭାଜପା ଛାଡିବା ପରେ ବର୍ଷିଲେ କାଳୁ

ଖୋର୍ଦ୍ଧା,୩୦।୪ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ବିଧାନସଭା ଭାଜପା ଆଶାୟୀ ପ୍ରାର୍ଥୀ କାଳୁଚରଣ ଖଣ୍ଡାୟତରାୟଙ୍କ ଟିକେଟ କଟିବା ପରେ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। କାଳୁଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri