ଚିତ୍ରକଳାରେ ସଚେତନତା ବାର୍ତ୍ତା

ବାରିପଦା ଅଫିସ, ୧୦।୯-ଚିତ୍ରକଳାରେ ନିଜର ପାରଦର୍ଶିତା ଦେଖାଇ ଦେଶ ବିଦେଶରେ ସୁନାମ ଅର୍ଜନ କରୁଛନ୍ତି ବାରିପଦାର ଯୁବ ଚିତ୍ରଶିଳ୍ପୀ ମାନସରଞ୍ଜନ ପତି ା କାଳ୍ପନିକ ଚିତ୍ର ପ୍ରସ୍ତୁତ କରିବା ଅପେକ୍ଷା ସମସାମୟିକ ସାମାଜିକ ପରିସ୍ଥିତି ସହିତ ଅସଜଡ଼ା ପରିବେଶର କରାଳ ରୂପକୁ ସେ ଚିତ୍ରକଳାରେ ସ୍ଥାନିତ କରି ସଚେତନତା ବାର୍ତ୍ତା ପ୍ରତି ଅଧିକ ଗୁରୁତ୍ୱ ଦେଉଛନ୍ତି ା ଦର୍ଶକଙ୍କର ଭାବନାକୁ ଛୁଇଁଲା ଭଳି ଚିତ୍ର ପ୍ରସ୍ତୁତିକୁ ପ୍ରାଥମିକତା ଦେଇ ଆସୁଛନ୍ତି।
କଳା ଓ ସଂସ୍କୃତିର ସହର ମୟୂରଭଞ୍ଜର ସନ୍ତାନ ମାନସଙ୍କ ପିଲାଟି ଦିନରୁ ଚିତ୍ରକଳା ପ୍ରତି ଆଗ୍ରହ ଥିବାରୁ ବାପା ଦାମୋଦର ପତି ତାଙ୍କୁ ଖଲ୍ଲିକୋଟ ଚାରୁକଳା ମହାବିଦ୍ୟାଳୟରେ ଶିକ୍ଷା ଗ୍ରହଣ ପାଇଁ ପଠାଇଥିଲେ। ସେହି ମହାବିଦ୍ୟାଳୟରୁ ୨୦୦୧ରେ ଚାରୁକଳାରେ ଡିଗ୍ରୀ ହାସଲ ପରେ ତୈଳଚିତ୍ର, ଜଳ ରଙ୍ଗ ଚିତ୍ର, ସମସାମୟିକ ଆଧୁନିକ ଚିତ୍ର ଆଙ୍କି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ସେ। ଅଦ୍ୟାବଧି ପ୍ରାୟ ୧୫୦ଟି ଚିତ୍ର ପ୍ରସ୍ତୁତ କରି ପ୍ରଶଂସକଙ୍କ ମନ ଜିଣିିଛନ୍ତି ା ତାଙ୍କ ଦ୍ୱାରା ପ୍ରସ୍ତୁତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଙ୍କ ତୈଳଚିତ୍ର ବାରିପଦା ପୌରପରିଷଦର ସମ୍ମିଳନୀ କକ୍ଷରେ ସ୍ଥାନିତ ହୋଇଛି। ଯାହାକି ସମସ୍ତଙ୍କୁ ଚକିତ କରୁଛି। ସେ ଭୁବନେଶ୍ୱର ଓ ବାରିପଦାଠାରେ ଅନୁଷ୍ଠିତ ବିଭିନ୍ନ ଚିତ୍ରକଳା ପ୍ରଦର୍ଶନୀରେ ଭାଗ ନେଇ ବେଶ ପ୍ରଶଂସିତ ହୋଇଛନ୍ତି। ତାଙ୍କ ଚିତ୍ରକଳା ଦର୍ଶକମାନଙ୍କ ଦ୍ୱାରା ବେଶ ଆଦୃତ ହେବା ସହ ବିକ୍ରି ମଧ୍ୟ ହେଉଛି। କରୋନା ମହାମାରୀ ପ୍ରକୋପରୁ ମାନବ ସମାଜକୁ ସୁରକ୍ଷିତ ରଖିବା ପାଇଁ ଚିତ୍ରକଳାରେ ଜୀବନ୍ତ ରୂପ ଦେଇ ନୂଆ ପରିଚୟ ପାଇଛନ୍ତି। ପଡ଼ୋଶୀ ରାଷ୍ଟ୍ର ନେପାଳରେ ଅନଲାଇନ୍‌ ମାଧ୍ୟମରେ ଅନୁଷ୍ଠିତ କରୋନା ସଚେତନତା ସମ୍ବନ୍ଧୀୟ ଅନ୍ତର୍ଜାତୀୟ ଚିତ୍ର ପ୍ରଦର୍ଶନୀରେ ସେ ଅଂଶ ଗ୍ରହଣ କରିଥିଲେ ା ନେପାଳର କ୍ଲାସିକ ଗ୍ୟାଲେରୀରେ ପ୍ରଦର୍ଶିତ ବିଭିନ୍ନ ଦେଶର ଚିତ୍ରଶିଳ୍ପୀମାନଙ୍କ କରୋନା ସମ୍ବନ୍ଧୀୟ ଚିତ୍ରକଳାରେ ମାନସଙ୍କ ପ୍ରଦର୍ଶିତ ଚିତ୍ରକଳା ଉଚ୍ଚ ପ୍ରଶଂସିତ ହୋଇଥିଲା ା ପ୍ରଦର୍ଶିତ ଚିତ୍ରକଳାଟି ପାଇଁ ଓଡ଼ିଶା ଲଳିତ କଳା ଏକାଡେମୀ ଦ୍ୱାରା ମଧ୍ୟ ପୁରସ୍କାର ପାଇଁ ମନୋନୀତ ହୋଇଛି। ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଏକାଡେମୀର ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ବିଭାଗୀୟ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଓ ନିର୍ଦ୍ଦେଶକ ବିଜୟ କୁମାର ନାୟକ ପ୍ରମୁଖ ତାଙ୍କ ଚିତ୍ରକଳାର ପ୍ରଶଂସା କରିଛନ୍ତି। ସେହିପରି ବୁର୍ଲାଠାରେ ହୋପ୍‌ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ଜାତୀୟସ୍ତରର କୋଭିଡ୍‌-୧୯ ଚାରୁକଳା ପ୍ରତିଯୋଗିତାରେ ମଧ୍ୟ ସେ ଅନଲାଇନ୍‌ରେ ଭାଗ ନେଇ ଦର୍ଶକଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛନ୍ତି ା ବାରିପଦାରେ ଏକ ଆର୍ଟ ଆଡଭାର୍ଟାଇଜମେଣ୍ଟ ସଂସ୍ଥା ଆରମ୍ଭ କରି ନିଜେ ଆତ୍ମସନ୍ତୋଷ ପାଇବା ସହିତ ଅନେକଙ୍କୁ ରୋଜଗାର ମଧ୍ୟ ଯୋଗାଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର ବିମାନବନ୍ଦରରୁ ଜବତ ହେଲା ପୁଳାପୁଳା ଟଙ୍କା

ଭୁବନେଶ୍ୱର,୩୦।୪: ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ମଙ୍ଗଳବାର ପୁଳାପୁଳା ଟଙ୍କା ଜବତ ହୋଇଛି। ଏହା ୭୫ ଲକ୍ଷରୁ ଅଧିକ ହେବ ବୋଲି ଜଣାପଡିଛି। ଦୁଇ ଜଣ...

‘ସମସ୍ତ ଉଠାଦୋକାନୀ ଥଇଥାନ ହେବେ’

ଭୁବନେଶ୍ୱର, ୩୦।୪ (ବନ୍ଦନା ସେଠୀ):ଭୁବନେଶ୍ୱରରେ ଥିବା ୧୦୦ ଉଠାଦୋକାନୀ ସଂଘର ସଭାପତି ଓ ସମ୍ପାଦକଙ୍କୁ ନେଇ ସୋମବାର ବିଜୁ ଶ୍ରମିକ ସାମ୍ମୁଖ୍ୟ ସଭାଗୃହରେ ଏକ ଜରୁରିକାଳୀନ...

ଓଡ଼ିଶାରୁ ମାୟାନଗରୀ ଲମ୍ବିଛି ରାହୁଲଙ୍କ ନିଶା କାରବାର

ଭୁବନେଶ୍ୱର,୩୦।୪(ସୂର୍ଯ୍ୟକାନ୍ତ ବେହେରା):ଭୁବନେଶ୍ୱରସ୍ଥିତ ଝାରପଡା ଜେଲ ପରିସରରୁ ଧରାପଡିଥିବା ଗଞ୍ଜେଇ ର଼୍ୟାକେଟର ମୁଖ୍ୟ ବାରିପଦାର ରାହୁଲ ସେଠୀଙ୍କ ତିନିଦିନିଆ ରିମାଣ୍ଡ ଶେଷ ହୋଇଛି। ସୋମବାର ତାଙ୍କୁ ପୁଣି...

ନୂଆ-ଅଭିଜ୍ଞଙ୍କ ମଧ୍ୟରେ କଡ଼ା ମୁକାବିଲା

ଯାଜପୁର,୩୦ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଏଯାଏ କେହି ମହିଳା ବିଧାୟିକା ହୋଇନାହାନ୍ତି। ଏପରି କି ଏହି ଆସନରେ କେବେ କେହି ମହିଳା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା...

ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି, ତାହା କାମରେ କରି ଦେଖାନ୍ତି: ପାଣ୍ଡିଆନ୍‌

ମାଲକାନଗିରି/କାଲିମେଳା/କୋଟପାଡ଼, ୩୦ା୪ (ଦୁର୍ଯ୍ୟୋଧନ ପାତ୍ର/ଜୀବନକୃଷ୍ଣ ଦାସ/କେ.ରାଜଶେଖର ରାଓ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କୁହନ୍ତି, ତାହା କାମରେ କରି ଦେଖାନ୍ତି ବୋଲି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ୍‌...

ଅପରାଧୀଙ୍କୁ ଟିକେଟ ଦେବା ଭାଜପାର ସଂସ୍କୃତି: ବିଜେଡି

ଭୁବନେଶ୍ୱର,୩୦ା୪(ଅନିଲ ଦାସ):ଓଡ଼ିଆ ସଂସ୍କୃତି ବିଶ୍ୱର ଯେ କୌଣସି ରାଜନୈତିକ ଦଳଠାରୁ ଏତେ ବଡ଼ ଯେ କୌଣସି ଦଳ ନିଜକୁ ବଡ଼ ଭାବି ଓଡ଼ିଆ ସଂସ୍କୃତିର ସୁରକ୍ଷା...

ପ୍ରଚାର ପାଇଁ ଏସବୁ ନୂଆ ଟ୍ରେଣ୍ଡ୍‌ ଆପଣାଇଛନ୍ତି ନେତା

କଟକ,୩୦ା୪(ଶିଳ୍ପା ପ୍ରିୟଦର୍ଶିନୀ):ପ୍ରାର୍ଥୀମାନେ ରୋଡ୍‌ ଶୋ ଓ ସମାବେଶ ଜରିଆରେ ଭୋଟରଙ୍କ ନିକଟତର ହେବାକୁ ପ୍ରୟାସ ଚଳାଇଥିବା ଦେଖିବାକୁ ମିଳୁଛି । ହେଲେ ନିର୍ବାଚନ ପ୍ରଚାରକୁ ସହଜ...

ନନ୍ଦନକାନନ ଆତଙ୍କରାଜ ଘଟଣା: ୨ ଗିରଫ

ବାରଙ୍ଗ,୩୦।୪(ଲିଙ୍ଗରାଜ ରାଉତ):ନନ୍ଦନକାନନ ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଉନ୍ମତ୍ତ କାଣ୍ଡ ଘଟାଇଥିବା ଘଟଣାରେ ପୋଲିସ ୨ ଜଣଙ୍କୁ ଗିଫ କରିଛି। ସୋମବାର ବିଳମ୍ବିତ ରାତିରେ ପୋଲିସ ଉଭୟଙ୍କୁ ଗିରଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri