Posted inRasifala

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୬ ତାରିଖ – Daily Horoscope

ମେଷ
କର୍ମକ୍ଷେତ୍ରରେ ସ୍ଥଗିତ କାମକୁ ଅଗ୍ରାଧିକାରଭିତ୍ତିରେ କରିବାକୁ ମନସ୍ଥ କରିବେ। ପାରିବାରିକ ସ୍ଥିତି ମନ୍ଦ ନ ହେଲେ ମଧ୍ୟ କେତେକ ଦୁଶ୍ଚିନ୍ତା ମାନସିକ ସ୍ଥିତିକୁ ଗମ୍ଭୀର କରିପାରେ। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ପଦକ୍ଷେପ ଗ୍ରହଣ କରି କୃତକାର୍ଯ୍ୟ ହେବେ। ଘରମାଲିକଙ୍କ ସହ ଘରଭଡ଼ାକୁ କେନ୍ଦ୍ରକରି ସମାନ୍ୟ ଝଗଡ଼ା ସୃଷ୍ଟି ହୋଇପାରେ।
ବୃଷ
ବୃଷ
ଅର୍ଥ ଓ ସମ୍ମାନ ମିଳିବା ଦିଗରେ ବିଶେଷ ଲବି କରିବାକୁ ପଡିପାରେ। କଷ୍ଟ ସ୍ବୀକାର ଅପ୍ରିୟ ସତ୍ୟ ଭାଷଣ ଆଜିର କର୍ମକ୍ଷେତ୍ରରେ ସମସ୍ୟା ସୃଷ୍ଟିର ଏକମାତ୍ର ମୁଖ୍ୟ କାରଣ ହେବ। ରାଜନୈତିକ କ୍ଷେତ୍ରରେ ସାଂଗଠନିକ କାର୍ଯ୍ୟ ସକାଶେ ତପତ୍ରତା ବଢିପାରେ। ସାହିତ୍ୟ, ଚର୍ଚ୍ଚା ଓ ସାମ୍ବାଦିକତା କ୍ଷେତ୍ରରୁ ସୁନାମ ଅର୍ଜନ କରିପାରିବେ।
ମିଥୁନ
ମିଥୁନ
ଆପଣ ମନେ ମନେ ଚିନ୍ତା କରିଥିବା କାମଗୁଡିକ ଆଜି ବାସ୍ତବରେ ଓଲଟା ହୋଇପାରେ। ବନ୍ଧୁମାନଙ୍କ ମେଳରେ ଆଜିର ମନୋରନ କାର୍ଯ୍ୟକ୍ରମ ପ୍ରୀତିପ୍ରଦ ହେବ। କଳା, ସାହିତ୍ୟ ଓ ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ। ଅଫିସ୍‌ କାମର କେତେକ ଘଟଣାର ବିବରଣୀ ସମୂହ ଜାଣିଶୁଣି ସୁଦ୍ଧା ଚୁପ୍‌ ରହିବାକୁ ବାଧ୍ୟ ହେବେ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ଆବଶ୍ୟକତା ପୂରଣ କରିବା ସକାଶେ ଋଣ ସୂତ୍ରରେ ଟଙ୍କା ଆଣିପାରନ୍ତି। ବାଣିଜ୍ୟ,ବ୍ୟବସାୟରେ ଉନ୍ନତି ଘଟିବା ସହ ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। ପୁଷ୍ୟା ନକ୍ଷତ୍ର ଜିଦ୍‌ଖୋର ଯୋଗୁଁ ହଇରାଣ ହୋଇପାରନ୍ତି।
ସି˚ହ
ସି˚ହ
ବିଭିନ୍ନ ସମସ୍ୟା ମଧ୍ୟରେ କୈାଣସି ନିଶ୍ଚିତ କାର୍ଯ୍ୟପନ୍ଥା ଗ୍ରହଣ କରିପାରିବେ ନାହିଁ। ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆଶ୍ୱସ୍ଥି ଲାଭ କରିବେ। ଆଜିର ଯାତ୍ରା ପ୍ରଶାସନ, ଆଇନ କଳା ସାହିତ୍ୟ କ୍ଷେତ୍ର ମନ୍ଦ ହେବନି।
କନ୍ୟା
କାମ ହାସଲ ସକାଶେ ଅନ୍ୟମାନଙ୍କର ସହମତିକକୁ ଗୁରୁତ୍ୱ ଦେବେ। କିନ୍ତୁ ଚିତ୍ରା ନକ୍ଷତ୍ରର କାର୍ଯ୍ୟ ଗୁଡିକ ମଧ୍ୟ ଠିକ୍‌ ସମୟରେ ସମ୍ପନ୍ନ ହେବା କଷ୍ଟକର ହୋଇପଡିବ। ପରିବାର ସକାଶେ ଯେତେ ଭଲ କାମ କଲେ ମଧ୍ୟ ଟିକିଏ ଟିକିଏ କଥାରେ ଚିହ୍ନା ପଡି ସମାଲୋଚିତ ହେବେ। ଅର୍ଥ ସଂକଟ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ କାମଗୁଡିକ ଅଟକି ରହିଯିବ।
ତୁଳା
ତୁଳା
ଲୋକସମ୍ପର୍କ ନ ଥିବାରୁ ଆବଶ୍ୟକ ସମୟରେ ପରିସରସ୍ଥ ଲୋକଙ୍କ ସହଯୋଗ ପାଇବେ ନାହିଁ। ପଦସ୍ଥ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରୁ ଉପକୃତ ହେବ। ସ୍ବାସ୍ଥ୍ୟରେ ସାମାନ୍ୟ ଉନ୍ନତି ଦେଖାଯିବ, ଫଳରେ ଟେନସନ୍‌ କିିଛି ମାତ୍ରାରେ ଲାଗିରହିବ। ଆନୁଷ୍ଠାନିକ କାମରେ ଯୋଗଦେବା ସକାଶେ ନିମନ୍ତ୍ରୀତ ହୋଇପାରନ୍ତି।
ବିଛା
ବିଛା
କର୍ମକ୍ଷେତ୍ରରେ ଦୁଃସାହାସିକ ପଦକ୍ଷେପ ନେଇ ପ୍ରଶଂସିତ ହେବେ। ଦୀର୍ଘଦିନରୁ ଅପେକ୍ଷା କରିଥିବା କାମ ସମ୍ପର୍କରେ କିଛି ଆଶା ଜନକ ଖବର ପାଇ ସାମୟିକ ଖୁସି ହୋଇଯିବେ। ବନ୍ଧୁ ମାନଙ୍କ ସହ ଆଳାପ ଆଲୋଚନାରେ ଅଧିକ ସମୟ କଟିବ। ସଂଗଠନ, ରାଜନୀତି, ପ୍ରଶାସନ ପାଇଁ ଆଜି ଦିନଟି ବହୁତ ଭଲ।
ଧନୁ
ଧନୁ
ଜିଦ୍‌ରେ ଅଟଳ ରହି ସମସ୍ୟାକୁ ନିମନ୍ତ୍ରଣ କରିପାରନ୍ତି। କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ। ଆଜିର ଦୂରଯାତ୍ରା ସଫଳ ହେବ ଓ ଆଶା ମଧ୍ୟ ପୂରଣ ହେବାର ସୂଚନା ରହିଛି। ଅଭାବ ନଥିଲେ ମଧ୍ୟ ପାରିବାରିକ କ୍ଷେତ୍ରରେ ଅସ୍ଥିରତାହିଁ ମାନସିକ ଅଶାନ୍ତିର କାରଣ ହୋଇପାରେ।
ମକର
ମକର
ଅଟକି ରହିଥିବା କାମଗୁଡିକ ହାସଲ ହେବା କାରଣରୁ ମାନସିକ ସ୍ଥିତି ଏକ ପ୍ରକାର ଭଲ ରହିବ। ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ରହନ୍ତୁ,ନତୁବା ଅଦଳ ବଦଳ ହୋଇ ଯାଇପାରେ। ବନ୍ଧୁଙ୍କ ଫେରିବାର ବିଳମ୍ବତାକୁ ଲକ୍ଷ୍ୟକରି ବ୍ୟସ୍ତ ହୋଇପାରନ୍ତି। କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟଦା ବୃଦ୍ଧି ପାଇବ।
କୁମ୍ଭ
କୁମ୍ଭ
ଅଫିସରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ଭାବପ୍ରବଣତା ଯୋଗୁଁ ମନୋବଳ କ୍ରମଶଃ ହ୍ରାସ ପାଇବାର ଆଶଙ୍କା ଦେଖାଦେଇପାରେ। ଆର୍ଥିକ ଦୁଃସ୍ଥିତି ଚିନ୍ତା ଜନକ ପରିଣାମ ସୃଷ୍ଟି କରିବାର ଶଙ୍କା ଉପୁଜିବ। ବ୍ୟବସାୟ କ୍ଷେତ୍ର ଗତାନୁଗତିକ ରୀତିରେ ଗଡି ଚାଲିବ।
ମୀନମୀନ
କୈାଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ। ଆକସ୍ମିକ ଭାବରେ ଦୂରଯାତ୍ରାର ସୁଯୋଗ ପାଇବେ। କର୍ମକ୍ଷେତ୍ରରେ ଅପ୍ରିୟ ସତକଥା କହି ବିରୋଧି ହୋଇପାରନ୍ତି। ଦୀର୍ଘ ପଥ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ ମାନସିକ ଅସ୍ଥିରତାରୁ ଆପଣ ସାଧାରଣ କଥାରେ ଉତ୍ତେଜିତ ହୋଇପାରନ୍ତି। ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ।...

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

ରାଶିଫଳ: ସୋମବାର , ଡିସେମ୍ବର ୧୫ ତାରିଖ – Daily Horoscope

ମେଷ ଆଜିର ସପ୍ତମସ୍ଥ ଚନ୍ଦ୍ର ଏବଂ ଉଚ୍ଚାରୋହୀ ରାଶ୍ୟାଧିପତିଙ୍କ କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କେତୁଙ୍କ କୁପ୍ରଭାବରୁ ସନ୍ତାନ ହେତୁକ ସମସ୍ୟା ବିବ୍ରତ କରିପାରେ।...

ରାଶିଫଳ: ରବିବାର, ଡିସେମ୍ବର ୧୪ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଯେଉଁଥିପାଇଁ ଚିନ୍ତିତ ରହିଥିଲେ, ଆଜି ତାହା ପଡ଼ୋଶୀଙ୍କ ମାଧ୍ୟମରେ ପାଇପାରିବେ।...

ରାଶିଫଳ: ଶନିବାର, ଡିସେମ୍ବର ୧୩ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରେ ନୂତନ ଆନନ୍ଦ, ଉତ୍ସାହ ଓ ଉଦ୍ଦୀପନାର ସହ ଦିନଟି ଉପଭୋଗ୍ୟ ରହିବ। ଶତ୍ରୁକ୍ଷେତ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ପାରିବାରିକ ଓ କର୍ମ କ୍ଷେତ୍ରର...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୨ ତାରିଖ – Daily Horoscope

ମେଷ ହାତକୁ ନେଇଥିବା କାମଟି ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ରହିବ ନାହିଁ। ଶୁକ୍ରଙ୍କ ପ୍ରଭାବରୁ ଅର୍ଥ ଓ ବିଳାସପୂର୍ଣ୍ଣ ଦ୍ରବ୍ୟ ପ୍ରତି ଆଗ୍ରହୀ ହେବେ।...

ରାଶିଫଳ: ଗୁରୁବାର, ଡିସେମ୍ବର ୧୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ନେଇ ମାନସିକ ଉଦ୍‌ବେଗ ବୃଦ୍ଧି ପାଇବ। ଅର୍ଥର ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ତ୍ୱରାନ୍ବିତ କରିବ। ଆଲୋଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri