କରୋନା ୩ୟ ଲହର ଓ ଶିଶୁ

ବିଶ୍ୱ ସ୍ବାସ୍ଥ୍ୟସଂସ୍ଥା ଆକଳନ ଅନୁଯାୟୀ କରୋନା
ତୃତୀୟ ଲହରରେ ଶିଶୁଙ୍କ ସଂକ୍ରମଣ ହାର ଅଧିକ ରହିବ। ଏଣେ ଏଯାଏ ସେମାନଙ୍କ ପାଇଁ ଭ୍ୟାକ୍ସିନ୍‌ ଉପଲବ୍ଧ ନ ଥିବାରୁ ଅଭିଭାବକମାନେ ଚିନ୍ତାରେ। ଏଭଳି ପରିସ୍ଥିତିରେ ସରକାରଙ୍କ ସମସ୍ତ କରୋନା ଗାଇଡଲାଇନ୍‌ ମାନିବା ସହ ବିଭିନ୍ନ ଦିଗପ୍ରତି ସଚେତନ ରହିବା ଏବଂ ଆବଶ୍ୟକ
ସତର୍କତା ଅବଲମ୍ବନ କରିବା ହିଁ ଏହାକୁ ରୋକିବାର
ଏକମାତ୍ର ଉପାୟ…

 

ଗତ ଦେଢ଼ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ମହାମାରୀ କରୋନା ସାରା ପୃଥିବୀରେ ଆତଙ୍କର ଛାଇ ଖେଳାଇ ଦେଇଛି। ୨୦୨୦ର ମଧ୍ୟଭାଗରେ କରୋନା ଭୂତାଣୁ ପ୍ରାୟ ମଧ୍ୟ ବୟସ୍କ ଓ ବୟସ୍କ ଲୋକମାନଙ୍କୁ ଆକ୍ରାନ୍ତ କଲାବେଳେ ୨୦୨୧ର ପ୍ରଥମାର୍ଦ୍ଧରେ ଅପେକ୍ଷାକୃତ କମ୍‌ ବୟସ୍କ ବ୍ୟକ୍ତିଙ୍କୁ ଆକ୍ରାନ୍ତ କରିଥିଲା ଏବଂ ତା’ ମଧ୍ୟରୁ ଅନେକ ମୃତ୍ୟୁମୁଖରେ ପଡିଥିଲେ। ତେବେ କରୋନାର ଟିକାକରଣ ପ୍ରକ୍ରିୟା ଆରମ୍ଭ ହେବା ପରେ ପ୍ରାୟ କୋଟି କୋଟି ଲୋକ କରୋନା ଟିକାର ଦୁଇଟି ଡୋଜ୍‌ ନେଇଛନ୍ତି। ବିଶେଷ ଭାବରେ ୪୫ ବର୍ଷରୁ ଊର୍ଦ୍ଧ୍ୱ ଏବଂ ୧୮ରୁ ୪୫ ବର୍ଷ ବୟସ୍କ ବ୍ୟକ୍ତିମାନେ ଟିକା ନେଇ ସାରିଛନ୍ତି।
କରୋନା ହେବାଦ୍ୱାରା ଏବଂ କରୋନା ଟିକା ନେବା ଦ୍ୱାରା ଲୋକମାନଙ୍କର ରୋଗ ପ୍ରତିରୋଧକ ଶକ୍ତ ବଢ଼ିଯାଇଛି।
ବର୍ତ୍ତମାନ ଆମେରିକା ଆଦି ଦେଶରେ ୧୨ରୁ ୧୫ ବର୍ଷର ବାଳିକାବାଳକମାନଙ୍କ ପାଇଁ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇ ସାରିଲାଣି। ଫାଇଜର କମ୍ପାନୀ ଦ୍ୱାରା ପ୍ରସ୍ତୁତ ଟିକା ଏହି ବୟସର ପିଲାଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରି କରୋନା ସଂକ୍ରମଣରୁ ରକ୍ଷା କରିବ ବୋଲି ଆଶା କରାଯାଉଛି। କିନ୍ତୁ ଦୁଃଖର କଥା, ଏଯାଏ ଆଷ୍ଟ୍ରାଜେନେସିଆ ଓ ଭାରତ ବାୟୋଟେକର ଗଭୀର ଅନୁଧ୍ୟାନ ସତ୍ତ୍ୱେ ଭାରତରେ ଶିଶୁମାନଙ୍କର ଟିକାକରଣ ହୋଇପାରିନାହିଁ। ବିଶ୍ୱ ସ୍ବାସ୍ଥ୍ୟସଂସ୍ଥା ତୃତୀୟ ଲହରରେ ଆକଳନ କରିଛନ୍ତି ଯେ, ଏଥର ଶିଶୁମାନଙ୍କୁ ବେଶି ପରିମାଣରେ କରୋନା ହେବ।
ପ୍ରଥମ ଲହରରେ ପ୍ରାୟ ୪ଭାଗ ଶିଶୁ ଆକ୍ରାନ୍ତ ହୋଇଥିବା ବେଳେ ଦ୍ୱିତୀୟ ଲହରରେ ୧୫ ପ୍ରତିଶତ ଶିଶୁ କରୋନାରେ ଆକ୍ରାନ୍ତ ହୋଇଥିଲେ ଏବଂ ତୃତୀୟ ଲହରରେ ପ୍ରାୟ ୬୦ ପ୍ରତିଶତ ଶିଶୁ ଆକ୍ରାନ୍ତ ହେବାର ଆଶଙ୍କା ଦେଖାଦେଇଛି।
ତେଣୁ ଶିଶୁମାନଙ୍କର ତୁରନ୍ତ ଟିକାକରଣ କରିବା ଖୁବ୍‌ ଜରୁରୀ। ଏହାଛଡା କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଶିଶୁମାନଙ୍କ ପାଇଁ କରୋନା ୱାର୍ଡ, ବେଡ ଓ ସ୍ବତନ୍ତ୍ର ହସ୍‌ପିଟାଲର ସୁବିଧା କରୁଛନ୍ତି। ତେବେ ଶିଶୁମାନେ ଘରେ ରହୁଥିବାରୁ ଓ ବାପା, ମା’ ବା ଗୁରୁଜନଙ୍କ ଉପରେ ନିଜର ଦୈନନ୍ଦିନ କାମ ପାଇଁ ନିର୍ଭର କରୁଥିବାରୁ ଶିଶୁମାନଙ୍କର ବାପା ମା’ ଓ ଅଭିଭାବକ ଏହି ସମୟରେ ବେଶି ସତର୍କ ରହିବା ଦରକାର। ବିଶେଷ କରି କର୍ମଜୀବୀ ଅଭିଭାବକମାନେ ବାହାରକୁ ଯାଉଥିବାରୁ ଅଧିକ ଯତ୍ନଶୀଳ ହେବା ଆବଶ୍ୟକ।
ଆପଣାନ୍ତୁ ସତର୍କତାମୂଳକ ପଦକ୍ଷେପ:
ମାସ୍କ ପିନ୍ଧିବା : ମା’ ବାପା ଓ ପରିବାରର ଅନ୍ୟ ସଦସ୍ୟମାନେ ନିଜେ ମାସ୍କ ପିନ୍ଧିବା ସହ ଏକ ବର୍ଷରୁ ଊର୍ଦ୍ଧ୍ୱ ଶିଶୁଙ୍କୁ ମାସ୍କ ପିନ୍ଧାଇବା ଶିଖାଇବା ଦରାକର। ନିହାତି ଆବଶ୍ୟକ ନ ଥିଲେ ଶିଶୁଙ୍କୁ ବାହାରକୁ ବିଶେଷ କରି କୌଣସି ଜନଗହଳି ସ୍ଥାନକୁ ଆଦୌ ନ ନେବା ଭଲ।
ସାମାଜିକ ଦୂରତା ବଜାୟ ରଖିବା: ମା’ ବାପା ଓ ପରିବାରର ସବୁ ସଦସ୍ୟମାନେ ଅଫିସ୍‌, ମାର୍କେଟ କିମ୍ବା ବାହାରକୁ ଗଲେ ସାମାଜିକ ଦୂରତା ବଜାୟ ରଖିବା ଜରୁରୀ।
ହାତ ଧୋଇବା ଓ ସାନିଟାଇଜର୍‌ ବ୍ୟବହାର: ମା’ ବାପା ଓ ପରିବାରର ସବୁ ସଦସ୍ୟମାନେ ବାରମ୍ବାର ହାତ ଧୋଇବା ଆବଶ୍ୟକ। ୨୦ ସେକେଣ୍ଡ ଯାଏ ସାବୁନ ଓ ପାଣିରେ ହାତ ଧୋଇ ସାନିଟାଇଜର୍‌ ବ୍ୟବହାର କରିବା ଦରକାର। ନିଜେ ଶିଶୁକୁ ଖୁଆଇ ଦେବାବେଳେ ହାତ ଭଲ ଭାବେ ସଫା କରି ଖୁଆଇବା ଭଲ। ଏହାଛଡା ନିଜେ ସବୁ କାମ ପୂର୍ବରୁ ହାତ ଧୋଇବା ଓ ସାନିଟାଇଜର୍‌ ବ୍ୟବହାର କରାଇବା ଉଚିତ। ଏମିତି କି କାହାକୁ ଛୁଇଁଲେ ବା କାହା ସଂସ୍ପର୍ଶରେ ଆସିଲେ ସାନିଟାଇଜର୍‌ ବ୍ୟବହାର କରିବା ଦରକାର। ଘରେ ବାପା, ମା ଓ ଅନ୍ୟ ସଦସ୍ୟମାନେ କାଶିବା ବା ଛିଙ୍କିବା ବେଳେ ଟିସୁ ପେପର ବ୍ୟବହାର କରିବା ସହ ଟିସୁ ପେପରକୁ ସଙ୍ଗେ ସଙ୍ଗେ ଫିଙ୍ଗି ଦେବା ଆବଶ୍ୟକ। ମୋଟ ଉପରେ ନିଜେ ଓ ଘରେ ସମସ୍ତେ ‘ରେସ୍‌ପିରେଟୋରୀ ଏଟିକେଟ୍‌’ ମାନି ଚଳିବା ଗୁରୁତ୍ୱପୂର୍ଣ୍ଣ।
ଶିଶୁର ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସୁଥିବା ପ୍ରତ୍ୟେକ ସଦସ୍ୟ ଟିକା ନେବା ଆବଶ୍ୟକ।
ଟିକା ନେଲେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଯାଏ ଏବଂ କୋଭିଡ୍‌ ହେଲେ ମଧ୍ୟ ଏତେ ମାରାମତ୍କ ହୁଏ ନାହିଁ। ଶିଶୁର ଅଭିଭାବକମାନେ କୋଭିଡ୍‌ ଗାଇଡ୍‌ ଲାଇନ୍‌ ତଥା ଲକ୍‌ଡାଉନ ଓ ଶଟ୍‌ଡାଉନ ନିୟମ ମାନି ଭିଡ ଜାଗାକୁ ନିଜେ ଯିବା ବା ଶିଶୁକୁ ନେବା ଠିକ୍‌ ନୁହେଁ।
ଅଭିଭାବକମାନେ କୋଭିଡ୍‌ର ଲକ୍ଷଣ ଜାଣିରଖିବା ଆବଶ୍ୟକ। ନିଜର କିମ୍ବା ପରିବାରରେ କାହାର ଜ୍ୱର, ଥଣ୍ଡା, କାଶ, ଝାଡ଼ା, ପେଟ ବ୍ୟଥା ଆଦି ହେଲେ ସଙ୍ଗେ ସଙ୍ଗେ ଶିଶୁଠାରୁ ଅଲଗା ହୋଇ ସଙ୍ଗରୋଧରେ ରହି ତୁରନ୍ତ ଚିକିତ୍ସା କରାଇବା ଦରକାର। ସେହିପରି ଶିଶୁଙ୍କ ଠାରେ କୌଣସି ଲକ୍ଷଣ ଦେଖାଦେଲେ ଯଥାଶୀଘ୍ର ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସା ଆରମ୍ଭ କରିନେବା ଭଲ।
ପ୍ରଫେସର ଡା. ସରୋଜିନୀ ଷଡ଼ଙ୍ଗୀ

– ସ୍ତ୍ରୀରୋଗ ଓ ପ୍ରସୂତି ବିଶେଷଜ୍ଞ
ମୋ-୯୪୩୭୦୫୫୦୦୭


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

ନୂଆବର୍ଷରେ ମିଥୁନ ରାଶିରେ ଧନ ବର୍ଷା, ଶତ୍ରୁ ବନେଇବେ ସିଂହ ରାଶି; ୨୦୨୬ରେ ଧନୀ ହୋଇଯିବେ ଏହି ୫ରାଶି!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ନୂଆବର୍ଷ ୨୦୨୬ ଆରମ୍ଭରେ ଅନେକ ବଡ ଗ୍ରହ ଗୋଚର କରିବାକୁ ଯାଉଛନ୍ତି । ଏହାସହ, ଗୋଚର କରୁଥିବା ଏହି ଗ୍ରହମାନଙ୍କ ମଧ୍ୟରେ...

ବେଆଇନ ବେଟିଂ ଆପ ମାମଲାରେ ଇଡିର ବଡ଼ ଆକ୍ସନ: ପୂର୍ବତନ କ୍ରିକେଟର, ବଲିଉଡ ସେଲିବିଟ୍ରିଙ୍କ ସମ୍ପତ୍ତି ଜବତ, ଜାଣନ୍ତୁ କାହାଠୁ କେତେ…

ନୂଆଦିଲ୍ଲୀ,୧୯।୧୨: ବେଆଇନ ବେଟିଂ ଆପ ମାମଲାରେ ଇଡି ବଡ଼ ଆକ୍ସନ ନେଇଛି। ପୂର୍ବତନ କ୍ରିକେଟର ଓ ବଲିଉଡ ସେଲିବେଟ୍ରିଙ୍କ ସମ୍ପତ୍ତି ଜବତ କରାଯାଇଛି। ଯୁବରାଜ ସିଂଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri