Posted inଖେଳ

ଠାକୁରଙ୍କ ଜୀବନ ବଦଳାଇ ଦେଇଥିଲେ ଧୋନୀ

ଓଭାଲ୍‌,୮।୯: ଇଂଲଣ୍ଡ ବିପକ୍ଷ ଓଭାଲ ଟେଷ୍ଟରେ ବିଜୟ ପରେ ଶାର୍ଦ୍ଦୁଳ ଠାକୁରଙ୍କ ନାମ ସବୁଆଡେ ଚର୍ଚ୍ଚା ହେଉଛି। ଓଭାଲ ଟେଷ୍ଟରେ ଟିମ ଇଣ୍ଡିଆର ଐତିହାସିକ ବିଜୟରେ ଶାର୍ଦ୍ଦୁଳ ଠାକୁର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ମ୍ୟାଚରେ ଠାକୁର ଇଂଲଣ୍ଡ ଦଳକୁ ଉଭୟ ବ୍ୟାଟ ଏବଂ ବଲ୍‌ରେ ଚିତ୍‌ପଟାଙ୍ଗ କରିଥିଲେ। ସେ ପ୍ରଥମ ଇନିଂସରେ ମାତ୍ର ୩୬ ବଲରେ ୫୭ ରନ ସ୍କୋର କରିଥିଲେ, ସେଥିରେ ୩ ଟି ଛକା ଓ ୭ ଚୌକା ସାମିଲ ଥିଲା। ଠାକୁର ମାତ୍ର ୩୧ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ। ଏହା ପରେ ଠାକୁର ପ୍ରଥମ ଇନିଂସରେ ଅଲି ପୋପଙ୍କ ଗୁରୁତ୍ୱପୂର୍ଣ୍ଣ ଉଇକେଟ ନେଇଥିଲେ। ସେ ଦ୍ୱିତୀୟ ଇନିଂସରେ ମଧ୍ୟ ପୁଣି ଏକ ଗୁରୁତ୍ୱପୂର୍ଣ୍ଣ ଅର୍ଦ୍ଧଶତକ ଖେଳିଥିଲେ। ସେ ୭୨ ବଲରେ ୬୦ ରନ ସଂଗ୍ରହ କରିଥିଲେ ଏବଂ ପନ୍ତଙ୍କ ସହ ୧୦୦ ରନର ମ୍ୟାଚ ବିଜୟୀ ଭାଗିଦାରୀ ବାଣ୍ଟିଥିଲେ। ଏହା ପରେ ସେ ବୋଲିଂରେ ୮ ଓଭରରେ ୨୨ ରନ୍‌ ଦେଇ ୨ ଉଇକେଟ ନେଇଥିଲେ। ଏହାପୂର୍ବରୁ ଅଷ୍ଟ୍ରେଲିଆରେ ସିରିଜ ସମୟରେ ତାଙ୍କର ଚମତ୍କାର ପ୍ରଦର୍ଶନ ପରେ ସେ ଚର୍ଚ୍ଚାକୁ ଆସିଥିଲେ। ଏବେ ଇଂଲଣ୍ଡରେ ଓଭାଲ ଟେଷ୍ଟରେ ବିଜୟ ପରେ ଶାର୍ଦ୍ଦୁଳ ଠାକୁରଙ୍କ ଏକ ପୁରୁଣା ସାକ୍ଷାତକାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସେ ମହେନ୍ଦ୍ର ସିଂ ଧୋନୀଙ୍କୁ ପ୍ରଶଂସା କରୁଛନ୍ତି।
ବ୍ରିସବେନର ଗାବାରେ ଟିମ ଇଣ୍ଡିଆର ବିଜୟର ଅନ୍ୟତମ ହିରୋ ଶାର୍ଦ୍ଦୁଳ ଠାକୁର ପ୍ରକାଶ କରିଛନ୍ତି ଯେ, ସେ ଟେଷ୍ଟ ଦଳରୁ ବାଦ୍‌ ବାଦ୍‌ ପଡିଥିବାବେଳେ ମହେନ୍ଦ୍ର ସିଂ ଧୋନୀ ତାଙ୍କୁ ବହୁତ୍‌ ସାହାଯ୍ୟ କରିଥିଲେ। ବ୍ରିସବେନ ଶାର୍ଦ୍ଦୁଳ ଦୁଇଟି ଇନିଂସରେ ୭ଟି ଉଇକେଟ ନେଇଥିଲେ। ଏହା ସହିତ ସେ ପ୍ରଥମ ଇନିଂସରେ ୬୭ ରନର ଏକ ଭଲ ଇନିଂସ ଖେଳିଥିଲେ। ସେ କହିଥିଲେ, ପ୍ରାୟତଃ ମୁଁ ତାଙ୍କୁ (ଧୋନୀ) ପଚାରିଛି ଯେ, ସେ କିପରି ଚାପର ମୁକାବିଲା କରିନ୍ତି। ସେ ଜଣେ ଖେଳାଳି, ଅଧିନାୟକ, ହାରିଥିବା ଦଳର ସଦସ୍ୟ ଭାବରେ ଅନେକ ଥର ଏହାର ମୁକାବିଲା କରିଛନ୍ତି। ଏଥିସହ ସେ ବିଜେତା ଭାବେ ଭଲ ପାଇବା ପାଇଛନ୍ତି। ତାଙ୍କର ସମସ୍ତ ପ୍ରକାରର ଅଭିଜ୍ଞତା ଅଛି। ପୂର୍ବତନ ଅଧିନାୟକ ଏମଏସ ଧୋନିଙ୍କୁ ପ୍ରଶଂସା କରି ଶାର୍ଦ୍ଦୁଳ କହିଥିଲେ ଯେ, ଧୋନୀ ହିଁ ତାଙ୍କ ଜୀବନ ବଦଳାଇ ଦେଇଛନ୍ତି। ସୂଚନାଯୋଗ୍ୟ, ଶାର୍ଦ୍ଦୁଳ ୨୦୧୮ରୁ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଣ୍ଡଗିରିରୁ ଏମ୍ସ ହେବ ସ୍ବତନ୍ତ୍ର କରିଡର, ଆଉ ଭିଡ଼ରେ ଅଟକିବନି ଆମ୍ବୁଲାନ୍ସ

ଭୁବନେଶ୍ବର,୧୮।୧୨: ଆଉ ଭିଡରେ ଫସିବନି ଆମ୍ବୁଲାନ୍ସ । ଏନେଇ ପୂର୍ତ୍ତବିଭାଗ ସମୀକ୍ଷା ବୈଠକରେ ବଡ଼ ନିଷ୍ପତ୍ତି ହୋଇଥିବା ନେଇ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।...

ପୁଟିନ ଯିବେ ଆମେରିକା! ବଡ଼ ଘୋଷଣା କଲେ ଟ୍ରମ୍ପ ସରକାର, ଟେନସନରେ ଜେଲେନ୍ସକି

ଓ୍ବାଶିଂଟନ,୧୮।୧୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏକ ଜଟିଳ ପ୍ରସଙ୍ଗ ହୋଇ ରହିଛି ଯାହାର ସମାଧାନ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ...

ଚାଇନାକୁ ବଡ଼ ଝଟକା, ତାଇୱାନକୁ ଏହି ସାହାଯ୍ୟ କରିବେ ଟ୍ରମ୍ପ

ନୂଆଦିଲ୍ଲୀ,୧୮।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ତାଇୱାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଯାହା ଚାଇନାକୁ ଏକ ବଡ଼ ଧକ୍କା ଦେଇଛି...

ସୀମାନ୍ତରେ ପୋଲିସ-ମାଓବାଦୀ ଗୁଳି ବିନିମୟ, ୩ ମାଓବାଦୀ ସଫା

ମାଲକାନଗିରି,୧୮।୧୩(ଦୁର୍ଯ୍ୟୋଧନ ପାତ୍ର) ମାଲକାନଗିରି ସୀମାନ୍ତ ଛତିଶଗଡ ସୁକୁମା ଜିଲାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ତିନିଜଣ ମାଓବାଦୀ ନିହତ ହୋଇଛନ୍ତିା ସୂଚନା...

ଚକରା ଘାଟିରେ ପର୍ଯ୍ୟଟକ-ଦନ୍ତା ମୁହାଁମୁହିଁ: ଲୋକେ ଆତଙ୍କିତ

ଭଞ୍ଜନଗର,୧୮।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ରେ ଦନ୍ତା ହାତୀମାନଙ୍କ ଦୌରାତ୍ମ ଦିନକୁ ଦିନ ବଢ଼ିବାରେ ଲାଗିଛି। ଯାହାକୁ ନେଇ ଜଙ୍ଗଲ...

ପରଲୋକରେ ଷ୍ଟାଚ୍ୟୁ ଅଫ ୟୁନିଟିର ନିର୍ମାତା: ଖେଳିଗଲା ଶୋକର ଲହରୀ

ନୋଏଡା,୧୮।୧୨: ପ୍ରସିଦ୍ଧ ମୂର୍ତ୍ତିକାର ରାମ ସୂତାରଙ୍କ ଦେହାନ୍ତ ହୋଇଛି। ସେ ପ୍ରାୟ ୧୦୦ ବର୍ଷ ବୟସରେ ନୋଏଡାର ସେକ୍ଟର ୧୯ସ୍ଥିତ ତାଙ୍କ ବାସଭବନରେ ଶେଷ ନିଶ୍ୱାସ...

ବାହାଘରରେ ଯୋଗ ଦେବାକୁ ଯାଉଥିବାବେଳେ ଅଘଟଣ: ୪୦ ଫୁଟ୍‌ ତଳକୁ ଖସିଲା ବୋଲେରୋ

ମୋରଡା,୧୮।୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରେ ଏକ ପୋଲରୁ ୪୦ ଫୁଟ୍‌ ତଳକୁ ବୋଲେରୋ ଖସି ପଡିଛି। ଫଳରେ ୩ ଜଣ ଗୁରୁତର...

୨୦୨୬ରୁ ଚମକିବ ୩ରାଶିଙ୍କ ଭାଗ୍ୟ, ଯାହା ଛୁଇଁବେ ପାଲଟିବ ସୁନା!

୨୦୨୬ ବର୍ଷ ପାଖେଇ ଆସୁଛି, ଏବଂ ଏହି ନୂତନ ବର୍ଷରେ ହେଉଥିବା ଗ୍ରହ ପରିବର୍ତ୍ତନ କିଛି ରାଶି ପାଇଁ ବିଶେଷ ସୌଭାଗ୍ୟ ଆଣିବ ବୋଲି କହିଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri