Posted inଖେଳ

ଏହି ବ୍ୟାଟ୍ସମ୍ୟାନଙ୍କ ଉଇକେଟ ନେଇ ଶାର୍ଦ୍ଦୁଳ ଦେଇଥିଲେ ବ୍ରେକ୍‌ ଥ୍ରୁ

ଲଣ୍ଡନ,୬।୯: ଓଭାଲ ଟେଷ୍ଟର ପଞ୍ଚମ ଦିନରେ ଆସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର ୭୭/୦ରୁ ଇଂଲଣ୍ଡ ଖେଳ ଆରମ୍ଭ କରିଥିଲା। ଦୁଇ ଓପନର ରୋରି ବନର୍‌ସ ଓ ହାସିମ ହମିଦ ଦମ୍‌ଦାର ପ୍ରଦର୍ଶନ କରି ଦଳକୁ ଭଲ ଆରମ୍ଭ ପ୍ରଦାନ କରିଥିଲେ। ୧୦୦ ରନରେ ଇଂଲଣ୍ଡ ପ୍ରଥମ ଉଇକେଟ ଭାବେ ବନର୍‌ସକୁ ହରାଇଥିଲା। ଓଭରନାଇଟ ସ୍କୋର ୩୧ରୁ ଖେଳ ଆରମ୍ଭ କରି ସେ ୫୦ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଉଇକେଟକିପର ରିଷଭ ପନ୍ତଙ୍କୁ କ୍ୟାଚ୍‌ ଦେଇ ଶାର୍ଦ୍ଦୁଳ ଠାକୁରଙ୍କ ଶିକାର ହୋଇଥିଲେ। ପ୍ରଥମ ଉଇକେଟ ନେଇ ଠାକୁର ଭାରତକୁ ବ୍ରେକ୍‌ ଥ୍ରୁ ଦେଇଥିଲେ। ଅନ୍ୟତମ ଓପନର ହାସିବ ହମିଦ ଗତକାଲିର ଅପରାଜିତ ସ୍କୋର ୪୩ରୁ ଖେଳ ଆରମ୍ଭ କରି ୬୩ ରନ୍‌ କରିଥିବା ବେଳେ ସ୍ପିନର ରବୀନ୍ଦ୍ର ଜାଡେଜାଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ତାଙ୍କୁ ପୂର୍ବରୁ ଦାଓ୍ବିଦ ମଲନ ୫ ରନ କରିଥିବା ବେଳେ ବଦଳ ଖେଳାଳି ମୟଙ୍କ ଅଗ୍ରଓ୍ବାଲଙ୍କ ଥ୍ରୋରେ ପନ୍ତଙ୍କ ଦ୍ୱାରା ଦୂର୍ଭାଗ୍ୟଜନକ ଭାବେ ରନ୍‌ ଆଉଟ ହୋଇଥିଲେ। ଏହାପରେ ଓଲି ପୋପ୍‌, ଜନି ବେୟରଷ୍ଟୋ, ମୋଇନ ଅଲି ବେଶି ସମୟ ତିଷ୍ଠି ନ ପାରି ସଅଳ ପ୍ୟାଭିଲିୟନ ଫେରିଥିଲେ। ପୋପ୍‌ ୨ ରନ କରି ଓ ଉଇକେଟକିପର ବ୍ୟଟ୍ସମ୍ୟାନ ଜନି ବେୟାରଷ୍ଟୋ ଖାତା ଖେଳିବା ପୂର୍ବରୁ ଯଶପ୍ରୀତ ବୁମରାଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ବିନା ସ୍କୋରରେ ଅଲରାଉଣ୍ଡର ମୋଇନ ଜାଡେଜାଙ୍କ ବଲ୍‌ରେ ଶର୍ଟଲେଗ୍‌ରେ ବଦଳ ଖେଳାଳି ସୂର୍ଯ୍ୟକୁମାର ଯାଦବଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ଏହାପରେ ପାଳି ପଡିଥିବା ଇନ୍‌ଫର୍ମ ଅଧିନାୟକ ଜୋ ରୁଟଙ୍କର। ସେ ୩୬ ରନକରି ଠାକୁରଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ଅଫ୍‌ଷ୍ଟମ୍ପ ବାହାର ବଲ ଖେଳିବାକୁ ଯାଇ ସେ ଦୂର୍ଭାଗ୍ୟଜନକ ଭାବେ ପ୍ଲେଡଅନ୍‌ ହୋଇଥିଲେ। ରୁଟ୍‌ ଆଉଟ ହେବା ପରେ ଭାରତର ବିଜୟ ନିଶ୍ଚିତ ହୋଇଥିଲା। ୧୮ ରନ୍‌ କରି କ୍ରିଜ୍‌ରେ ଜମିଆସୁଥିବା ଅଲରାଉଣ୍ଡର କ୍ରିସ୍‌ ଓ୍ବକ୍ସ କିନ୍ତୁ ଅଧିକ ସମୟ କ୍ରିଜ୍‌ରେ ରହିପାରି ନ ଥିଲେ। ସେ ଲୋକେଶ ରାହୁଲଙ୍କ କ୍ୟାଚ୍‌ ଦେଇ ଉମେଶ ଯାଦବଙ୍କ ଦ୍ୱାରା ଆଉଟ ହୋଇଥିଲେ। ମାତ୍ର ୫୨ ରନ ମଧ୍ୟରେ ଇଂଲଣ୍ଡ ୬ ଉଇକେଟ ହରାଇଥିଲା। କ୍ରେଗ୍‌ ଓଭରଟନ ୧୦ ରନ କରିଥିବା ବେଳେ ଉମେଶ ଯାଦବଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ ଓ ଇଂଲଣ୍ଡର ନବମ ଉଇକେଟର ପତନ ଘଟିଥିଲା। ଶେଷ ଉଇକେଟ ଭାବେ ଜେମ୍ସ ଆଣ୍ଡରସନ ୨ ରନ କରିଥିବା ବେଳେ ପନ୍ତଙ୍କୁ କ୍ୟାଚ୍‌ ଦେଇ ଉମେଶଙ୍କ ତୃତୀୟ ଶିକାର ହୋଇଥିଲେ। ବୋଲିଂରେ ଭାରତ ପକ୍ଷରୁ ଉମେଶ ୩, ବୁମ୍‌ରା, ଜାଡେଜା ଓ ଠାକୁର ୨ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ଭାରତର ରୋହିତ ଶର୍ମା ପ୍ଲେୟର ଅଫ ଦି’ ମ୍ୟାଚ ବିବେଚିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାଂଲାଦେଶକୁ ହରାଇଲା ଭାରତ

ସିଲ୍‌ହେଟ୍‌,୨ା୫:ବାଂଲାଦେଶ ବିପକ୍ଷ ତୃତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୭ଉଇକେଟରେ ବିଜୟ ହାସଲ କରିଛି। ଏଥିସହିତ ଦୁଇ ଦଳ ମଧ୍ୟରେ ଚାଲିଥିବା ୫ ମ୍ୟାଚ...

ଟି୨୦ ବିଶ୍ୱକପ ଦଳ ଚୟନକୁ ସମର୍ଥନ କଲେ ରୋହିତ

ମୁମ୍ବାଇ,୨ା୫: ଟି୨୦ କ୍ରିକେଟ ବିଶ୍ୱକପ ପାଇଁ ଦଳ ଚୟନକୁ ସମର୍ଥନ କରିଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା। ଗୁରବାର ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା...

କାହିଁକି ଟି-୨୦ ବିଶ୍ୱକପ ଦଳରେ ରାହୁଲଙ୍କୁ ମିଳିଲାନି ସ୍ଥାନ, କାରଣ କହିଲେ ଅଜିତ ଅଗରକର

ମୁମ୍ବାଇ,୨ା୫: ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପ ପାଇନଭର୍ଟ ୧୫ ଜଣିଆ ଦଳ ଘୋଷଣା କରିଛି। ଏଥିରେ ପ୍ରାରମ୍ଭିକ ବ୍ୟାଟର ତଥା ୱିକେଟ୍...

ଏହି ଫଟୋ ଶେୟାର କରି କପିରାଇଟ୍‌ ଲଗାଇବାକୁ ଏକ୍ସ ମାଲିକଙ୍କୁ ଦାବି କଲେ ଚହଲ: ଜାଣନ୍ତୁ କାହିଁକି

ନୂଆଦିଲ୍ଲ,୨।୫: ୟୁଜଭେନ୍ଦ୍ର ଚହଲ ଆଇପିଏଲ ୨୦୨୪ରେ ଭଲ ବୋଲିଂ ପ୍ରଦର୍ଶନ କରୁଛନ୍ତି। ସେ ଟି-୨୦ ବିଶ୍ୱକପ ୨୦୨୪ରେ ଚୟନ ଆକାରରେ ତାଙ୍କର ଭଲ ବୋଲିଂ ପାଇଁ...

ଆଇପିଏଲ୍‌ ୨୦୨୪ ମଝିରେ ସିଏସ୍‌କେକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨।୫: ଆଇପିଏଲ୍‌ ୨୦୨୪ରେ ଚେନ୍ନାଇ ସୁପର କିଙ୍ଗ୍ସ ବୁଧବାର ୫ମ ପରାଜୟର ସମ୍ମୁଖୀନ ହୋଇଛି। ଏହି ମ୍ୟାଚ୍‌ରେ ଚେନ୍ନାଇ ଟିମ୍‌ ଅନେକ ମାମଲାରେ ଦୁର୍ବଳ ନଜର...

ଶାହରୁଖଙ୍କ ଉପରେ ପ୍ରବଳ ରାଗିଗଲେ ପୁଅ ଅବରାମ:ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨।୫: ଆଜିକାଲି ଆଇପିଏଲର କ୍ରେଜ୍‌ ଚରମ ସୀମାରେ ପହଞ୍ଚିଛି। ନିକଟରେ କୋଲକାତା ଏବଂ ଦିଲ୍ଲୀ ମଧ୍ୟରେ ହୋଇଥିବା ମ୍ୟାଚରେ ଶାହାରୁଖ ଖାନ ଏବଂ ତାଙ୍କ ପୁଅ...

ଅରେଞ୍ଜ୍‌ କ୍ୟାପ୍‌ ଉପରେ କବ୍‌ଜା କଲେ ଗାଏକ୍ୱାଡ୍‌: ଏହି କ୍ରିକେଟର୍‌ଙ୍କ ପାଖରେ ଅଛି ପର୍ପଲ୍‌ କ୍ୟାପ୍‌

ନୂଆଦିଲ୍ଲୀ,୨।୫: ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଋତୁରାଜ ଗାଇକ୍ୱାଡ ପଞ୍ଜାବ କିଙ୍ଗସ ବିପକ୍ଷରେ ୫ ଚୌକା ଓ ୨ ଛକା ସହାୟତାରେ ୪୮ ବଲରେ ୬୨...

ଆଇପିଏଲ୍‌ ପ୍ଲେ ଅଫ୍‌ ରେସ୍‌ ହେଉଛି ରୋଚକ: ଜାଣନ୍ତୁ କିଏ ଏବେ କେଉଁ ସ୍ଥାନରେ ଅଛନ୍ତି…

ନୂଆଦିଲ୍ଲୀ,୨।୫: ଆଇପିଏଲ୍‌ ୨୦୨୪ର ୪୯ତମ ମ୍ୟାଚରେ ପଞ୍ଜାବ କିଙ୍ଗସ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ପଞ୍ଜାବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri