ଲଗାଣ ବର୍ଷାରେ ଗଲା ୪ ଜୀବନ: ୧୧ ଜିଲାର ୨୦ ଲକ୍ଷ ଲୋକ ପ୍ରଭାବିତ

ଭୁବନେଶ୍ୱର,(ବ୍ୟୁରୋ)ଡେରାବିଶ/ ପାଟକୁରା/ ନିରାକାରପୁର/ ନିଶ୍ଚିନ୍ତକୋଇଲି (ସ୍ବ.ପ୍ର./ଡି.ଏନ୍‌.ଏ.),୧୪।୯: ଲଘୁଚାପ ଜନିତ ବର୍ଷା ଶନିବାର ରାତିରୁ ରାଜ୍ୟରେ ଲାଗି ରହିଛି। ରାଜ୍ୟର ୧୧ ଜିଲା ପ୍ରଭାବିତ ହୋଇଛି। ବିଶେଷକରି ଉପକୂଳ ଓଡ଼ିଶା ଜିଲାଗୁଡ଼ିକରେ ଏହାର ପ୍ରଭାବ ବିଶେଷମାତ୍ରାରେ ଦେଖିବାକୁ ମିଳିଛି। ଉପକୂଳ ଜିଲାର ବିଭିନ୍ନ ସ୍ଥାନରେ ୪ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ନିଖୋଜ ଅଛନ୍ତି। କେନ୍ଦ୍ରାପଡ଼ା ଜିଲା ଡେରାବିଶ ଓ ଗରଦପୁର ବ୍ଲକ ଅଞ୍ଚଳରେ ମାଟିକାନ୍ଥ ଭୁଶୁଡ଼ି ୨ଜୀବନ ଯାଇଥିବାବେଳେ ଖୋର୍ଦ୍ଧା ଜିଲା ନିରାକାର ଥାନା ଅଞ୍ଚଳରେ ଜଣେ ଯୁବକ ନାଳ ପାଣି ସୁଅରେ ଭାସିଯାଇ ମୃତ୍ୟୁ ଘଟିଛି। ସେହିପରି କଟକ ଜିଲା ନିଶ୍ଚିତକୋଇଲି ଥାନା ଅଞ୍ଚଳରେ ବର୍ଷାବେଳେ ପାଟନାଳିରେ ମାଛ ଧରିବାକୁ ଯାଇ ନିଖୋଜ ଥିବାବେଳେ ଶୌଚ ହେବାକୁ ଯାଇ ଜଣେ ବୃଦ୍ଧଙ୍କ ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଛି।
ମିଳିଥିବା ସୂଚନା ଅନୁସାରେ ରବିବାର ବିଳମ୍ବିତ ରାତିରେ ଡେରାବିଶ ବ୍ଲକ ଅଧୀନ ବେଣୀପୁର ଗଁାରେ ମାଟିକାନ୍ଥ ଭୁଶୁଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଗଁାର ଅନାମ ପୃଷ୍ଟିଙ୍କ ସ୍ତ୍ରୀ ନର୍ମଦା(୬୦)। ଲଗାଣ ବର୍ଷା ଯୋଗୁ ମାଟିକାନ୍ଥ ବତୁରି ଯାଇଥିଲା। ରାତିରେ ଶୋଇଥିବା ବେଳେ ମାଟିକାନ୍ଥ ଭୁଶୁଡ଼ି ପଡ଼ିବାରୁ ନର୍ମଦା କାନ୍ଥ ତଳେ ଚାପି ହୋଇଯାଇଥିଲେ। ଫଳରେ ତାଙ୍କ ମୃତ୍ୟୁ ଘଟିଥିଲା। ଖବରପାଇ ପୋଲିସ ନର୍ମଦାଙ୍କ ମୃତଦେହ ଜବତ କରିବା ସହ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ଘଟଣାସ୍ଥଳକୁ ଅତିରିକ୍ତ ତହସିଲଦାର ପ୍ରମୋଦ କୁମାର ସମ୍ପୃକ୍ତ ସର୍କଲର ଆର୍‌ଆଇଙ୍କୁ ସାଙ୍ଗରେ ଧରି ଘଟଣାସ୍ଥଳରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଥିଲେ। ମୃତ ମହିଳାଙ୍କ ପରିବାରକୁ ଜିଲା ରେଡ୍‌କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ସେହିପରି ଗରଦପୁର ବ୍ଲକ ଅଧୀନ ବଡ଼ବେତରା ଗଁାରେ ମାଟିକାନ୍ଥ ପଡ଼ି ଅଭୟ କୁମାର ମହାପାତ୍ର(୮୬)ଙ୍କ ସୋମବାର ସକାଳ ସାଢ଼େ ୫ଟାରେ ମୃତ୍ୟୁ ଘଟିଛି। ଘରେ ଶୋଇଥିବା ବେଳେ ତାଙ୍କ ଉପରେ କାନ୍ଥ ପଡ଼ିଯିବାରୁ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଅଭୟଙ୍କ ବୋହୂ କଳ୍ପନା(୨୭)ଙ୍କ ମଧ୍ୟ ବାମ ଗୋଡ଼ରେ କାନ୍ଥ ପଡି ଭାଙ୍ଗିଯାଇଛି। ତାଙ୍କୁ ଚିକିତ୍ସା ଲାଗି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବରପାଇ ପାଟକୁରା ଥାନା ପୋଲିସ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ବ୍ୟବଚ୍ଛେଦ କରାଇଛି। ଗରଦପୁର ତହସିଲଦାର, ବିଡିଓ, ସର୍କଲ ଆର୍‌ଆଇ ପହଞ୍ଚତ୍ କ୍ଷୟକ୍ଷତିର ଆକଳନ କରିଛନ୍ତି। ଅଭୟଙ୍କ ପରିବାରକୁ ରେଡ୍‌କ୍ରସ ପକ୍ଷରୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି।
ସେହିପରି ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅଧୀନ ନୂଆଗଡ଼ ପଞ୍ଚାୟତ ମୋରମୋରସିଂହ ଗ୍ରାମର କମ୍ବେଶ୍ୱର ପାଟ୍ଟଶାଣୀ(୨୯) ନାମକ ଜଣେ ଯୁବକ ସୋମବାର ନାଳ ପାଣି ସୁଅରେ ଭାସିଯାଇ ପ୍ରାଣ ହରାଇଛନ୍ତି। ସେ ୬ମାସ ପୂର୍ବେ ବିବାହ କରିଥିଲେ। କମ୍ବେଶ୍ୱର ସକାଳେ ଘରୁ ବାହାରି କେଉଁଆଡ଼େ ଯାଇଥିଲେ। ସେ ଘରକୁ ଫେରିବା ବିଳମ୍ବ ହେବାରୁ ଘରଲୋକେ ଓ ଗ୍ରାମବାସୀ ତାଙ୍କୁ ଖୋଜାଖୋଜି କରିଥିଲେ। ପରେ ତାଙ୍କ ମୃତଦେହ ନାଳରେ ଭାସୁଥିବା ଦେଖିବାକୁ ମିଳିଥିଲା। ଖବରପାଇ ନିରାକାରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚିି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
କଟକ ଜିଲା ନିଶ୍ଚିତକୋଇଲି ଥାନା ଅନ୍ତର୍ଗତ ନତକାଇ ପଞ୍ଚାୟତ ଏକୁରିଖ ଗ୍ରାମର ସଞ୍ଜୟ ରାଉତ(୪୧) ବର୍ଷା ସମୟରେ ପାଟନାଳିରେ ମାଛ ଧରୁଥିବା ବେଳେ ସୁଅରେ ଭାସି ଯାଇଥିଲେ। ସ୍ଥାନୀୟ ଲୋକଙ୍କଠାରୁ ଖବରପାଇ ନିଶ୍ଚିନ୍ତକୋଇଲି ଦମକଳ ବହିନୀ ଏବଂ ଓଡ୍ରାଫ୍‌ ଟିମ୍‌ କର୍ମଚାରୀ ପହଞ୍ଚତ୍ ଖୋଜାଖୋଜି କରିଛନ୍ତି। ତେବେ ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ସଞ୍ଜୟଙ୍କ କୌଣସି ସନ୍ଧାନ ମିଳି ନ ଥିଲା। ସେହିପରି ରବିବାର ରାତିରେ ପୋଖରୀରେ ବୁଡ଼ିଯିବାରୁ ରାମକୃଷ୍ଣପୁର ପଞ୍ଚାୟତ ଅନ୍ତର୍ଗତ ପାଟପାରି ଗ୍ରାମର ବୃଦ୍ଧ ବଟକୃଷ୍ଣ ସ୍ବାଇଁ (୭୨)ଙ୍କ ମୃତ୍ୟୁ ଘଟିଛି। ସେ ଘର ନିକଟରେ ଥିବା ପୋଖରୀକୁ ଶୌଚ ହେବାକୁ ଯାଇଥିଲେ। ଏହି ସମୟରେ ଗୋଡ଼ ଖସିଯିବାରୁ ସେ ବୁଡିଯାଇଥିଲେ। ବହୁ ସମୟ ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରି ଶେଷରେ ପୋଖରୀରୁ ମୃତଦେହ ଠାବ କରିଥିଲେ।
ସ୍ବତନ୍ତ୍ର ରିଲିଫ୍‌ କମିଶନର(ଏସ୍‌ଆରସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଲଘୁଚାପଜନିତ ପ୍ରବଳ ବର୍ଷା ଯୋଗୁ ୧୧ ଜିଲାର ୫୩ ବ୍ଲକ ଏବଂ ୧୪ ପୌରାଞ୍ଚଳର ୨୭୮୯ ଗ୍ରାମର ୧୯ ଲକ୍ଷ ୫୩ ହଜାର ୬୪୭ ଲୋକ ପ୍ରଭାବିତ ହୋଇଛନ୍ତି। ସେହି ଜିଲାଗୁଡ଼ିକ ହେଲା କଟକ, ଯାଜପୁର, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ପୁରୀ, ଜଗତ୍‌ସିଂହପୁର, କେନ୍ଦ୍ରାପଡା, ଢେଙ୍କାନାଳ, ଖୋର୍ଦ୍ଧା ଏବଂ ଅନୁଗୋଳ। ବର୍ଷା ଯୋଗୁ ୨୬୫ ଘର ଭାଙ୍ଗିଛି। ୩୮୧୯ ଜଣଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ଏସ୍‌ଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଜଗତ୍‌ସିଂହପୁର ଜିଲାର ୮ ବ୍ଲକର ୧୩୨୧ ଗ୍ରାମର ୧୧,୩୬,୯୭୧ ଲୋକ ପ୍ରଭାବିତ ହୋଇଥିବା ବେଳେ କେନ୍ଦ୍ରାପଡ଼ା ଜିଲାର ୮୧୧ ଗ୍ରାମର ୭,୭୯,୨୪୧ ଜଣ ପ୍ରଭାବିତ ହୋଇଛନ୍ତି। କଳାହାଣ୍ଡି ଜିଲାର ୩ଟି ଗ୍ରାମର ୪୪ ଜଣ, କନ୍ଧମାଳ ଜିଲାର ୨୦ଟି ଗ୍ରାମର ୫ ହଜାର, କୋରାପୁଟ ଜିଲାର ୨୦ଟି ଗ୍ରାମର ୧୨୫, କଟକ ଜିଲାର ୨ଟି ଗ୍ରାମ ଓ ୨ଟି ପୌରାଞ୍ଚଳର ୨୫୫୬, ଯାଜପୁର ଜିଲାର ୫୧୫ ଗ୍ରାମର ୮ ହଜାର, ପୁରୀ ଜିଲାର ୫୨ଟି ଗ୍ରାମର ୧୫୪୩୪ଜଣ, ଢେଙ୍କାନାଳ ଜିଲାର ୯ଟି ଗ୍ରାମ ପ୍ରଭାବିତ ହୋଇଛି। ଖୋର୍ଦ୍ଧା ଜିଲାର ୩୨ ଗ୍ରାମ ଓ ୨ଟି ପୌରାଞ୍ଚଳର୧୨୫୭ ଜଣ, ଅନୁଗୋଳ ଜିଲାର ୪ଟି ଗ୍ରାମର ୧୯ ଜଣ ପ୍ରଭାବିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri